କୋର୍ଟରେ ଗଡୁଛି ୨୧ ହଜାର ମାମଲା

କେନ୍ଦ୍ରାପଡ଼ା ଅଫିସ,୫।୭: କରୋନା କେନ୍ଦ୍ରାପଡ଼ା ଜିଲାବାସୀଙ୍କ ଜୀବନ ଓ ଜୀବିକା ଉପରେ ପ୍ରଭାବ ପକାଇଛି। ପ୍ରାୟ ଦେଢ଼ବର୍ଷ ଧରି ପ୍ରବାସୀ ଜିଲାକୁ ଫେରି କର୍ମନିଯୁକ୍ତି ସମସ୍ୟାରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳର ସାମୂହିକ ସମସ୍ୟାର ସମାଧାନ ପାଉନାହାନ୍ତି। ଏଥିସହ ବ୍ୟକ୍ତିଗତ ସମସ୍ୟାର ସମାଧାନ ହେଉ ନ ଥିବାରୁ ପାରିବାରିକ ଅଶାନ୍ତି ବଢ଼ୁଛି। ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ହେଉଥିଲା। ଜନଶୁଣାଣି ମାଧ୍ୟମରେ ସାମୂହିକ ସହ ବ୍ୟକ୍ତିଗତ ସମସ୍ୟାର ସମାଧାନ ହେଉଥିଲା। ତେବେ ୨୦୨୦ରେ ଲକ୍‌ ଡାଉନ ଆରମ୍ଭ ପରଠାରୁ ଏହା ବନ୍ଦ ରହିଛି। କରୋନା ପାଇଁ ପ୍ରଶାସନିକ ଅଧିକାରୀ କାର୍ଯ୍ୟାଳୟରେ ରହୁ ନ ଥିବାରୁ ଗୁହାରି କାହାକୁ କରିବେ ବୋଲି ଲୋକମାନେ ଏବେ ପ୍ରଶ୍ନ ଉଠାଇଛନ୍ତି। କୋର୍ଟରେ ୨୧ ହଜାରରୁ ଅଧିକ ମାମଲା ଗଡୁଥିବା କୁହାଯାଇଛି। ଏଥିପାଇଁ କର୍ମଚାରୀ ଅଭାବ ସମସ୍ୟାକୁ ଅଧିକ ଜଟିଳ କରୁଛି।
ରାଜନଗର ଥାନା ଅଞ୍ଚଳର ଜଣେ ଶିକ୍ଷୟିତ୍ରୀ କହିଛନ୍ତି, ଭିତରକନିକା ସଂଲଗ୍ନ ନିଜର କିଛି ସମ୍ପତ୍ତି ଅଛି। ଏହି ସମ୍ପତ୍ତିକୁ କେତେଜଣ ଚିଙ୍ଗୁଡି ବ୍ୟବସାୟୀ ଜବରଦଖଲ କରି ଘେରି କରିଛନ୍ତି। ଏ ନେଇ କିଛିଦିନ ପୂର୍ବେ ଥାନାରେ ଅଭିଯୋଗ ପରେ ଆଇଆଇସି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତେବେ ଥାନାରୁ ଫେରି ଅଭିଯୁକ୍ତମାନେ ଉଗ୍ର ହୋଇଛନ୍ତି। ସ୍ବାମୀଙ୍କୁ ମାଡ ମାରିବା ସହ ନିଜେ ଚଳାଉଥିବା ସ୍କୁଟିକୁ ଛଡାଇ ନେଇଛନ୍ତି। କରୋନା ସଂକ୍ରାନ୍ତୀୟ ଡାଟା ସଂଗ୍ରହ ପାଇଁ ଏବେ ସମସ୍ୟାରେ ଥିବା ବେଳେ ସ୍କୁଟି ଉଦ୍ଧାର ପାଇଁ ପୋଲିସ ଓ ଜିଲା ପ୍ରଶାସନର ଦ୍ୱାରସ୍ଥ ହେବାକୁ ଆସିଛନ୍ତି। ତେବେ କୌଣସି ପ୍ରଶାସନିକ ଅଧିକାରୀ କାର୍ଯ୍ୟାଳୟରେ ନ ଥିବାରୁ ଫେରି ଯାଉଛନ୍ତି। ବୁଦ୍ଧିଜୀବୀ ଆଶିଷ କୁମାର ଖଟୁଆ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ପ୍ରତିବର୍ଷ ଜନଶୁଣାଣିରେ ଅନୂ୍ୟନ ୨ ହଜାର ସାମୂହିକ ସମସ୍ୟା ଓ ୫ ହଜାର ବ୍ୟକ୍ତିଗତ ସମସ୍ୟା ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଆସୁଥିଲା। ଏଥିମଧ୍ୟରୁ କେତେଗୋଟି ସାମୂହିକ ଓ ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବା ନଜିର ରହିଛି। ଲୋକଙ୍କ ଦାବି ଫଳରେ ପ୍ରଶାସନିକ ଅଧିକାରୀ ଅଧିକ କର୍ମଚଞ୍ଚଳ ହେଉଥିଲେ। ଜନଶୁଣାଣି ବନ୍ଦ ଫଳରେ ସ୍ଥାନୀୟ ଅଞ୍ଚଳର ସମସ୍ୟା ବଢ଼ିଚାଲିଛି। ଆଇନଜୀବୀ ବିଭୂତି ଭୂଷଣ ସ୍ବାଇଁ କହିଛନ୍ତି, କରୋନା ସଂକ୍ରମଣ ପାଇଁ କୋର୍ଟରେ ମାମଲାଗୁଡିକ ଠିକ୍‌ ଭାବେ ପରିଚାଳନା ହୋଇପାରୁନାହିଁ। ଫଳରେ ଗ୍ରାମାଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଧିକ ଗୁରୁତର ହୋଇଛି। କେନ୍ଦ୍ରାପଡ଼ା ଜିଲା କୋର୍ଟ ଅଧୀନରେ ଗତ ୨୦୨୦ ଡିସେମ୍ବର ଶେଷ ସୁଦ୍ଧା ମୋଟ ୨୦, ୮୪୨ ମାମଲା ରହିଥିଲା। ଏଥିମଧ୍ୟରେ ସିଭିଲ କେସ୍‌ ୭,୪୪୮ ଥିବା ବେଳେ ୧୩,୩୯୪ଟି କ୍ରିମିନାଲ କେସ୍‌ ଅଛି। ବିଚାର ବିଭାଗ ପରିଚାଳନା ପାଇଁ ସାମାଜିକ ଦୂରତ୍ୱ ବାଧକ ହୋଇଛି। କେତେକ ମାମଲାର ପରିଚାଳନା ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ହେଉଥିଲେ ମଧ୍ୟ ତାହା ମହକିଲଙ୍କ ପାଇଁ ପର୍ଯ୍ୟାପ୍ତ ହେଉନାହିଁ। ଏହାଦ୍ୱାରା କୃଷିକ୍ଷେତ୍ରଠାରୁ ଆରମ୍ଭ କରି ସାମାଜିକ ଚଳଣିରେ ବ୍ୟାଘାତ ସୃଷ୍ଟି ହୋଇଛି। ଜନଶୁଣାଣି ସମ୍ପର୍କରେ ଏଡିଏମ୍‌ ବସନ୍ତ କୁମାର ରାଉତ କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ଅଦ୍ୟାବଧି କରୋନା ସଂକ୍ରମଣରୁ ମୁକ୍ତ ହୋଇନାହିଁ। ଜୀବନ ବଞ୍ଚାଇବାକୁ ଏବେ ଜିଲା ପ୍ରଶାସନ ପ୍ରାଥମିକତା ଦେଇଛି। ଏଥିସହ ସାମୂହିକ ଓ ବ୍ୟକ୍ତିଗତ ସମସ୍ୟା ସମ୍ପର୍କରେ ଜନଶୁଣାଣି ହେଉ ନ ଥିଲେ ମଧ୍ୟ କାର୍ଯ୍ୟାଳୟରେ ଏ ନେଇ ଆସୁଥିବା ଅଭିଯୋଗକୁ ଭିତ୍ତିକରି କାର୍ଯ୍ୟାନୁଷ୍ଠାନ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଆମ ପୋଲିସ-ଆମ ସାଥୀ ଅଭିଯାନ: ସାଇବର ସୁରକ୍ଷା ନେଇ ସଚେତନତା

ରାଇକିଆ,୧୩।୮: କନ୍ଧମାଳ ଜିଲା ପୋଲିସର ‘ଆମ ପୋଲିସ-ଆମ ସାଥୀ’ ଅଭିଯାନ ପକ୍ଷରୁ ରାଇକିଆ ବ୍ଲକ ସୁଗଡ଼ାବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ହୋଇଛି। ଥାନା ଅଧିକାରୀ…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri