ପଟ୍ଟାମୁଣ୍ଡାଇରେ ବୃଦ୍ଧି ପାଉଛି ନକଲି ଔଷଧ କାରବାର

ପଟ୍ଟାମୁଣ୍ଡାଇ,୨୨ା୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଭେଷଜ ନିୟନ୍ତ୍ରକଙ୍କ ବିଭାଗର ଅଧିକାରୀ ପଟ୍ଟାମୁଣ୍ଡାଇ ଅଞ୍ଚଳ ପାଇଁ ଏକ ପ୍ରକାର ନୀରବତା ଅବଲମ୍ବନ କରିଛନ୍ତି। ଏହି ବିଭାଗ ସମ୍ପ୍ରତି ଅସାଧୁ ଔଷଧ ବ୍ୟବସାୟୀଙ୍କ ପାଖରେ ବନ୍ଧାପଡିଥିବା ଅଭିଯୋଗ ହେଉଛି। କେନ୍ଦ୍ରାପଡ଼ା ଜିଲା ଭେଷଜ ନିରୀକ୍ଷକ ନୀରବଦ୍ରଷ୍ଟା ସାଜିବାରୁ ବେଆଇନ ଔଷଧ କାରବାର ବ୍ୟାପକ ଭାବେ ବୃଦ୍ଧି ପାଉଛି। ଅସାଧୁ ବ୍ୟବସାୟୀ ଓ ବ୍ୟକ୍ତିବିଶେଷ ନିଜର ବ୍ୟବସାୟକୁ ଅନାୟାସରେ ଚଳାଉଛନ୍ତି। ବେଆଇନ ଔଷଧ କାରବାର ରୋକିବା ଦିଗରେ ଜିଲା ଭେଷଜ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ।

ନିୟମାନୁଯାୟୀ ଭେଷଜ ନିରୀକ୍ଷକଙ୍କ ପକ୍ଷରୁ ଯେପରି ଭାବେ ବିଭିନ୍ନ ଔଷଧ ଦୋକାନ ନିୟମିତ ଯାଞ୍ଚ ହେବା କଥା ତାହା ହେଉନାହିଁ। ଫଳରେ କେତେଜଣ ମୁନାଫାଖୋର ବ୍ୟବସାୟୀ ନିଜର ଫାଇଦା ପାଇଁ ନିମ୍ନମାନର ଔଷଧ କାରବାର ଚଳାଇଥିବା ଅଭିଯୋଗ ହେଉଛି। ତେବେ ନିକଟରେ ବଜାରରେ ରକ୍ତଚାପ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ନକଲି ଟେଲ୍‌ମା-୪୦ ଟାବ୍‌ଲେଟ ମିଳୁଥିବା ଜଣାପଡ଼ିବା ପରେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଉଚ୍ଚ ରକ୍ତଚାପ ପାଇଁ ବ୍ୟବହୃତ ଟେଲ୍‌ମା-୪୦ ଟାବ୍‌ଲେଟ ନକଲି ନେଇ କଟକ- ଭୁବନେଶ୍ୱର ସହ ଏକାଧିକ ସ୍ଥାନରେ ଚଢାଉ ହୋଇଥିଲା। ଏହି ମାମଲାରେ କଟକ ପୋଲିସ ୨ ଜଣ ଡିଷ୍ଟ୍ରିବ୍ୟୁଟରଙ୍କୁ ଗିରଫ କରି ଜେଲ ପଠାଇଛି। ତେବେ ଉକ୍ତ ୨ ବ୍ୟବସାୟୀ କେଉଁମାନଙ୍କୁ ନକଲି ଔଷଧ ଦେଇଛନ୍ତି ତାହାର ଯାଞ୍ଚ ପାଇଁ ସମସ୍ତ ଜିଲାର ଭେଷଜ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସେପରି କିଛି ଯାଞ୍ଚ କରାଯାଉନାହିଁ ବୋଲି ସାଧାରଣରେ ଅଲୋଚନା ଜୋର ଧରିଛି। ଅନ୍ୟପକ୍ଷରେ ଟେଲ୍‌ମା-୪୦ ଟାବ୍‌ଲେଟ ପଟ୍ଟାମୁଣ୍ଡାଇ ସହରରେ ବିଭିନ୍ନ ଦୋକାନକୁ ସପ୍ଲାଇ ଦିଆଯାଏ। ମାତ୍ର ଏବେ ରିଟେଲରଙ୍କ ନିକଟରେ ଉକ୍ତ ଟାବଲେଟ ନାହିଁ। ସେମାନଙ୍କ ନିକଟରୁ ଡିଷ୍ଟ୍ରିବ୍ୟୁଟର ସମସ୍ତ ଟେଲ୍‌ମା-୪୦ ଟାବଲେଟ୍‌ ଉଠାଇ ନେଇଛନ୍ତି ବୋଲି ଜଣେ ଔଷଧ ଦୋକାନୀ ନିଜ ନାମ ଗୋପନ ରଖି କହିଛନ୍ତି। ତେଣୁ ଯେଉଁ ବ୍ୟବସାୟୀମାନେ ଲୋକଙ୍କ ଜୀବନ ସହ ଖେଳି ନିମ୍ନମାନର ଔଷଧ ବିକ୍ରି କରୁଛନ୍ତି ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏ ନେଇ କେନ୍ଦ୍ରାପଡ଼ା ଜିଲା ଭେଷଜ ନିରୀକ୍ଷକ ପ୍ରଦୋଷ ସାହୁଙ୍କୁ ପଚାରିବାରେ କଟକ, କେନ୍ଦ୍ରାପଡ଼ା ୨ଟି ଜିଲା ଦାୟିତ୍ୱରେ ଅଛି। ଏତେବଡ ଅଞ୍ଚଳକୁ ଗସ୍ତ କରି ହେଉନାହିଁ। ୩ ଦିନ ତଳେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚଢାଉ କରି ୨ଟି ଔଷଧ ଦୋକାନ ସିଲ୍‌ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଫେରିବା ବାଟରେ ବନ୍ୟାପାଣିରେ ଭାସିଗଲେ କୁଶାସନ, ତାପରେ….

