୨ କନିଷ୍ଠ ଯନ୍ତ୍ରୀ, ଅସ୍ଥାୟୀ କର୍ମଚାରୀ କୋର୍ଟଚାଲାଣ

କୁଜଙ୍ଗ, ୨୩।୪: (ଡି.ଏନ୍‌.ଏ) ପାରାଦୀପ ତୈଳ ବିଶୋଧନାଗାର ପ୍ରକଳ୍ପର ନିଷିଦ୍ଧାଞ୍ଚଳକୁ ନକଲି ଏମ୍ପ୍ଲଇ କାର୍ଡରେ ପ୍ରବେଶ କରି ଆଲ୍‌କାଲାଇଟ୍‌ ଚୋରି କରିବାକୁ ଯୋଜନା କରିବା ଅଭିଯୋଗରେ ୨ କନିଷ୍ଠ ଯନ୍ତ୍ରୀ ଓ ଜଣେ ଅସ୍ଥାୟୀ କର୍ମଚାରୀଙ୍କୁ ଗିରଫ ପରେ ଶନିବାର କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ମେସର୍ସ ବ୍ଲେଣ୍ଡିଂ କମ୍ପାନୀରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ବିଶ୍ୱଜିତ୍‌ ଗୁରୁ, ବିଶୋଧନାଗାର ପ୍ରକଳ୍ପରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ମୃଣ୍ମୟ କୁମାର ବାଇ ଓ କାଠିଆ ଦେହୁରୀ। ବିଶ୍ୱଜିତ୍‌ଙ୍କ ଘର ନୟାଗଡ଼ ଜିଲା ଇଟାମାଟି ଥାନା ଅନ୍ତର୍ଗତ ସାନ ପାଣ୍ଡୁସର ଗ୍ରାମରେ ହୋଇଥିବାବେଳେ କାଠିଆ କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ଖଡିପାଳ ଗ୍ରାମର ବୋଲି ଜଣାପଡ଼ିଛି। ସେହିପରି ମୃଣ୍ମୟଙ୍କ ଘର ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଣିତୋ ଗ୍ରାମରେ ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ଗୋଟିଏ କାର ୮ଟି ଖାଲି ଜାର୍କିନ ଜବତ ହୋଇଛି। ଅଭିଯୁକ୍ତମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।
ଯେ, ଶୁକ୍ରବାର ପୂର୍ବାହ୍ନ ୯ଟା ସମୟରେ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ ପକ୍ଷରୁ ନିୟମିତ ଯାଞ୍ଚ ଚାଲିଥିଲା। ଏହି ସମୟରେ (ଓଡି-୦୬ଡି-୪୨୧୨) ନମ୍ବର ଯୁକ୍ତ ଏକ ମାରୁତି କାର ଆଇଓଟିଏଲ୍‌ ନିକଟସ୍ଥ ମେସର୍ସ ବ୍ଲେଣ୍ଡିଂ ସାଇଟ୍‌ରେ ଅପେକ୍ଷା କରିଥିଲା। ନିରାପତ୍ତା ବାହିନୀ ପକ୍ଷରୁ ଯାଞ୍ଚ ସମୟରେ ଉକ୍ତ ଗାଡ଼ିରୁ ୩୦ ଲିଟରିଆ ଜାର୍କିନ୍‌ଗୁଡ଼ିକ ମିଳିଥିଲା। ଏହି ସମୟରେ ଗାଡ଼ି ଚାଳକ ବିଶ୍ୱଜିତ୍‌ ବିଶୋଧନାଗାର ପ୍ରକଳ୍ପରେ କନିଷ୍ଠଯନ୍ତ୍ରୀ ରୂପେ କାର୍ଯ୍ୟରତ ମୃଣ୍ମୟଙ୍କ ନକଲି ଏମ୍ପ୍ଲଇ କାର୍ଡ ଦେଖାଇଥିଲେ। ସନ୍ଦେହ ହେବାରୁ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀର ସବ୍‌ଇନ୍ସପେକ୍ଟର ଆଶିଷ ଜୋଶୀ ତାଙ୍କୁ ଘଟଣା ସମ୍ପର୍କରେ ଜେରା କରିଥିଲେ। ଏହାପରେ ବିଶ୍ୱଜିତ୍‌ ଆଇଓସିଏଲ୍‌ରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ କାଠିଆ ଓ ମୃଣ୍ମୟଙ୍କ ସହ ମିଶି ନିଷିଦ୍ଧାଞ୍ଚଳରୁ ଆଲକ୍‌ଲାଇଟ ଆଣି ବାହାରେ ବିକ୍ରି କରିବାର ଯୋଜନା କରିଥିବା କହିଥିଲେ। ଏନେଇ ଶିଳ୍ପ ନିରାପତ୍ତା ବାହିନୀ ୩ ଅଭିଯୁକ୍ତଙ୍କୁ ଅଟକ ରଖି ଅଭୟଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଏହାକୁ ଭିତ୍ତିକରି ପୋଲିସ ଥାନାରେ ମାମଲା (ନଂ. ୧୦୫/୨୩) ରୁଜୁ କରିଛି। ସୂଚନାଯୋଗ୍ୟ, ଉନ୍ନତ ମାନର ପେଟ୍ରୋଲ ଶୋଧନ ନିମନ୍ତେ ଆଲ୍‌କାଲାଇଟ୍‌ ବ୍ୟବହାର କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri