ବ୍ରିଜ୍‌ କୋର୍ସ ସଫଳତା ଆକଳନ ସମୟ ଘୁଞ୍ଚୁଛି

ରସୁଲପୁର,୯।୬(ଡି.ଏନ.ଏ.): ଆରମ୍ଭରୁ ରସୁଲପୁର ବ୍ଲକରେ ବ୍ରିଜ୍‌ କୋର୍ସ ସଫଳତା ଅତ୍ୟନ୍ତ ନୈରାଶ୍ୟଜନକ ହୋଇଛି ବୋଲି ଅଭିଯୋଗ ହେଉଛି। ଉକ୍ତ ବ୍ଲକ୍‌ରେ ୨୩୮ ବିଦ୍ୟାଳୟର ୨୦ ହଜାରରୁ ଊର୍ଦ୍ଧ୍ୱ ପିଲାଙ୍କୁ ଏହି କୋର୍ସରେ ସେଭଳି କିଛି ସଫଳତା ମିଳି ନ ଥିବା କୁହାଯାଉଛି। କରୋନା କାଳରେ ପିଲାମାନେ କ୍ଲାସରୁମରେ ହରାଇଥିବା ପାଠପଢ଼ାକୁ ଫେରି ପାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ବ୍ରିଜ୍‌ କୋର୍ସକୁ ଆଶାନୁରୂପ ସଫଳତା ମିଳିପାରି ନାହିଁ। ପ୍ରତିକୂଳ ପାଣିପାଗ, ସ୍କୁଲ୍‌ ଖୋଲିବା ଅବଧି, ବିଦ୍ୟାଳୟରେ ଉପସ୍ଥାନ କମ୍‌ ରହୁଥିବାରୁ ଏହି କୋର୍ସରୁ ପିଲାଙ୍କୁ ସେତେଟା ଲାଭାଦାୟକ ହେଉଥିବା ଭଳି ମନେ ହେଉନାହିଁ। ଏହି କୋର୍ସ ଜରିଆରେ ହୋଇଥିବା ପାଠପଢ଼ା ଓ ସେଥିରୁ ବିଦ୍ୟାର୍ଥୀଙ୍କୁ ମିଳିଥିବା ସଫଳତା ଆକଳନ ଅବଧି ଘୁଞ୍ଚତ୍ୟାଉଛି। ଚଳିତ ମାସ ୩ ଓ ୪ ତାରିଖରେ ବ୍ରିଜ୍‌ କୋର୍ସର ସଫଳତା ଆକଳନ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଥିଲା। ତେବେ ଏହାକୁ ଜୁନ୍‌ ତୃତୀୟ ସପ୍ତାହକୁ ଘୁଞ୍ଚାଇ ଦିଆଯାଇଛି। ଏହି କ୍ରମରେ ବ୍ରିଜ୍‌ କୋର୍ସ ଏକ ପ୍ରହସନ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି।

କରୋନା କାଳରେ ୨ବର୍ଷ କ୍ଲାସ୍‌ରୁମ ପାଠପଢ଼ା ବାଧାପ୍ରାପ୍ତ ହୋଇଥିଲା। ଏହି ପାଠପଢ଼ାକୁ ଭରଣା କରିବାକୁ ସରକାର ବ୍ରିଜ୍‌ କୋର୍ସ ଭଳି ଏକ ନୂଆ ଯୋଜନା ଲାଗୁ କରିଛନ୍ତି। ପ୍ରଥମରୁ ଏକାଦଶ ପିଲାଙ୍କୁ ୨ବର୍ଷରେ ପିଛିଲା କ୍ଲାସରେ ହରାଇଥିବା ପାଠପଢ଼ାକୁ ଏହି କୋର୍ସ ମାଧ୍ୟମରେ ପଢ଼ାଯିବ। ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କୁ କୋର୍ସରୁ ବାଦ୍‌ ଦିଆଯିବ। ଏଥିରେ ସାମିଲ ଥିବା ପିଲାଙ୍କୁ ୨ବର୍ଷ ମଧ୍ୟରୁ ପ୍ରଥମ ବର୍ଷ କରୋନା ସମୟର କ୍ଲାସ ମଧ୍ୟରୁ ୪୦ ଶତକଡ଼ା ଓ ଦ୍ୱିତୀୟ ବର୍ଷରୁ ୬୦ଶତକଡ଼ା ହାରରେ ପାଠ ପଢ଼ାଯିବ। ବିଶେଷକରି ଗଣିତ, ଇଂଲିଶ, ବିଜ୍ଞାନ ଭଳି ବିଷୟକୁ ପ୍ରାଧ୍ୟାନ୍ୟ ଦିଆଯିବ। ସପ୍ତାହରେ ଏସବୁ ବିଷୟ ପାଇଁ ୧୨ଟି କ୍ଲାସ ରହିବ। ପ୍ରତ୍ୟେକ କ୍ଲାସର ଅବଧି ୧ ଘଣ୍ଟା ରହିବ। ଏହି କ୍ରମରେ କରୋନା ପ୍ରକୋପ ହ୍ରାସ ହେବାରୁ ଚଳିତବର୍ଷ ଫେବୃୟାରୀରୁ ବିଦ୍ୟାଳୟ ଖୋଲିବାକୁ ସରକାର ଅନୁମତି ଦେଇଥିଲେ। କ୍ଲାସ ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ହେବାକୁ ନେଇ ପାଠପଢ଼ା ହୋଇଥିଲା। ପରୀକ୍ଷା ଶେଷ ହେବା ପରେ ବ୍ରିଜ୍‌ କୋର୍ସରେ ପାଠପଢ଼ା ଯିବାକୁ କୁହାଯାଇଥିଲା। ଏଥିପାଇଁ ସରକାର ଗ୍ରୀଷ୍ମଛୁଟି ଅବଧିକୁ କାଟି ଦେଇଥିଲେ। ଏହି ଅବଧି ମଧ୍ୟରେ ବ୍ରିଜ୍‌ କୋର୍ସ ଆଧାରରେ ପାଠପଢ଼ା ଯିବ ବୋଲି ଘୋଷଣା କରାଯାଇଥିଲା। ତେବେ ଉପର କ୍ଲାସକୁ ଉତୀନ୍ନ ହୋଇଥିବା ପିଲାଙ୍କୁ ପୁରୁଣା ପାଠ ପଢ଼ିବାକୁ କୁହାଗଲା। ତେଣେ ଗ୍ରୀଷ୍ମ ସମୟରେ ପ୍ରତ୍ୟହ ସକାଳ ୬ଟାରୁ୯ଟା ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବାକୁ ନିର୍ଦ୍ଦେଶ ଦିଆଗଲା। ସେହି ଅନୁଯାୟୀ ବିଦ୍ୟାର୍ଥୀ ବିଦ୍ୟାଳୟରେ ପହଞ୍ଚତ୍ ପାରିଲେ ନାହିଁ। ଏମିତି ସକାଳ ୭ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ଉପସ୍ଥାନ ଅତ୍ୟନ୍ତ ନଗଣ୍ୟ ରହିଥିବା ନେଇ ବ୍ଲକ ଶିକ୍ଷାଧିକାରୀ ସ୍କୁଲ୍‌ ପରିଦର୍ଶନ ସମୟରେ ଜାଣିବାକୁ ପାଇଥିଲେ। ଏହାଛଡ଼ା ୧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ମଧ୍ୟାହ୍ନଭୋଜନରେ ଯାଉଥିଲା। ଆଉମାତ୍ର ଘଣ୍ଟାକ ପାଇଁ ପାଠପଢ଼ା ଯାଉଥିଲା। ଅନେକ ବିଦ୍ୟାଳୟରେ ଉପସ୍ଥାନ ଅତ୍ୟନ୍ତ ନଗଣ୍ୟ ରହିଥିବାରୁ ଶିକ୍ଷକମାନେ ବ୍ରିଜ୍‌ କୋର୍ସରେ ପାଠ ପଢ଼ାଇ ନ ଥିବା କୁହାଯାଉଛି। ଏଭଳିସ୍ଥିତିରେ ବ୍ରିଜ୍‌ କୋର୍ସ ପିଲାଙ୍କ ପାଇଁ କେତେ ଫଳପ୍ରଦ ହୋଇପାରିଛି ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି। ଏ ସମ୍ପର୍କରେ ବ୍ଲକ୍‌ ଶିକ୍ଷାଧିକାରୀ ଶ୍ରୀଚରଣ ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ବ୍ରିଜ୍‌ କୋର୍ସ ମାଧ୍ୟମରେ ପିଲାଙ୍କ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ହେଲେ ଏଥିରେ ବିଦ୍ୟାଳୟର ସମୟ ନିର୍ଘଣ୍ଟ, ପ୍ରତିକୂଳ ପାଗରେ ବିଦ୍ୟାଳୟରେ କମ୍‌ ଉପସ୍ଥାନ, କ୍ଲାସ ପ୍ରମୋସନ ପାଇଥିବା ବିଦ୍ୟାର୍ଥୀମାନେ ପୁରୁଣା ପାଠ ଅପେକ୍ଷା ନୂତନ ଶ୍ରେଣୀ ପାଠ ପଢ଼ିବା ପ୍ରତି ଆଗ୍ରହ ଦେଖାଇବା କାରଣରୁ ବ୍ରିଜ୍‌ କୋର୍ସକୁ ଆଶାତୀତ ସଫଳତା ମିଳିବା ସମ୍ଭବ ହୋଇପାରିନାହିଁ। ତଥାପି ଏନେଇ ଆକଳନ କରାଯିବା ପରେ ଯୋଜନା କେତେ ସଫଳ ହୋଇପାରିଛି ତାହା ଜଣାପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri