ଡିଭାଇଡରକୁ ବେଆଇନ ଭାବେ ଭାଙ୍ଗି ଚଳପ୍ରଚଳ

ଡେରାବିଶ,୫।୭(ସ୍ବ.ପ୍ର.): ଚଣ୍ଡିଖୋଲଠାରୁ ପାରାଦୀପ ଯାଏ ଯାଇଥିବା ୫୩ ନଂ. (କ) ଜାତୀୟ ରାଜପଥର ଡେରାବିଶ ବ୍ଲକ ପଞ୍ଚୁପାଣ୍ଡବଠାରୁ ଅଁଳାବାଙ୍କ ମଧ୍ୟରେ ରାଜପଥରେ ଥିବା ଡିଭାଇଡରକୁ ବ୍ୟବସାୟ ନିମନ୍ତେ ବେଆଇନ ଭାବେ ଭାଙ୍ଗି ଦେବାରୁ ଏହି ସ୍ଥାନରେ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଏହି ରାଜପଥର ଛତା ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ଦୀର୍ଘଦିନ ହେବ ଡିଭାଇଡର ଭଙ୍ଗାଯାଇ ଯାନବାହନ ପମ୍ପକୁ ଯିବାଆସିବା କରୁଛି। ପେଟ୍ରୋଲ ପମ୍ପରେ ତେଲ ପକାଇ ରାସ୍ତାର ଅପରପାର୍ଶ୍ୱକୁ ଗାଡ଼ିଚାଳକ ଆସୁଥିବା ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ଦୁର୍ଘଟଣାରେ ବିଭିନ୍ନ ସମୟରେ ବହୁ ଧନଜୀବନ ହାନି ହୋଇଥିଲେ ମଧ୍ୟ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥାର କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ନୀରବ ରହିଛନ୍ତି। ସେହିପରି ରାସ୍ତା ପାର୍ଶ୍ୱରେ ବିଭିନ୍ନ ହୋଟେଲ ଓ ଛୋଟ ଛୋଟ ବ୍ୟବସାୟ ପ୍ରତିଷ୍ଠାନର ମାଲିକମାନେ ଡିଭାଇଡରକୁ କାଟି ସେମାନଙ୍କର ବ୍ୟବସାୟ ବୃଦ୍ଧି କରୁଛନ୍ତି। ଏ ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଥିବା ନେଇ ବରିଷ୍ଠ ଆଇନଜୀବୀ ବିଧୁଭୂଷଣ ମହାପାତ୍ର ପ୍ରକାଶ କରିଛନ୍ତି। ବେଆଇନ ଭାବେ ଡିଭାଇଡରକୁ କଟାଯାଇ ରାସ୍ତା କରାଯାଇଥିବା ସ୍ଥାନକୁ ରାଜପଥ କର୍ତ୍ତୃପକ୍ଷ ତୁରନ୍ତ ବନ୍ଦ କରିବାକୁ ମହାପାତ୍ର ଦାବି କରିଛନ୍ତି। ଏ ବିଷୟରେ କେନ୍ଦ୍ରାପଡ଼ା ଆଞ୍ଚଳିକ ପରିବହନ ଅଧିକାରୀ ନିଖିଳ ପଟ୍ଟନାୟକଙ୍କୁ ଯୋଗାଯୋଗ କରାଯାଇଥିଲା। ସେ କହିଲେ, ଏ ବିଷୟରେ ରାଜପଥ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଜଣାଇଛନ୍ତି। ତେବେ ରାଜପଥ ବିଭାଗ ତରଫରୁ ଯଦି କୌଣସି ପଦକ୍ଷେପ ନିଆନଯାଏ, ପରିବହନ ବିଭାଗ ପକ୍ଷରୁ ବେଆଇନ ଭାବେ ଡିଭାଇଡର କାଟୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଟ୍ଟନାୟକ କହିଛନ୍ତି। ସୂଚନାଯୋଗ୍ୟ, ପାରାଦ୍ୱୀପଠାରୁ ଚଣ୍ଡିଖୋଲ ଯାଏ ଏହି ରାଜପଥକୁ ଦୁଇଲେନ୍‌ କରାଯାଇଥିବା ବେଳେ ଦୈନିକ ଶହଶହ ସଂଖ୍ୟାରେ ଲୁହାପଥର ବୋଝେଇ ଟ୍ରକ୍‌ ଓ ଅନ୍ୟ ଯାନବାହନ ଚଳାଚଳ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ, ଗିରଫ ହେଲେ ନାବାଳକ ଅଭିଯୁକ୍ତ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଶଙ୍କର ଜେନାଙ୍କୁ ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ…

ପୋତାଗଡ଼ରେ ନାହିଁ ପାନୀୟ ଜଳ ବ୍ୟବସ୍ଥା, ପର୍ଯ୍ୟଟକ ହନ୍ତସନ୍ତ

ଗଞ୍ଜାମ,୨୭।୯(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରୁ କିଛି ଦୂରରେ ରହିଛି ଐତିହାସିକ ପୋତାଗଡ଼ । ଏହି ପୁରାତନ ବ୍ରିଟିଶ ଅମଳର ପୋତାଗଡ଼ ଦୁର୍ଗକୁ ଦେଖିବା ପାଇଁ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?