ଶିକ୍ଷକତା ଜାଲିଆତି ଅଣାୟତ୍ତ

ଯାଜପୁର ଅଫିସ,୬ା୬: ଜାତିଗତ ଏବଂ ଶିକ୍ଷାଗତ ପ୍ରମାଣପତ୍ରକୁ ଜାଲିଆତି କରି ସରକାରଙ୍କ ବିଭିନ୍ନ ସୁବିଧାସୁଯୋଗ ହାସଲ କରିବା ଏବେ ସାଧାରଣ ବିଷୟ ହୋଇଛି। ବିଶେଷକରି ଶିକ୍ଷା ବିଭାଗରେ ଏହି ଜାଲିଆତି ଅଣାୟତ୍ତ ହୋଇଛି। ନକଲି ଶିକ୍ଷକଙ୍କୁ ଠାବ କରି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାୟ ଏକ ଦଶନ୍ଧି ମଧ୍ୟରେ ଶତାଧିକ ନିର୍ଦ୍ଦେଶନାମା ଜାରି ହୋଇଛି, ତାହା ଅନୁପାଳନ ହେଉନାହିଁ।
ଯେଉଁଠି ଖୋଦ ତଦନ୍ତକାରୀ ଅଧିକାରୀ ନକଲି ହୋଇଥିବେ ସେଠାରେ ନକଲି ଶିକ୍ଷକ କେତେ ସୁରକ୍ଷିତ ତାହା ସ୍ପଷ୍ଟ ଅନୁମେୟ। ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଯାଜପୁର ଜିଲା ଶିକ୍ଷା ବିଭାଗରେ। ଏହିକ୍ରମରେ ଅନ୍ୟତ୍ର କିଛି ଜମି କିଣି ସେଥିରେ ନକଲି ଆଦିବାସୀ ସାଜି ଚାକିରି କରୁଥିବା ଏକାଧିକ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ସରକାରଙ୍କ ସୂଚନା ଅଧିକାର ଆଇନ (ଆରଟିଆଇ)କୁ ବି ଦିଗହରା ଉଦ୍ୟମ କରାଯାଉଥିବା ଦେଖିବାକୁ ମିଳିଛି।
ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆବର୍ଗମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟ ନେଇ ସରକାର ନୀତି ପ୍ରଣୟନ କରି ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। କିନ୍ତୁ ଏହିସବୁ ସୁବିଧା ସୁଯୋଗକୁ ଚଞ୍ଚକତା କରି କେତେକ ସାଧାରଣ ବର୍ଗ ଲୋକେ ହାସଲ କରି ଚାଲିଛନ୍ତି। ଏପରିକି ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରରେ ମଧ୍ୟ କାରସାଦି କରି ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇପାରୁଛନ୍ତି। ମିଥ୍ୟା ଜାତିଗତ ପ୍ରମାଣପତ୍ର ବଳରେ ବିଭିନ୍ନ ସୁବିଧାସୁଯୋଗ ହାସଲ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଅଭିଯୋଗ ହେଲେ ମଧ୍ୟ ପ୍ରଶାସନିକ ଉଦାସୀନତା ମନୋଭାବ ଯୋଗୁ କାର୍ଯ୍ୟାନୁଷ୍ଠାନ ଫସର ଫାଟିଛି। ଏପରିକି ତଦନ୍ତରେ ଶିଥିଳତା, କାର୍ଯ୍ୟରେ ଅବହେଳା, ଉପଯୁକ୍ତ ତଦନ୍ତ କରୁ ନ ଥିବା ଅଧିକାରୀଙ୍କୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ପରିସରଭୁକ୍ତ କରାଯିବ ବୋଲି ଚେତାବନୀ ଦିଆଗଲେ ହେଁ ପରିସ୍ଥିତି ଅପରିବର୍ତ୍ତିତ ରହୁଛି। ଫଳରେ ବାସ୍ତବରେ ମେଧାବୀ ଉଚ୍ଚଶିକ୍ଷିତ ଯୁବତୀଯୁବକ ସେମାନଙ୍କ ଅଧିକାର ପାଇବାରୁ ବଞ୍ଚିତ ରହୁଛନ୍ତି। ଯାଜପୁର ଜିଲା କୋରେଇ ବ୍ଲକରେ ୭୦ରୁ ଉର୍ଦ୍ଧ୍ୱ ନକଲି ଜାତିଗତ ଏବଂ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ଶିକ୍ଷକତା କରୁଥିବା ଚର୍ଚ୍ଚା ହେଉଛି। ଏହିକ୍ରମରେ ଅସନଝର ପଞ୍ଚାୟତର ରଞ୍ଜନ କୁମାର ନାୟକ ଏବଂ ଅନାଥ ନାୟକ ଜିଲାରେ କାର୍ଯ୍ୟରତ ଜଣେ ମଣ୍ଡଳ ଶିକ୍ଷାଧିକାରୀଙ୍କ ଜାତିଗତ ପ୍ରମାଣପତ୍ର ନକଲି ହୋଇଥିବା ଦର୍ଶାଇ ଆରଟିଆଇରେ ତଥ୍ୟ ମାଗିଥିଲେ। ରଞ୍ଜନଙ୍କ ଆରଟିଆଇ ଆବେଦନ ଉପରେ ସେହି ମଣ୍ଡଳ ଅଧିକାରୀ ପତ୍ରସଂଖ୍ୟା ୨୭/୧୭ା୫ା୨୦୨୨ରେ ଦେଇଥିବା ଉତ୍ତରରେ ଜାତିଗତ ଏବଂ ଶିକ୍ଷାଗତ ପ୍ରମାଣପତ୍ର ବ୍ୟକ୍ତିଗତ ସୂଚନା ଏବଂ ଏହା ଆରଟିଆଇ-୨୦୦୫ର ଧାରା ୮-୧(ଜେ) ଅନ୍ତର୍ଭୁକ୍ତ ବୋଲି ଦର୍ଶାଇ ସୂଚନା ଦେଇ ନ ଥିଲେ। ଅନ୍ୟପକ୍ଷେ ଏହା ପୂର୍ବରୁ ଅନାଥଙ୍କ ଆରଟିଆଇ ଆବେଦନ ଉପରେ ଭିନ୍ନ ଉତ୍ତର ରଖିଥିଲେ। ୧୩ା୮ା୨୦୨୧ରେ ଦେଇଥିବା ଉତ୍ତରରେ ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟାନ୍ୟ ପ୍ରମାଣପତ୍ର ତାଙ୍କର ଚୋରି ହୋଇଯାଇଥିଲା। ସେ ଯୁକ୍ତ୨ କଳା ଓ ଯୁକ୍ତ୩ ପ୍ରମାଣପତ୍ର ପୁନର୍ବାର ବିଭାଗକୁ ମାଗିଛନ୍ତି। ଏହିସବୁ ପ୍ରମାଣପତ୍ର ଆସିବା ପାଇଁ ପ୍ରାୟ ୧ ମାସର ସମୟ ଆବଶ୍ୟକତା ଅଛି। ଏହିସବୁ ପ୍ରମାଣପତ୍ର ଆସିଗଲେ ସେପ୍ଟେମ୍ବର ଶେଷ ବେଳକୁ ପଠାଇଦେବି ବୋଲି ତାଙ୍କ ଆରଟିଆଇ ଉତ୍ତରରେ ଦର୍ଶାଇଥିଲେ। ପରବର୍ତ୍ତୀ ସମୟରେ ପ୍ରମାଣପତ୍ର ସବୁ ଦେଲେନି, କିନ୍ତୁ ଆରଟିଆଇରେ ବ୍ୟକ୍ତିଗତ ବୋଲି ଦର୍ଶାଇ ଭୁଆଁବୁଲାଇବାକୁ ଉଦ୍ୟମ କରିଛନ୍ତି ବୋଲି ଆବେଦନକାରୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ସେହି ଅସନଝର ମୌଜାର ଜଣେ ସାଧାରଣବର୍ଗର ଯୁବକ କେଉଁଝର ଘସିପୁରା ତହସିଲ ଅଞ୍ଚଳରେ ୨ ଡିସିମିଲ ଜମି କିଣି ସେଥିରେ ଶବର ଜାତି ଦର୍ଶାଇ ଆଦିବାସୀ ଜାତିଗତ ପ୍ରମାଣପତ୍ର ହାସଲ କରି ସରକାରୀ ଶିକ୍ଷକତା କରୁଥିବା ଅଭିଯୋଗ ହୋଇଥିଲା। ସେ ଗଜପତି ଜିଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଏକ ସ୍କୁଲରେ ନକଲି ଜାତିଗତ ପ୍ରମାଣପତ୍ର ବଳରେ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। ଏନେଇ ଆବଶ୍ୟକ କାଗଜପତ୍ର ସହ ଅଭିଯୋଗ ହୋଇଥିଲେ ହେଁ ଗଜପତି ଜିଲା ଶିକ୍ଷାଧିକାରୀ ସେହି ନକଲି ଶିକ୍ଷକଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି। ଏଭଳି ଭାବେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ(ଡିଇଇ) ପକ୍ଷରୁ ତାଲିକାଭୁକ୍ତ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ନକଲି ଶିକ୍ଷୟିତ୍ରୀ/ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ସେମାନେ ଅଦ୍ୟାବଧି ସରକାରଙ୍କ ସମସ୍ତ ସୁବିଧାସୁଯୋଗ ଭୋଗ କରୁଛନ୍ତି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri