ଗୁଆ ଘିଅରେ ତିଆରି ହୁଏ ସମସ୍ତ ଭୋଗ

ଡେରାବିଶ, ୨୭ା୯(ସ୍ବ.ପ୍ର.):ଶାରଦୀୟ ଦୁର୍ଗାପୂଜା ପାଇଁ ଡେରାବିଶର ବିଭିନ୍ନ ଅଞ୍ଚଳ ଉତ୍ସବ ମୁଖର ହେବାକୁ ଯାଉଛି। ପୂଜା ଆଉ ମାତ୍ର ୫ ଦିନ ଥିବାବେଳେ ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ହଳଦିଆପାଟଣା ମା’ ଦୁର୍ଗାଙ୍କ ଶକ୍ତିପୀଠ ଭାବେ ପ୍ରସିଦ୍ଧି ଲାଭ କରିଛି। ମହାଳୟା ତିଥି ରବିବାର ଏହି ପୀଠରେ ମାଟିରେ ନିର୍ମିତ ମୃଣ୍ମୟ ମୂର୍ତ୍ତିରେ ଖଡି ସ୍ପର୍ଶ କରାଯାଇଛି। ଏଥିପାଇଁ ମା’ଙ୍କ ନିକଟରେ ଥିବା ବେଲଗଛକୁ ପୂଜାର୍ଚ୍ଚନା କରାଯାଇଥିଲା। ପରମ୍ପରା ଅନୁଯାୟୀ, ଏହି ତିଥି ପୀଠ ପାଇଁ ଗୁରୁତ୍ୱ ବହନ କରୁଥିବାରୁ ପୂଜା ପାଉଥିବା ବେଲଗଛ ନିକଟରେ ସନ୍ଧ୍ୟାରେ ପୂଜାର୍ଚ୍ଚନା ପରେ ଶତାଧିକ ଗ୍ରାମବାସୀ ଭଜନ କୀର୍ତ୍ତନ କରିଥିଲେ। ଚଳିତବର୍ଷ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ତୋରଣ ଓ ଆଲୋକ ସଜାସଜି ବ୍ୟବସ୍ଥା କରାଯାଇଛି। ମା’ ଙ୍କ ନିକଟରେ ଆସନ୍ତା ଶନିବାର ଷଷ୍ଠି ତିଥି ରାତି ୪ଟାରେ ଘଟ ଆବାହନି, କାର୍ଯ୍ୟକ୍ରମ ଥିବା ବେଳେ ରବିବାର ମହାସପ୍ତମୀ ପୂଜାରେ ଚକ୍ଷୁଦାନ ଓ ବେଦଶାସ୍ତ୍ର ପଠନ ପୂଜା, ସୋମବାର ମହାଷ୍ଟମୀ ସନ୍ଧିପୂଜା, ଦୁର୍ଗାବ୍ରତ, ସନ୍ଧିବଳି ପ୍ରୋକ୍ଷଣ ପୂଜା, ମଙ୍ଗଳବାର ମହାନବମୀ ବିହିତ ପୂଜା ଓ ପଣା ଲାଗି କରାଯିବ ବୋଲି କମିଟି ପକ୍ଷରୁ ବ୍ୟବସ୍ଥା ହୋଇଛି। ବୁଧବାର ବିଜୟା ଦଶମୀ ଅପରାଜିତା ପୂଜା ସହ ମା’ଙ୍କୁ ବିସର୍ଜନ କରାଯିବ ବୋଲି କମିଟିର ସଭାପତି ଉତମ ଚରଣ ମଳିକ କହିଛନ୍ତି। ଏହି ପୀଠରେ ପୂଜା ସମୟରେ ଗାଈ ଘିଅରେ ତିଆରି ସମସ୍ତ ଭୋଗ ପ୍ରସ୍ତୁତ କରାଯାଇଥାଏ। କରୋନା କଟକଣା ପାଇଁ ଦୁଇବର୍ଷ ହେବ ଭକ୍ତଶୂନ୍ୟ କେବଳ ପୂଜା ପାଠ କରାଯାଇଥିଲା। ଚଳିତ ବର୍ଷ କଟକଣା ନ ଥିବାରୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ସମ୍ଭାବନା ରହିଛି। ଏଥିପାଇଁ ନିକିରେଇ ଥାନା ପକ୍ଷରୁ ଆଇନଶୃଙ୍ଖଳା ରକ୍ଷା କରାଯିବାକୁ ବ୍ୟବସ୍ଥା ହୋଇଛି। ପ୍ରତିବର୍ଷ ପରି ଚଳିତବର୍ଷ ପଲ୍ଲୀମଙ୍ଗଳ ଯୁବକ ସଂଘ ଓ ମଙ୍ଗଳେଶ୍ୱର ନାଟ୍ୟ ସଂସଦ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ୩ଦିନ ଧରି ନାଟକ ପରିବେଷଣ କରାଯିବା ସହ ପ୍ରତ୍ୟେହ ସନ୍ଧ୍ୟାରେ ପ୍ରବଚନ, ପାଲା