ମହାନଦୀ ପଠା ଅଞ୍ଚଳରୁ ମାଟି ଲୁଟ୍‌

ପାରାଦୀପ,୨୪।୪(ସ୍ବ.ପ୍ର.): ପାରାଦୀପର ମହାନଦୀ ଅବବାହିକାରୁ ଗତ ମାସେହେଲା ବିପୁଳ ପରିମାଣର ମାଟି ଖୋଳା ଚାଲିଛି। ନୂଆଗଡ଼ ପଞ୍ଚାୟତ ଅଧୀନରେ ଥିବା ଏହି ଜାଗା ଆଗାମୀ ଦିନରେ ଏକ କମ୍ପାନୀ ଅଧିଗ୍ରହଣ କରିବାର ପ୍ରସ୍ତାବ ରହିଛି। ସେହି ଜାଗାରୁ ଲଗାତାର ରାତି ସାରା ମାଟି ଖନନ କରାଯାଉଛି। ଫଳରେ ଉକ୍ତ ଅଞ୍ଚଳ କୃତ୍ରିମ ଜଳାଶୟ ଭଳି ଦେଖାଗଲାଣି। କେତେଜଣ ମୁଷ୍ଟିମେୟ ଲୋକ ଶାସକ ପ୍ରଶାସକଙ୍କ ଛତ୍ରଛାୟା ତଳେ ରହି ଏପରି ମାଟି ବିକୁଛନ୍ତି ବୋଲି ନୂଆଗଡ଼ ସରପଞ୍ଚ ଦେବେନ୍ଦ୍ର ରାଉତ ଅଭିଯୋଗ କରିଛନ୍ତି। ମାଟି ମେଶିନ ଯୋଗେ ଖନନ କରାଯାଉଛି, ତାହାକୁ ଶତାଧିକ ହାଇୱା ଯୋଗେ ଠିକଣା ସ୍ଥାନକୁ ନିଆଯାଉଛି, କିନ୍ତୁ ଏହାକୁ ରୋକିବାରେ ପ୍ରଶାସନ ବିଫଳ ହୋଇଛି। ଏ ନେଇ କୁଜଙ୍ଗ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ରଙ୍କୁ ପଚାରିଲେ କୁହନ୍ତି, ଆମେ ଯେତେବେଳେ ଘଟଣାସ୍ଥଳକୁ ଯାଉଛୁ ସେଠାରେ କାହାକୁ ପାଉନାହୁଁ। ଉକ୍ତ ମାଟି ଖନନ ଜାଗାକୁ ଯିବାପାଇଁ ହେଲେ କଟକ-ପାରାଦୀପ ରାସ୍ତାର ସିଙ୍ଗଟାଳି ଛକ ଦେଇ ଯିବାକୁ ପଡ଼ିଥାଏ। ମାଟି ଉଠାଉଥିବା ଲୋକେ ଏହି ଛକରେ କେତେଜଣ ପିଲାଙ୍କୁ ଜଗାଇଛନ୍ତି। ଫଳରେ ପ୍ରଶାସନର କୌଣସି ଗାଡ଼ି ସେହି ରାସ୍ତାବାଟେ ଅତିକ୍ରମ କରିବା ମାତ୍ରେ ସେମାନଙ୍କ ପାଖରେ ଖବର ପହଞ୍ଚତ୍ୟାଉଛି। ଏହାଦ୍ୱାରା ଚଢ଼ାଉ ସବୁବେଳେ ବିଫଳ ରହୁଛି ବୋଲି ଲକ୍‌ ଥାନାଧିକାରୀ ଭାବଗ୍ରାହୀ ରାଉତ କୁହନ୍ତି। ଅପରପକ୍ଷେ ଏହି ଖନନକାରୀଙ୍କ ପ୍ରଚ୍ଛଦପଟରେ ରାଜନେତାଙ୍କ ହାତ ଥିବା ଚର୍ଚ୍ଚା ହେଉଛି। ମହାନଦୀର ୫୦୦ ମିଟର ସ୍ଥଳଭାଗ ସିଆରଜେଡ୍‌(କୋଷ୍ଟାଲ ରେଗୁଲେସନ ଜୋନ)ଅଧୀନରେ ଯାଉଛି। ସେଥିପ୍ରତି କୌଣସି ଭୂକ୍ଷେପ ନ ଥିବା ପରିଲକ୍ଷିତ ହେଉଛି। ଉକ୍ତ ଅଞ୍ଚଳର ମାଟି ବେଶ ଉର୍ବର ଥିବାରୁ ତାକୁ ଉଚ୍ଚା ମୂଲ୍ୟରେ ବିକ୍ରି କରୁଛନ୍ତି। ଏପରିକି କେତେଜଣ ନିଜ ଜମିରୁ ମଧ୍ୟ ମାଟି ଖୋଳି ବିକୁଥିବା ଜଣାପଡ଼ିଛି। ଉକ୍ତ ଜାଗାକୁ ଅଧିଗ୍ରହଣ କରିବା ପାଇଁ ଯେଉଁ କମ୍ପାନୀ ଇଡ୍‌କୋ ପାଖରେ ଆବେଦନ କରିଛି, ତାହା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହା କାର୍ଯ୍ୟକାରୀ ହେଲେ ସମ୍ପୃକ୍ତ କମ୍ପାନୀ ସେହି ଅଞ୍ଚଳକୁ ଭରଣା କରିବାକୁ ମଧ୍ୟ ଅର୍ଥ ଖର୍ଚ୍ଚ କରିବ। କମ୍ପାନୀ ନେବା ପୂର୍ବରୁ ସେଥିରୁ କିଛି ରୋଜଗାର କରିବା ପାଇଁ ଏବେ ଅଘୋଷିତ ପ୍ରତିଯୋଗିତା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri