୨ କନିଷ୍ଠ ଯନ୍ତ୍ରୀ, ଅସ୍ଥାୟୀ କର୍ମଚାରୀ କୋର୍ଟଚାଲାଣ

କୁଜଙ୍ଗ, ୨୩।୪: (ଡି.ଏନ୍‌.ଏ) ପାରାଦୀପ ତୈଳ ବିଶୋଧନାଗାର ପ୍ରକଳ୍ପର ନିଷିଦ୍ଧାଞ୍ଚଳକୁ ନକଲି ଏମ୍ପ୍ଲଇ କାର୍ଡରେ ପ୍ରବେଶ କରି ଆଲ୍‌କାଲାଇଟ୍‌ ଚୋରି କରିବାକୁ ଯୋଜନା କରିବା ଅଭିଯୋଗରେ ୨ କନିଷ୍ଠ ଯନ୍ତ୍ରୀ ଓ ଜଣେ ଅସ୍ଥାୟୀ କର୍ମଚାରୀଙ୍କୁ ଗିରଫ ପରେ ଶନିବାର କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ମେସର୍ସ ବ୍ଲେଣ୍ଡିଂ କମ୍ପାନୀରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ବିଶ୍ୱଜିତ୍‌ ଗୁରୁ, ବିଶୋଧନାଗାର ପ୍ରକଳ୍ପରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ମୃଣ୍ମୟ କୁମାର ବାଇ ଓ କାଠିଆ ଦେହୁରୀ। ବିଶ୍ୱଜିତ୍‌ଙ୍କ ଘର ନୟାଗଡ଼ ଜିଲା ଇଟାମାଟି ଥାନା ଅନ୍ତର୍ଗତ ସାନ ପାଣ୍ଡୁସର ଗ୍ରାମରେ ହୋଇଥିବାବେଳେ କାଠିଆ କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ଖଡିପାଳ ଗ୍ରାମର ବୋଲି ଜଣାପଡ଼ିଛି। ସେହିପରି ମୃଣ୍ମୟଙ୍କ ଘର ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଣିତୋ ଗ୍ରାମରେ ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ଗୋଟିଏ କାର ୮ଟି ଖାଲି ଜାର୍କିନ ଜବତ ହୋଇଛି। ଅଭିଯୁକ୍ତମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।
ଯେ, ଶୁକ୍ରବାର ପୂର୍ବାହ୍ନ ୯ଟା ସମୟରେ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ ପକ୍ଷରୁ ନିୟମିତ ଯାଞ୍ଚ ଚାଲିଥିଲା। ଏହି ସମୟରେ (ଓଡି-୦୬ଡି-୪୨୧୨) ନମ୍ବର ଯୁକ୍ତ ଏକ ମାରୁତି କାର ଆଇଓଟିଏଲ୍‌ ନିକଟସ୍ଥ ମେସର୍ସ ବ୍ଲେଣ୍ଡିଂ ସାଇଟ୍‌ରେ ଅପେକ୍ଷା କରିଥିଲା। ନିରାପତ୍ତା ବାହିନୀ ପକ୍ଷରୁ ଯାଞ୍ଚ ସମୟରେ ଉକ୍ତ ଗାଡ଼ିରୁ ୩୦ ଲିଟରିଆ ଜାର୍କିନ୍‌ଗୁଡ଼ିକ ମିଳିଥିଲା। ଏହି ସମୟରେ ଗାଡ଼ି ଚାଳକ ବିଶ୍ୱଜିତ୍‌ ବିଶୋଧନାଗାର ପ୍ରକଳ୍ପରେ କନିଷ୍ଠଯନ୍ତ୍ରୀ ରୂପେ କାର୍ଯ୍ୟରତ ମୃଣ୍ମୟଙ୍କ ନକଲି ଏମ୍ପ୍ଲଇ କାର୍ଡ ଦେଖାଇଥିଲେ। ସନ୍ଦେହ ହେବାରୁ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀର ସବ୍‌ଇନ୍ସପେକ୍ଟର ଆଶିଷ ଜୋଶୀ ତାଙ୍କୁ ଘଟଣା ସମ୍ପର୍କରେ ଜେରା କରିଥିଲେ। ଏହାପରେ ବିଶ୍ୱଜିତ୍‌ ଆଇଓସିଏଲ୍‌ରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ କାଠିଆ ଓ ମୃଣ୍ମୟଙ୍କ ସହ ମିଶି ନିଷିଦ୍ଧାଞ୍ଚଳରୁ ଆଲକ୍‌ଲାଇଟ ଆଣି ବାହାରେ ବିକ୍ରି କରିବାର ଯୋଜନା କରିଥିବା କହିଥିଲେ। ଏନେଇ ଶିଳ୍ପ ନିରାପତ୍ତା ବାହିନୀ ୩ ଅଭିଯୁକ୍ତଙ୍କୁ ଅଟକ ରଖି ଅଭୟଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଏହାକୁ ଭିତ୍ତିକରି ପୋଲିସ ଥାନାରେ ମାମଲା (ନଂ. ୧୦୫/୨୩) ରୁଜୁ କରିଛି। ସୂଚନାଯୋଗ୍ୟ, ଉନ୍ନତ ମାନର ପେଟ୍ରୋଲ ଶୋଧନ ନିମନ୍ତେ ଆଲ୍‌କାଲାଇଟ୍‌ ବ୍ୟବହାର କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ଜଙ୍ଗଲରେ ବଣଭୋଜି ବେଳେ କାଳବୈଶାଖୀର କୋପ: ଗଛ ଡାଳ ପଡ଼ି ଆଖି ବୁଜିଲେ ମହିଳା, ସ୍ତବ୍ଧ ପରିବାର

କୋରାପୁଟ,୧୦।୬ (ଅମିତାଭ ବେହେରା): କୋରାପୁଟରେ ବଣଭୋଜି ବେଳେ ଏକ ଦୁଃଖଦ ଅଘଟଣ ଘଟିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହିବା ସମୟରେ ଗଛର ଏକ ବଡ଼ ଡାଳ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଦିଗପହଣ୍ଡି ସହରର ବିକାଶ-ଡ୍ରେନେଜ୍‌ ବ୍ୟବସ୍ଥା: ୫୦ ବର୍ଷର ମାଷ୍ଟର ପ୍ଲାନ୍‌ ପାଇଁ ବ୍ରହ୍ମପୁର MPଙ୍କ ନିର୍ଦ୍ଦେଶ, ଗଠନ ହେଲା…

ଦିଗପହଣ୍ଡି, ୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆଗାମୀ ୫୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ସୁଚିନ୍ତିତ ମାଷ୍ଟର ପ୍ଲାନ୍ ଓ ସୁଦୃଢ଼…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଦିଗପହଣ୍ଡିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରସ୍ତୁତି ବୈଠକ: ବାର୍ଷିକ ସମ୍ମିଳନୀ ପାଇଁ ଗଠନ ହେଲା ୧୫ ଜଣିଆ କମିଟି

ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ସଭା ବୁଧବାର ଅନୁଷ୍ଠିତ ହୋଇଥିଲା। ସଂଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri