ବନ୍ୟାରେ ଭାଙ୍ଗିଛି ପଥର ପ୍ୟାକିଂ, ଦବିଛି ୩ ସ୍ପର

ପଟ୍ଟାମୁଣ୍ଡାଇ,୨୬ା୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ପ୍ରବାହିତ ଚିରସ୍ରୋତା ବ୍ରାହ୍ମଣୀ ନଦୀର ପ୍ରଖର ସ୍ରୋତରେ ପ୍ରତିବର୍ଷ କୂଳରୁ ଅତଡା ଖାଉଛି। ଏହାର ସୁରକ୍ଷା ପାଇଁ ନାର୍ବାଡ ପକ୍ଷରୁ ୧୭ କୋଟି ୮୩ ଲକ୍ଷ ୩୪ହଜାରେ ଟଙ୍କା ବ୍ୟୟ ଅଟକଳରେ ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର ପଞ୍ଚାୟତ ପାଳପାଟଣା ଗ୍ରାମ ନିକଟ ବ୍ରାହ୍ମଣୀ ନଦୀ କୂଳରେ ପଥର ପ୍ୟାକିଂ ଓ ସ୍ପର ନିର୍ମାଣ ହୋଇଥିଲା। ଏହି କାର୍ଯ୍ୟ ଅଧାପନ୍ତରିଆ ହୋଇଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିସହ ଅଗଷ୍ଟ ମାସରେ ବ୍ରାହ୍ମଣୀ ନଦୀରେ ପ୍ରଖର ବନ୍ୟା ସ୍ରୋତରେ ପଥର ପ୍ୟାକିଂ କେତେକ ସ୍ଥାନରେ ଭାଙ୍ଗି ଯାଇଛି। ବହୁ ସ୍ଥାନ ବାଲିରେ ପୋତି ହୋଇପଡିଛି। ନିର୍ମିତ ସ୍ପର ମଧ୍ୟରୁ ୩ଟି ଦବି ଯାଇଛି।
ସୂଚନାଯୋଗ୍ୟ, ସ୍ପର ଓ ପଥର ପ୍ୟାକିଂ କାର୍ଯ୍ୟ ୨୦୧୯ ଜାନୁୟାରୀ ୧୬ରେ ଆରମ୍ଭ ହୋଇଥିବା ବେଳେ ୨୦୨୦ ଜୁଲାଇ ୧୫ରେ ଶେଷ ହେବାକୁ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ମାତ୍ର କାର୍ଯ୍ୟ କରିବାରେ ଅବହେଳା ଓ ବିଳମ୍ବ ଯୋଗୁ କାମ ମାତ୍ର ୬୦ ଭାଗ ହୋଇ ପଡିରହିଛି। ୨୦୨୦ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ ଚାଲିଥିବା ବେଳେ କରୋନା ଯୋଗୁ କାମ ବନ୍ଦ ହୋଇ ତାହା ଏ ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ହୋଇ ପଡିଥିବା ଗ୍ରାମବାସୀ କହିଛନ୍ତି। ମାତ୍ର ବିଭାଗୀୟ ଅଧିକାରୀ ଏହାକୁ ଖଣ୍ଡନ କରିବା ସହ ପାଳପାଟଣାଠାରେ ନଦୀ ମଧ୍ୟରେ ସ୍ପର ଓ ପଥର ପ୍ୟାକିଂ କାର୍ଯ୍ୟ ଶେଷ ହୋଇଯାଇଛି। ୮୦୦ ମିଟର ପଥର ପ୍ୟାକିଂ ମଧ୍ୟରୁ ୫୦୦ ମିଟର ଶେଷ ହୋଇଥିବା ବେଳେ ପୁଣି ପଥର ପ୍ୟାକିଂ କରିବା ପାଇଁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି। ତେବେ ନାର୍ବାଡଠାରୁ ଟେଣ୍ଡର ନେଇଥିବା