ପରିବେଷଣ ଓ ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ଦୀର୍ଘବର୍ଷ ଧରି ହଳଦିଆପାଟଣାରେ ପୂଜା ପାଉଥିବା ମା’ ଦୁର୍ଗାଙ୍କ ବିଷୟରେ ବହୁ ଜନଶ୍ରୁତି ରହିଛି। ଦଶହରା ପର୍ବ ପୂର୍ବରୁ ଗ୍ରାମର ଖଗେଶ୍ୱର ଦାସ, ନୃସିଂହ ସାହୁ, ଦୈତାରୀ ପ୍ରଧାନ, ସର୍ବେଶ୍ୱର ପରିଡା, ବାବାଜୀ ଚରଣ ସାହୁ, ସ୍ବାଧୀନତା ସଂଗ୍ରାମୀ ଗୋଲଖ ଦାସ ଗ୍ରାମ ନିକଟରେ ବହିଯାଇଥିବା ବିରୂପା ନଦୀ କୂଳରେ ସନ୍ଧ୍ୟାରେ ବସିଥିବାବେଳେ ଏକ ଆଲୋକ ଦେଖିଥିଲେ। ଏହି ଆଲୋକ ଗ୍ରାମରେ ମା’ ଦୁର୍ଗାଙ୍କ ପୂଜା ପାଇଁ ସଂକେତ ଦେଉଥିବା ଭାବି ଆରମ୍ଭ କରିଥିଲେ ମା’ଙ୍କ ଏହି ଶାରଦୀୟ ପୂଜା। ତେବେ ସର୍ତ ଥିଲା ମା’ଙ୍କ ମନ୍ଦିର ନିକଟରେ ଏକ ବେଲଗଛ ରୋପଣ କରାଯିବ ଯଦି ଗଛଟି ବଞ୍ଚତ୍ବ ତେବେ ଏଠାରେ ପୂଜା ହେବା ପାଇଁ ମା’ଙ୍କ ନିର୍ଦ୍ଦେଶ ରହିଥିବା ଆମେ ଜାଣିବା ବୋଲି ବାବାଜୀଙ୍କ ସର୍ତ ଥିଲା ବୋଲି କମିଟିର କର୍ମକର୍ତ୍ତା ନୃସିଂହ ଚରଣ ସାହୁ କହିଛନ୍ତି। ଲଗା ଯାଇଥିବା ବେଲ ଗଛ ବଞ୍ଚତ୍ ଯିବା ଦେଖି ପୂଜା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଥିଲା। ହଳଦିଆପାଟଣା ସହ ଆଖପାଖ ୧୦ଟି ଗ୍ରାମର ଗ୍ରାମବାସୀ ଏହି ପୂଜା ପାଇଁ ସମସ୍ତ ସହଯୋଗ କରିଥାନ୍ତି ବୋଲି ପୂଜା କମିଟିର ସମ୍ପାଦକ ରଞ୍ଜନ କୁମାର ସାହୁ କହିଛନ୍ତି। ପୂଜା ପାଇଁ ପ୍ରଥମେ ସୁନିଆରେ ମାଟି ପୂଜା ହୋଇ ଆସୁଥିଲା। ପରେ ଏହି ମାଟି ଉଠା ତିଥିକୁ ଜନ୍ମାଷ୍ଟମୀକୁ ଘୁଞ୍ଚାଇ ଦିଆଯାଇଥିଲା। ନିଜର ଅନୁଭୂତି ସମ୍ପର୍କରେ ସୁବାସ ଚନ୍ଦ୍ର ସାହୁ କୁହନ୍ତି, ବର୍ଷେ ସପ୍ତମୀ ତିଥିରେ ରାତି ୩ଟାରେ ମା’ଙ୍କ ମୂର୍ତ୍ତି ନିକଟରେ ସ୍ଥାପନ ହେଉଥିବା ଘଟ ବିରୂପା ନଦୀରେ ଜଳ ଆଣିବାକୁ ଯିବା ସମୟରେ ଏକ ବିରାଟ ଆଲୁଅ ଆମ ଗ୍ରାମରେ ଉଦ୍‌ଭାଷିତ ହୋଇଥିଲା। ଏହି ଆଲୁଅ କେଉଁଠୁ ଆସୁଥିଲା କେହି ଜାଣି ପାରି ନ ଥିଲେ। ଲାଗୁଥିଲା ଗ୍ରାମଟି ଯେପରି ଅଗ୍ନି ପିଣ୍ଡୁଳାରେ ଆଚ୍ଛାଦିତ ହୋଇଛି। ଖୁବ୍‌କମ୍‌ ସମୟ ମଧ୍ୟରେ ଏହି ଆଲୁଅ ଅପସାରିତ ହୋଇଥିଲା। ସେଦିନର ସେଇ ଦୃଶ୍ୟ କେବଳ ଆମ ଗ୍ରାମ ନୁହେଁ ଆଖପାଖ ଗ୍ରାମବାସୀ ମଧ୍ୟ ଦେଖି ଚକିତ ହୋଇ ପଡିଥିଲେ। ସେବେଠାରୁ ଏହି ପୀଠ ଶକ୍ତିପୀଠ ଭାବେ ପରିଚିତ ହୋଇ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?