ରୋଜଗାର ଯୋଗାଉଛି କଡ଼କନାଥ

କେନ୍ଦ୍ରାପଡା ଅଫିସ, ୫।୭: ବିପଦ ଆପଦରେ ଗୋଟିଏ କଡକନାଥ କୁକୁଡା ବିକିଲେ ୭୦୦ରୁ ୯୦୦ଟଙ୍କା ମିଳିଯାଉଛି। ପିଲାଙ୍କ ପଢ଼ା ଖର୍ଚ୍ଚ ହେଉ ଅଥବା ଔଷଧ କିଣିବା, ପରିବାରର ଆର୍ଥିକ ବ୍ୟବସ୍ଥାରେ ଏହି କୁକୁଡା ସହାୟକ ହେଉଛି। ଏବେ ଘରେ ୧୨ଟି କୁକୁଡା ଅଛି। ଆଗକୁ ଅଧିକ ପାଳିବା ପାଇଁ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରାଯାଉଛି ବୋଲି ରାଜନଗରର ପ୍ରତିମା ସ୍ବାଇଁ କହିଛନ୍ତି। ମଧ୍ୟପ୍ରଦେଶର ଝାବୁଆ ଜିଲାରେ ବହୁଳ ଭାବେ ପ୍ରତିପାଳିତ ହେଉଥିବା ଏହି କଡକନାଥ କୁକୁଡା ଏବେ କେନ୍ଦ୍ରାପଡ଼ା ଜିଲାର ପ୍ରବାସୀ ସହ ସ୍ବୟଂସହାୟକ ଗୋଷ୍ଠୀର ରୋଜଗାରର ମାଧ୍ୟମ ପାଲଟିଛି। କଡକନାଥ କୁକୁଡା ସାଧାରଣ କୁକୁଡାଠାରୁ ଟିକେ ଭିନ୍ନ। ଏହାର ମାଂସ ଓ ହାଡ କଳା। ଏଥିରେ ଭରପୂର କ୍ୟାଲିସିୟମ ରହିଥିବା ବେଳେ ଅନ୍ୟ କୁକୁଡାଠାରୁ କୋଲେଷ୍ଟେରଲ କମ। କୋଭିଡ୍‌-୧୯ ସମୟରେ ଏହି କୁକୁଡା ମାଂସ ରୋଗ ପ୍ରତିରୋଧକାରୀ ଭାବେ ଲୋକମାନେ ବ୍ୟବହାର କରୁଛନ୍ତି। ଫଳରେ ଚାଷୀ ଏହାକୁ ପାଳନ କରି ବେଶ୍‌ ଲାଭବାନ ହେଉଥିବା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର କହିଛନ୍ତି। ସେ କହିଛନ୍ତି, କଡକନାଥ ପାଳନ ଏବେ ଚାଷୀଙ୍କ ପାଇଁ ଅଧିକ ଆୟକାରୀ ସାବ୍ୟସ୍ତ ହୋଇଛି। ଏଥିରେ ବହୁ ଲୋକଙ୍କୁ କର୍ମନିଯୁକ୍ତି ମିଳିବା ସହ ଅନ୍ୟ କୁକୁଡାଠାରୁ ଅଧିକ ଉପାର୍ଜନ ଦେଉଛି। ଚାଷୀଙ୍କ ବରାଦ ମୁତାବକ ଚିଆଁ ଭୁବନେଶ୍ୱରରୁ ଅଣାଯାଇ ଯୋଗାଇ ଦିଆଯାଉଛି। ଏହାସହ କଡକନାଥ ପାଳନ ପାଇଁ ଜିଲାର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଓଡ଼ିଶା ଜୀବିକା ମିଶନର ଜିଲା ପରିଚାଳିକା ସତ୍ୟଭାମା ପ୍ରଧାନ କହିଛନ୍ତି, କରୋନା ସଂକ୍ରମଣ ପାଇଁ ଜିଲାକୁ ପ୍ରବାସୀମାନେ ଫେରି ଆସିଛନ୍ତି। ଏଥିସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏହି ଚାଷ ପ୍ରତି ଆଗ୍ରହ ଦେଖାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କଡକନାଥ ଚାଷ ପାଇଁ ଆଗ୍ରହୀ ଗୋଷ୍ଠୀଙ୍କୁ ୨ ଲକ୍ଷ ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉଛି। ଏହି ଚାଷରେ ୭ଟି ଗୋଷ୍ଠୀ ସଫଳ ହୋଇଥିବା ବେଳେ ଅନ୍ୟ କେତେକ ଗୋଷ୍ଠୀ ଏଥିପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ଓଡ଼ିଶାର କେନ୍ଦ୍ରାପଡ଼ା ସମେତ କୋରାପୁଟ, ରାୟଗଡ଼ା, ମାଲକାନଗିରି, କେଉଁଝର ଓ ଅନ୍ୟ ଜିଲାର ପ୍ରାୟ ୧୦ ହଜାର ପରିବାର ଏହି ଚାଷ ପ୍ରତି ଆଗ୍ରହ ଦେଖାଉଥିବା ଜିଲା ପରିଚାଳିକା ପ୍ରଧାନ କହିଛନ୍ତି। ରାଜନଗରର ପରମେଶ୍ୱର ସ୍ବାଇଁ କୁହନ୍ତି, ପୂର୍ବରୁ ସେ ପୁଣେରେ କାମ କରୁଥିଲେ। ୨୦୨୦ ଲକ୍‌ଡାଉନ ସମୟରେ ଘରକୁ ଆସିବା ପରେ ଜୁଲାଇଠାରୁ କଡକନାଥ ଚାଷ ଆରମ୍ଭ କରିଛି। ଏଥିପାଇଁ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଋଣ ନେଇଛି। ସାଧାରଣ ବଏଲର କୁକୁଡା ମାଂସ କେଜି ପ୍ରତି ୧୨୦ରୁ ୧୬୦ ମଧ୍ୟରେ ଥିବା ବେଳେ ଏହାର ମୂଲ୍ୟ କେଜି ପ୍ରତି ୪୦୦ରୁ ୪୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଚିଆଁ ୭୦ ଟଙ୍କାରେ କିଣା ଯାଇଥିବା ବେଳେ ଏହି ଜାତୀୟ କୁକୁଡା ମାତ୍ର ୨ ମାସରେ ଦେଢ଼ରୁ ୨ କିଲୋ ମାଂସ ମିଳୁଛି। ଏବେ ଫାର୍ମରେ ୫୦୦ କୁକୁଡା ରଖାଯାଇଛି। କେନ୍ଦ୍ରାପଡ଼ା ସହ ପାରାଦୀପ ଓ ଭୁବନେଶ୍ୱର, କଟକକୁ କୁକୁଡା ଚାଲାଣ ହେଉଛି। ସ୍ତ୍ରୀ କମଳା ସହ ଏହି ଫାର୍ମକୁ ପରିଚାଳନା କରୁଥିବା ବେଳେ ଏହାକୁ ଦେଖି ସ୍ଥାନୀୟ ଅଞ୍ଚଳରେ କଡକନାଥ ଚାଷ ବଢ଼ି ଚାଲିଥିବା ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?