କେନ୍ଦୁଝର

ଧାନବିଲ ପୋଡ଼ି ବାୟୁକୁ କରୁଛି ପ୍ରଦୂଷଣ

କେନ୍ଦୁଝର,୧୮ା୧୨(ସ୍ବ.ପ୍ର.): ଚାଷ କାମ ସରିଲା। ଧାନ ଫସଲ ଅମଳ ସରିଲା। ଏବେ ବିଲ ଖାଁ ଖାଁ ହୋଇପଡ଼ିଛି। କିନ୍ତୁ ବିଲରେ ଜମା ହୋଇଥିବା ଧାନ ଗଛର ମୂଳ, ଧାନ ଅମଳ ପରେ ରହିଯାଉଥିବା କୁଟାକୁ ସଠିକ୍‌ ଭାବରେ ପରିଚାଳନା କରାଯାଇ ପାରୁ…

ଆଲୋକିତ ହେଲା ପଦ୍ମଶ୍ରୀଙ୍କ ଘର

କେନ୍ଦୁଝର,୧୮ା୧୨(ସ୍ବ.ପ୍ର.): ବାଂଶପାଳ ବ୍ଲକ ତଳବୈତରଣୀ ଗ୍ରାମରେ ରହୁଥିବା ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ଘର ଆଲୋକିତ ହେଲା। ଦୀର୍ଘ ଏକ ମାସ ଧରି ବିଦ୍ୟୁତ୍‌ କାଟ୍‌ ଯୋଗୁ ଅନ୍ଧାରରେ ରାତି କାଟୁଥିଲେ ଦୈତାରୀଙ୍କ ପରିବାର। ଏହାକୁ ନେଇ ଧରିତ୍ରୀରେ ଶନିବାର ‘ଅନ୍ଧାରରେ ପଦ୍ମଶ୍ରୀଙ୍କ…

କାଜୁ ବନୀକରଣରେ ଅନିୟମିତତା, ତଦନ୍ତ ଦାବି

କେନ୍ଦୁଝର,୧୭ା୧୨(ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ତେନ୍ତଳାପଶି ପଞ୍ଚାୟତ ମୁଖ୍ୟାଳୟରେ ମନରେଗା ଯୋଜନାରେ କଲମୀ କାଜୁ ଚାଷ ରୋପଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ୮ ହେକ୍ଟର ପରିମିତ ଜମିରେ ୧୦ ଜଣ ହିତାଧିକାରୀଙ୍କ ଜମିରେ ଏହି ଚାଷ ୨୦୨୧-୨୨ ଆର୍ଥିକ…

ଜଣଙ୍କୁ ଦଳିଦେଲା ହାତୀ, ଆଉ ଜଣେ ଆହତ

କେନ୍ଦୁଝର,୧୭ା୧୨(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଅଞ୍ଚଳରେ କିଛି ଦିନ ହେଲା ଏକ ଗୋଠଛଡ଼ା ଦନ୍ତା ଉପଦ୍ରବ କରୁଛି। ଦୁଇ ଦିନରେ ସଦର ରେଞ୍ଜର ଦୁଇଟି ସ୍ଥାନରେ ଆକ୍ରମଣ କରି ଜଣକୁ ମାରିଦେବା ସହ ଅନ୍ୟ ଜଣଙ୍କୁ ଆହତ କରିଦେଇଛି। ଫଳରେ ଏହାକୁ…

ଅନ୍ଧାରରେ ପଦ୍ମଶ୍ରୀଙ୍କ ପରିବାର

କେନ୍ଦୁଝର,୧୭ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ତଳ ବୈତରଣୀ ଗ୍ରାମରେ ରହୁଥିବା ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ପରିବାର ଅନ୍ଧାରରେ। ବିଭାଗୀୟ ଭୁଲ ଯୋଗୁ ଦୀର୍ଘ ଏକ ମାସ ହେଲା ତାଙ୍କ ଘରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରି ଦିଆଯାଇଛି। ଫଳରେ ପରିବାର ବହୁ…

ଟିପ୍ପର ଧକ୍କାରେ ବାଇକ୍‌ ଆରେହୀ ମୃତ

କେନ୍ଦୁଝର,୧୬ା୧୨(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ପ୍ରାଧିକରଣ ପଦ୍ମପୁର ଓଡିଶା ଗ୍ରାମବ୍ୟାଙ୍କ ସମ୍ମୁଖ ଓଭର ବ୍ରିଜ୍‌ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ୬ ଚକିଆ ଟିପ୍ପର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ…

