ହାତୀ ଉପଦ୍ରବ: ସହାୟତା ଦାବି କଲେ ଅଧ୍ୟକ୍ଷା

କେନ୍ଦୁଝର,୨୪ା୧୨(ସ୍ବ.ପ୍ର.): ଝୁମ୍ପୁରା ବ୍ଲକ ନିଶ୍ଚିନ୍ତପୁର ପଞ୍ଚାୟତର ଅମ୍ଳାନିଗୋଡ଼ା ଗ୍ରାମରେ ହାତୀ ଉପଦ୍ରବ ଜାରି ରହିଛି। ହାତୀମାନେ ଘର ଭାଙ୍ଗିବା ସହ ଫସଲ, ଘରର ଆସବାବପତ୍ର ନଷ୍ଟ କରୁଥିବାରୁ ଲୋକମାନେ ଚିନ୍ତାରେ ରହିଛନ୍ତି ସେମାନଙ୍କ ପାଖାପାଖି ୧୫ ହଜାର ଟଙ୍କା ମଧ୍ୟ ଦଳାଚକଟା କରି ଖାଇ ଦେଇଛନ୍ତି। ବନ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଦେବାକୁ ଉକ୍ତ ଅଞ୍ଚଳ ଗସ୍ତ କରିଥିବା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଲକ୍ଷ୍ମୀ ନାଏକ କହିଛନ୍ତି। କ୍ଷତିଗ୍ରସ୍ତ ପରିବାର ହେଲେ ଭୂବନ ମହାନ୍ତ, ଅନ୍ନପୂର୍ଣ୍ଣା ମହାନ୍ତ, ମଦନ ମହାନ୍ତ, ଜଗମୋହନ ମହାନ୍ତ, ଡମ୍ବରୁଧର ମହାନ୍ତ, କୁଚୁରୀ ମହାନ୍ତ, ହୃଷୀକେଶ ମହାନ୍ତ, ମାନିଆ ମୁଣ୍ଡା, ମୀନକେତନ ମୁଣ୍ଡା, ରାବଣ ସର୍ଦ୍ଦାର, ଲବ ସର୍ଦ୍ଦାର। ହାତୀ ସେମାନଙ୍କ ଘରଦ୍ୱାର ଭାଙ୍ଗିବା ସହ ବହୁ କଷ୍ଟରେ ଧାରକରଜ କରିଥିବା କୋବି, ବାଇଗଣ, ବିଲାତି, ମଟର ଆଦି ଚାଷକୁ ଦଳି ଚକଟି ଦେଇଥିବାରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବର୍ଷ ତମାମ କିପରି ଚଳିବେ ସେନେଇ ଚିନ୍ତାରେ ରହିଛନ୍ତି। କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ସହାୟତା ପ୍ରଦାନ କରାଗଲେ ଗରିବ ଲୋକମାନେ ଉପକୃତ ହୋଇ ପାରନ୍ତେ ବୋଲି ମତ ପ୍ରକାଶ ପାଇଛି। ଦୀର୍ଘଦିନ ଧରି ଉକ୍ତ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ବନ ବିଭାଗ ପକ୍ଷରୁ ସେମାନଙ୍କ ସମ୍ପତ୍ତିର ସୁରକ୍ଷା ଦିଆଯାଇ ପାରୁନାହିଁ କିମ୍ବା ଆପାତ୍ତକାଳୀନ ସହାୟତା ଦିଆଯାଉ ନ ଥିବାରୁ ଦୁଃଖରେ ରହିଛନ୍ତି। ଅର୍ଥାଭାବରୁ ଘର ମରାମତି କରି ପାରୁନାହାନ୍ତି। ଫଳରେ ଶୀତର ପ୍ରକୋପରେ ଭଙ୍ଗା ଦଦରା ଘରେ ବହୁ କଷ୍ଟରେ ରହିବାକୁ ପଡୁଛି। ଉକ୍ତ ଗ୍ରାମରେ ଦୁଇଟି ପଡ଼ାରେ ପାଖାପାଖି ୬୦ ପରିବାର ବସବାସ କରଥିବାରୁ ହାତୀ ଉପଦ୍ରବରେ ଆତଙ୍କିତ ହୋଇପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ଗଛମୂଳେ ଚାଲିଛି ପାଠପଢ଼ା

ଆନନ୍ଦପୁର,୧୮ା୪(ଉମେଶ ଚନ୍ଦ୍ର ପାଢ଼ୀ)ରାଜ୍ୟ ସରକାର ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରିଛନ୍ତି। ଏଥିରେ କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସ୍କୁଲର ରୂପରେଖ ବଦଳିଛି। ମାତ୍ର ଏବେ...

ଦୁର୍ଘଟଣାରେ ଆମ୍ବୁଲାନ୍ସ ଚୁର୍‌ମାର୍‌

କେନ୍ଦୁଝର,୧୭।୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ବନାଯୋଡି ଟୋଲ ପ୍ଲାଜା ନିକଟରେ ବୁଧବାର ସକାଳ ୫ଟାରେ ଏକ ଛିଡା ହୋଇଥିବା...

ପ୍ରଚାର କଲେଣି ଭାଜପା, କଂଗ୍ରେସ:ବିଜେଡି ନୀରବ

ହାଟଡିହୀ,୧୭l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଓ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତିି। ଭାଜପାରୁ ଆଲୋକ ସେଠୀ ଓ କଂଗ୍ରେସରୁ...

ପରମ୍ପରା ପାଇଁ ଅଖଣ୍ଡ ଶିକାର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହର ମଧ୍ୟକୁ ମଙ୍ଗଳବାର ଏକ ରକ୍ତାକ୍ତ ମାଈ ବାର୍‌ହା ପଶି ଆସିଥିଲା। ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଜଙ୍ଗଲ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri