ବ୍ରାହ୍ମଣୀରେ ଲୁଚକାଳି ଖେଳ

ପଟ୍ଟାମୁଣ୍ଡାଇ,୫।୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନାୟାଡ଼ିଆ ଗ୍ରାମର ଲୋକେ ରବିବାର ମଧ୍ୟାହ୍ନରେ ବ୍ରାହ୍ମଣୀ ନଦୀରେ ଦେଖିବାକୁ ପାଇଥିଲେ ରୋଚକ ଦୃଶ୍ୟ, ଯେଉଁଥିରେ ଏକ ମୂର୍ତ୍ତି ଚୋରି ଘଟଣାର ଅଭିଯୁକ୍ତ ପାଣିରେ ବୁଡ଼ି ବୁଡ଼ି ପୋଲିସକୁ ଚକମା ଦେଖାଉଥିଲେ। ଦେଢ଼ଘଣ୍ଟାର ଉଦ୍ୟମ ପରେ ଅଭିଯୁକ୍ତଙ୍କୁ ଧରାଯାଇଥିଲା। ସେ ହେଲେ ନାୟାଡ଼ିଆ ଗ୍ରାମର ଭରତ ମଲ୍ଲିକ।
ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ଫାଣ୍ଡି ଅନ୍ତର୍ଗତ ଦାଣ୍ଡିସାହି ଗ୍ରାମର ରାମମନ୍ଦିରରୁ ଶୁକ୍ରବାର ରାତିରେ ରାମ, ଲକ୍ଷ୍ମଣ, ସୀତା ମୂର୍ତ୍ତି ସହ ଅଳଙ୍କାର ଓ କିଛି ପୂଜା ସାମଗ୍ରୀ ଚୋରି ହୋଇଯାଇଥିଲା। ଗ୍ରାମବାସୀଙ୍କ ପକ୍ଷରୁ ରଶ୍ମିରଞ୍ଜନ ରାଉତ ଶନିବାର ଚଉଦକୁଲାଟ ଫାଣ୍ଡିରେ ଅଭିଯୋଗ କରିଥିଲେ। ଏହି ଚୋରି ପଛରେ ଆନ୍ତଃଜିଲା ମୂର୍ତ୍ତିଚୋର ରାକେଟ୍‌ର ସମ୍ପୃକ୍ତି ନେଇ ଚର୍ଚ୍ଚା ହୋଇଥିଲାବେଳେ ପଟ୍ଟାମୁଣ୍ଡାଇ ଥାନାରେ ୪୧୧/୨୦୨୧ରେ ଏକ ମାମଲା ରୁଜୁ ହୋଇଥିଲା। ଆଇଆଇସି ରାକେଶ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଚଉଦକୁଲାଟ ଫାଣ୍ଡି ଅଧିକାରୀ ବିଲ୍ବମଙ୍ଗଳ ସେଠୀ ଓ ଅନ୍ୟ ପୋଲିସ ଅଫିସରଙ୍କୁ ନେଇ ୨ଟି ଟିମ୍‌ ଗଠନ ହେବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ପେସାଦାର ମୂର୍ତ୍ତିଚୋରଙ୍କ ସମ୍ପର୍କରେ ବିଭିନ୍ନ ସୂତ୍ରରୁ ଖବର ସଂଗ୍ରହ କରାଯାଉଥିବାବେଳେ ଅଭିଯୁକ୍ତ ଭରତଙ୍କ ଘରୁ ଲୋକେ ରବିବାର ଚୋରି ହୋଇଥିବା ମୂର୍ତ୍ତି, ଅଳଙ୍କାର ଓ ଅନ୍ୟ ପୂଜା ସାମଗ୍ରୀ ଉଦ୍ଧାର କରିଥିଲେ। ଖବର ପାଇ ପୋଲିସ ନାୟାଡ଼ିଆ ଗ୍ରାମକୁ ଯାଇଥିଲା। କିନ୍ତୁ ପୋଲିସକୁ ଦେଖି ଭରତ ଖସିଯିବା ପାଇଁ ବ୍ରାହ୍ମଣୀ ନଦୀକୁ ଡେଇଁ ପଡ଼ିଥିଲେ। ପୋଲିସ ଗ୍ରାମବାସୀଙ୍କ ସହାୟତାରେ ଦୁଇଟି ଡଙ୍ଗାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଜୋରଦାର ଉଦ୍ୟମ କରିଥିଲା। କିନ୍ତୁ ଭରତ ଦେଖାଇଥିଲେ ଲୁଚକାଳି ଖେଳ। ତାଙ୍କୁ ଧରିବାକୁ ଗଲାବେଳକୁ ସେ ପାଣିରେ ବୁଡ଼ି ଲୁଚି ଯିବା ସହ ପହଁରି ପହଁରି ଏପାଖସେପାଖ ହୋଇଯାଉଥିଲେ। ଶେଷରେ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀର ସହାୟତା ନିଆଯାଇଥିଲା। ଯୋଜନାବଦ୍ଧ ଭାବେ ତିନି ପଟୁ ଘେରି ଭରତଙ୍କୁ କାବୁ କରାଯାଇଥିଲା। ତାଙ୍କୁ ସୋମବାର କୋର୍ଟଚାଲାଣ କରାଯିବ ବୋଲି ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସନ୍ଧ୍ୟାରାଣୀ ବେହୁରିଆ ଖବରଦାତା ସମ୍ମିଳନୀରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

୨ବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌. ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ): ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଦୁଇ ବର୍ଷିଆ ବି.ଏଡ୍‌., ଏମ୍‌.ଏଡ୍‌. ଏବଂ ବି.ଏଚ୍‌.ଏଡ୍‌. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri