ଜଗତ୍‌ସିଂହପୁର

ସୂଚନା ଫଳକ, ଓ୍ବେବ୍‌ ପୋର୍ଟାଲ ତଥ୍ୟରେ ତାଳମେଳ ରହୁନି

ନାଉଗାଁ,୨୨।୪: (ସ୍ବ.ପ୍ର.) ନାଉଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ସରକାରୀ ଯୋଜନାରେ ନିର୍ମାଣ କାର୍ଯ୍ୟ କରାଯାଉଛି। ମାତ୍ର ଅଧିକାଂଶ ପଞ୍ଚାୟତରେ ଗୋଟିଏ ପ୍ରକଳ୍ପ ପାଇଁ ବାରମ୍ବାର କାମ ହୋଇଥିବା ଦର୍ଶାଯାଇଛି। କିନ୍ତୁ ପ୍ରଥମ ପର୍ଯ୍ୟାୟ ପରେ ହୋଇଥିବା କାର୍ଯ୍ୟ ପାଇଁ କୌଣସି ସୂଚନାଫଳକ…

ବଦଳିଲେ ଅଧିକାରୀ : ସୂଚନା ବୋର୍ଡରୁ ବଦଳିନି ନାମ

ରଘୁନାଥପୁର,୨୧।୪(ଡି.ଏନ.ଏ): ରଘୁନାଥପୁର ବିଡିଓଙ୍କ ଲମ୍ବୋଦର ଖୁଣ୍ଟିଆଙ୍କ ବଦଳି ୨ ମାସ ପୂର୍ବେ ହୋଇଯାଇଛି। ଏହାସତ୍ତ୍ୱେ କାର୍ଯ୍ୟାଳୟରେ ଥିବା ସୂଚନା ବୋର୍ଡରୁ ଏପର୍ଯ୍ୟନ୍ତ ତାଙ୍କ ନାମ ବଦଳାଯାଇନାହିଁ। ସୂଚନା ବୋର୍ଡରେ ଆର୍‌ଟିଆଇ ଅଧିକାରୀ ଭାବେ ଏବେବି ତାଙ୍କ ନାମ ରହିଛି। ଫଳରେ କାର୍ଯ୍ୟାଳୟକୁ…

ସମୁଦ୍ରରେ ନାବାଳକ ପ୍ରୀତମ ନିଖୋଜ ଘଟଣା: ଏସ୍‌ପି, ଡିଜିଙ୍କୁ ମାସେ ମହଲତ ଦେଲେ ଏନ୍‌ଏଚ୍‌ଆର୍‌ସି

ପାରାଦୀପ,୨୧ା୪(ସ୍ବ:ପ୍ର:): ପାରାଦୀପ ବିଜୁ ମଇଦାନ ସମୁଦ୍ରକୂଳରେ ୨୦୨୨ ମେ ୨୧ତାରିଖରେ ନାବାଳକ ପ୍ରୀତମ ଦାସ ନିଖୋଜ ହୋଇଥିଲେ। ଏହି ଘଟଣାରେ ଜଗତ୍‌ସିଂହପୁର ଏସ୍‌ପି ଓ ଡିଜିଙ୍କୁ ଏନ୍‌ଏଚ୍‌ଆର୍‌ସି ପକ୍ଷରୁ ମାସେ ମହଲତ ଦିଆଯାଇଛି। ଆସନ୍ତା ୨୪ ତାରିଖରେ ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରେ ଏହି…

ଗଛରେ ପିଟିହେଲା ତହସିଲଦାରଙ୍କ ଗାଡ଼ି, ୨ ଗୁରୁତର

କୁଜଙ୍ଗ,୨୦ା୪(ଡି.ଏନ୍‌.ଏ.): ଗୁରୁବାର ଅପରାହ୍ନରେ କୁଜଙ୍ଗ ତହସିଲଦାରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ଦୁଇଜଣ ଗୁରୁତର ହୋଇଥିବାର ଜଣାପଡିଛି। ପ୍ରକାଶ ଯେ, କୁଜଙ୍ଗ ତହସିଲଦାର ବ୍ୟବହାର କରୁଥିବା ଓଡି ୦୫ ଏୟୁ ୮୨୩୬ ନମ୍ବର ବିଶିଷ୍ଟ ବୋଲେରୋରେ ଅତିରିକ୍ତ ତହସିଲଦାର ବାଇଧର ପ୍ରଧାନ…

ଜଗତସିଂହପୁରରୁ ନିଖୋଜ ଯବାନଙ୍କ ମୃତଦେହ ଯାଜପୁରରୁ ମିଳିଲା

ଯାଜପୁର/ଜଗତସିଂହପୁର ଅଫିସ,୨୦ା୪: ଜଗତସିଂହପୁର ଜିଲା ଏରସମା ଥାନା ଅଧୀନ ସୋମପୁର ଗ୍ରାମର ଯବାନ ସୂର୍ଯ୍ୟକାନ୍ତ କୁଆଁର ୧୭ ତାରିଖରୁ ନିଖୋଜ ରହିଥିଲେ। ଦୁଇ ଦିନ ପୂର୍ବରୁ ଯବାନଙ୍କ ବାଇକ୍‌ ଯାଜପୁର ଜିଲା ବଡ଼ଚଣା ଥାନା ଅଧିନସ୍ଥ ଧାନମଣ୍ଡଳ ନିକଟ ପାହାଡ଼ ପାଖରୁ…

ପାରାଦୀପ ମାଛଧରା ବନ୍ଦର ଶୂନ୍‌ଶାନ୍‌

ପାରାଦୀପ,୨୦ା୪(ସ୍ବ.ପ୍ର.): ରାଜ୍ୟର ଅନ୍ୟତମ ବୃହତ୍‌ ପାରାଦୀପ ମାଛଧରା ବନ୍ଦର ଏବେ ଶୂନ୍‌ଶାନ୍‌ ଅବସ୍ଥାରେ ରହିଛି। କାରଣ ଏପ୍ରିଲ ୧୫ରୁ ଜୁନ୍‌ ୧୪ ତାରିଖ ପର୍ଯ୍ୟନ୍ତ ୨ମାସ ସାମୁଦ୍ରିକ କଟକଣା ଜାରି ହୋଇଛି। ଏହାଦ୍ୱାରା ସର୍ବଦା ଚଳଚଞ୍ଚଳ ଥିବା ପାରାଦୀପ ମାଛଧରା ବନ୍ଦର…

ବିଶୃଙ୍ଖଳିତ ଶିକ୍ଷକଙ୍କ ବଦଳି ଦାବି

ରଘୁନାଥପୁର,୨୦ା୪(ଡି.ଏନ୍‌.ଏ.): ରଘୁନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶୃଙ୍ଖଳିତ ତଥା କର୍ତ୍ତବ୍ୟନିଷ୍ଟ ପ୍ରଧାନ ଶିକ୍ଷକ ରାଜକିଶୋର ଓଝାଙ୍କ ନିଲମ୍ବନ ଆଦେଶକୁ ରଦ୍ଦ କରାଯାଇ ତାଙ୍କୁ ପୁଣି ଅବସ୍ଥାପିତ କରିବାକୁ ଦାବି ହୋଇଛି। ଉକ୍ତ ବିଦ୍ୟାଳୟରେ ଦୀର୍ଘଦିନ ଧରି ରହିଥିବା ବିଶୃଙ୍ଖଳିତ ଶିକ୍ଷକଙ୍କ…

ପିପିଏଲ୍‌ ପରିସରରେ ଆମୋନିଆ ସମ୍ପର୍କିତ ମକ୍‌ ଡ୍ରିଲ୍‌

ପାରାଦୀପ,୨୦ା୪(ସ୍ବ.ପ୍ର.): ପାରାଦୀପ ଫସ୍‌ଫେଟସ୍‌ ଲିମିଟେଡ଼ (ପିପିଏଲ) କାରଖାନା ପରିସରରେ ବୁଧବାର ଆମୋନିଆ ଗ୍ୟାସ ନିର୍ଗମନ ଓ ତା’ର ପ୍ରତିକାର ସମ୍ପର୍କିତ ମକ୍‌ ଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି। କାରଖାନା ଓ ବାଷ୍ଫିତ ବିଭାଗରେ ସହକାରୀ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ଦଳାଇଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ…

ଇଡ୍‌କୋର ଜମି ଅଧିଗ୍ରହଣକୁ ଚାଷୀଙ୍କ ବିରୋଧ

କୁଜଙ୍ଗ,୧୯।୪(ଡି.ଏନ.ଏ.): ନ୍ୟାୟାଳୟରେ ମାମଲା ବିଚାରାଧୀନ ଥିବାବେଳେ, ଇଡ୍‌କୋ ଜମି ଅଧିଗ୍ରହଣ ନିମନ୍ତେ ପଦକ୍ଷେପ ନେବାରୁ ଚାଷୀମାନେ ବିରୋଧ କରିଛନ୍ତି। ଏଥିଯୋଗୁ ଜମି ଅଧିଗ୍ରହଣ କରି ନ ପାରି ଅଧିକାରୀମାନେ ଫେରି ଯାଇଛନ୍ତି। ଏ ନେଇ ମଙ୍ଗଳବାର ଚାଷୀମାନେ ଏକତ୍ରିତ ହୋଇ ପ୍ରତିବାଦ…

ଅଭିଯୋଗକାରୀଙ୍କ ଓକିଲଙ୍କୁ ଥାନାରେ ପିଟିବାକୁ ବିଡିଓଙ୍କ ଧମକ

ଜଗତ୍‌ସିଂହପୁର ଅଫିସ, ୧୭ା୪: ଜଗତ୍‌ସିଂହପୁର ବିଡିଓ ସାଗର ନନ୍ଦଙ୍କ ନାମରେ ଜଗତ୍‌ସିଂହପୁର ଥାନାରେ ସଙ୍ଗିନ ଅଭିଯୋଗ ହୋଇଛି। ଏହି ଥାନା ଅନ୍ତର୍ଗତ ସଭାମୂଳ ଟିଟିଗାଁର ଦେବେନ୍ଦ୍ର ଦାସ (୪୨) ନାମକ ବ୍ୟକ୍ତିଙ୍କ ଜାତିକୁ ନେଇ ବିଡିଓ ନନ୍ଦ ଆକ୍ଷେପ କରିବା ସହ…

‘ଭୋଗକୁ ନେଇ ଅପପ୍ରଚାର ଏକ ହୀନ ଉଦ୍ୟମ’

ରଘୁନାଥପୁର,୧୭।୪(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରସିଦ୍ଧ ବିଭୂତିକ୍ଷେତ୍ର ପ୍ରଭୁ ଗୋରେଖନାଥଙ୍କ ମହିମା ଅବର୍ଣ୍ଣନୀୟ। ପୀଠ ପକ୍ଷରୁ ନିଲାମ ଦିଆଯାଇଥିବା ଭୋଗ ଦୋକାନରେ ନିମ୍ନମାନର ଭୋଗ ବିକ୍ରୟ ହେଉଥିବା ଏବଂ ଏହାକୁ କିଣୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକେ ନିକଟସ୍ଥ ପୋଖରୀରେ…

ଚିରଞ୍ଜୀବଙ୍କ ନୀରବତାକୁ ନେଇ ଦ୍ୱନ୍ଦ୍ୱରେ କଂଗ୍ରେସ କର୍ମୀ

ଜଗତ୍‌ସିଂହପୁର ଅଫିସ, ୧୬।୪: ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟର ଜଣାଶୁଣା କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ପରାଜୟ ହୋଇଥିଲା। ଏହା ପରଠୁ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିଆରା ପରିବେଶ ସୃଷ୍ଟି ହୋଇଛି। ବିଶ୍ୱାଳ କାଁ ଭାଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri