ଯାଜପୁର

୪ ମାସ ହେଲା ଆସୁନି ମଧ୍ୟାହ୍ନଭୋଜନ ଅନୁଦାନ

ବିଞ୍ଝାରପୁର,୨୨ା୭(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକରେ ପ୍ରହସନ ପାଲଟିଛି ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ। ମାସମାସ ଧରି ବିଦ୍ୟାଳୟକୁ ଆସୁନି ମଧ୍ୟାହ୍ନଭୋଜନ ବାବଦ ଅନୁଦାନ। ଫଳରେ ଛାତ୍ରୀଛାତ୍ରଙ୍କୁ ଖାଇବାକୁ ଦେଇ ଦୋକାନୀଙ୍କ ନିକଟରେ ବନ୍ଧା ପଡ଼ିଛନ୍ତି ପ୍ରଧାନଶିକ୍ଷୟିତ୍ରୀ,ଶିକ୍ଷକ। ଏପରି ଘଟଣା ଦେଖିବାକୁ ମିଳିଛି ବ୍ଲକର ବିଭିନ୍ନ ସ୍କୁଲରେ,…

ସୂଚନା ଅଧିକାର ଆଇନକୁ ଭୟ

ଯାଜପୁର ଅଫିସ,୨୨ା୭: ଯାଜପୁର ଜିଲାରେ ସୂଚନା ଅଧିକାର ଆଇନ (ଆରଟିଆଇ)ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ଭାବେ ପରାହତ ହୋଇଛି। ମାସ ମାସ ଧରି ସୂଚନା ଦେବାକୁ ଉଦ୍ଦେଶ୍ୟମୂଳକ ଭାବେ ଅବହେଳା କରାଯାଉଛି। ଅପିଲ କଲେ ମଧ୍ୟ ସୁଫଳ ମିଳୁନାହିଁ। ଆଉ…

୧୫୦ରୁ ଊର୍ଦ୍ଧ୍ୱ କେନ୍ଦୁଗଛ କାଟିଦେଲେ

ଯାଜପୁର ଅଫିସ/ ରଗଡି(ଡି.ଏନ.ଏ.),୨୧ା୭: କଟକ ବନଖଣ୍ଡ ଯାଜପୁର ରୋଡ ରେଞ୍ଜ ଅଧୀନ ପଛିକୋଟ ଡିପିଏଫ୍‌ (ଡିମାର୍କେଟେଡ ପ୍ରୋଟେକ୍ଟ ଫରେଷ୍ଟ) ଅଧୀନ କୋରାବନ୍ଦୀ ଓ ମଲାରିଆ ମଧ୍ୟ ଭାଗରେ ଥିବା ୧୪୮ ହେକ୍ଟର ଶାଳ ଜଙ୍ଗଲ ଏବେ ନିଶ୍ଚିହ୍ନ ହେବାକୁ ବସିଛି। ବିଭାଗୀୟ…

ରାସ୍ତାରେ ପାଣି, ଘରୁ ବାହାରି ପାରୁନାହାନ୍ତି ଲୋକେ

ବରୀ,୨୧ା୭(ଡି.ଏନ.ଏ.): ବରୀ ବ୍ଲକ୍‌ ଅଧୀନ ଚନ୍ଦନପୁର ପଞ୍ଚାୟତ ଶୁକଳ ଗ୍ରାମରେ ଲଗାଣ ବର୍ଷା ଯୋଗୁ ରାସ୍ତା ଉପରେ ପାଣି ଜମି ରହୁଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହେଉଛି। ଉକ୍ତ ରାସ୍ତା ଉପରେ ଗ୍ରାମର ତିନିଶହରୁ ଊର୍ଦ୍ଧ୍ୱ ପରିବାର ନିର୍ଭର କରିଥାନ୍ତି। ବିଶେଷକରି…

ନଦୀବନ୍ଧ ଖୋଳି ଛାଡ଼ିଦେଲେ, ଲୋକେ ଭୟଭୀତ

ସିଂହପୁର,୨୧ା୭(ଡି.ଏନ.ଏ.): ବିଞ୍ଝାରପୁର ଜଳସମ୍ପଦ ବିଭାଗର ଖରସ୍ରୋତା ନଦୀବନ୍ଧ ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଛି। ତେବେ ଏହି ନଦୀବନ୍ଧରେ ଠିକାଦାର ପକାଉଥିବା ମାଟି ଦୂରରୁ ନ ଆଣି ନଦୀବନ୍ଧ ପଠାରୁ ଆଣୁଥିବାରୁ ବନ୍ଧ ପ୍ରତି ବିପଦ ସୃଷ୍ଟି ହେଉଛି। ଏ ସମ୍ପର୍କରେ ସ୍ଥାନୀୟ ଲୋକେ…

ବୈରୀ ଡାଳିଯୋଡ଼ା ବନାଞ୍ଚଳ: ୧୦ ବର୍ଷରେ ୯ ହାତୀଙ୍କ ମୃତ୍ୟୁ

ଚଣ୍ଡିଖୋଲ,୨୧ା୭ (ଡି.ଏନ.ଏ.): ଯାଜପୁର ଜିଲା ବୈରୀ ଡାଳିଯୋଡ଼ା ବନାଞ୍ଚଳରେ ଦିନକୁ ଦିନ ବନ୍ୟପ୍ରାଣୀଙ୍କ ସଂଖ୍ୟା କମିବାରେ ଲାଗିଛି। ଏଥିସହିତ ସେମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁ ବନ୍ୟପ୍ରାଣୀ ଜନବସତିକୁ ଚାଲି ଆସୁଛନ୍ତି। ତେବେ କେବଳ ଜଙ୍ଗଲ କ୍ଷୟ ନୁହେଁ…

