ବାଲିଚାଲାଣକୁ ବିରୋଧ କରି ତହସିଲ ସମ୍ମୁଖରେ ଧାରଣା

ପାଟଣା,୨୩ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ସମ୍ମୁଖରେ ଶୁକ୍ରବାର ଭାଜପାର ନଦୀ ସୁରକ୍ଷା ସମିତି ପକ୍ଷରୁ  ବେଆଇନ ବାଲି ଉତ୍ତୋଳନ ଚୋରାଚାଲାଣକୁ ବିରୋଧ କରି ପ୍ରତିବାଦ ସମାବେଶ ଅନୁଷ୍ଠିତ ହୋଇଛି। ଏହି ବେଆଇନ ବାଲି ବ୍ୟବସାୟ ପଛରେ ରାଜସ୍ବ ଓ ପୋଲିସ ପ୍ରଶାସନର ସିଧାସଳଖ ସମ୍ପୃକ୍ତି ରହିଥିବା ଭାଜପା ନେତାମାନେ ଅଭିଯୋଗ କରିଥିଲେ। ଆୟୋଜିତ ପ୍ରତିବାଦ ସମାବେଶ ନଦୀ ସୁରକ୍ଷା ସମିତିର ଜିଲା ସଂଯୋଜକ ସୁବ୍ରତ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ନଦୀ ସୁରକ୍ଷା ସମିତିର ରାଜ୍ୟ ସଭାପତି ମହେଶ୍ୱର ସାହୁ, ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ରାଧାକାନ୍ତ ମହାନ୍ତ, ବରିଷ୍ଠ ଭାଜପା ନେତା ଅଖିଳ ଚନ୍ଦ୍ର ନାଏକ, କମଳାକାନ୍ତ ଦାଶ, ଅଭୟ କୁମାର ବେହେରା, ପ୍ରହଲ୍ଲାଦ ପଳେଇ, ରାଜେଶ କୁମାର ମହାନ୍ତ ହୃଷୀକେଶ ସାହୁ ପ୍ରମୁଖ ଯୋଗ ଦେଇ ପ୍ରଶାସନର ବାଲିମାଫିଆଙ୍କ ସହ ସମ୍ପୃକ୍ତିକୁ ନେଇ କଡ଼ା ସମାଲୋଚନା କରିଥିଲେ।  ପାଟଣା ତହସିଲ ଅଞ୍ଚଳରେ ଚୋରା ବାଲି ଚାଲାଣ ରୋକିବାରେ ପ୍ରଶାସନ ଅଙ୍କୁଶ ନ ଲଗାଇଲେ ଆଗାମୀ ଦିନରେ ନଦୀ ସୁରକ୍ଷା ସମିତି ପକ୍ଷରୁ ତହସିଲ ଘେରାଉ କରାଯିବା ସହ ବାଲି ଗାଡ଼ିଗୁଡ଼ିକୁ ନଦୀ ସୁରକ୍ଷା ସମିତି ପକ୍ଷରୁ ଅଟକ ରଖାଯିବ ବୋଲି ମହେଶ୍ବର ସାହୁ ଚେତାବନୀ ଦେଇଥିଲେ। ଏହା ପରେ ନଦୀ ସୁରକ୍ଷା ସମିତି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ବେଆଇନ ବାଲି ଚାଲାଣ ରୋକିବା ପାଇଁ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।  ପାଟଣା ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ପାଟଣା,ଡୁମୁରିଆ,ତୁରୁମୁଙ୍ଗା,ରାଜନଗର ଏବଂ ଉଦୟପୁର ବାଲିଘାଟରୁ ଦିନରାତି ବେଆଇନ ଭାବରେ ମେଶିନ ଲଗାଇ ଶହଶହ ଟ୍ରିପ୍‌ ବାଲି ଚୋରାଚାଲାଣ ହେଉଥିଲେ ମଧ୍ୟ ପୋଲିସ ଓ ରାଜସ୍ବ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?