ସ୍ଲରି ପାଇପ ଲାଇନ କାମ ବନ୍ଦ କଲା ବନ ବିଭାଗ

କେନ୍ଦୁଝର, ୨୬ା୧୨(ସ୍ବ.ପ୍ର.):କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଏନ୍‌ଏଚ୍‌-୨୦ କଡ଼ରେ ନରଣପୁର ସଂରକ୍ଷିତ ଜଙ୍ଗଲରେ ସ୍ଲରି ପାଇପ ଲାଇନ ବିଛାଯାଉଥିବାରୁ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଛି। ବହୁ ପରିମାଣରେ ଶାଳ ଅନ୍ୟାନ୍ୟ କିସମର ଗଛ କଟାଯାଉଛି। ମେଶିନରେ ଗଛ ଓପାଡ଼ି ମାଟିରେ ପୋତି ଦିଆଯାଇଥିବା ବେଳେ ଅନେକ ଗଛ ଅସୁରକ୍ଷିତ ଅବସ୍ଥାରେ ରହିଛି। ଏନେଇ ବାରମ୍ବାର ଅଭିଯୋଗ ପରେ ବନ ବିଭାଗ ରବିବାର ପାଇପ୍‌ ବିଛା କାମ ବନ୍ଦ କରିଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ପ୍ରକାଶ ଯେ, ବଡ଼ବିଲଠାରୁ ପାରାଦୀପକୁ ଲୁହାପଥର ଗୁଣ୍ଡ ପରିବହନ ପାଇଁ ସ୍ଲରି ପାଇପ ବିଛାଇବା କାମ ଚାଲିଛି। ପାଇପ ରାସ୍ତାଠାରୁ ନିର୍ଦ୍ଦିଷ୍ଟ ଦୂରତ୍ୱରେ ବିଛାଇବାକୁ ଅନୁମତି ମିଳିଛି। ଏଥିପାଇଁ ଜଙ୍ଗଲ ବିଭାଗର ଅନୁମତି ମିଳିବା ପରେ ଓଡ଼ିଶା ବନ ଉନ୍ନୟନ ନିଗମ ଦ୍ୱାରା ଗଛକଟା ସରିବା ପରେ ପାଇପ ବିଛା କାମ ଆରମ୍ଭ ହୋଇଥିଲା। ତେବେ ସ୍ଲରିପାଇପ ଲାଇନ ବିଛାଇବା ସମୟରେ ସମସ୍ତ ନୀତିନିୟମକୁ ଉଲ୍ଲଂଘନ କରି ଠିକାସଂସ୍ଥା ବହୁ ପୁରାତନ ଶାଳ ଏବଂ ଅନ୍ୟାନ୍ୟ ଗଛ ମୂଳରୁ ଉପାଡ଼ି ପୋତିଦେଉଛି। ନରଣପୁର ସଂରକ୍ଷିତ ଜଙ୍ଗଲ ଘଞ୍ଚ ହୋଇଥିବାରୁ ଏଠାରେ ବର୍ଷତମାମ ହାତୀ ଚଳପ୍ରଚଳ ରହିଥାଏ। ଉକ୍ତ ଅଞ୍ଚଳରେ ରାସ୍ତା ପାର ହୋଇ ହାତୀ ଯାତାୟାତ କରିଥାନ୍ତି। ଏଣୁ ଉକ୍ତ ସ୍ଥାନରେ ବନ ବିଭାଗ ପକ୍ଷରୁ ସତର୍କତା ଫଳକ ଲଗାଯିବା ସହ ନିରୀକ୍ଷଣ କରିବାକୁ କ୍ୟାବିନ୍‌ ନିର୍ମାଣ କରାଯାଇଛି। ଜଙ୍ଗଲ ନଷ୍ଟ ହେବା ଦ୍ୱାରା ହାତୀ ଚଲାପଥ କ୍ଷତିଗ୍ରସ୍ତ ହେବା ସହ ବନ୍ୟପ୍ରାଣୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଏ ସମ୍ପର୍କରେ ସଦର ରେଞ୍ଜର ବିଜୟ ମହାନ୍ତ କହିଛନ୍ତି, ଖବର ପାଇବା ପରେ ଫରେଷ୍ଟରଙ୍କୁ ପଠାଇ କାମ ବନ୍ଦ କରାଯାଇଛି। କାମ କରୁଥିବା ସଂସ୍ଥାକୁ ଡକାଯାଇଛି। କୌଣସି ଅନିୟମିତତା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂର୍ବରୁ ଆବଶ୍ୟକ ଜାଗା ଚିହ୍ନଟ କରାଯିବା ସହ କଟାଯିବାକୁ ଥିବା ଗଛ ଗଣନା କରାଯାଇ କଟାଯାଇଥିଲା। କେତେକ ଛୋଟ ଛୋଟ ଗଛକୁ ସୁରକ୍ଷିତ ଭାବେ ଉଠାଇ ନେଇ ଅନ୍ୟତ୍ର ଲଗାଯାଇଥିଲା। ଏବେ ବିନା ଅନୁମତିରେ କିଭଳି ଗଛ କଟାଯାଇ ମାଟି ତଳେ ଚପାଇ ଦେବାକୁ ଉଦ୍ୟମ କରାଯାଇଛି। ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି ବୋଲି ପରିବେଶବିତ୍‌ ପ୍ରଦୀପ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସର୍ବକନିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହୋଇ ବିଶ୍ୱରେକର୍ଡ

ନୂଆଦିଲ୍ଲୀ, ୧୮।୮: ଭାରତୀୟ ବଂଶୋଦ୍ଭବ ଦୁବାଇର ୧୬ ବର୍ଷୀୟ ଲକ୍ଷ୍ମଣନ୍‌ ମେୟାପ୍ପନ ବିଶ୍ୱର ସବୁଠାରୁ କନିଷ୍ଠ ପୁରୁଷ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ)ହେବାର ଗୌରବ ଅର୍ଜନ କରିଛନ୍ତି। ମାତ୍ର…

ମୁରଥଲ ଢାବାରେ ରୋବଟ୍ ୱେଟର! ଗ୍ରାହକଙ୍କୁ ପରଷୁଛି ମନପସନ୍ଦର ଖାଦ୍ୟ

ମୁରଥଲ,୧୮।୮: ସ୍ବାଦିଷ୍ଟ ଗରମ ପରଠା ଏବଂ ପାରମ୍ପରିକ ଖାଦ୍ୟ ପାଇଁ ପ୍ରସିଦ୍ଧ ହରିୟାଣାର ମୁରଥଲ ଏବେ ଚର୍ଚ୍ଚାରେ । ଏଠାରେ ଥିବା ‘ରେଶମ ଢାବା’ରେ ଗ୍ରାହକମାନଙ୍କୁ ଏକ…

ତାମିଲନାଡୁ ମନ୍ତ୍ରୀଙ୍କ ଏମିତି କଥାରେ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୮।୮: ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ତାମିଲନାଡୁ ବିଧାନସଭାରେ ତାଙ୍କର ଜଣେ ମନ୍ତ୍ରୀଙ୍କ ପକ୍ଷରୁ କ୍ଷମା ମାଗିବାକୁ ପଡିଲା। ତାମିଲନାଡୁ ମନ୍ତ୍ରୀ ରଞ୍ଜିତ କୁମାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ…

ସାନଖେମୁଣ୍ଡିରେ ଲୋକଙ୍କ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ୪୭ ହଜାର…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

ହ୍ରାସ ପାଇଛି ଟ୍ରମ୍ପଙ୍କ ଲୋକପ୍ରିୟତା; ଇରାନ ସହିତ ସମ୍ଭାବ୍ୟ ଯୁଦ୍ଧ ଯୋଗୁ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଏକ ରଏଟର୍ସ/ଇପସୋସ ସର୍ଭେରୁ ଜଣାପଡିଛି ଯେ 33% ଉତ୍ତରଦାତା ଟ୍ରମ୍ପଙ୍କ…

ଭାରତର ନିର୍ବାଚନ ପ୍ରକ୍ରିୟାକୁ ତାରିଫ କଲେ ଟ୍ରମ୍ପ, ଜ୍ଞାନେଶ କୁମାରଙ୍କ ନାମ ନେଇ ବଡ଼ କଥା କହିଲେ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଆମେରିକାରେ କଠୋର ଭୋଟିଂ ନିୟମ ଏବଂ ‘ସେଭ ଆମେରିକା ଆକ୍ଟ’ କାର୍ଯ୍ୟକାରୀ କରିବାକୁ…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri