ଜମିିରେ ପଚୁଛି ବିଲାତି: ଶାଗମାଛ ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି ଚାଷୀ

କେନ୍ଦୁଝର,୨୫ା୧୨: କେନ୍ଦୁଝର ଜିଲାରେ ବିଲାତିର ଅଭାବୀ ବିକ୍ରି ଦେଖାଯାଇଛି। ଚାଷୀ ଉଚିତ ମୂଲ୍ୟ ପାଉ ନ ଥିବାରୁ ଚିନ୍ତାରେ ରହିଛନ୍ତି। ଚାଷ ଭଲ ହୋଇଥିଲେ ମଧ୍ୟ ଚାଷୀ ସକାଳୁ ବେପାରୀଙ୍କୁ ଅପେକ୍ଷା କରି ଜମିରେ ବସି ରହୁଛନ୍ତି। ମାତ୍ର କମ୍‌ ଦରରେ ବ୍ୟବସାୟୀ ବିଲାତି ନେଉନାହାନ୍ତି। ଚାଷୀ ୨୫ କିଲୋ ବିଲାତି ଟ୍ରେକୁ ୧୫୦ ଟଙ୍କାରେ ଶାଗମାଛ ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି। ଉଦ୍ୟାନ ଓ କୃଷି ବିଭାଗ ପ୍ରୋତ୍ସାହନରେ ଚାଷୀମାନେ ବିଲାତି ତଥା ଅନ୍ୟ ପନିପରିବା ଚାଷ କରୁଥିଲେ ହେଁ ସେସବୁ ବିକ୍ରିବଟା ପାଇଁ କୌଣସି ବଜାର ସୁବିଧା ନାହିଁ। ଏବେ ପାଖାପାଖି ୧୦ ହଜାରରୁ ଊର୍ଦ୍ଧ୍ୱ ଟନ୍‌ ବିଲାତି ଅମଳ ହେଉଥିଲେ ହେଁ ବିକ୍ରି ହୋଇ ପାରୁ ନ ଥିବାରୁ ବହୁ ବିଲାତି ନଷ୍ଟ ହେଉଛି ବୋଲି ଚାଷୀ ପ୍ରଦୀପ ସେଠୀ କହିଛନ୍ତି। ଅଭାବୀ ବିକ୍ରିକୁ ଦୂରେଇବା ପାଇଁ ଅଞ୍ଚଳରେ ଏକ ଶୀତଳଭଣ୍ଡାର ନିର୍ମାଣ କରିବାକୁ ଦାବି ହେଉଛି।

ପ୍ରକାଶ ଯେ, କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ଟିକରପଡ଼ା, ରାଜବନ୍ଧ, ନୂଆଗାଁ, ରାଇସୁଆଁ, ମହାଦେଇଯୋଡ଼ା, ପଦ୍ମପୁର ଆଦି ଅଞ୍ଚଳରେ ବିଲାତି ଚାଷ ଅଧିକ ହୋଇଛି। ଏହା ବ୍ୟତୀତ ମଇଦାନକେଲ, କାଠବାରି ଆଦି ଅଞ୍ଚଳରେ ଚାଷୀମାନେ ମୁଖ୍ୟତଃ ବିଲାତି ଚାଷ କରିଥାନ୍ତି। ଏବେ ବିଲାତି ଅମଳ ହେଉଥିଲେ ହେଁ ସାଇତି ରଖିବା ପାଇଁ ଶୀତଳଭଣ୍ଡାର ନାହିଁ। ଫଳରେ ଚାଷୀମାନେ ନଷ୍ଟ ହେବା ଭୟରେ କିଲୋ ପିଛା ୬ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବଜାରରେ ବିଲାତି ଅଧିକ ହେତୁ ବ୍ୟବସାୟୀ କ୍ଷତି ସହି ନେବାକୁ ଅମଙ୍ଗ ହେଉଛନ୍ତି। ଅନେକ ଚାଷୀ ନିଜ ଖର୍ଚ୍ଚରେ ପମ୍ପ ବସାଇ ପାଣି ଆଣି ବିଲାତି ଚାଷ କରିଛନ୍ତି। କିନ୍ତୁ ବାହାର ରାଜ୍ୟ ବିହାର, ଝାଡ଼ଖଣ୍ଡ ତଥା ବାହାର ଜିଲାର ବିଲାତି ଜିଲାକୁ ଆସି ବିକ୍ରି କରାଯାଉଥିଲେ ହେଁ ଏଠାକାର ଚାଷୀ ଉଚିତ ମୂଲ୍ୟ ପାଇପାରୁନାହାନ୍ତି। ସାର ଓ ବିହନ ମୂଲ୍ୟ ଭରଣା ପାଇଁ ନିଜେ ବଜାରରେ ବସି ବ୍ୟବସାୟ କରିବାକୁ ପଡ଼ୁଛି ବୋଲି ଚାଷୀ ଲଘୁ ସୋରେନ କହିଛନ୍ତି। ଅଭାବୀ ବିକ୍ରି କାରଣରୁ ଅନେକ ଚାଷୀ କ୍ଷେତରୁ ବିଲାତି ତୋଳୁ ନ ଥିବା ମଧ୍ୟ ଦେଖିବାକୁ ମିଳିଛି। ଅଭାବୀ ଜିଲା ସହିତ ସମନ୍ବୟ ରକ୍ଷା କରି ବିଲାତି ଚାଲାଣ କରାଯାଇ ପାରିଲେ ଚାଷୀମାନେ ଉଚିତ ମୂଲ୍ୟ ପାଇପାରିବେ ବୋଲି ବିଶ୍ୱମ୍ବର ମାଝୀଙ୍କ ସମେତ ବହୁ ଚାଷୀ ମତବ୍ୟକ୍ତ କରୁଛନ୍ତି। ଟନରୁ ଊର୍ଦ୍ଧ୍ୱ ବିଲାତି ବାହାରୁ ଥିବାରୁ କୌଣସି ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ (ଫୁଡ୍‌ ପ୍ରୋସେସିଂ ୟୁନିଟ୍‌) ପ୍ରତିଷ୍ଠା କରି ବିଲାତି ସସ୍‌ ପ୍ରସ୍ତୁତ କରୁଥିବା କମ୍ପାନୀମାନଙ୍କୁ ସିଧାସଳଖ ବିକ୍ରି କରାଯାଇପାରନ୍ତା। ଏନେଇ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ପ୍ରତ୍ୟେକ ବର୍ଷ ଜମିବାଡ଼ିରେ ବିଲାତି ତୋଳା ହୋଇ ନ ପାରି ପଚୁଛି। ସେହିପରି ବିଭିନ୍ନ ହଷ୍ଟେଲକୁ ବିଲାତି ଯୋଗାଣ ହେଲେ ଛାତ୍ରୀଛାତ୍ରମାନେ ଭଲ ପରିବା ଖାଇବାକୁ ପାଇପାରିବେ ବୋଲି ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବିମ୍ବାଧର ବେହେରା ମତ ଦେଇଛନ୍ତି ।

ଏନେଇ ଉଦ୍ୟାନ ଉପନିର୍ଦ୍ଦେଶକ ଡ. ଜୟନ୍ତ ନାଏକ କହିଛନ୍ତି, ଏପିସି (ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟର) ଗୁଡ଼ିକ ଏହାର ମାର୍କେଟିଂ କରୁଛନ୍ତି। ଆଗରୁ ଚାଷୀ ନିଜେ ଚୟନ କରୁଥିଲେ। ଏବେ ବଜାରର ଚାହିଦାକୁ ଦେଖି ଚାଷ କରିବା ପାଇଁ ଏପିସିମାନେ ପଦକ୍ଷେପ ନେଉଛନ୍ତି। ଫଳରେ ଆଗକୁ ଅଭାବୀ ବିକ୍ରି ସମସ୍ୟା ହେବ ନାହିଁ। ସେହିପରି ବିଭିନ୍ନ ଛାତ୍ରାବାସକୁ ବିଲାତି ପଠାଇବା ଓ ପ୍ରୋସେସିଂ ୟୁନିଟ ସ୍ଥାପନା ନେଇ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି କହିଥିଲେ।

ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?