ଯାଜପୁର

ରାଜସ୍ବ ନିରୀକ୍ଷକଙ୍କୁ ଅପହରଣ, ଜଣେ ଅଟକ

ଚଣ୍ଡିଖୋଲ,୨୦ା୫(ଡି.ଏନ.ଏ.): ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ବନ୍ଦରେଶ୍ୱର ରାଜସ୍ବ ନିରୀକ୍ଷକ ସୋମନାଥ ସାମଲଙ୍କୁ ଅପହରଣ କରାଯିବା ସହ ମାଡ଼ ମରାଯାଇଛି। ଏହି ଅଭିଯୋଗରେ ବାଲିଚନ୍ଦ୍ରପୁର ପୋଲିସ ବରଦା ଗ୍ରାମର ଅନନ୍ତ ନାରାୟଣ ଧଳଙ୍କୁ ଅଟକ ରଖିଛି। ପୋଲିସ ସୂଚନା ମୁତାବକ,…

ବନୀକରଣ ନାଁରେ ଡିଏମ୍‌ଏଫ୍‌ ପାଣ୍ଠି ହରିଲୁଟ୍‌

ଯାଜପୁର ଅଫିସ,୨୦ା୫: ଖଣିଖାଦାନ ଭରା ଅଞ୍ଚଳର ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ବିଦ୍ରୋହକୁ ପ୍ରଶମିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏକ ରଣକୌଶଳ ପ୍ରସ୍ତୁତ କରିଛନ୍ତି। ଖଣି ଓ ଖଣିଜ ପଦାର୍ଥର ପ୍ରଶାସନିକ ପରିଚାଳନା ପାଇଁ ମାଇନ୍ସ ଓ…

ପ୍ରସ୍ତାବରେ ସୀମିତ ସୋଲାର ପିଡବ୍ଲ୍ୟୁଏସ୍‌

ଯାଜପୁର ଅଫିସ,୧୯ା୫: ରାଜ୍ୟର ବନ୍ୟା ଓ ବାତ୍ୟା ପ୍ରପୀଡ଼ିତ ଉପକୂଳବର୍ତ୍ତୀ ୯ ଜିଲାର ପାଇପ୍‌ ଜଳଯୋଗାଣ ପ୍ରକଳ୍ପ (ପିଡବ୍ଲୁଏସ୍‌)ରେ ବିଦ୍ୟୁତ୍‌ ସହ ସୋଲାର ପମ୍ପ୍‌ ସ୍ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏଥିପାଇଁ ପଞ୍ଚାୟତିରାଜ ବିଭାଗକୁ ୨୦୧୯ ମେ’ ମାସରେ ରାଜ୍ୟ ଗ୍ରାମ୍ୟ…

ଅଧିକାରୀଙ୍କ ସୁରକ୍ଷାରେ ନକଲି ଶିକ୍ଷକ

ଯାଜପୁର ଅଫିସ,୧୯ା୫: ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ(ଡିଇଇ) ପକ୍ଷରୁ ତାଲିକାଭୁକ୍ତ ପ୍ରାୟ ୪୦୦ ନକଲି ଶିକ୍ଷୟିତ୍ରୀ/ଶିକ୍ଷକଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ସେମାନେ ବିଭାଗୀୟ ଅଧିକାରୀମାନଙ୍କ ଛତ୍ରଛାୟା ତଳେ ଅଛନ୍ତି । ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ବୈତରଣୀରୁ ବାଲି ଲୁଟ ଅଣାୟତ୍ତ

ଯାଜପୁର ଅଫିସ,୧୭ା୫:ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ୱ ସାଆଁଳାଠାରୁ ମୂଳାପାଳ ପର୍ଯ୍ୟନ୍ତ ବେଆଇନ ବାଲି ଉତ୍ତୋଳନ ଅଣାୟତ୍ତ ହେବାରେ ଲାଗିଛି। ଗତ ପଞ୍ଚାୟତ ନିର୍ବାଚନ ପରେ ଏହି ବାଲି ଲୁଟ୍‌ କାରବାର ଅପେକ୍ଷାକୃତ ବଢ଼ିବାରେ ଲାଗିଛି।…

ରାସ୍ତାରେ ପୋଲିସ ଅଧିକାରୀ, ପ୍ରେମିକାଙ୍କ ହାଇଡ୍ରାମା

ରସୁଲପୁର,୧୭ା୫(ଡି.ଏନ୍‌.ଏ.):ପ୍ରେମରେ ପ୍ରତାରଣା କରି ଜଣେ ପୋଲିସ ଅଧିକାରୀ ଅନ୍ୟଜଣେ ଯୁବତୀଙ୍କୁ ବିବାହ କଲେ। ଏହି ଖବର ପାଇ ନୂଆପଡ଼ା ଜିଲାରୁ ଯାଜପୁର ଜିଲାରେ ପହଞ୍ଚତ୍ ଯାଇଥିଲେ ପ୍ରେମିକା। ବୁଝାଶୁଝା କାମ ଦେଲାନି। ଫଳରେ ରାସ୍ତାରେ ପୋଲିସ ଅଧିକାରୀ ଓ ତାଙ୍କ ପ୍ରେମିକାଙ୍କ…

ପ୍ରଦୂଷଣ ଆଇନ ପରିସରଭୁକ୍ତ ହେବ ଛୋଟ କୁକୁଡ଼ା ଫାର୍ମ

ଯାଜପୁର ଅଫିସ,୧୭ା୫ ରାଜ୍ୟରେ ପ୍ରମୁଖ ସହର ଓ ଶିଳ୍ପାଞ୍ଚଳଗୁଡ଼ିକରେ ବାୟୁ ଓ ଜଳ ପ୍ରଦୂଷଣ ଅଣାୟତ୍ତ ହେଉଛି। ଫଳରେ ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟରେ ଓଡ଼ିଶାବାସୀ ହନ୍ତସନ୍ତ ହେଉଛନ୍ତି। ଏହାର ମୁକାବିଲା ଓ ପରିଚାଳନା କରିବାକୁ ସରକାରଙ୍କ ପକ୍ଷରୁ ଗ୍ରୀନ୍‌ ହାଉସ ନିରାକରଣ,…

ଏନ୍‌ଏଚ୍‌ଏଆଇ ଅବହେଳାରୁ ଦୁର୍ଘଟଣା ବୃଦ୍ଧି

ଯାଜପୁର ଅଫିସ,୧୬।୫: ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ କେନ୍ଦ୍ର ସରକାର ବିପୁଳ ଅର୍ଥ ବ୍ୟୟବରାଦ କରି ଜାତୀୟ ରାଜପଥ (ଏନ୍‌ଏଚ୍‌) ନିର୍ମାଣ କରୁଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ସାଲିସ ଯୋଗୁ ରାଜପଥ ନିର୍ମାଣରେ ବ୍ୟାପକ…

ମହଙ୍ଗା ମାଡ଼କୁ ମାପ ଓଜନରେ ଠକେଇ

ଯାଜପୁର ଅଫିସ,୧୬ା୫: ରାଜ୍ୟରେ ଖାଉଟିଙ୍କୁ ମାପ ଓ ଓଜନରେ ବ୍ୟାପକ ଠକେଇର ଶିକାର ହେବାକୁ ପଡୁଛି। ଏହାକୁ ନିୟନ୍ତ୍ରଣ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନ ବୈଧମାପ ବିଜ୍ଞାନ ବା ଲିଗାଲ ମେଟ୍ରୋଲୋଜି(ଏଲ୍‌ଏମ୍‌) ନିର୍ଦ୍ଦେଶାଳୟ ପକ୍ଷରୁ ବିଭିନ୍ନ…

ବ୍ରାହ୍ମଣୀ ବ୍ରହ୍ମପୁର ବାଲିଘାଟରୁ ବେଆଇନ ଉତ୍ତୋଳନ

କବାଟବନ୍ଧ,୧୬ା୫(ଡି.ଏନ.ଏ.): ଧର୍ମଶାଳା ତହସିଲ ଅନ୍ତର୍ଗତ ଜେନାପୁର ବ୍ରିଜ ନିକଟ ବ୍ରାହ୍ମଣୀ ନଦୀକୂଳ ପଠାରୁ ଅନୁମତି ନ ଥାଇ ବାଲି ଉଠାଣ ହେଉଛି। ଏନେଇ ନଦୀ ତଟବର୍ତ୍ତୀ ବ୍ରହ୍ମପୁର ଗ୍ରାମବାସୀ ଧର୍ମଶାଳା ତହସିଲଦାରଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ବ୍ରହ୍ମପୁର ଗ୍ରାମଟି ସରକାରୀ…

ଶ୍ରମିକଙ୍କ କାମ କରୁଛି ମେଶିନ

ବରୀ,୧୬ା୫(ଡି.ଏନ.ଏ.): ବରୀ ବ୍ଲକ ବରୀ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ପୋଖରୀ ପୁନରୁଦ୍ଧାର ଓ ରାସ୍ତା କାର୍ଯ୍ୟ କରାଯାଉଛି। ତେବେ ଏହି କାର୍ଯ୍ୟ ଶ୍ରମିକଙ୍କ ଦ୍ୱାରା କରାଯିବାର ନିୟମ ଥିଲେ ମଧ୍ୟ ଏଠାରେ…

ଜାଲ୍‌ ଦସ୍ତଖତରେ ଆଧାର ପଞ୍ଜୀକରଣ, ସଂଶୋଧନ

ରସୁଲପୁର,୧୬ା୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ଓକାକ୍‌ କମ୍ପ୍ୟୁଟର ଲ୍ୟାବ୍‌ ପକ୍ଷରୁ ୨ ସ୍ବୀକୃତିପ୍ରାପ୍ତ ଆଧାରକେନ୍ଦ୍ର ଖୋଲାଯାଇଥିଲା। ତେବେ କେନ୍ଦ୍ର ପରିଚାଳକ ଆଧାର ପଞ୍ଜୀକରଣ ଓ ତ୍ରୁଟି ସଂଶୋଧନ ବେଳେ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଦର୍ଶାଇ କମ୍ପ୍ୟୁଟର ଲ୍ୟାବ୍‌ ପକ୍ଷରୁ ଉକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri