ବ୍ରାହ୍ମଣୀରେ ଲୁଚକାଳି ଖେଳ

ପଟ୍ଟାମୁଣ୍ଡାଇ,୫।୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନାୟାଡ଼ିଆ ଗ୍ରାମର ଲୋକେ ରବିବାର ମଧ୍ୟାହ୍ନରେ ବ୍ରାହ୍ମଣୀ ନଦୀରେ ଦେଖିବାକୁ ପାଇଥିଲେ ରୋଚକ ଦୃଶ୍ୟ, ଯେଉଁଥିରେ ଏକ ମୂର୍ତ୍ତି ଚୋରି ଘଟଣାର ଅଭିଯୁକ୍ତ ପାଣିରେ ବୁଡ଼ି ବୁଡ଼ି ପୋଲିସକୁ ଚକମା ଦେଖାଉଥିଲେ। ଦେଢ଼ଘଣ୍ଟାର ଉଦ୍ୟମ ପରେ ଅଭିଯୁକ୍ତଙ୍କୁ ଧରାଯାଇଥିଲା। ସେ ହେଲେ ନାୟାଡ଼ିଆ ଗ୍ରାମର ଭରତ ମଲ୍ଲିକ।
ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ଫାଣ୍ଡି ଅନ୍ତର୍ଗତ ଦାଣ୍ଡିସାହି ଗ୍ରାମର ରାମମନ୍ଦିରରୁ ଶୁକ୍ରବାର ରାତିରେ ରାମ, ଲକ୍ଷ୍ମଣ, ସୀତା ମୂର୍ତ୍ତି ସହ ଅଳଙ୍କାର ଓ କିଛି ପୂଜା ସାମଗ୍ରୀ ଚୋରି ହୋଇଯାଇଥିଲା। ଗ୍ରାମବାସୀଙ୍କ ପକ୍ଷରୁ ରଶ୍ମିରଞ୍ଜନ ରାଉତ ଶନିବାର ଚଉଦକୁଲାଟ ଫାଣ୍ଡିରେ ଅଭିଯୋଗ କରିଥିଲେ। ଏହି ଚୋରି ପଛରେ ଆନ୍ତଃଜିଲା ମୂର୍ତ୍ତିଚୋର ରାକେଟ୍‌ର ସମ୍ପୃକ୍ତି ନେଇ ଚର୍ଚ୍ଚା ହୋଇଥିଲାବେଳେ ପଟ୍ଟାମୁଣ୍ଡାଇ ଥାନାରେ ୪୧୧/୨୦୨୧ରେ ଏକ ମାମଲା ରୁଜୁ ହୋଇଥିଲା। ଆଇଆଇସି ରାକେଶ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଚଉଦକୁଲାଟ ଫାଣ୍ଡି ଅଧିକାରୀ ବିଲ୍ବମଙ୍ଗଳ ସେଠୀ ଓ ଅନ୍ୟ ପୋଲିସ ଅଫିସରଙ୍କୁ ନେଇ ୨ଟି ଟିମ୍‌ ଗଠନ ହେବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ପେସାଦାର ମୂର୍ତ୍ତିଚୋରଙ୍କ ସମ୍ପର୍କରେ ବିଭିନ୍ନ ସୂତ୍ରରୁ ଖବର ସଂଗ୍ରହ କରାଯାଉଥିବାବେଳେ ଅଭିଯୁକ୍ତ ଭରତଙ୍କ ଘରୁ ଲୋକେ ରବିବାର ଚୋରି ହୋଇଥିବା ମୂର୍ତ୍ତି, ଅଳଙ୍କାର ଓ ଅନ୍ୟ ପୂଜା ସାମଗ୍ରୀ ଉଦ୍ଧାର କରିଥିଲେ। ଖବର ପାଇ ପୋଲିସ ନାୟାଡ଼ିଆ ଗ୍ରାମକୁ ଯାଇଥିଲା। କିନ୍ତୁ ପୋଲିସକୁ ଦେଖି ଭରତ ଖସିଯିବା ପାଇଁ ବ୍ରାହ୍ମଣୀ ନଦୀକୁ ଡେଇଁ ପଡ଼ିଥିଲେ। ପୋଲିସ ଗ୍ରାମବାସୀଙ୍କ ସହାୟତାରେ ଦୁଇଟି ଡଙ୍ଗାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଜୋରଦାର ଉଦ୍ୟମ କରିଥିଲା। କିନ୍ତୁ ଭରତ ଦେଖାଇଥିଲେ ଲୁଚକାଳି ଖେଳ। ତାଙ୍କୁ ଧରିବାକୁ ଗଲାବେଳକୁ ସେ ପାଣିରେ ବୁଡ଼ି ଲୁଚି ଯିବା ସହ ପହଁରି ପହଁରି ଏପାଖସେପାଖ ହୋଇଯାଉଥିଲେ। ଶେଷରେ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀର ସହାୟତା ନିଆଯାଇଥିଲା। ଯୋଜନାବଦ୍ଧ ଭାବେ ତିନି ପଟୁ ଘେରି ଭରତଙ୍କୁ କାବୁ କରାଯାଇଥିଲା। ତାଙ୍କୁ ସୋମବାର କୋର୍ଟଚାଲାଣ କରାଯିବ ବୋଲି ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସନ୍ଧ୍ୟାରାଣୀ ବେହୁରିଆ ଖବରଦାତା ସମ୍ମିଳନୀରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ନକଲି ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ ନାହିଁ’

ଭୁବନେଶ୍ୱର, ୧୦।୨(ବ୍ୟୁରୋ): ଚଳିତ ପଞ୍ଚାୟତ ନିର୍ବାଚନରେ ନକଲି ଏସ୍‌ସି, କେଉଟ, କୈବର୍ତ୍ତ, ଧୀବର ପ୍ରାର୍ଥୀଙ୍କୁ ଭୋଟ ନ ଦେବା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି...

ପଦ୍ମପୁର ଉପନିର୍ବାଚନ: ୪ର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ୮୧୭୯ ଭୋଟ୍‌ରେ ଆଗୁଆ

ବରଗଡ଼ ଅଫିସ,୮ା୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ୍‌ ଗଣତି ଗୁରୁବାର ସକାଳୁ ଆରମ୍ଭ ହୋଇଛି। ତେବେ ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥିନୀ ବର୍ଷା...

ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ଯୁବକ

ପାଟଣା,୨୭ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀଙ୍କୁ ମାଡ଼ ମାରିଥିବା ଘଟଣାରେ ପାଟଣା ପୋଲିସ ଫେରାର ଥିବା ଅଭିଯୁକ୍ତଙ୍କୁ ବୁଧବାର ଗିରଫ...

ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦୁଇ ଛାତ୍ରୀଙ୍କ ସହାୟତା

ଆନନ୍ଦପୁର,୨୮। ୪(ସ୍ବ.ପ୍ର.)-କୋଭିଡ-୧୯ର ମୁକାବିଲା ପାଇଁ ମଙ୍ଗଳବାର ଘସିପୁରା ଠାରେ ଥିବା ବାଲ ଶିକ୍ଷା ସଂସ୍ଥାନର ୫ମ ଶ୍ରେଣୀ ଛାତ୍ରୀ ଇପ୍ସୀତା ବେହେରା ୭୨୦୦ ଟଙ୍କା ପ୍ରଧାନ...

ଗଞ୍ଜାମରୁ ଆନ୍ଧ୍ର, ଖୋର୍ଦ୍ଧା, ପୁରୀ ସାମୀ ସିଲ୍‌ : ୨୪ ଘଣ୍ଟିଆ ଯାଞ୍ଚ, ସିସିଟିଭି ବ୍ୟବସ୍ଥା

ଛତ୍ରପୁର, ୧୮।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଞ୍ଜାମର ଆନ୍ଧ୍ର, ଖୋର୍ଦ୍ଧା, ପୁରୀ ଜ଼ିଲା ସୀମାକୁ ସିଲ୍‌ କରାଯାଇଛି। ଜିଲାପାଳ ବୁଜୟ ଅମୃତ କୁଲାଙ୍ଗେଙ୍କ...

ନିଃଶୁଲ୍କ ଅସ୍ଥି, ମେରୁଦଣ୍ଡ ଚିକିତ୍ସା ଶିବିର

ସିନାପାଲି,୨୪।୯(ଡି.ଏନ.ଏ.) ନୂଆପଡା ଜିଲା ସିନାପାଲିସ୍ଥିତ ଅଗ୍ରସେନ ଭବନଠାରେ ମାରୱାଡି ଯୁବାମଞ୍ଚ ଶାଖା ପକ୍ଷରୁ ଦିନିକିଆ ନିଃଶୁଲ୍କ ଅସ୍ଥି ଓ ମେରୁଦଣ୍ଡ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।...

ମହାନାଳ ସଫେଇ କାର୍ଯ୍ୟ ତଦାରଖ

ବାଲେଶ୍ୱର ଅଫିସ, ୨୪।୬-ବାଲେଶ୍ୱର ସହରରେ ମହାନାଳ ସମେତ ବିଭିନ୍ନ ନାଳଗୁଡିକ ପୋତି ହୋଇଯାଇଥିବାରୁ ବର୍ଷା ହେବାମାତ୍ରେ ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥାଏ। ଏହାକୁ ନେଇ...

ବାଜିବନି ଡିଜେ, ଫୁଟିବନି ବାଣ

ନୟାଗଡ଼ ଅଫିସ/ ରଣପୁର,୧୭।୩(ସ୍ବ.ପ୍ର.): ଶୁକ୍ରବାର ରାତିରେ ରଣପୁର ବ୍ଲକ ଚାନ୍ଦପୁରରେ ହେବ ଦଶଦୋଳ ମେଳଣ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏତିକି ବେଳେ ଗୁରୁବାର...

Advertisement
Archives

Model This Week