ନଦୀବନ୍ଧ ମୁକୁଳା, ବନ୍ୟା ଆଶଙ୍କାରେ ଲୋକେ ଭୟଭୀତ

ସିଂହପୁର,୨୦ା୭(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଜଳସମ୍ପଦ ବିଭାଗ ଅନ୍ତର୍ଗତ ଖରସ୍ରୋତା ନଦୀବନ୍ଧ ପ୍ରସସ୍ତିକରଣ କାର୍ଯ୍ୟ ଚାଲିଛି। ଏହି ନଦୀବନ୍ଧରେ ଠିକାଦାର ପକାଉଥିବା ମାଟି ଦୂରରୁ ନ ଆଣି ନଦୀବନ୍ଧ ପରଠାରୁ ମାଟି ଆଣୁଥିବାରୁ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହେଉଛି। ଏ…

ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପକରି ପ୍ରଧାନ ଶିକ୍ଷକ ନିଲମ୍ବିତ

ଦଶରଥପୁର,୨୦।୭(ଡି.ଏନ୍‌.ଏ.): ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ କରି ପ୍ରଧାନ ଶିକ୍ଷକ ନିଲମ୍ବିତ। ଏଭଳି ଘଟଣା ଘଟିଛି ଯାଜପୁର ଜିଲା ଦଶରଥପୁର ବ୍ଲକରେ। କୁଅଁରପୁର ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷକ ସଞ୍ଜୟ ନାୟକଙ୍କୁ ନିଲମ୍ବିତ କରାଯାଇଛି। ଦଶରଥପୁର ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀ…

ବର୍ଷାରେ ଦବିଲା ଘାଇ ମରାମତି ସ୍ଥଳ

ରସୁଲପୁର,୨୦ା୭(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଖଣ୍ଡିତରଠାରେ ମୂଳ ଖରସ୍ରୋତା ନଦୀବନ୍ଧର ତଳମୁଣ୍ଡରେ ସ୍ଲୁଇସ୍‌ ଗେଟ୍‌ ନିକଟରେ ଏକ ବଡ ଫାଟ ସୃଷ୍ଟି ହୋଇଛି ା ଏହି ଫାଟ ଯୋଗୁ ସ୍ଲୁଇସ୍‌ ଗେଟ ପ୍ରତି ବିପଦ ସୃଷ୍ଟି କରୁଛି ା…

ଯାଜପୁରରେ ପାଦ ଥାପିଲା ମହା ସିମେଣ୍ଟ କମ୍ପାନୀ

ଯାଜପୁର ଅଫିସ,୨୦ା୭ ଯାଜପୁର ଜିଲାରେ ଅତି ପ୍ରଦୂଷିତ ସିମେଣ୍ଟ କମ୍ପାନୀର ଲମ୍ବାଧାଡି ଲାଗିଛି। ଇମାମୀ(ବର୍ତ୍ତମାନ ନୁଭିଷ୍ଟା ପ୍ରା.ଲି.), ଜେଏସ୍‌ଡବ୍ଲ୍ୟୁ, ରାମ୍‌କୋ, ଯାଜପୁର ସିମେଣ୍ଟ ପରେ ତେଲଙ୍ଗାନା ରାଜ୍ୟର ମାଇହୋମ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ ବା ମହା ସିମେଣ୍ଟ କମ୍ପାନୀ ଯାଜପୁର ଜିଲାରେ…

କଚ୍ଚାଘରେ ୩.୪୭ ଲକ୍ଷ ସହରବାସୀ

ଯାଜପୁର ଅଫିସ,୧୯ା୭:ରାଜ୍ୟର ସହରାଞ୍ଚଳରେ ୪,୫୧,୪୯୩ ପକ୍କାଘର କିମ୍ବା ନିଜସ୍ବ ଗୃହ ନ ଥିବା ପରିବାରଙ୍କୁ ଚିହ୍ନଟ କରାଯାଇଛି। ଏହି ପରିବାରମାନଙ୍କ ମଧ୍ୟରୁ ବେସିକ ସର୍ଭିସ ଟୁ ଅର୍ବାନ ପୁଅର୍‌ (ବିଏସ୍‌ୟୁପି) ଯୋଜନାରେ ୧୭୭୮, ଇଣ୍ଟିଗ୍ରେଟେଡ୍‌ ହାଉସିଂ ଆଣ୍ଡ ସ୍ଲମ୍‌ ଡେଭଲପମେଣ୍ଟ ପ୍ରୋଗ୍ରାମ(ଆଇଏଚ୍‌ଏସ୍‌ଡିପି)ରେ…

ନୋଟିସରେ ସୀମିତ କାର୍ଯ୍ୟାନୁଷ୍ଠାନ

ବରୀ,୧୯ା୭(ଡି.ଏନ.ଏ.):ସରକାରୀ ବଜାର ଗୃହକୁ ବେଆଇନ ଭାବେ ଦଖଲ କରିଥିବା ବ୍ୟକ୍ତିଙ୍କୁ ବରୀ ବ୍ଲକ ପ୍ରଶାସନ ନୋଟିସ କରି ୭ଦିନ ଭିତରେ ଗୃହ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି। ୭ଦିନ ମଧ୍ୟରେ ଗୃହ ଖାଲି ନ କଲେ ପରବର୍ତ୍ତୀ ସମୟରେ ତାହାକୁ ଭାଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?