ରାଜନଗର,୧୮।୮(ଭାସ୍କର ରାଉତରାୟ ): ବ୍ରାହ୍ମଣୀରେ ଦ୍ୱିତୀୟ ବନ୍ୟା ଆସିବା ଫଳରେ ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଓ ରାଜନଗର ଅଂଚଳରରେ ଲୋକଙ୍କ ମନରେ ଭୟର ବାତାବାରଣ…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଶେଷ ପର୍ଯ୍ୟାୟରେ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ବାତିଲ: ପଲିଥିନରେ ଘୋଡ଼ାହୋଇ ରହିଛି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି

ଲୋଇସିଂହା,୧୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନଏସି ଅନ୍ତର୍ଗତ ଲୋଇସିଂହାସ୍ଥିତ ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୮୦…

ଦେବୋତ୍ତର ଜମି ଧାନବିକ୍ରି ପଞ୍ଜୀକରଣକୁ ନା: ଚିନ୍ତାରେ ଦେବଦେବୀଙ୍କ ସେବାୟତ

ବରଗଡ଼,୧୮।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପଞ୍ଜୀକରଣରେ ଏଥର ନୂଆଁ କଟକଣାଗୁଡ଼ିକ ଚାଷୀଙ୍କ ପାଇଁ ଅଡୁଆ ସାଜିଛି।…

ଯୋବ୍ରା ଆନିକଟ ବ୍ରିଜ୍‌ରେ ଭାସୁଛି ମହିଳାଙ୍କ ମୃତଦେହ, ପୋଲିସ…

କଟକ,୧୮।୮(ପ୍ରଭୁକଲ୍ୟାଣ ପାଲ): କଟକ ଯୋବ୍ରା ଆନିକଟ ବ୍ୟାରେଜରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ସକାଳୁ ଗେଟ ନମ୍ବର ୪୧/୪୨ ରେ ଅଜଣା ମହିଳାଙ୍କ ମୃତଦେହ…

ସାନଖେମୁଣ୍ଡିରେ ଲୋକଙ୍କ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ୪୭ ହଜାର…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri