କୋର୍ଟରେ ଗଡୁଛି ୨୧ ହଜାର ମାମଲା

କେନ୍ଦ୍ରାପଡ଼ା ଅଫିସ,୫।୭: କରୋନା କେନ୍ଦ୍ରାପଡ଼ା ଜିଲାବାସୀଙ୍କ ଜୀବନ ଓ ଜୀବିକା ଉପରେ ପ୍ରଭାବ ପକାଇଛି। ପ୍ରାୟ ଦେଢ଼ବର୍ଷ ଧରି ପ୍ରବାସୀ ଜିଲାକୁ ଫେରି କର୍ମନିଯୁକ୍ତି ସମସ୍ୟାରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳର ସାମୂହିକ ସମସ୍ୟାର ସମାଧାନ ପାଉନାହାନ୍ତି। ଏଥିସହ ବ୍ୟକ୍ତିଗତ ସମସ୍ୟାର ସମାଧାନ ହେଉ ନ ଥିବାରୁ ପାରିବାରିକ ଅଶାନ୍ତି ବଢ଼ୁଛି। ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ହେଉଥିଲା। ଜନଶୁଣାଣି ମାଧ୍ୟମରେ ସାମୂହିକ ସହ ବ୍ୟକ୍ତିଗତ ସମସ୍ୟାର ସମାଧାନ ହେଉଥିଲା। ତେବେ ୨୦୨୦ରେ ଲକ୍‌ ଡାଉନ ଆରମ୍ଭ ପରଠାରୁ ଏହା ବନ୍ଦ ରହିଛି। କରୋନା ପାଇଁ ପ୍ରଶାସନିକ ଅଧିକାରୀ କାର୍ଯ୍ୟାଳୟରେ ରହୁ ନ ଥିବାରୁ ଗୁହାରି କାହାକୁ କରିବେ ବୋଲି ଲୋକମାନେ ଏବେ ପ୍ରଶ୍ନ ଉଠାଇଛନ୍ତି। କୋର୍ଟରେ ୨୧ ହଜାରରୁ ଅଧିକ ମାମଲା ଗଡୁଥିବା କୁହାଯାଇଛି। ଏଥିପାଇଁ କର୍ମଚାରୀ ଅଭାବ ସମସ୍ୟାକୁ ଅଧିକ ଜଟିଳ କରୁଛି।
ରାଜନଗର ଥାନା ଅଞ୍ଚଳର ଜଣେ ଶିକ୍ଷୟିତ୍ରୀ କହିଛନ୍ତି, ଭିତରକନିକା ସଂଲଗ୍ନ ନିଜର କିଛି ସମ୍ପତ୍ତି ଅଛି। ଏହି ସମ୍ପତ୍ତିକୁ କେତେଜଣ ଚିଙ୍ଗୁଡି ବ୍ୟବସାୟୀ ଜବରଦଖଲ କରି ଘେରି କରିଛନ୍ତି। ଏ ନେଇ କିଛିଦିନ ପୂର୍ବେ ଥାନାରେ ଅଭିଯୋଗ ପରେ ଆଇଆଇସି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତେବେ ଥାନାରୁ ଫେରି ଅଭିଯୁକ୍ତମାନେ ଉଗ୍ର ହୋଇଛନ୍ତି। ସ୍ବାମୀଙ୍କୁ ମାଡ ମାରିବା ସହ ନିଜେ ଚଳାଉଥିବା ସ୍କୁଟିକୁ ଛଡାଇ ନେଇଛନ୍ତି। କରୋନା ସଂକ୍ରାନ୍ତୀୟ ଡାଟା ସଂଗ୍ରହ ପାଇଁ ଏବେ ସମସ୍ୟାରେ ଥିବା ବେଳେ ସ୍କୁଟି ଉଦ୍ଧାର ପାଇଁ ପୋଲିସ ଓ ଜିଲା ପ୍ରଶାସନର ଦ୍ୱାରସ୍ଥ ହେବାକୁ ଆସିଛନ୍ତି। ତେବେ କୌଣସି ପ୍ରଶାସନିକ ଅଧିକାରୀ କାର୍ଯ୍ୟାଳୟରେ ନ ଥିବାରୁ ଫେରି ଯାଉଛନ୍ତି। ବୁଦ୍ଧିଜୀବୀ ଆଶିଷ କୁମାର ଖଟୁଆ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ପ୍ରତିବର୍ଷ ଜନଶୁଣାଣିରେ ଅନୂ୍ୟନ ୨ ହଜାର ସାମୂହିକ ସମସ୍ୟା ଓ ୫ ହଜାର ବ୍ୟକ୍ତିଗତ ସମସ୍ୟା ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଆସୁଥିଲା। ଏଥିମଧ୍ୟରୁ କେତେଗୋଟି ସାମୂହିକ ଓ ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବା ନଜିର ରହିଛି। ଲୋକଙ୍କ ଦାବି ଫଳରେ ପ୍ରଶାସନିକ ଅଧିକାରୀ ଅଧିକ କର୍ମଚଞ୍ଚଳ ହେଉଥିଲେ। ଜନଶୁଣାଣି ବନ୍ଦ ଫଳରେ ସ୍ଥାନୀୟ ଅଞ୍ଚଳର ସମସ୍ୟା ବଢ଼ିଚାଲିଛି। ଆଇନଜୀବୀ ବିଭୂତି ଭୂଷଣ ସ୍ବାଇଁ କହିଛନ୍ତି, କରୋନା ସଂକ୍ରମଣ ପାଇଁ କୋର୍ଟରେ ମାମଲାଗୁଡିକ ଠିକ୍‌ ଭାବେ ପରିଚାଳନା ହୋଇପାରୁନାହିଁ। ଫଳରେ ଗ୍ରାମାଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଧିକ ଗୁରୁତର ହୋଇଛି। କେନ୍ଦ୍ରାପଡ଼ା ଜିଲା କୋର୍ଟ ଅଧୀନରେ ଗତ ୨୦୨୦ ଡିସେମ୍ବର ଶେଷ ସୁଦ୍ଧା ମୋଟ ୨୦, ୮୪୨ ମାମଲା ରହିଥିଲା। ଏଥିମଧ୍ୟରେ ସିଭିଲ କେସ୍‌ ୭,୪୪୮ ଥିବା ବେଳେ ୧୩,୩୯୪ଟି କ୍ରିମିନାଲ କେସ୍‌ ଅଛି। ବିଚାର ବିଭାଗ ପରିଚାଳନା ପାଇଁ ସାମାଜିକ ଦୂରତ୍ୱ ବାଧକ ହୋଇଛି। କେତେକ ମାମଲାର ପରିଚାଳନା ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ହେଉଥିଲେ ମଧ୍ୟ ତାହା ମହକିଲଙ୍କ ପାଇଁ ପର୍ଯ୍ୟାପ୍ତ ହେଉନାହିଁ। ଏହାଦ୍ୱାରା କୃଷିକ୍ଷେତ୍ରଠାରୁ ଆରମ୍ଭ କରି ସାମାଜିକ ଚଳଣିରେ ବ୍ୟାଘାତ ସୃଷ୍ଟି ହୋଇଛି। ଜନଶୁଣାଣି ସମ୍ପର୍କରେ ଏଡିଏମ୍‌ ବସନ୍ତ କୁମାର ରାଉତ କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ଅଦ୍ୟାବଧି କରୋନା ସଂକ୍ରମଣରୁ ମୁକ୍ତ ହୋଇନାହିଁ। ଜୀବନ ବଞ୍ଚାଇବାକୁ ଏବେ ଜିଲା ପ୍ରଶାସନ ପ୍ରାଥମିକତା ଦେଇଛି। ଏଥିସହ ସାମୂହିକ ଓ ବ୍ୟକ୍ତିଗତ ସମସ୍ୟା ସମ୍ପର୍କରେ ଜନଶୁଣାଣି ହେଉ ନ ଥିଲେ ମଧ୍ୟ କାର୍ଯ୍ୟାଳୟରେ ଏ ନେଇ ଆସୁଥିବା ଅଭିଯୋଗକୁ ଭିତ୍ତିକରି କାର୍ଯ୍ୟାନୁଷ୍ଠାନ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨ଜଣଙ୍କୁ ଉଠାଇନେଲା ପୋଲିସ: ପ୍ରତିବାଦରେ ବଜାର ବନ୍ଦ

ଟିକିରି,୭ା୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ରେଲଓ୍ବେ ଷ୍ଟେଶନରେ ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନ୍‌ ରହଣୀ ଦାବି ନେଇ ଆନ୍ଦୋଳନ ତେଜୁଛି। ରବିବାରଠାରୁ ଟିକିରି ରେଲଓ୍ବେ...

କାମ ନ କରି ଟଙ୍କା ଉଠାଇବା ମହଙ୍ଗା ପଡ଼ିଲା: ବିଦା ହେଲେ ଜେଇ, ଏସ୍‌ଡିିଓ ନିଲମ୍ବିତ

ବରଗଡ଼ ଅଫିସ୍‌,୯।୬- ବରଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ(ଆରଡି) ବିଭାଗ ଅଧୀନରେ ରହିଥିବା ଭେଡ଼େନ ବ୍ଲକ ଅନ୍ତର୍ଗତ ଦବକା ଏବଂ ବଇପୁର ଛକରୁ ଆଖିଫୁଟା ରାସ୍ତା ପାଇଁ...

ବଲାଙ୍ଗୀରରେ ୧୪ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୮କୁ ବୃଦ୍ଧି, ୨ ସୁସ୍ଥ

ବଲାଙ୍ଗୀର ଅଫିସ, ୨୬ା୫: ବଲାଙ୍ଗୀର ଜିଲାରେ ମଙ୍ଗଳବାର ୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ବଲାଙ୍ଗୀର ମ୍ୟୁନିସିପାଲିଟି ଅଞ୍ଚଳର ୭ଜଣ ରହିଛନ୍ତି। ଏହି ସଂକ୍ରମିତ...

ଉଜୁଡ଼ିବ ହାତୀ କରିଡର ବେଲଡୁଙ୍ଗୁରି

ସମ୍ବଲପୁର,୧୩ା୧୨(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ପଡିଆବାହାଲ ରେଞ୍ଜ ଅଞ୍ଚଳରେ ଇଡ୍‌କୋ ପକ୍ଷରୁ ୫୦୦ ଏକର ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଜମିରେ ଏକ...

ଛତିଶଗଡ଼ ବ୍ୟବସାୟୀଙ୍କ ସୁନାଗହଣା ଲୁଟ୍‌ ମାମଲା: ୬ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୧୨ା୧୧: ବରଗଡ଼ ଜିଲା ସୋହେଲା ଥାନା ଅଞ୍ଚଳରେ ଛତିଶଗଡ଼ ବ୍ୟବସାୟୀଙ୍କ ସୁନା ଗହଣା ଓ ନଗଦ ଟଙ୍କା ଲୁଟ୍‌ ମାମଲାର ପର୍ଦ୍ଦାଫାଶ ହୋଇଛି। ସୋହେଲା...

ପୋଖରୀରେ ଗାଧୋଇବାକୁ ବାରଣ: ଚାରିପଟେ ବ୍ୟାରିକେଟ୍‌, ବନ୍ଦ ହେଉନି ଗାଧୁଆ

ବୁଗୁଡ଼ା,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଳକ ଏବଂ ଏନ୍‌ଏସିରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ପୋଖରୀରେ ଗାଧୋଇବାକୁ ନେଇ ବାରଣ...

ବିପର୍ଯ୍ୟୟ କ୍ଷତି ରୋକିବାକୁ ପ୍ରସ୍ତୁତି

ପଦ୍ମପୁର, ୧୬।୫ (ଡି.ଏନ.ଏ.): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ବାତ୍ୟା ଓ ବନ୍ୟା ପ୍ରବଣ ଅଞ୍ଚଳ। ପ୍ରତିବର୍ଷ ଲଘୁଚାପ ଜନିତ ବନ୍ୟା ଓ ବାତ୍ୟାରେ କ୍ଷୟକ୍ଷତିକୁ ରୋକିବା...

ଏହି ଭାଜପା ନେତାଙ୍କୁ କରୋନା

କୋରାପୁଟ,୨୨ା୮(ସ୍ବ.ପ୍ର.): କୋରାପୁଟ ଜିଲାର ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ଏମ୍‌ପି ଓ ମନ୍ତ୍ରୀ ଜୟରାମ ପାଙ୍ଗି ଶନିବାର କରୋନାରେ ଆକ୍ରାନ୍ତ ହୋଇଥିବା ଟୁଇଟ୍‌ କରି...

Advertisement
Archives

Model This Week