ହାଇ ସିକ୍ୟୁରିଟ୍‌ ନମ୍ବର ପ୍ଲେଟ୍‌ ପାଇଁ ମିଳୁନି ସ୍ଲଟ୍‌

କେନ୍ଦ୍ରାପଡ଼ା ଅଫିସ,୨୬ା୯: ଆସନ୍ତା ଅକ୍ଟୋବରଠାରୁ ରାସ୍ତାରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ର ତନଖି ହେବ। ଅନୁମୋଦିତ ନମ୍ବର ପ୍ଲେଟ ନ ଥିଲେ ଗାଡି ମାଲିକ ମୋଟା ଅଙ୍କରେ ଜରିମାନା ଗଣିବେ। ହାତଗଣତି ଦିନ ଅବଧି ଥିବାରୁ ଗାଡି ମାଲିକ ଜରିମାନାରୁ ମୁକୁଳିବା ପାଇଁ ପ୍ଲେଟ ଲଗାଇବାକୁ ବ୍ୟସ୍ତବିବ୍ରତ ସହ ବିଚଳିତ ହେଉଛନ୍ତି। ତେବେ ପ୍ଲେଟ ପାଇଁ ସ୍ଲଟ ମିଳୁନି। ଏହାକୁ ଦେଖି ଡିଲରଙ୍କ ମନମାନି ଆରମ୍ଭ ହୋଇଯାଇଛି। ଅନୁମୋଦିତ ଦରଠାରୁ ଅଧିକ ଟଙ୍କା ଆଦାୟ କରାଯିବା ଘଟଣା ଜିଲାରେ ଏବେ ନଜରକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୦୨୩ ମାର୍ଚ୍ଚ ଶେଷ ଯାଏ ହାଇ ସିକ୍ୟୁରିଟି ପ୍ଲେଟ ଲଗାଇବାକୁ ସମୟ ଦେବାଲାଗି ଜନଶକ୍ତି ପାର୍ଟି ପକ୍ଷରୁ ଦାବି ହୋଇଛି। ପାର୍ଟିର ଅଧ୍ୟକ୍ଷ ପ୍ରଦୀପ କୁମାର ଦାଶ ଏ ସମ୍ପର୍କରେ ଲିଖିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି।
କେନ୍ଦ୍ରାପଡ଼ା ଜିଲାର ବୁଦ୍ଧିଜୀବୀ ଆଶିଷ କୁମାର ସେନାପତି, ସାମାଜିକ କର୍ମୀ ହରେକୃଷ୍ଣ ପାତ୍ର, ଗାଡି ମାଲିକ ଅଶୋକ କୁମାର ସାମଲ ପ୍ରମୁଖ କହିଛନ୍ତି, ପରିବହନ ବିଭାଗ ପକ୍ଷରୁ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପଞ୍ଜୀକରଣର ଶେଷ ଅଙ୍କ ୧ ଓ ୨ ନଂ. ଥିବା ଗାଡିଗୁଡିକ ଗତ ଅଗଷ୍ଟ ଶେଷ ସୁଦ୍ଧା ଏହି ପ୍ଲେଟ ଲଗାଇବାକୁ ସମୟ ଅବଧି ଦିଆଯାଇଥିଲା। ସେହିପରି ୩ ଓ ୪ ନଂ. ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ସମୟ ଥିବାବେଳେ ୫ ଓ ୬ ନଂ. ଅକ୍ଟୋବର ୩୧, ୭ ଓ ୮ ନଂ. ନଭେମ୍ବର ୩୦, ୯ ଓ ୦ ନଂ. ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ ଅଛି। ତେବେ ଅଗଷ୍ଟ ମାସରେ ବନ୍ୟା ଓ ବର୍ଷା ପାଇଁ ରାଜ୍ୟରେ ତନଖି ସମୟକୁ ଅକ୍ଟୋବର ପର୍ଯ୍ୟନ୍ତ ଘଞ୍ଚାଇ ଦିଆଯାଇଛି। ଏହି ବିଜ୍ଞପ୍ତିର କେତେକ ତ୍ରୁଟି ଯୋଗୁ ଗାଡି ମାଲିକ ସମୟ ଅବଧି ପୂର୍ବରୁ ସଚେତନ ହୋଇପାରିନାହାନ୍ତି। ପ୍ଲେଟ ପାଇଁ କେତେ ଟଙ୍କା ପଡିବ, ପରିବହନଯୋଗ୍ୟ ମାତ୍ର ବର୍ଷେ ଅଥବା ୨ ବର୍ଷ ଥିବା ପୁରୁଣା ଗାଡିର ନମ୍ବର ପ୍ଲେଟରେ ରିହାତି ବ୍ୟବସ୍ଥା ଆଦି ସମ୍ପର୍କରେ କୌଣସି ତଥ୍ୟ ଉଲ୍ଲେଖ ନାହିଁ। ସେହିପରି ପ୍ଲେଟ ପ୍ରସ୍ତୁତ କର୍ତ୍ତା ଓ ବିତରଣକାରୀଙ୍କ ସମ୍ପର୍କରେ ତଥ୍ୟ ସାର୍ବଜନୀନ ହୋଇ ନ ଥିବାରୁ ଗାଡି ମାଲିକ ଏଥିପ୍ରତି ବୀତସ୍ପୃହ ଥିଲେ। ଏବେ ଅକ୍ଟୋବରଠାରୁ ନିୟମ କଡାକଡି ହେଉଥିବାରୁ ଗାଡି ମାଲିକ ନମ୍ବର ପ୍ଲେଟ ଲଗାଇବାକୁ ବିଚଳିତ ହୋଇଉଠିଛନ୍ତି। ପରିବହନ ବିଭାଗର ଆକଳନ ଅନୁଯାୟୀ ପ୍ରତ୍ୟେକ ଦିନ ରାଜ୍ୟରେ ୫୦ ହଜାରରୁ ଅଧିକ ଆବେଦନପତ୍ର ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୨ ଲକ୍ଷ ୬୦ ହଜାରରୁ ଅଧିକ ଆବେଦନପତ୍ର ମିଳିଥିବା ବେଳେ ୬ ଲକ୍ଷ ୫୧ ହଜାର ହାଇ ସିକ୍ୟୁରିଟି ପ୍ଲେଟ ଲଗାଯାଇଛି। ଅପରପକ୍ଷରେ ଗ୍ରାମାଞ୍ଚଳରେ ଅଦ୍ୟାବଧି ଇଣ୍ଟରନେଟ ସମସ୍ୟାରେ ସୁଧାର ଆସିନି। ଏଥିପାଇଁ ସ୍ଲଟ ବୁକିଂ ହୋଇପାରୁନାହିଁ। ସ୍ଲଟ ବୁକିଂ ପାଇଁ ବିଭିନ୍ନ ଜନସେବା କେନ୍ଦ୍ରରେ ଠେଲାପେଲା ଲାଗୁଛି। ଏଥିରୁ ବର୍ତ୍ତିବା ପାଇଁ ଗାଡି ମାଲିକମାନେ କମ୍ପାନୀ ଦଲାଲଙ୍କ ହାବୁଡରେ ପଡୁଛନ୍ତି। ହାତଗୁଞ୍ଜା ଦେଇ କୌଣସି ପ୍ରକାର ନମ୍ବର ପ୍ଲେଟ ଲଗାଇବା ଚେଷ୍ଟାରେ ଅଛନ୍ତି। ସାଧାରଣ ଲୋକଙ୍କ ଏହି ବିକଳ ଅବସ୍ଥା ଏବେ କିମ୍ଭୂତକିମାକାର ପରିସ୍ଥିତି ସୃଷ୍ଟି କରିଛି। ଆସନ୍ତା ମାସଗୁଡିକରେ ପୂଜା, ପାର୍ବଣ ପାଇଁ ଛୁଟି ସଂଖ୍ୟା ଅଧିକ। ଦଶହରା, ଗଜଲକ୍ଷ୍ମୀ ପୂଜା, କାଳୀପୂଜା ଆଦି ପୂଜା ଉତ୍ସବ ହେବ। ତନଖିରେ ଜରିମାନା ଭୟ ଥିବାରୁ ଆସନ୍ତା ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ସମୟ ଦେବାକୁ ସେମାନେ ନିବେଦନ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଆରଟିଓ ବୀରେନ୍ଦ୍ର କୁମାର ନାୟକ କହିଛନ୍ତି, କେଉଁ ଡିଲର କେତେ ଟଙ୍କା ନେଉଛନ୍ତି, ତାହା ୱେବ୍‌ସାଇଟରେ ଉଲ୍ଲେଖ ଅଛି। ତନଖି ସମୟ ଅବଧି ସରକାରଙ୍କ ଆଦେଶ ଅନୁଯାୟୀ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ିଓ ଭାଇରାଲ, ହଠାତ ଚମକିଲେ ଐଶ୍ୱର୍ଯ୍ୟା, ଆରାଧ୍ୟାଙ୍କୁ ମିସ୍‌ କଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ନିକଟରେ ଶନିବାର…

