ପ୍ରତିଶ୍ରୁତିରେ ଅଟକିଛି ବିଶୁଦ୍ଧ ଜଳ ଯୋଗାଣ ପ୍ରକଳ୍ପ

କେନ୍ଦ୍ରାପଡ଼ା ଅଫିସ, ୨୨ା୯: ମଣିଷ ପାଇଁ ବିଶୁଦ୍ଧ ଜଳ ଆବଶ୍ୟକ । ରାଜ୍ୟ ଓ କେନ୍ଦ୍ର ସରକାର ଏନେଇ ତପତ୍ର ଅଛନ୍ତି।  ହର ଘର ପାନି, ବସୁଧା, ଜଳ ଜୀବନ ମିଶନ ଆଦି ଯୋଜନା ପ୍ରଣୟନ କରାଯାଇ ପାନୀୟ ଜଳ ସଙ୍କଟର ସମାଧାନ ହେଉଛି । ରାଜନେତା ଓ ପ୍ରଶାସକଙ୍କ ଏପରି ଭାଷଣ ଦେବା ସହିତ ବ୍ୟୟ ଅର୍ଥ ମଞ୍ଜୁରୀକୁ ନେଇ ପ୍ରଚାର ପ୍ରସାର ହେଉଛି । ତେବେ କେନ୍ଦ୍ର ସରକାରଙ୍କ ପ୍ରଥମ ପର୍ଯ୍ୟାୟ ଚିହ୍ନଟ ସମୟରେ ରାଜ୍ୟର ଏକମାତ୍ର ଜଳ ସଙ୍କଟ ଜିଲାର ପରିଚିତି ପାଇଥିବା କେନ୍ଦ୍ରାପଡ଼ା ଜିଲା ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ଲାଭ ଉଠାଇବାରେ ସମ୍ପୂର୍ଣ୍ଣ ସକ୍ଷମ ହୋଇନାହିଁ । ଜିଲାର ମୋଟ ୧୫୯୧ ରାଜସ୍ବ ଗ୍ରାମ ମଧ୍ୟରୁ ନିର୍ମାଣାଧୀନ ଓ ପ୍ରସ୍ତାବିତ ୭ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ୧୦୦୪ ଗ୍ରାମ ଅଦ୍ୟାବଧି ଉପକୃତ ହୋଇନାହିଁ । ୮୮୬.୨୮ କୋଟି ଟଙ୍କା ଏଥିପାଇଁ ବ୍ୟୟବରାଦ ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇ ନ ଥିବାରୁ ଗ୍ରାମବାସୀ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ଏପରି କି ଜଳଜୀବନ ମିଶନ ତଥ୍ୟ ଅନୁଯାୟୀ ଜିଲାର ୨୪୯ ପଞ୍ଚାୟତ ମଧ୍ୟରୁ ମାତ୍ର ଗୋଟିଏ ଅର୍ଥାତ୍‌ ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଡରା ପଞ୍ଚାୟତରେ ଶତ ପ୍ରତିଶତ ଘରକୁ ଟ୍ୟାପ ସଂଯୋଗ ହୋଇଛି । ଏହି ଜିଲାରେ ମୋଟ ୩୦୪୭୨୫ ଘର ଅଛି ।

ସେଥିମଧ୍ୟରୁ ୧୫୬୯୦୫ ଘରକୁ ପାଇପ୍‌ ଯୋଗେ ଜଳ ଯୋଗାଣ ହେଉଥିବା ଦର୍ଶାଯାଇଛି । ମୋଟ ୧୨୯ ଗ୍ରାମକୁ ଶତପ୍ରତିଶତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଥିବା ବେଳେ ଅବଶିଷ୍ଟ ଅଞ୍ଚଳରେ ଟ୍ୟାପ ସଂଯୋଗ ସମସ୍ୟା ରହିଛି । ଅପରପକ୍ଷେ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ ନଭେମ୍ବର ୮ରେ ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକର ୨୦୦ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ମେଗା ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ । ଏଥିପାଇଁ ମୋଟ ୨୪୧.୩୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ସେହିପରି ଖରସ୍ରୋତା ପାଣି ବିବାଦ ସୃଷ୍ଟି ହେବାରୁ ରାଜ୍ୟ ସରକାର ୨୦୨୧ରେ ଆଳିର ୧୨୬ ଗଁା ପାଇଁ ୧୧୩.୭୨ କୋଟି ଟଙ୍କା ଓ ରାଜକନିକାରେ ୧୫୬ ଗ୍ରାମ ପାଇଁ ୧୧୪.୧୯ କୋଟି ଟଙ୍କା ବ୍ୟୟରେ ଦୁଇ ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଗତ ଅଗଷ୍ଟରେ ପଟ୍ଟାମୁଣ୍ଡାଇର ୧୩୮ ଗ୍ରାମ, ରାଜନଗରର ୨୪୯ ଗ୍ରାମ, ଗରଦପୁରର ୧୩୫ ଗ୍ରାମ ଗ୍ରାମ ପାଇଁ ୩ ପ୍ରକଳ୍ପ ହେବ ବୋଲି ପ୍ରସ୍ତାବ ପାରିତ ହୋଇଛି । ଏଥିରେ ମୋଟ ୪୧୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜାଣିବା ପରେ ସ୍ଥାନୀୟ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଗତ ଅଗଷ୍ଟ ୧୩ରେ କୃତଜ୍ଞତା ପ୍ରକାଶ କରିଛନ୍ତି ।

ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ କୁମାର ତ୍ରିପାଠୀ, ଡ. ପି.ଏନ. ଗୌରାଙ୍ଗ, ପ୍ରକାଶ କୁମାର ଦାସ, ଆଶିଷ କୁମାର ଦାଶ ପ୍ରମୁଖ କହିଛନ୍ତି, ପାନୀୟ ଜଳ ଯୋଗାଣ ପରି ମୌଳିକ ସମସ୍ୟାର ସମାଧାନକୁ ସ୍ଥାନୀୟ ରାଜନେତା ଓ ପ୍ରଶାସକ ଗୁରୁତ୍ୱ ଦେଉନାହାନ୍ତି । ଏହି ଜିଲା ଉପାନ୍ତରେ ଥିବା ୭ ବ୍ଲକ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ପାଇବା କଷ୍ଟକର ହୋଇଛି । ଲୁଣା ଜଳ ମିଳିବା ସହିତ ଫୋଲାରାଇଡ ପରି ଉପାଦାନ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଏହାବ୍ୟତୀତ ଏହି ୭ ବ୍ଲକ ଅଞ୍ଚଳର ଭୂତଳ ଜଳ ପରିମାଣ କ୍ରମାଗତ ଭାବେ ହ୍ରାସ ପାଉଥିବା ଜିଲା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସର୍ଭେ ରିପୋର୍ଟରେ ଉଲ୍ଲେଖ ଅଛି ା ଜିଲାରେ ୭ ନଦୀ ପ୍ରବାହିତ ହେଉଥିଲେ ମଧ୍ୟ ଏହାର ମଧୁର ଜଳକୁ ଜିଲାବାସୀଙ୍କ ପାଇଁ ଉପଯୋଗୀ କରାଯାଉ ନାହିଁ । କୋଷ୍ଟାଲ କେନାଲ ଦ୍ୱାରା ନଦୀ ସଂଯୋଗୀକରଣ ମାଧ୍ୟମରେ ଏହାର ବ୍ୟବହାର କରିବା ଆବଶ୍ୟକ । ଜିଲାରେ ଜଳସଙ୍କଟ ଥିବା ବେଳେ ଏଠାରେ ପ୍ରବାହିତ ଖରସ୍ରୋତା ନଦୀର ପାଣିକୁ ଚାନ୍ଦବାଲି ଶିଳ୍ପାଞ୍ଚଳକୁ ପଠାଇବା ପାଇଁ ରାଜ୍ୟ ସରକାର ବ୍ୟସ୍ତ ହୋଇଥିବା ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି, ଏନ୍‌ଜିଟି ମାମଲା ପାଇଁ ମଣିକୁଣ୍ଡା ଜଳ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ହୋଇଛି । ୭ଟି ମଧ୍ୟରୁ ନିର୍ମାଣାଧୀନ ୨ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ ଥିବା ସେ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?