ବ୍ରିଜ୍‌ କୋର୍ସ ସଫଳତା ଆକଳନ ସମୟ ଘୁଞ୍ଚୁଛି

ରସୁଲପୁର,୯।୬(ଡି.ଏନ.ଏ.): ଆରମ୍ଭରୁ ରସୁଲପୁର ବ୍ଲକରେ ବ୍ରିଜ୍‌ କୋର୍ସ ସଫଳତା ଅତ୍ୟନ୍ତ ନୈରାଶ୍ୟଜନକ ହୋଇଛି ବୋଲି ଅଭିଯୋଗ ହେଉଛି। ଉକ୍ତ ବ୍ଲକ୍‌ରେ ୨୩୮ ବିଦ୍ୟାଳୟର ୨୦ ହଜାରରୁ ଊର୍ଦ୍ଧ୍ୱ ପିଲାଙ୍କୁ ଏହି କୋର୍ସରେ ସେଭଳି କିଛି ସଫଳତା ମିଳି ନ ଥିବା କୁହାଯାଉଛି। କରୋନା କାଳରେ ପିଲାମାନେ କ୍ଲାସରୁମରେ ହରାଇଥିବା ପାଠପଢ଼ାକୁ ଫେରି ପାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ବ୍ରିଜ୍‌ କୋର୍ସକୁ ଆଶାନୁରୂପ ସଫଳତା ମିଳିପାରି ନାହିଁ। ପ୍ରତିକୂଳ ପାଣିପାଗ, ସ୍କୁଲ୍‌ ଖୋଲିବା ଅବଧି, ବିଦ୍ୟାଳୟରେ ଉପସ୍ଥାନ କମ୍‌ ରହୁଥିବାରୁ ଏହି କୋର୍ସରୁ ପିଲାଙ୍କୁ ସେତେଟା ଲାଭାଦାୟକ ହେଉଥିବା ଭଳି ମନେ ହେଉନାହିଁ। ଏହି କୋର୍ସ ଜରିଆରେ ହୋଇଥିବା ପାଠପଢ଼ା ଓ ସେଥିରୁ ବିଦ୍ୟାର୍ଥୀଙ୍କୁ ମିଳିଥିବା ସଫଳତା ଆକଳନ ଅବଧି ଘୁଞ୍ଚତ୍ୟାଉଛି। ଚଳିତ ମାସ ୩ ଓ ୪ ତାରିଖରେ ବ୍ରିଜ୍‌ କୋର୍ସର ସଫଳତା ଆକଳନ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଥିଲା। ତେବେ ଏହାକୁ ଜୁନ୍‌ ତୃତୀୟ ସପ୍ତାହକୁ ଘୁଞ୍ଚାଇ ଦିଆଯାଇଛି। ଏହି କ୍ରମରେ ବ୍ରିଜ୍‌ କୋର୍ସ ଏକ ପ୍ରହସନ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି।

କରୋନା କାଳରେ ୨ବର୍ଷ କ୍ଲାସ୍‌ରୁମ ପାଠପଢ଼ା ବାଧାପ୍ରାପ୍ତ ହୋଇଥିଲା। ଏହି ପାଠପଢ଼ାକୁ ଭରଣା କରିବାକୁ ସରକାର ବ୍ରିଜ୍‌ କୋର୍ସ ଭଳି ଏକ ନୂଆ ଯୋଜନା ଲାଗୁ କରିଛନ୍ତି। ପ୍ରଥମରୁ ଏକାଦଶ ପିଲାଙ୍କୁ ୨ବର୍ଷରେ ପିଛିଲା କ୍ଲାସରେ ହରାଇଥିବା ପାଠପଢ଼ାକୁ ଏହି କୋର୍ସ ମାଧ୍ୟମରେ ପଢ଼ାଯିବ। ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କୁ କୋର୍ସରୁ ବାଦ୍‌ ଦିଆଯିବ। ଏଥିରେ ସାମିଲ ଥିବା ପିଲାଙ୍କୁ ୨ବର୍ଷ ମଧ୍ୟରୁ ପ୍ରଥମ ବର୍ଷ କରୋନା ସମୟର କ୍ଲାସ ମଧ୍ୟରୁ ୪୦ ଶତକଡ଼ା ଓ ଦ୍ୱିତୀୟ ବର୍ଷରୁ ୬୦ଶତକଡ଼ା ହାରରେ ପାଠ ପଢ଼ାଯିବ। ବିଶେଷକରି ଗଣିତ, ଇଂଲିଶ, ବିଜ୍ଞାନ ଭଳି ବିଷୟକୁ ପ୍ରାଧ୍ୟାନ୍ୟ ଦିଆଯିବ। ସପ୍ତାହରେ ଏସବୁ ବିଷୟ ପାଇଁ ୧୨ଟି କ୍ଲାସ ରହିବ। ପ୍ରତ୍ୟେକ କ୍ଲାସର ଅବଧି ୧ ଘଣ୍ଟା ରହିବ। ଏହି କ୍ରମରେ କରୋନା ପ୍ରକୋପ ହ୍ରାସ ହେବାରୁ ଚଳିତବର୍ଷ ଫେବୃୟାରୀରୁ ବିଦ୍ୟାଳୟ ଖୋଲିବାକୁ ସରକାର ଅନୁମତି ଦେଇଥିଲେ। କ୍ଲାସ ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ହେବାକୁ ନେଇ ପାଠପଢ଼ା ହୋଇଥିଲା। ପରୀକ୍ଷା ଶେଷ ହେବା ପରେ ବ୍ରିଜ୍‌ କୋର୍ସରେ ପାଠପଢ଼ା ଯିବାକୁ କୁହାଯାଇଥିଲା। ଏଥିପାଇଁ ସରକାର ଗ୍ରୀଷ୍ମଛୁଟି ଅବଧିକୁ କାଟି ଦେଇଥିଲେ। ଏହି ଅବଧି ମଧ୍ୟରେ ବ୍ରିଜ୍‌ କୋର୍ସ ଆଧାରରେ ପାଠପଢ଼ା ଯିବ ବୋଲି ଘୋଷଣା କରାଯାଇଥିଲା। ତେବେ ଉପର କ୍ଲାସକୁ ଉତୀନ୍ନ ହୋଇଥିବା ପିଲାଙ୍କୁ ପୁରୁଣା ପାଠ ପଢ଼ିବାକୁ କୁହାଗଲା। ତେଣେ ଗ୍ରୀଷ୍ମ ସମୟରେ ପ୍ରତ୍ୟହ ସକାଳ ୬ଟାରୁ୯ଟା ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବାକୁ ନିର୍ଦ୍ଦେଶ ଦିଆଗଲା। ସେହି ଅନୁଯାୟୀ ବିଦ୍ୟାର୍ଥୀ ବିଦ୍ୟାଳୟରେ ପହଞ୍ଚତ୍ ପାରିଲେ ନାହିଁ। ଏମିତି ସକାଳ ୭ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ଉପସ୍ଥାନ ଅତ୍ୟନ୍ତ ନଗଣ୍ୟ ରହିଥିବା ନେଇ ବ୍ଲକ ଶିକ୍ଷାଧିକାରୀ ସ୍କୁଲ୍‌ ପରିଦର୍ଶନ ସମୟରେ ଜାଣିବାକୁ ପାଇଥିଲେ। ଏହାଛଡ଼ା ୧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ମଧ୍ୟାହ୍ନଭୋଜନରେ ଯାଉଥିଲା। ଆଉମାତ୍ର ଘଣ୍ଟାକ ପାଇଁ ପାଠପଢ଼ା ଯାଉଥିଲା। ଅନେକ ବିଦ୍ୟାଳୟରେ ଉପସ୍ଥାନ ଅତ୍ୟନ୍ତ ନଗଣ୍ୟ ରହିଥିବାରୁ ଶିକ୍ଷକମାନେ ବ୍ରିଜ୍‌ କୋର୍ସରେ ପାଠ ପଢ଼ାଇ ନ ଥିବା କୁହାଯାଉଛି। ଏଭଳିସ୍ଥିତିରେ ବ୍ରିଜ୍‌ କୋର୍ସ ପିଲାଙ୍କ ପାଇଁ କେତେ ଫଳପ୍ରଦ ହୋଇପାରିଛି ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି। ଏ ସମ୍ପର୍କରେ ବ୍ଲକ୍‌ ଶିକ୍ଷାଧିକାରୀ ଶ୍ରୀଚରଣ ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ବ୍ରିଜ୍‌ କୋର୍ସ ମାଧ୍ୟମରେ ପିଲାଙ୍କ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ହେଲେ ଏଥିରେ ବିଦ୍ୟାଳୟର ସମୟ ନିର୍ଘଣ୍ଟ, ପ୍ରତିକୂଳ ପାଗରେ ବିଦ୍ୟାଳୟରେ କମ୍‌ ଉପସ୍ଥାନ, କ୍ଲାସ ପ୍ରମୋସନ ପାଇଥିବା ବିଦ୍ୟାର୍ଥୀମାନେ ପୁରୁଣା ପାଠ ଅପେକ୍ଷା ନୂତନ ଶ୍ରେଣୀ ପାଠ ପଢ଼ିବା ପ୍ରତି ଆଗ୍ରହ ଦେଖାଇବା କାରଣରୁ ବ୍ରିଜ୍‌ କୋର୍ସକୁ ଆଶାତୀତ ସଫଳତା ମିଳିବା ସମ୍ଭବ ହୋଇପାରିନାହିଁ। ତଥାପି ଏନେଇ ଆକଳନ କରାଯିବା ପରେ ଯୋଜନା କେତେ ସଫଳ ହୋଇପାରିଛି ତାହା ଜଣାପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?