ବେଆଇନ ବାଲି ଚାଲାଣ ପ୍ରତିବାଦରେ ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ

କେନ୍ଦୁଝର,୧୬।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବେଆଇନ ବାଲି ଉତ୍ତୋଳନ ଓ ଚାଲାଣ ପ୍ରତିବାଦରେ ଶୁକ୍ରବାର ଭାଜପା ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ରାଜ୍ୟ ସଭାପତି ମହେଶର ସାହୁଙ୍କ ନେତୃତ୍ୟରେ କେନ୍ଦୁଝର ଜିଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଚୋରା କାରବାରରେ…

ବିଦ୍ୟାଳୟ ପ୍ରବେଶ ପଥରେ ମୁକୁଳା ଡ୍ରେନ୍‌

ଚମ୍ପୁଆ,୧୫ା୧୨(ଡି.ଏନ୍‌.ଏ): ଶିକ୍ଷାର ବିକାଶ ପାଇଁ ସରକାରୀସ୍ତରରେ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି। ଅନେକ ବିଦ୍ୟାଳୟକୁ ୫-ଟିରେ ସାମିଲ କରାଯାଇ ଏହାର ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ମାତ୍ର ଏହାର ବିପରୀତ ପ୍ରତିବିମ୍ବ ଦେଖିବାକୁ ମିଳିଛି ଚମ୍ପୁଆ…

ବଳାତ୍କାରୀଙ୍କୁ ୧୦ ବର୍ଷ କାରାଦଣ୍ଡ, ପୀଡ଼ିତାଙ୍କୁ ଦେବେ ୪ ଲକ୍ଷ ଟଙ୍କା

କେନ୍ଦୁଝର,୧୪ା୧୨(ସ୍ବ.ପ୍ର.): ଜଣେ ବଳାତ୍କାରୀଙ୍କୁ ବୁଧବାର କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟ ସ୍ବତନ୍ତ୍ର ବିଚାରପତି ମାନସ କୁମାର ମିଶ୍ର ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ୭ ହଜାର ୫ଶହ ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ…

ଖଣି ଅଞ୍ଚଳ ପରିଦର୍ଶନ କଲେ ବିଧାନସଭା ଗୃହ କମିଟି

ବଡ଼ବିଲ,୧୪ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଖଣି ଅଞ୍ଚଳ ବଡ଼ବିଲ ଓ ରୁଗୁଡ଼ିରେ ଥିବା ୪ଟି କାରଖାନାକୁ ବୁଧବାର ଗସ୍ତ କରି ଫେରିଛନ୍ତି ବିଧାନ ସଭା ଗୃହ କମିଟିର ସବ୍‌ କମିଟି-୩। ଜଳ, ଶବ୍ଦ ଓ ବାୟୁ ପ୍ରଦୂଷଣ ରୋକିବା ଦିଗରେ ଶିଳ୍ପ ସଂସ୍ଥାଗୁଡ଼ିକ…

ଚମ୍ପୁଆ ରେଞ୍ଜରେ ୧୦୩ ହାତୀ

ଚମ୍ପୁଆ,୧୪ା୧୨(ଡି.ଏନ.ଏ): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜରେ ୬ଟି ଦଳରେ ୧୦୩ ହାତୀ ଉପଦ୍ରବ କରୁଛନ୍ତି। ହାତୀପଲ ଦିନବେଳା ଜଙ୍ଗଲରେ ରହୁଥିବା ବେଳେ ରାତିହେଲେ ପାଚିଲା ଧାନକ୍ଷେତରେ ପ୍ରବେଶ କରି କ୍ଷତି ଘଟାଉଛନ୍ତି। ହାତୀପଲ ଉପରେ ନଜର ରହିଥିବା ବନ ବିଭାଗ ପକ୍ଷରୁ…

ଗାଡ଼ି ଧକ୍କାରେ ଶିଶୁପୁତ୍ରଙ୍କ ମୃତ୍ୟୁ, କନଷ୍ଟେବଳଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ

କେନ୍ଦୁଝର,୧୩ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ରାଇସୁଆଁ ଗ୍ରାମରେ ଜିପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣାରେ ପୋଲିସ ଜଣେ କନଷ୍ଟେବଳଙ୍କୁ ଗିରଫ କରିଛି। ଗିରଫ କନେଷ୍ଟବଳ ହେଲେ ଜ୍ଞାନରଞ୍ଜନ ସାହୁ। ଜ୍ଞାନରଞ୍ଜନ ଗାଡ଼ି ଚଳାଇବା ଶିଖୁଥିବା ବେଳେ ସ୍କୁଟିକୁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?