ହାଇଟେକ୍‌ ସର୍ଭେରୁ ବଞ୍ଚିତ ଦର୍ପଣ ତହସିଲ

ଚଣ୍ଡିଖୋଲ,୧୦ା୬(ଡି.ଏନ.ଏ.): ରାଜ୍ୟ ସରକାର ଜମିଜମା ସଂଶୋଧନ ପାଇଁ ବନ୍ଦୋବସ୍ତ, ଚକବନ୍ଦୀ ଆଦି ପ୍ରଚଳନ କରି ସଂଶୋଧନ ପ୍ରକ୍ରିୟା କରିଥିଲେ। ହେଲେ ଇଂରେଜ ସରକାର ଅମଳରେ ହୋଇଥିବା ଭୂ ସଂଶୋଧନ ଆଜି ପର୍ଯ୍ୟନ୍ତ ବଦଳି ନାହିଁ। ଫଳରେ ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ଥିବା ୯ଟି ରାଜସ୍ବ ଗ୍ରାମ ୧୯୨୯ ମସିହା ପରେ ଅଦ୍ୟାବଧି ବନ୍ଦୋବସ୍ତ ହୋଇ ପାରିନାହିଁ। ଯେଉଁଥି ପାଇଁ ସମ୍ପୃକ୍ତ ରାଜସ୍ବ ଗ୍ରାମର ଜମିମାଲିକମାନେ ନାହିଁ ନ ଥିବା ହୀନସ୍ତା ଭୋଗୁଛନ୍ତି। ଜମି ପଟ୍ଟା ନ ଥିବାରୁ ସେମାନେ ବାସସ୍ଥାନ ପ୍ରମାଣପତ୍ର, ବ୍ୟାଙ୍କ ଋଣ ଆଦି ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏପରି କି କୌଣସି ପ୍ରାକୃତିକ ବିପର୍ଯ୍ୟୟ ଘଟିଲେ କ୍ଷତିପୂରଣ ମଧ୍ୟ ପାଇପାରୁନାହାନ୍ତି। ଅନ୍ୟପକ୍ଷରେ ଏବେ ଯାଜପୁର ଜିଲାର ୭ଟି ତହସିଲ ହାଇଟେକ୍‌ ସର୍ଭେରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ସେଥିରୁ ଦର୍ପଣ ତହସିଲ ବାଦ ପଡ଼ିଛି, ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଦର୍ପଣ ତହସିଲ ଅନ୍ତର୍ଗତ ସୁଙ୍ଗୁଡ଼ା, ଦର୍ପଣ, ପତରାଜପୁର, ପଲେଇ, ମାତକାତପୁର, ଚାରିନଙ୍ଗଳ, କଳାଶ୍ରୀ, ବରଦା ଓ ପଣସୁଧା ରାଜସ୍ବ ଗ୍ରାମ ରହିଛି। ଏହି ଗ୍ରାମଗୁଡ଼ିକ ୧୯୨୬ରେ ବନ୍ଦୋବସ୍ତ କାର୍ଯ୍ୟ କରାଯାଇ ଜମି ସଂଶୋଧନ କରାଯାଇଥିଲା। ଏହାପରେ ୧୯୮୨ରୁ ଆରମ୍ଭ ହୋଇଥିବା ବନ୍ଦୋବସ୍ତ କାର୍ଯ୍ୟ ଶେଷ ହୋଇଥିବାବେଳେ ବିଭିନ୍ନ କାରଣ ଦର୍ଶାଇ ସମ୍ପୃକ୍ତ ୯ଟି ରାଜସ୍ବ ଗ୍ରାମ ଚକବନ୍ଦୀ ଓ ବନ୍ଦୋବସ୍ତରୁ ବାଦ ପଡ଼ିଲା। ଏପରି କି କେତେକ ରାଜସ୍ବ ଗ୍ରାମରେ ୯(୧)ଧାରାରେ ବନ୍ଦୋବସ୍ତ କାର୍ଯ୍ୟ ଚାଲିଥିବାବେଳେ ଏହା ବନ୍ଦ ହୋଇଥିଲା। ଆଉ କେତେକ ରାଜସ୍ବ ଗ୍ରାମ ୧୩(୧)ଧାରାରେ ବନ୍ଦ ହୋଇଯାଇଛି। ସୀମା ନିର୍ଦ୍ଧାରଣରୁ ସମ୍ପୃକ୍ତ ଗ୍ରାମଗୁଡ଼ିକ ବାଦ ପଡ଼ିଛି। ବନ୍ଦୋବସ୍ତ ହୋଇ ନ ଥିବା ଯୋଗୁ ଏହି ରାଜସ୍ବ ଗ୍ରାମର ଜମିପଟ୍ଟା ନାହିଁ। ସରକାରୀ ନିର୍ଦ୍ଦେଶ ମୁତାବକ ଜମି ପଟ୍ଟାରେ ହିଁ ବାସସ୍ଥାନ ଓ ଜାତିଗତ ପ୍ରମାଣପତ୍ର ମିଳିଥାଏ। ତେବେ ଏମାନଙ୍କ ନିକଟରେ ପଟ୍ଟା ନ ଥିବା ହେତୁ ୨୦ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବେଳ ସେତିକି ନୁହେଁ ଏହି ମୌଜାରେ ସରକାରଙ୍କ ତରଫରୁ ଜମି ଅଧିଗ୍ରହଣ କରିବାବେଳେ ସେମାନେ ୧୯୨୯ର ଜମି ପଟ୍ଟା ଖୋଜୁଛନ୍ତି, ଯାହାକି ଆଉ ଏକ ବଡ଼ ସମସ୍ୟା ମୁଣ୍ଡଟେକିଛି।
୧୯୨୯ରେ ଯେଉଁମାନଙ୍କ ନାମରେ ଜମି ପଟ୍ଟା ଥିଲା ସେମାନଙ୍କ ଦେହାନ୍ତ ହୋଇ ସାରିଲାଣି। ତେଣୁ ପୁରଷାନୁକ୍ରମେ ଜମିର ମାଲିକ ଦର୍ଶାଇବା କଷ୍ଟକର ହୋଇପଡୁଛି। ଏହି ମୌଜା ଗୁଡ଼ିକର ଜମି ଖର୍ଦ୍ଦିବିକ୍ରି ଉପରେ ମଧ୍ୟ ସମସ୍ୟା ଦେଖାଦେଇଛି। ଦୀର୍ଘ ୯୩ ବର୍ଷ ଭିତରେ କେତେକ ଜମି ୮ରୁ ୧୦ଥର ବିକ୍ରି ହୋଇଗଲାଣି। ତେଣୁ ୧୯୨୯ ମସିହା ଜମି ପଟ୍ଟାକୁ ଦେଖି ବର୍ତ୍ତମାନର ଜମି ମାଲିକ ଚିହ୍ନଟ କରିବା ମୁସ୍କିଲ। ଏହି ସମସ୍ୟା ପାଇଁ ଜମିର କିସମ ପରିବର୍ତ୍ତନ ହୋଇପାରୁ ନାହିଁ। ଯେଉଁଥି ପାଇଁ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ଜଳସେଚିତ ଚାଷଜମି ବା ଅଣଜଳସେଚିତ ଚାଷଜମିକୁ ସ୍ଥାନୀୟ ଅଞ୍ଚଳବାସୀ କିସମ ପରିବର୍ତ୍ତନ ନ କରି ଏହାକୁ ବାଧ୍ୟ ହୋଇ ଘରବାରି କରି ବ୍ୟବହାର କରୁଛନ୍ତି। ଯେହେତୁ ଜମି ସଂଶୋଧନ ପ୍ରକ୍ରିୟା ହୋଇନାହିଁ ସେଥିପାଇଁ ରାଜସ୍ବ ବିଭାଗ ନୀରବତା ଅବଲମ୍ବନ କରୁଛି। ଚାଷୀ ସରକାରଙ୍କ ବିଭିନ୍ନ ଯୋଜନାରୁ ମଧ୍ୟ ବଞ୍ଚତ୍ତ ହେଉଛନ୍ତି। ତେଣୁ ତୁରନ୍ତ ଏହି ଜମିଗୁଡ଼ିକର ସର୍ଭେ କରାଯାଇ ସଂଶୋଧିତ ପଟ୍ଟା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀଙ୍କୁ ପଚାରିବାରେ ସେ କୁହନ୍ତି, ହାଇଟେକ ସର୍ଭେ ନେଇ ଆମ ପାଖକୁ ଏ ପର୍ଯ୍ୟନ୍ତ କୌଣସି ଚିଠି ଆସିନାହିଁ। କେବଳ ଗଣମାଧ୍ୟମରୁ ସୂଚନା ପାଇଛୁ ଯେ, ଆମର ଦର୍ପଣ ତହସିଲ ସେଥିରେ ନାହିଁ। ତେବେ ଚିଠି ଆସିଲା ପରେ ନିଶ୍ଚିତ ଭାବେ ଜିଲାପାଳଙ୍କ ସହ କଥା ହୋଇ ଦର୍ପଣ ତହସିଲକୁ ସର୍ଭେରେ ଅନ୍ତର୍ଭୁକ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ଆଦାନୀ ସହ ବଡ଼ ଚୁକ୍ତି ସ୍ବାକ୍ଷର କଲେ ଓଡ଼ିଶା ସରକାର: ସୃଷ୍ଟି ହେବ ୫୩,୫୦୦ ନୂଆ ନିଯୁକ୍ତି

ଭୁବନେଶ୍ୱର,୨।୭: ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବଡ଼ ଚୁକ୍ତି ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ…

ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍‌ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ…

କ୍ରାଶ ହେଲା ନୌସେନାର MH-60 ହେଲିକପ୍ଟର, ଆରବ ସାଗରରେ ଜରୁରୀକାଳୀନ ଅବତରଣ ସମୟରେ ଘଟିଲା…

ଓ୍ବାଶିଂଟନ,୨।୭: ଆରବ ସାଗରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଆମେରିକୀୟ ନୌସେନା MH-60S ସିହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତିନି ଜଣ କ୍ରୁ…

ପାଠପଢ଼ା ବୟସରେ ହାତରେ ବନିଶୀ କଣ୍ଟା, ମାଛ ମାରି ପେଟ ପୋଷୁଛନ୍ତି ଜନଜାତି ପିଲା

ମହାକାଳପଡ଼ା,୨ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବରପଡ଼ା, ଜଙ୍ଗଲଘେରି, ବାଘୁଆମେଦି, ଜମ୍ବୁ , ସୁନିତି ଅଠର ବାଙ୍କି ଓ ପାଣିଖିଆ…

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri