ରାଶନ ପାଇଁ ବିଡିଓଙ୍କ ଗୋଡ଼ ଧରିଲେ ବୃଦ୍ଧ

ରାଜକନିକା, ୨୫।୯(ଡି.ଏନ୍‌.ଏ.): ରାଜକନିକା ବ୍ଲକ ଅଫିସ୍‌ରେ ଶନିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ରାଶନ କାର୍ଡରୁ ନାମ କଟିଯାଇଥିବାରୁ ଜଣେ ୭୦ ବର୍ଷୀୟ ବୃଦ୍ଧ ବିଡିଓଙ୍କ ଗୋଡ଼ ଧରିବା ଦେଖିବାକୁ ମିଳିଛି। ରାଜନୈତିକ ଦଳ ଭିତ୍ତିରେ ରାଶନ କାର୍ଡରୁ ନାମ କଟିଯାଇଥିବା ନେଇ ବାରମ୍ବାର ବିଡିଓଙ୍କ ପାଖରେ ଗୁହାରି କରିଆସୁଥିଲେ ମଧ୍ୟ କୌଣସି ପ୍ରଭାବ ନ ପଡ଼ିବାରୁ ବୃଦ୍ଧଜଣକ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଇଥିଲେ ବୋଲି କୁହାଯାଉଛି। ଏହାର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି। ବୃଦ୍ଧ ଜଣକ ହେଲେ କୋଇଲିପୁର ପଞ୍ଚାୟତର ଅଧିବାସୀ ଶତ୍ରୁଘ୍ନ ସାମଲ(୭୦)। ସେ ଦୀର୍ଘଦିନ ହେବ ରାଶନ ସାମଗ୍ରୀ ପାଇଆସୁଥିଲେ। କିଛିଦିନ ହେବ ରାଜନୈତିକ କାରଣରୁ ସେ ରାଶନ ସାମଗ୍ରୀ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏ ସମ୍ପର୍କରେ ରାଜକନିକା ବିଡିଓ ରମେଶ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ମଳ ତ୍ୟାଗ କରି ପାଇପ୍‌ ଭାଙ୍ଗିଲେ ଦୁର୍ବୃତ୍ତ

ନିରାକାରପୁର,୨।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ଶିକ୍ଷା ବିଭାଗ ଅଧୀନ ଡିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କେତେକ ଦୃର୍ବୃତ୍ତ ସ୍କୁଲରେ ପଶି ମଳ ତ୍ୟାଗ କରି...

ରଙ୍ଗ୍‌ ନମ୍ବରରୁ ପ୍ରେମ, ବ୍ଲାକମେଲିଂ

ପଦ୍ମପୁର, ୪।୪: ଯୁବତୀଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଭଦ୍ରକ ବ୍ଲକ ସାବରଙ୍ଗ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ବନ୍ତ ଥାନା ଅଧୀନ...

ପର୍ଯ୍ୟଟକଙ୍କୁ ଚାପିଦେଲା ବସ୍‌: ଜଣେ ମୃତ, ୧ ଗୁରୁତର

ବ୍ରହ୍ମଗିରି, ୨୦।୧(ଡି.ଏନ୍‌.ଏ.): ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ କରମଳାସ୍ଥିତ ଅଭିରାମ ପରମହଂସ ଆଶ୍ରମ ନିକଟରେ ସୋମବାର ୨ ଜଣ ମହିଳା ପର୍ଯ୍ୟଟକଙ୍କୁ ବସ୍‌ ଚାପି...

ଅସ୍ଥିଶଲ୍ୟ ବିଭାଗରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା: ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟି ଅଭିଯୋଗ କଲେ ଛାତ୍ରନେତା

ବାଲେଶ୍ୱର ଅଫିସ, ୧୦।୭- ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ଅସ୍ଥିଶଲ୍ୟ ବିଭାଗରେ ଜଣେ ରୋଗୀଙ୍କୁ ତ୍ରୁଟିପୂର୍ଣ୍ଣ ଚିକତ୍ସା କରାଯିବା ଘଟଣା ନେଇ ଅତିରିକ୍ତ ଜିଲା ମୁଖ୍ୟ...

ବିଦ୍ୟୁତ୍‌ ବିଭ୍ରାଟରେ ହନ୍ତସନ୍ତ ତାଳଚେରବାସୀ: ସହରରେ ୧୦ ଘଣ୍ଟା ରହୁନି ବିଜୁଳି

ତାଳଚେର, ୧୫ା୫(ନି.ପ୍ର.)- ତତଲା ତାଓ୍ବାରେ ତାଳଚେର। ଡହ ଡହ ଖରାରେ ଡହଳବିକଳ ହେଉଛନ୍ତି ଲୋକେ। ପ୍ରତ୍ୟେକ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ପ୍ରବଳ...

ନୂଆ ରୂପରେ କେନ୍ଦୁଝର ବଡ଼ଦାଣ୍ଡ

କେନ୍ଦୁଝର,୧୭ା୬ କୋଭିଡ୍‌ ପାଇଁ ବଡ଼ଦାଣ୍ଡକୁ ଆସି ନ ଥିବା କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ଚଳିତ ବର୍ଷ ରଥରେ ବସିବେ। ଦେବସ୍ନାନ ନୀତି ପରେ...

ରାସ୍ତାକଡ଼ରେ ପଡ଼ି ଛଟପଟ ହେଉଥିଲା ଗାଇ: ସେବା କରି ମାନବିକତାର ପରିଚୟ ଦେଲେ ସ୍ବେଚ୍ଛାସେବୀ

ଗଞ୍ଜାମ,୨୦।୧୦(ଡି.ଏନ୍‌.ଏ.): ଗଞ୍ଜାମ ସହର ସାନ ବଜାରଠାରେ ଏକ ଗାଈ ଜରି ପଲିଥିନ ଖାଇ ହଠାତ ଅସୁସ୍ଥ ହୋଇ ପଡିଥିଲା l ଗାଈଟି ରାସ୍ତା ପାର୍ଶରେ ପଡି...

ଭାଲୁ ଆକ୍ରମଣରେ ମହିଳା ଆହତ

ସମ୍ବଲପୁର,୧୮।୫(ବ୍ୟୁରୋ): ସମ୍ବଲପୁର ଧମା ରେଞ୍ଜ କେଶାପାଲି ସେକ୍ସନ ଗହୀରପାଲି ଗାଁରେ ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ମହିଳା ଆହତ ହୋିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶନିବାର...

Advertisement
Archives

Model This Week