କଟକର ଏ ଠିକାଦାର ସଂସ୍ଥା ପଥର ପ୍ୟାକିଂରେ ଛୋଟଛୋଟ ପଥର ଲଗାଇବା, ଅଧା କାମ ହୋଇ ଥିବାରୁ ବନ୍ୟାର ପ୍ରଖର ସ୍ରୋତରେ ଖସି ଭାଙ୍ଗି ଯାଇଛି। ଏହା ଛଡା ନଦୀ ଗର୍ଭରୁ ବଡ଼ ପଥର ପକା ଯାଇ ନ ଥିବାରୁ ଅଧିକାଂଶ ସ୍ଥାନରେ ପଥର ପ୍ୟାକିଂ ଖସି ଯାଇଛି। ବ୍ରାହ୍ମଣୀ କୂଳ ସୁରକ୍ଷା ପାଇଁ ବର୍ଷବର୍ଷ ଧରି ପାଳପାଟଣା, ମଠସାହୀ, କଦମଦାଣ୍ଡି, ଶ୍ରୀରାମପୁର ଓ ଡାମରପୁର ଗ୍ରାମବାସୀ ଦାବି କରି ଆସୁଛି। ସେମାନଙ୍କ ୨୦୦ ମିଟର ଉର୍ବର ଚାଷ ଜମି ନଦୀ ଗର୍ଭରେ ଲୀନ ହୋଇଗଲାଣି। ବିଳମ୍ବରେ ହେଲେ ମଧ୍ୟ ନାର୍ବାଡ ପକ୍ଷରୁ ପଥର ପ୍ୟାକିଂ ଓ ସ୍ପର ନିର୍ମାଣ ପାଇଁ ପାଣ୍ଠି ଯୋଗା ଯାଇଥିଲା। ବିଭାଗିୟ ଅଧିକାରୀମାନଙ୍କ ପାଳପାଟଣା ସ୍ପର ଓ ପଥର ପ୍ୟାକିଂ କାମରେ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି। କାମ ସମ୍ପୂର୍ଣ୍ଣ ନ ହେବାରୁ ଚାଷୀମାନେ ବ୍ୟାପକ ଫସଲହାନିର ସମ୍ମୁଖୀନ ହେଉଛନ୍ତି। ଠିକ ଓ ଠିକଣା ଭାବେ ପ୍ୟାକିଂ ଓ ସ୍ପର ନିର୍ମାଣ କରାଗଲେ ଚାଷୀମାନେ ବ୍ୟାପକ ଫସଲ କ୍ଷତିରୁ ବର୍ତ୍ତୀ ପାରିବେ ବୋଲି ଶ୍ରୀରାମପୁର ପ୍ରାକ୍ତନ ସରପଞ୍ଚ ନୁସିଂହ କୁଣ୍ଡ, ଉତ୍ସବ ମଲିକ, ନିରଞ୍ଜନ ପ୍ରଧାନ, ସର୍ବେଶ୍ୱର ସେଠୀ, ପହଲ୍ଲାଦ ପଣ୍ଡା, ମନ୍ମଥ ପାତ୍ର, ସତ୍ୟବ୍ରତ ସାହୁ, ଟୁକୁନି ପଣ୍ଡା, ଗୋବିନ୍ଦ ନାୟକ, ଶରତ ମଲିକ, ଅର୍ଜୁନ ସେଠୀ, ବିନାୟକ ପଣ୍ଡା, ରଶ୍ମି କୁଣ୍ଡ, ରବୀନ୍ଦ୍ର ମାଝି, ବିମ୍ବାଧର ସେଠୀ ସମେତ ଶତାଧିକ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ସବ୍‌ଡିଭିଜନ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ସବ୍‌ଡିଭିଜନ ସହ ନିର୍ବାହୀ ଯନ୍ତ୍ରୀ ପ୍ରଭାତ ସାହୁଙ୍କୁ ପଚାରିବାରୁ ବଡ ବନ୍ୟା ପାଇଁ ଅଳ୍ପ କେତେଟା ପଥର ଖସିଛି। ପାଳପାଟଣା ସ୍ପର ଓ ପଥର ପ୍ୟାକିଂ କାର୍ଯ୍ୟଶେଷ ହୋଇଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୪।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri