କଲରା ଚାଷରେ ଭୁରୁଙ୍ଗା ରୋଗ

ଧର୍ମଶାଳା,୧୦ା୬(ଡି.ଏନ.ଏ.): ଧର୍ମଶାଳା ବ୍ଲକ୍‌ ଅଞ୍ଚଳ ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ଜଳବାୟୁ ପରିବର୍ତ୍ତନ। ଅନେକ ସମୟରେ ଲଗାଣ ବର୍ଷା ଓ ବନ୍ୟାରେ ଧାନ ଚାଷରେ କ୍ଷତି ସହିଥାନ୍ତି ଚାଷୀକୁଳ। ସେଥିରୁ ମୁକୁଳିବା ପାଇଁ ବିଭିନ୍ନ ପନିପରିବା ଫସଲ କରିଥାନ୍ତି। ଆଶା ଥାଏ ଧାନଫସଲ କ୍ଷତିର ଭରଣା ହେବ। କିନ୍ତୁ ଏବେ ଚାଷୀ କରିଥିବା କଲରା ଚାଷରେ ଦେଖାଦେଇଛି ଭୁରୁଙ୍ଗା ରୋଗ। ଫଳରେ ଏକରଏକର କଲରା ଫସଲ କ୍ଷତିଗ୍ରସ୍ତ ହୋଇଛି। ଯାହାକୁ ନେଇ ଚିନ୍ତାରେ ଚାଷୀକୁଳ।
ବ୍ଲକର ମିର୍ଜାପୁର, ପାଟପୁର ଆଦି ଅଞ୍ଚଳ ଚାଷୀ ଶହଶହ ଏକର ଜମିରେ କଲରା ଚାଷ କରିଥିଲେ। ଭଲ ଫସଲ ଅମଳ ହେବା ନେଇ ଆଶା ମଧ୍ୟ ରଖିଥିଲେ। କିନ୍ତୁ ଏବେ ରୋଗ ଯୋଗୁ ଗଛର ଅଗ ଭାଗ ପତ୍ର ସବୁ ମୋଡି ହୋଇଯିବା ସହ ଫଳ ବଢୁନାହିଁ। ଯେଉଁ ସମୟରେ କଲରା ତୋଳା ହୋଇ ବିକ୍ରି ହେବା କଥା ସେହି ସମୟରେ ଫଳ ବାହାରୁନାହିଁ। ଧାର କରଜ କରି ଚାଷ କରିଥିବା ଚାଷୀ ଫସଲକୁ ଦେଖି ହତାଶ ହୋଇ ପଡ଼ିଛନ୍ତି। ତେବେ ଅତ୍ୟଧିକ ତାପମାତ୍ରା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା କହିଛନ୍ତି ଚାଷୀ। ଗତ ଲଘୁଚାପଜନିତ ଲଗାଣ ବର୍ଷାରେ ସମ୍ପୃକ୍ତ ଅଞ୍ଚଳର ଚାଷୀକୁଳ ପ୍ରଭୂତ କ୍ଷତି ସହିଥିଲେ। ତେବେ ଏହି ଫସଲ କରି ଭଲ ଅମଳ ହେବା ନେଇ ଆଶା ରଖିଥିଲେ। ଏବେ ଚାଷ ଉପରେ ନିର୍ଭର କରି ଚଳୁଥିବା ଅଞ୍ଚଳର ଚାଷୀ ଏବେ କିପରି ନିଜର ପରିବାର ପ୍ରତିପୋଷଣ କରିବେ ସେ ନେଇ ଆଶଙ୍କାରେ ରହିଛନ୍ତି। ଅନେକ ଚାଷୀ କଲରା ଗଛଗୁଡିକୁ ଉପାଡ଼ିଦେବାକୁ ଆରମ୍ଭ କଲେଣି। ଆଉ କେତେଜଣ ଚାଷୀ ବାରମ୍ବାର ଚାଷରେ କ୍ଷତି ସହୁଥିବାରୁ ଚାଷ କ୍ଷେତ୍ରରୁ ମୁହଁ ଫେରାଇବାକୁ ବସିଲେଣି। ଏପରିସ୍ଥଳେ ସରକାରୀ ସହାୟତା ମିଳିଲେ ଚାଷୀକୁଳ ପୁଣି ଅଣ୍ଟା ସଳଖି ଛିଡ଼ା ହୋଇପାରିବେ ବୋଲି ଆଶା ରଖିଛନ୍ତି। ତେଣୁ କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇ ଚାଷୀଙ୍କୁ ସହାୟତା ଯୋଗାଇଦେବା ଲାଗି ଦାବି ହୋଇଛି। ଏ ସମ୍ପର୍କରେ ଧର୍ମଶାଳା ଉଦ୍ୟାନ ବିଭାଗ ସହକାରୀ ଅଧିକାରୀ ଶୁଭଶ୍ରୀ ଶୁଭଦର୍ଶିନୀଙ୍କୁ ପଚାରିବାରେ ସେ କହିଛନ୍ତି, ଚାଷୀଙ୍କ କ୍ଷୟକ୍ଷତିର ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ। ଏବେ ଦେଖିବାକୁ ଅପେକ୍ଷା କେବେ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସିପିଆଇ,ସିପିଏମ୍‌ର ପ୍ରତିବାଦ ସଭା

ବାରିପଦା ଅଫିସ,୨୦ା୧୨- ଭାରତର ସମ୍ବିଧାନରେ ଏଠାକାର ନାଗରିକମାନଙ୍କୁ ଧର୍ମ, ଜାତି, ଭାଷା ଓ ଲିଙ୍ଗ ନିର୍ବିଶେଷରେ ସମାନ ଅଧିକାର ଦେବା ବ୍ୟବସ୍ଥା ରହିଛି। ପୂର୍ବରୁ ଥିବା...

ଅଗ୍ନି-୪ର ରାତ୍ରକାଳୀନ ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୬ା୬: ଆଣବିକ ଶକ୍ତିସମ୍ପନ୍ନ ଅଗ୍ନି-୪ କ୍ଷେପଣାସ୍ତ୍ରର ରାତ୍ରକାଳୀନ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ସଫଳ ହୋଇଥିବା ନେଇ ଡିଆରଡିଓ(ପ୍ରତିରକ୍ଷା ଗବେଷଣା ଓ ବିକାଶ...

ଝି’ର ଚିକିଛା ଲାଗି ଟଁକା ଅଭାବ୍‌: ସରକାରୀ ସାହାଯ୍‌ ଆଶ୍‌ରେ ଗରିବ୍‌ ମା’ବାପ୍‌

ପର୍ଲା,୨।୧୨(ଡି.ଏନ.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ଗାଁର ତରୁଣି ବିଷି(୫)। ଦିନୁଦିନ୍‌କେ ତାକର ମୁଡ଼ର ଆକର ସଂଗେ ଉଜନ ବଢ଼ବାରେ ଲାଗିଛେ।...

ଡଙ୍ଗା ଭସାଇ କାର୍ତ୍ତିକ ବ୍ରତ ଭାଙ୍ଗିଲେ ଶ୍ରଦ୍ଧାଳୁ

ଆରଡି,୧୨।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଶୈବପୀଠ ଆରଡିରେ ବାବା ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇ କାର୍ତ୍ତିକ ବ୍ରତ ଶେଷ କରିଛନ୍ତି । ମଙ୍ଗଳବାର ଭୋର...

ପଥରରେ ଛେଚି ଯୁବକଙ୍କୁ ହତ୍ୟା, ଜଣେ ଅଟକ

କେନ୍ଦୁଝର,(ସ୍ବ.ପ୍ର.): ସଦର ଥାନା ବଂଶପାଳ ବ୍ଲକ ଅନ୍ତର୍ଗତ ଫୁଲଝର ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ପଥର ଛେଚି ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳିଯାଇଛି। ଯୁବକ ଜଣଙ୍କ...

ବଡ଼ଚଣା କୁନ୍ଦଳ ଛକରେ ଚାଲୁଥିଲା ବେନାମୀ ସସ୍‌ କାରଖାନା: ଚଢ଼ାଉ ପରେ ଗୋଦାମ ସିଲ

ଚଣ୍ଡିଖୋଲ,୧୦।୧(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ଥାନା ଅଧୀନ କୁନ୍ଦଳ ଛକରେ ଏକ ବେନାମୀ ସସ୍‌ କାରଖାନା ଚାଲୁଥିଲା। ଏହି ଖବର ମିଳିବା ପରେ ଶୁକ୍ରବାର ରାତିରେ...

ଗଞ୍ଜାମରେ ମନ୍ଦିର ବନ୍ଦ: ଘରେ ରହି ସାବିତ୍ରୀ ବ୍ରତ ପାଳିଲେ ମହିଳା

ଛତ୍ରପୁର,୧୦ା୬(ଡି.ଏନ୍‌.ଏ.): କରୋନା ସଂକ୍ରମଣ ଯୋଗୁ ଗଞ୍ଜାମ ଜିଲାରେ ଆଗୁଆ ପଦକ୍ଷେପ ନିଆଯାଇ ୨ ମାସ ହେଲା ସବୁ ମନ୍ଦିର ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛି। ଫଳରେ...

ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ

ଭଦ୍ରକ ଅଫିସ, ୨୧।୧୨- ଭଦ୍ରକରେ ଚାଲିଥିବା ରାଜ୍ୟସ୍ତରୀୟ ଯୁବ ମହୋତ୍ସବର ଶୁକ୍ରବାର ଥିଲା ୩ୟ ଦିବସ। ଏଥିପାଇଁ ନେହେରୁ ଷ୍ଟାଡିୟମ, ଶହୀଦ ସ୍ମୃତି ଭବନ, ସଂସ୍କୃତି...

Advertisement
Archives

Model This Week