ପଡ଼ିଆରେ କ୍ରିକେଟ୍‌ ଖେଳୁଥିଲେ ଏଆର୍‌ଆଇ, ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା, ଆଉ ତା’ ପରେ…

ଗୁଣପୁର,୨୭ା୯(ସଙ୍କେତ ପାତ୍ର): ରାୟଗଡ଼ାରେ କ୍ରିକେଟ ଖେଳୁଥିବା ସମୟରେ ହଠାତ୍‌ ଛାତି ଯନ୍ତ୍ରଣା ହେବା ପରେ ଅଚେତ ହୋଇପଡ଼ି ଗୁଣପୁରରେ କାର୍ଯ୍ୟରତ ଏଆର୍‌ଆଇ ପି. ରାଜେଶଙ୍କ ଅକାଳ ବିୟୋଗ…

Amazon-Flipkart- JioMartକୁ ବଡ଼ ଝଟକା, ଗଣିବେ ଏତେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା!

ନୂଆଦିଲ୍ଲୀ,୨୭।୯: ଅନଲାଇନ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ (Amazon), ଫ୍ଲିପକାର୍ଟ (Flipkart) ଏବଂ ଜିଓମାର୍ଟ (JioMart)…

ଧରିତ୍ରୀ ପ୍ରଭାବ: ୪ ଦିନ ପରେ ଖୋଲିଲା ଗାଜଲବାଡ଼ି ଘାଟି ରାସ୍ତା, ତଥାପି ଜାରି ରହିଛି ଭାରୀଯାନ ଚଳାଚଳ କଟକଣା

ଦାରିଙ୍ଗବାଡ଼ି,୨୭ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାରୁ ୪ ଦିନ ପରେ ସିଲ୍‌କୁ ହଟାଇଛି ଗଞ୍ଜାମ ଜିଲା ପ୍ରଶାସନ। ଫଳରେ…

ଲିଟର ପିଛା ମାତ୍ର ୨୫ ଟଙ୍କାରେ ଚାଲିବ କାର୍‌; ବଡ଼ ଘୋଷଣା କଲେ ନୀତିନ ଗଡ଼କରୀ, ଅକ୍ଟୋବରରୁ…

ନୂଆଦିଲ୍‌ଲୀ,୨୭।୯: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଇଥାନଲକୁ ନେଇ ଏକ ନୂଆ ସ୍ୱପ୍ନ ଦେଖାଇଛନ୍ତି। ତାଙ୍କ କହିବା କଥା ହେଉଛି, ଅକ୍ଟୋବର ମାସରୁ ହିଁ…

ହର୍ମୁଜକୁ ନେଇ ବଡ଼ ଦାବି କଲେ ଟ୍ରମ୍ପ, କହିଲେ ‘କାଙ୍ଗାଳ ହୋଇଗଲାଣି ଇରାନ’

ଓ୍ବାଶିଂଟନ,୨୭।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ ଡି.ସି. ଠାରେ ହର୍ମୁଜ ପ୍ରଣାଳୀ (Strait of Hormuz) ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଟ୍ରମ୍ପ ଦାବି…

ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ ଯବାନଙ୍କୁ କାମୁଡ଼ିଲା ସାପ

ବାରିପଦା, ୨୭।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଓଡ୍ରାଫ ଯବାନଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଛି। ବେତନଟୀ ବ୍ଲକ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଚେତାବନୀ: ବଙ୍ଗୋପସାଗରରେ ନୂଆ ଲଘୁଚାପ ବଳୟ! ଏସବୁ ଜିଲାରେ…

ଭୁବନେଶ୍ୱର, ୨୭ା୯: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ମିଆଁମାର ଉପକୂଳ ଉପରେ ଆଜି ଏକ ଲଘୁଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?