ତାଲିକାରେ ନାହିଁ ଅନେକ ନାମ

ଯାଜପୁର ଅଫିସ,୧୨।୬: ରାଜ୍ୟରେ ନକଲି ବିଇଡି/ସିଟି ଡିଗ୍ରୀଧାରୀ ଏବଂ ଆଦିବାସୀ ପ୍ରମାଣପତ୍ରରେ ଚଞ୍ଚକତା କରି ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ, ଶିକ୍ଷକ ଧୀରେ ଧୀରେ ଚିହ୍ନଟ ହେଉଛନ୍ତି। ଅଦ୍ୟାବଧି ୨୫ ଶିକ୍ଷା ଜିଲାରେ ୪୯୮ଜଣ ନକଲି ଶିକ୍ଷକ ଧରାପଡ଼ିଲେଣି। ଏହି ସଂଖ୍ୟା ଆହୁରି କାହିଁ କେତେ ଅଧିକ ବୋଲି ଅଭିଯୋଗ ହେଉଛି। ଏପରି କି କେତେଜଣ ରାଜନୈତିକ ଛତ୍ରଛାୟାରେ ରହି ସେମାନଙ୍କ ନାମକୁ ଶିକ୍ଷା ବିଭାଗ ତରଫରୁ ହୋଇଥିବା ନକଲି ଶିକ୍ଷକ ତାଲିକାରୁ କାଟି ଦେଇଥିବା ଅଭିଯୋଗ ହେଉଛି। ବିଡ଼ମ୍ବନା ଯେ ଏହି ନକଲି ଶିକ୍ଷକମାନେ ସମସ୍ତ ସରକାରୀ ସୁବିଧା ସୁଯୋଗ ହାସଲ କରିଚାଲିଥିବାବେଳେ ଅତି ପରିଶ୍ରମ କରି ପାଠ ପଢିଥିବା ବିଇଡି/ସିଟି ଡିଗ୍ରୀଧାରୀ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୋଇ ବେକାର ବସିଛନ୍ତି। ଏହାସହ ପ୍ରକୃତ ଆଦିବାସୀ ଓ ଦଳିତ ଶ୍ରେଣୀର ଶିକ୍ଷିତ ଯୁବତୀଯୁବକ ସେମାନଙ୍କ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି। ଚିହ୍ନଟ ହୋଇଥିବା ୪୯୮ ନକଲି ଶିକ୍ଷକଙ୍କ ସମସ୍ତ ପ୍ରମାଣପତ୍ର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଜିଲା ଶିକ୍ଷା ଅଧିକାରୀ (ଡିଇଓ), ଜିଲା ପ୍ରକଳ୍ପ ଅଧିକାରୀ (ଡିପିଓ) ଓ ବ୍ଲକ ଶିକ୍ଷାଧିକାରୀ(ବିଇଓ)ମାନଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ(ଡିଇଇ)ର ଯୁଗ୍ମ ନିର୍ଦ୍ଦେଶକ ଗୌରୀରାଣୀ ନାୟକ ନିର୍ଦ୍ଦେଶ ଦେଇଛନ୍ତି। ୨୫ ଜିଲାପାଳଙ୍କୁ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଉକ୍ତ ନିର୍ଦ୍ଦେଶରେ ତାଲିକା ବାହାରେ ରହିଥିବା ଅଭିଯୁକ୍ତ ଶିକ୍ଷକଙ୍କ ସଂକ୍ରାନ୍ତରେ ମଧ୍ୟ ସମସ୍ତ ସୂଚନା ଦେବାକୁ ଦର୍ଶାଯାଇଛି। ତେବେ ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୧୦୦ ଥର ଡିଇଓମାନଙ୍କୁ କାର୍ଯ୍ୟରତ ନକଲି ଶିକ୍ଷକଙ୍କ ବାବଦରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ରାଜନୈତିକ ଚାପରେ କିମ୍ବା ନକଲି ଶିକ୍ଷକଙ୍କ ସହ ଭିତିରି ବୁଝାମଣା କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ଫାଇଲ ଭିତରେ ଚାପି ଦିଆଯାଉଥିବା କୁହାଯାଉଛି।
୨୦୧୫ରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପତ୍ରସଂଖ୍ୟା ୨୦୭୧୦/ ୩୦ା୧୧ା୨୦୧୫ରେ ରାଜ୍ୟରେ କାର୍ଯ୍ୟରତ ନକଲି ପ୍ରମାଣପତ୍ର ଦାଖଲ କରି ଶିକ୍ଷକତା କରୁଥିବା ବ୍ୟକ୍ତିଙ୍କ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ନକଲି ଶିକ୍ଷକ ଚିହ୍ନଟ ଚାଲିଥିବାବେଳେ କାର୍ଯ୍ୟାନୁଷ୍ଠାନ ନୈରାଶ୍ୟଜନକ ରହିଛି। ଡିଇଓମାନେ ବିଭିନ୍ନ ଆଳ ଦେଖାଇ ‘ତଦନ୍ତ ଚାଲିଥିବା’ ଉତ୍ତର ଦେଇଆସୁଛନ୍ତି। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ସଚିବ ନାୟକ ତାଙ୍କ ନିର୍ଦ୍ଦେଶନାମାରେ ଏଥର ବି ଅନୁରୂପ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ନକଲି ଶିକ୍ଷକଙ୍କ ସମସ୍ତ ପ୍ରମାଣପତ୍ର ଯାଞ୍ଚ କରି ଓସିଏସ୍‌(ସିସିଏ) ଆଇନ-୧୯୬୨ର ଧାରା ୧୫ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସ୍ଥାନୀୟ ଥାନାରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ୪୯୮ ନକଲି ଶିକ୍ଷକଙ୍କ କ୍ଷେତ୍ରରେ ମାତ୍ର ୫୯ ମାମଲାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।
ତଥ୍ୟ ଅନୁସାରେ ବଲାଙ୍ଗୀର ଜିଲାର ୧୬୩, ଗଞ୍ଜାମର ୯୬, ଭଦ୍ରକର ୫୪, ଖୋର୍ଦ୍ଧାର ୩୬, ସୁନ୍ଦରଗଡ଼ର ୧୫, କଳାହାଣ୍ଡିର ୧୩, ରାୟଗଡ଼ାର ୧୨, ମୟୂରଭଞ୍ଜର ୧୨, କୋରାପୁଟର ୧୨, ଯାଜପୁରର ୧୦, ଗଜପତିର ୧୦, ଝାରସୁଗୁଡ଼ାର ୮, ମାଲକାନଗିରିର ୮, ନୟାଗଡ଼ର ୭, କନ୍ଧମାଳର ୭, ବାଲେଶ୍ୱରର ୭, ନବରଙ୍ଗପୁରର ୬, ଢେଙ୍କାନାଳର ୫, କଟକର ୪, କେନ୍ଦ୍ରାପଡ଼ାର ୪, ଜଗତ୍‌ସିଂହପୁରର ୪, ପୁରୀର ୩ ଏବଂ ନୂଆପଡ଼ା ଓ ସମ୍ବଲପୁର ଜିଲାର ଜଣେ ଲେଖାଏ ନକଲି ଶିକ୍ଷକଙ୍କ ନାମ ତାଲିକାରେ ରହିଛି। ଅନ୍ୟପକ୍ଷରେ ସମସ୍ତ ପ୍ରମାଣପତ୍ର ସହ କେତେଜଣ ନକଲି ଶିକ୍ଷକଙ୍କ ନାମରେ ଅଞ୍ଚଳବାସୀ ଅଭିଯୋଗ କରିଥିଲେ ହେଁ ସେମାନଙ୍କ ନାମ ତାଲିକାରେ ସ୍ଥାନ ପାଇନାହିଁ। ଏଠାରେ ଯାଜପୁର ଜିଲା କୋରେଇ ବ୍ଲକକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ବ୍ଲକରେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ନକଲି ପ୍ରମାଣପତ୍ର ଦାଖଲ କରିଥିବା ଅଭିଯୋଗ ହେଉଛି। ଏହି ବ୍ଲକର ବ୍ୟାସନଗର ତହସିଲ ଅଧୀନ ଅସନଝର ମୌଜାର ଜଣେ ଶିକ୍ଷକ କେନ୍ଦୁଝର ଜିଲା ଘସିପୁରା ତହସିଲ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମଧୁକେଶରୀ ମୌଜାରେ ୨ ଡେସିମିଲ ବିଶିଷ୍ଟ ଘରବାଡ଼ି ଜମି ନେଇ ପଟ୍ଟାରେ ଶବର ଜାତି ଦର୍ଶାଇଛନ୍ତି। ସେହି ଜମି ପଟ୍ଟା ବଳରେ ଆଦିବାସୀ ପ୍ରମାଣପତ୍ର ହାସଲ କରି ଗଜପତି ଜିଲାର ଆର.ଉଦୟଗିରି ବ୍ଲକର ଏକ ସ୍କୁଲରେ ଶିକ୍ଷକତା କରୁଥିବା ଅନେକ ଥର ଅଭିଯୋଗ ହେଉଛି। ଉକ୍ତ ଶିକ୍ଷକଙ୍କ ଉପରେ ଜଣେ ପ୍ରଭାବଶାଳୀ ରାଜନେତାଙ୍କ ଆଶୀର୍ବାଦ ରହିଥିବାରୁ ବିଭାଗୀୟ ତାଲିକାରୁ ତାଙ୍କ ନାମ କଟାଯାଇଥିବା ଚର୍ଚ୍ଚା ହେଉଛି। ଏନେଇ ଗଜପତି ଜିଲା ଶିକ୍ଷାଧିକାରୀ ପ୍ରଦ୍ୟୁଷ କୁମାର ନାୟକଙ୍କୁ ପଚାରିଲେ, ତଦନ୍ତ ଚାଲିଥିବା ସେ କହୁଛନ୍ତି। ସେହିପରି ସମ୍ବଲପୁର ଜିଲାର ବୁର୍ଲା ଏବଂ ରେଢାଖୋଲ ଅଞ୍ଚଳର ୨ ଶିକ୍ଷକଙ୍କ ପ୍ରମାଣପତ୍ର ତଦନ୍ତ କରିବାକୁ ଗତ ମେ ୬ରେ ଡିଇଇର ଯୁଗ୍ମ ନିର୍ଦ୍ଦେଶକ ସମ୍ବଲପୁର ଡିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ତାଲିକାରେ ସେହି ୨ ଜଣଙ୍କ ନାମ ନାହିଁ। ଏଥିରୁ ନକଲି ଶିକ୍ଷକ ତଦନ୍ତ କିପିରି ଚାଲିଛି ତାହା ସ୍ପଷ୍ଟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri