ଖରିଫ ଚାଷ ପାଇଁ ସାର ନାହିଁ

କେନ୍ଦ୍ରାପଡ଼ା ଅଫିସ, ୯ା୭:କେନ୍ଦ୍ରାପଡ଼ା ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି। ଚାଷୀ ତଳି ପକାଇ ରୋଇବାକୁ ଅପେକ୍ଷା କରିଥିବାବେଳେ ସାର ଯୋଗାଣ ସମସ୍ୟା ସୃଷ୍ଟି କରିଛି। ଆବଶ୍ୟକ ସାର ଯୋଗାଣ ହେଉ ନ ଥିବାରୁ ଚାଷୀ ବଜାରରୁ ଚଢ଼ା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ଏହା ଖରିଫ ଚାଷ ଉପରେ ପ୍ରଭାବ ପକାଇବ ବୋଲି ଚାଷୀ ଓ କୃଷକନେତାମାନେ ମତ ଦେଇଛନ୍ତି।
କୃଷକନେତା ଗୟାଧର ଧଳ କହିଛନ୍ତି, ଜିଲାରେ୧,୪୨,୧୬୫ ହେକ୍ଟରରୁ ଚଳିତବର୍ଷ ୧,୧୭,୫୫୪ ହେକ୍ଟର ଜମିରେ ଖରିଫ ଚାଷ ହେଉଛି। ଏଥିପାଇଁ କେବଳ ୟୁରିଆ ସାର ୯,୫୦୦ ମେଟ୍ରିକ ଟନ୍‌ ଆବଶ୍ୟକ ଅଛି। କେନ୍ଦ୍ରାପଡ଼ା ବ୍ଲକରେ ୯୦୦ ମେଟ୍ରିକ୍‌ ଟନ୍‌ ୟୁରିଆ ଆବଶ୍ୟକ ବେଳେ ଡେରାବିଶ ବ୍ଲକ ଅଞ୍ଚଳ ପାଇଁ ୫୮୫ ମେଟ୍ରିକ୍‌ ଟନ୍‌ ଦରକାର। ସେହିପରି ମାର୍ଶାଘାଇ ବ୍ଲକରେ ୩୧୮, ମହାକାଳପଡାରେ ୧୨୭୦, ଗରଦପୁରରେ ୪୨୦, ପଟ୍ଟାମୁଣ୍ଡାଇରେ ୫୪୫, ଆଳିରେ ୩୧୧, ରାଜକନିକାରେ ୧୦୩୦ ଓ ରାଜନଗର ବ୍ଲକରେ ୧୧୨୧ ମେଟ୍ରିକ୍‌ ଟନ୍‌ ୟୁରିଆ ସାରର ଆବଶ୍ୟକତା ଅଛି। ଏଥିସହ ଅନ୍ୟାନ୍ୟ ସାର ସହ ମୋଟ ୧୪,୪୦୦ ମେଟ୍ରିକ୍‌ ଟନ୍‌ ସାର ଆବଶ୍ୟକ। ତେବେ ଅଦ୍ୟାବଧି ଜିଲାର ୧୧୪ଟି ପ୍ରାଥମିକ କୃଷି ସେବା ସମବାୟ ଓ ୩୧୧ଟି ପଞ୍ଜୀକୃତ ରାସାୟନିକ ସାର ବିକ୍ରୟ କେନ୍ଦ୍ରରେ ସାର ପହଞ୍ଚତ୍ ନାହିଁ। ଫଳରେ ଚଳିତ ବର୍ଷର ଖରିଫ ଚାଷ ଉପରେ ଏହାର ପ୍ରଭାବ ପଡିବ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। କୃଷକ ନେତା ଘନଶ୍ୟମ ବେହେରା କହିଛନ୍ତି, ସାରର ଅଭାବ ବଜାର ଦରକୁ ଅଧିକ ବଢ଼ାଉଛି। ରାଜ୍ୟ ଓ କେନ୍ଦ୍ର ସରକାର କୃଷିକୁ ଗୁରୁତ୍ୱ ଦେଉଛନ୍ତି। ଚଳିତ ସାମୁଦ୍ରିକ ଝଡ ୟାସ୍‌ ପରେ ପ୍ରଭାବିତ ଜିଲା ପାଇଁ ସ୍ବତନ୍ତ୍ର ଯୋଜନା ସହ ଅର୍ଥ ପ୍ରଦାନ କରୁଛନ୍ତି। ତେବେ ପ୍ରଶାସନିକସ୍ତରରେ ଏହାର ବିପରୀତ ଦେଖିବାକୁ ମିଳୁଛି। ଉପଯୁକ୍ତ ସମୟରେ ସାର, ବିହନ, ଔଷଧ ଯୋଗାଇ ଦେଉ ନ ଥିବା ସମୟରେ ଏହା କେବଳ କାଗଜପତ୍ରରେ ସୀମିତ ହୋଇଛି। ଚଳିତ ବର୍ଷ ଚାଷ ଆରମ୍ଭରୁ ସାରର ଅଭାବ କୃଷକଙ୍କ ମନବଳ ଭାଙ୍ଗି ଦେଇଛି। କରୋନା ସଂକ୍ରମଣ ପାଇଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ସାରର ଅଭାବ ଅଧିକ କ୍ଷତି କରିବ ବୋଲି ସେ ମତ ଦେଇଛନ୍ତି। ବଗଡା ଗ୍ରାମର ଚାଷୀ ମୃତ୍ୟୁଞ୍ଜୟ ସାମଲ କହିଛନ୍ତି, ଚଳିତ ବର୍ଷ ୩ ଏକର ଖରିଫ ଧାନ ଚାଷ ପାଇଁ ପ୍ରସ୍ତୁତ ହୋଇଛି। ଏଥିପାଇଁ ଗତ ବାତ୍ୟା ସମୟରେ ତଳି ପ୍ରସ୍ତୁତି ହୋଇଛି। ତେବେ ସାରର ଅଭାବ ଯୋଗୁ ତଳି ରୁଆଯାଇ ପାରୁନାହିଁ। ୟୁରିଆ ଦର ସାଧାରଣରେ ୨୭୦ ଟଙ୍କା ଥିବା ବେଳେ ବଜାରରେ ବସ୍ତା ପିଛା ୪୮୦ ଟଙ୍କା ବ୍ୟବସାୟୀ କହୁଛନ୍ତି। ଏ ସମ୍ପର୍କରେ ଜିଲା କୃଷି ଉପ ନିର୍ଦ୍ଦେଶକ ଅଶୋକ ମହାସୁଆର କହିଛନ୍ତି, ଅଧିକ ସାର ପାଇଁ ପ୍ରସ୍ତାବ ଦିଆଯାଇଛି। ଅଦ୍ୟାବଧି ୬ ମେଟ୍ରିକ ଟନ୍‌ ଜିଲାକୁ ଆସିଛି। ଆସନ୍ତା ସପ୍ତାହ ସୁଦ୍ଧା ସାରର ଅଭାବ ଦୂର ହେବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

କଲ୍ୟାଣସିଂହପୁର ଜଗନ୍ନାଥ କଲୋନିରେ ଚାଲିଛି ଗଣେଶ ପୂଜା ପ୍ରସ୍ତୁତି, ସ୍ଥାପନ ହେ

​କଲ୍ୟାଣସିଂହପୁର,୩୦।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାସ୍ଥିତ ଜଗନ୍ନାଥ କଲୋନିଠାରେ ଆଗାମୀ ଗଣେଶ ପୂଜା ନିମନ୍ତେ ରବିବାର ବିଧିବଦ୍ଧ ଭାବେ ଭୂମି ପୂଜା…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri