କେନ୍ଦ୍ରାପଡ଼ା

୧୫ କି.ମି. ରାସ୍ତା ପାଇଁ ପୁଣି ୧୮ କୋଟି ଖର୍ଚ୍ଚ ହେବ

ପଟ୍ଟାମୁଣ୍ଡାଇ,୨୮।୮(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବାଇପାସ୍‌ ପାଖରୁ ବାହାରିଥିବା ପଟ୍ଟାମୁଣ୍ଡାଇ-ରାଜନଗର ଉତିକଣ ଘେରି ବନ୍ଧ ପୁରୁଣା ରାସ୍ତା ଗୁରୁତ୍ୱ ବହନ କରେ। ଏହି ରାସ୍ତାର ମରାମତି ନାମରେ ବାରମ୍ବାର ବିପୁଳ ଅର୍ଥ ଖର୍ଚ୍ଚ ହୋଇସାରିଲାଣି। ପୁଣି ୧୫ କିମି ରାସ୍ତା ପାଇଁ ୧୮ କୋଟି…

ସ୍ବାମୀଙ୍କ ମୃତଦେହକୁ ୧୬ ଘଣ୍ଟା ଜଗିରହିଲେ ସ୍ତ୍ରୀ

ପଟ୍ଟାମୁଣ୍ଡାଇ ୨୮।୮(ସ୍ବ.ପ୍ର.): ଜଣେ ବୃଦ୍ଧଙ୍କ ମୃତଦେହକୁ ଡାକ୍ତରଖାନାରୁ ନେବାକୁ ଆସିଲେନି ଝିଅ, ପୁଅ। ଫଳରେ ମୃତଦେହକୁ ତାଙ୍କ ସ୍ତ୍ରୀ ୧୬ ଘଣ୍ଟା ଧରି ଜଗି ରହିବା ପରେ ସାମାଜିକ କର୍ମୀମାନେ ଶନିବାର ସଂସ୍କାର କରିଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା…

ଶୌଚାଳୟ ନିର୍ମାଣ ପାଇଁ ଆସିଥିବା ଅର୍ଥ ବାଟମାରଣା

ପଟ୍ଟାମୁଣ୍ଡାଇ ୨୭ା୮(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ସର୍ବଶିକ୍ଷା ଡିପିସି ଯୋଜନାରେ ସ୍କୁଲର ଶୌଚାଳୟ ନିର୍ମାଣ ପାଇଁ ଆସିଥିବା ଅର୍ଥ ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି। ଅଭିଭାବକ ମହାସଂଘ ଜିଲା ସମ୍ପାଦକ ନରେନ୍ଦ୍ର ଧଳ କହିଛନ୍ତି, ଅଳପୁଆ ନୋଡାଲ…

ଅସହାୟ ବୃଦ୍ଧଙ୍କୁ ମିଳିଲା ରାଶନ କାର୍ଡ, ଖାଦ୍ୟ ସାମଗ୍ରୀ

ମହାକାଳପଡ଼ା,୨୭ା୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ବି.ବି. କଲୋନୀ ଗଁାରେ ଜଣେ ଅସହାୟ ବୃଦ୍ଧ ସୁକଲାଲ ଦେବନାଥ (୭୨)ଙ୍କୁ ଘର ଲୋକ ପର କରି ଦେଇଥିଲେ। ଫଳରେ ଦୀର୍ଘ ୪୦ ବର୍ଷ ଧରି ଗଁା ଶ୍ମଶାନ ନିକଟରେ ଏକ…

ବିରୋଧ ପରେ ନାମଲେଖା ଫି’ କମିଲା

କେନ୍ଦ୍ରାପଡ଼ା ଅଫିସ, ୨୭ା୮: କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ ନାମଲେଖା ଫି’ ବୃଦ୍ଧିକୁ ନେଇ ଗତ ସପ୍ତାହ ଧରି ଜନଅସନ୍ତୋଷ ଓ ବିରୋଧ ଲାଗି ରହିଥିଲା। ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ଅମୃତ ଋତୁରାଜ ଓ ମହାବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟଙ୍କ ଗୁରୁବାର…

ବନ୍ୟାକୁ ଛାଡ଼ିଲେ ଆର୍ଦ୍ରଭୂମିକୁ ମିଳୁନି ମଧୁରଜଳ

କେନ୍ଦ୍ରାପଡ଼ା ଅଫିସ, ୨୭ା୮: ମହାନଦୀ ଓ ବୈତରଣୀ ସିଷ୍ଟମ୍‌ରେ ବନ୍ୟା ଆସି ଭିତରକନିକା ଆର୍ଦ୍ରଭୂମି ସହିତ କେନ୍ଦ୍ରାପଡ଼ା ଜିଲାର ୪୧ ପଞ୍ଚାୟତରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଏହିପରି ପ୍ରତିବର୍ଷ ଆସୁଥିବା ବନ୍ୟାଜଳ ନିଷ୍କାସିତ ପରେ ଆର୍ଦ୍ରଭୂମି ଭିତରକନିକାକୁ ଆବଶ୍ୟକ ମଧୁର ଜଳ…

ବନ୍ୟାଜଳରେ ସାଇକେଲ ସହ ଭାସିଗଲେ ଯୁବକ

କେନ୍ଦ୍ରାପଡ଼ା ଅଫିସ, ୨୬।୮: ବ୍ରାହ୍ମଣୀରେ ଆସିଥିବା ବନ୍ୟାରେ ଭାସିଯାଇ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ। ମୃତକ ହେଲେ ମଣ୍ଡପଡା ଗ୍ରାମର ସୁନୀଲ ସାହୁ(୨୧) । ସୂଚନାଯୋଗ୍ୟ, ମଧ୍ୟାହ୍ନରେ ସୁନୀଲ…

ଆଜବେଷ୍ଟସ୍‌ ଘରେ ଚାଲିଛି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା

ପଟ୍ଟାମୁଣ୍ଡାଇ,୨୬ା୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାର ପ୍ରମୁଖ ଜନବହୁଳ ପୂର୍ଣ୍ଣ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ୧୯୧୭ ମସିହା ବ୍ରିଟିସ ଅମଳର ଆଜବେଷ୍ଟସ ଘରେ ୧୦୪ ହେଲା ଚାଲିଛି। ଏହି ଥାନା ଅଞ୍ଚଳରେ ଦିନକୁ ଦିନ ମାମଲା ସଂଖ୍ୟା ବଢି ଚାଲିଛି। ଏଥିସହ ଆପରାଧିକ କାର୍ଯ୍ୟକ୍ରମ…

ପଲିଥିନ୍‌ ତଳେ ବିତୁଛି ବୃଦ୍ଧଙ୍କ ଜୀବନ

ମହାକାଳପଡ଼ା,୨୬ା୮(ଡି.ଏନ୍‌.ଏ.): ବିଦ୍ୟାଳୟରେ ଶିକ୍ଷକ ପାଠ ପଢ଼ାଇବା ବେଳେ ପିଲାମାନଙ୍କୁ ୩ ଚୁଲି ଝିଙ୍କାର ଉଦାହରଣ ଦେଇ କୁହନ୍ତି, ପିଲେ ସଂସାରକୁ ତୁମକୁ ଆଣିଥିବା ମା’ ହେଉଛନ୍ତି ପ୍ରଥମ ଗୁରୁ। ଦ୍ୱିତୀୟରେ ବାପା, ୩ୟରେ ପାଠ ପଢ଼ାଉଥିବା ଗୁରୁ। ତେଣୁ ତୁମକୁ ସଂସାରକୁ…

ଜିଲାର ରୁଗ୍‌ଣ ହେଲାଣି ସ୍ବାସ୍ଥ୍ୟସେବା

କେନ୍ଦ୍ରାପଡ଼ା ଅଫିସ,୨୬ା୮: କେନ୍ଦ୍ରାପଡ଼ା ଜିଲାରେ ସ୍ବାସ୍ଥ୍ୟସେବା ରୁଗ୍‌ଣ ହେବାରେ ଲାଗିଛି ବୋଲି ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ସନ୍ଧ୍ୟା ହେଲେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ୍ସ-ରେ, ଇସିଜି, ଅଲ୍‌ଟ୍ରାସାଉଣ୍ଡ ଆଦି ଦରକାରୀ ପରୀକ୍ଷା ହେଉନାହିଁ। ବିଶେଷଜ୍ଞ…

ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ବାଇପାସ ପାଲଟିଛି ବସ୍‌ଷ୍ଟାଣ୍ଡ

ପଟ୍ଟାମୁଣ୍ଡାଇ,୨୬ା୮(ସ୍ବ.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସବୁଠି ବିକାଶ ଲାଗି ବିଭିନ୍ନ ଯୋଜନାରେ ଅର୍ଥ ବ୍ୟୟ କରି ଚାଲିଛନ୍ତି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ଦୀର୍ଘବର୍ଷ ହେଲା ବସ୍‌ଷ୍ଟାଣ୍ଡର ଆବଶ୍ୟକତା ନେଇ ଅଞ୍ଚଳବାସୀ ଦାବି କରି…

ପଟ୍ଟାମୁଣ୍ଡାଇରେ ବେଧଡ଼କ ଚାଲିଛି ନିଶା କାରବାର

ପଟ୍ଟାମୁଣ୍ଡାଇ,୨୫ା୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶା କାରବାର ବଢି ଚାଲିଛି। ବ୍ରାଉନସୁଗାର, ଗଞ୍ଜେଇ, ଅଫିମ, ବିଦେଶୀ ଓ ଦେଶୀ ମଦ ବ୍ୟାପକ ଭାବେ ଚୋରାରେ ବିକ୍ରି ଚାଲିଛି। ଏହାର କବଳରେ ପଡି ଯୁବବର୍ଗ ବିଭିନ୍ନ ପ୍ରକାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?