ଜବରଦଖଲରେ ଶ୍ମଶାନ ଜମି

ରସୁଲପୁର,୧୦ା୬(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ନରସିଂହପୁର ପଞ୍ଚାୟତ ଅଧୀନ ହରିପୁର ଗ୍ରାମର ଏକ ଶ୍ମଶାନ ଜମି ଜବରଦଖଲ ହୋଇଛି। ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ଉକ୍ତ ଜମିକୁ ଗ୍ରାମର କେତେଜଣ ବ୍ୟକ୍ତି ଜୋରଜବରଦସ୍ତ ନିଜ ଅକ୍ତିଆକରକୁ ନେଇଯିବାକୁ ଉଦ୍ୟମ ଚଳାଇଛନ୍ତି। ପ୍ରଶାସନର ନୀରବତା ଯୋଗୁ ସେମାନେ ଉକ୍ତ ଜମି ଉପରେ ଏକ ଘର ନିର୍ମାଣ କରୁଛନ୍ତି। ତେଣୁ ଉକ୍ତ ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରିବା ସହ ଜମିକୁ ଜବରଦଖଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଜବର ଦଖଲ ହୋଇଥିବା ଜମି ହାଲ ପ୍ଲଟ ନଂ.୨୦୭୪, ସର୍ବସାଧାରଣ ଖାତା ନଂ.୮୪୬ କିସମ ଶ୍ମଶାନ ରହିଛି। ଘର ନିର୍ମାଣ ସମ୍ପର୍କରେ ଗ୍ରାମବାସୀ ନରସିଂହପୁର ରାଜସ୍ବ ନିରୀକ୍ଷକ ଓ ରସୁଲପୁର ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଜିଲାପାଳଙ୍କୁ ଅବଗତ କରାଇଛନ୍ତି। ହେଲେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାରେ ଟାଳଟୁଳନୀତି ଅବଲମ୍ବନ କରାଯାଉଛି। ଜବରଦଖଲକାରୀ ରାତି ଅଧିଆ ଗୃହ ନିର୍ମାଣ କରୁଛନ୍ତି। ସେମାନେ ତ୍ୱରିତ ଉପାୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପ୍ରୟାସ କରୁଛନ୍ତି। ତେବେ ଏ ଦିଗରେ ପ୍ରଶାସନ ପକ୍ଷରୁ ସନ୍ତୋଷଜନକ ପଦକ୍ଷେପ ଗ୍ରହଣ କରା ନ ଗଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିତରକାଠ ଦର୍ଶନରୁ ଭକ୍ତ ବଞ୍ଚିତ

ପୁରୀ ଅଫିସ,୧୯।୮:ଶ୍ରୀମନ୍ଦିରରେ ଭକ୍ତଙ୍କୁ ଭିତରକାଠ ଦର୍ଶନ ମିଳିପାରୁନାହିଁ। ଦୂରଦୂରାନ୍ତରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ସବୁ ସମୟରେ ଭିତରକାଠ ଦର୍ଶନ ପାଉନାହାନ୍ତି। ଫଳରେ ଶ୍ରଦ୍ଧାଳୁଙ୍କ...

ବିପଦ ମୁହଁରେ ୨୫ ଗାଁ

ଲଙ୍ଗଳେଶ୍ୱର, ୧୮।୩ (ଡି.ଏନ.ଏ.)-ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସାମୁଦ୍ରିକ ବାତ୍ୟା ଯୋଗୁ ବିଭିନ୍ନ ସ୍ଥାନରେ ତଟକ୍ଷୟ ହେବାରେ ଲାଗିଛି। ବାଲେଶ୍ୱର ଜିଲା ବାଲିଆପାଳବାସୀଙ୍କ ପାଇଁ ଏହାର ଦୁଃଖର...

କଣ୍ଢେଇ ନାଚରେ ପର୍ଯ୍ୟଟନ ସଚେତନ କରୁଛନ୍ତି ତେଲେଙ୍ଗାନାର ମାଧବୀଲତା

କୋରାପୁଟ,୨୭ା୧୦(ସ୍ବ.ପ୍ର.): ପ୍ରତି ଗ୍ରାମ ଓ ସହରାଞ୍ଚଳରେ ରୋଡ ଶୋ ହେଉଛି। ପାରମ୍ପରିକ ଷ୍ଟେଜ ଶୋ କରାଯାଉଛି। ଏହି ଶୋଗୁଡ଼ିକରେ କଣ୍ଢେଇ ନାଚ ପ୍ରଦର୍ଶନ କରି ପର୍ଯ୍ୟଟନସ୍ଥଳୀ...

ମରଣାନ୍ତକ ଆକ୍ରମଣ ମାମଲାରେ ୫ବର୍ଷ ଜେଲ

କେନ୍ଦୁଝର,୧୦ା୩ (ସ୍ବ.ପ୍ର.):  କେନ୍ଦୁଝର ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ରଞ୍ଜୁଲତା ଲେଙ୍କା ଏକ ମରଣାନ୍ତକ ଆକ୍ରମଣ ଘଟଣାର ବୁଧବାର ରାୟ ଶୁଣାଇ ଅଭିଯୁକ୍ତ ଲଛମନ ପରିଡାଙ୍କୁ ୫ବର୍ଷ ସଶ୍ରମ...

ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ ଅଫିସ,୬।୪: ରାଜ୍ୟରେ ବିଦ୍ୟୁତ୍‌ ଦର ବୃଦ୍ଧିର ପ୍ରତିବାଦ କରି ସୋମବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ଏଥିରେ ରାଜ୍ୟ ସରକାର, ଓଡ଼ିଶା...

ବ୍ରିଜ୍‌ ଉପରୁ ଖସିପଡ଼ିଲା ଟ୍ରାକ୍ଟର

ବଅଁରପାଳ,୧୧।୬: ବଅଁରପାଳ ନାଲାଜ ଥାନା କନ୍ୟାବେଡ଼ ଗାଁ ନିକଟରେ ଥିବା ରେଲଓ୍ବେ ବ୍ରିଜ୍‌ ଉପରୁ ଗୁରୁବାର ଏକ ଟ୍ରାକ୍ଟର ତଳକୁ ଖସିପଡ଼ିଛି। ଫଳରେ ଟ୍ରାକ୍ଟରରେ ଥିବା...

ପ୍ରକଳ୍ପ ଅଛି, ପାନୀୟ ଜଳ ମିଳୁନି

ତେନ୍ତୁଳିଖୁଣ୍ଟି,୧।୫(ଡି.ଏନ.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜାବାରଙ୍ଗପଦର ଗ୍ରାମପଞ୍ଚାୟତ ଖାତିଗୁଡାଠାରେ ଜଳଯୋଗାଣ ପ୍ରକଳ୍ପ ରହିଛି। କିନ୍ତୁ ଏହା ଲୋକଙ୍କ ଆବଶ୍ୟକତା ପୂରଣ କରି ପାରୁ ନାହିଁ।...

ସାନଛତା ମଠ ଉଚ୍ଛେଦ ଆରମ୍ଭ

ପୁରୀ ଅଫିସ,୧୧।୧୨ : ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ୩ ଦିନ ଧରି ମଙ୍ଗୁ ମଠ ବ୍ୟବସାୟିକ କୋଠା ଭଙ୍ଗାଯିବା ପରେ...

Advertisement
Archives

Model This Week