ବିନା ସିଓଆର୍ରେ ଚାଲିଛି ବେସରକାରୀ ବିଦ୍ୟାଳୟ
ଜଗତ୍ସିଂହପୁର ଅଫିସ,୨୭ା୫: ବେସରକାରୀ ବିଦ୍ୟାଳୟଗୁଡ଼ିକ ମନଇଚ୍ଛା ଖୋଲି ପାରିବ ନାହିଁ ବୋଲି ସରକାରୀ କଟକଣା ଅଛି। କାରଣ ଏହିସବୁ ଶିକ୍ଷାନୁଷ୍ଠାନ (୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ) କାର୍ଯ୍ୟକ୍ଷମ ହେବାକୁ ହେଲେ ଅନୁମୋଦନ ପ୍ରମାଣପତ୍ର ତଥା ସିଓଆର୍ (ସାର୍ଟିଫିକେଟ୍ ଅଫ ରେକଗ୍ନାଇଜେଶନ୍) ବାଧ୍ୟତାମୂଳକ।…
ଭିନ୍ନକ୍ଷମଙ୍କ ପାଇଁ ପ୍ରେରଣାର ଉତ୍ସ ସୁକାନ୍ତ
ପାରାଦୀପ,୨୬ା୫(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ପାରାଦୀପ ଅଠରବାଙ୍କି ବଜାରରେ ଅଛି ଏକ ସାଇକେଲ ମରାମତି ଦୋକାନ। ଏହି ଦୋକାନ ଏଇଥି ପାଇଁ ନିଆରା ଯେ, ସେଠାରେ ସାଇକେଲ ମରାମତି କରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭିନ୍ନକ୍ଷମ। କାନ୍ଧ ପାଖରୁ ଡାହାଣ ହାତ ନାହିଁ।…
ଏପ୍ରିଲ ସୁଦ୍ଧା ୮୫ ଦୁର୍ଘଟଣାରେ ୩୪ ମୃତ
ଜଗତ୍ସିଂହପୁର ଅଫିସ, ୨୪।୫: ଚଳିତବର୍ଷ ଏପ୍ରିଲ ସୁଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ମୋଟ ୮୫ଟି ଦୁର୍ଘଟଣା ଘଟିଛି। ଏଥିରେ ୩୪ଜଣଙ୍କ ଜୀବନ ଯାଇଛି। ମଦ୍ୟପାନ ଓ ସ୍ପିଡ୍ ଡ୍ରାଇଭିଂ ଯୋଗୁ ଏଭଳି ଘଟୁଛି। ଚଳିତ ଜାନୁୟାରୀରୁ ଏପ୍ରିଲ ମାସ ମଧ୍ୟରେ ପରିବହନ…
ପାନୀୟ ଜଳ ଅଭାବରୁ ଲୋକେ ହନ୍ତସନ୍ତ
କୁଜଙ୍ଗ,୨୩ା୫(ଡି.ଏନ୍.ଏ.): କୁଜଙ୍ଗ ବ୍ଲକ ମଙ୍ଗରାଜପୁର ପଞ୍ଚାୟତ ବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ସନ୍ତରାଠାରେ ପାନୀୟ ଜଳ ଓ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏକ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କରୁଛି। ସେଠାରୁ ପମ୍ପ୍ ଯୋଗେ ଭୂତଳ ଜଳ ଉତ୍ତୋଳନ…
କାମ ନ କରି ଅର୍ଥ ବାଟମାରଣା
ନାଉଗାଁ,୨୨ା୫(ସ୍ବ.ପ୍ର.): ନାଉଗାଁ ବ୍ଲକରେ ଏମ୍ଜିଏନ୍ଆର୍ଇଜିଏସ୍(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା)ରେ ବ୍ୟାପକ ଦୁର୍ନୀତି ହୋଇଛି। ଏଠାରେ କେଉଁଠି ପ୍ରକଳ୍ପ ନିର୍ମାଣ ହୋଇ ନ ଥିବା ବେଳେ ଆଉ କେଉଁଠି ମାତ୍ର ୧୦ କିମ୍ବା ୨୦ ହଜାର ଟଙ୍କା…
ଆଲୋକୀକରଣ ଯୋଜନା ପ୍ରହସନ ପାଲଟିଛି
ନାଉଗାଁ,୨୧ା୫(ସ୍ବ.ପ୍ର.): ଗାଁ ଗହଳି ରାସ୍ତାକୁ ଆଲୋକୀକରଣ କରିବା ପାଇଁ ସରକାରଙ୍କ ତରଫରୁ ନାଉଗାଁ ବ୍ଲକରେ ଆଲୋକୀକରଣ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନା ମାଧ୍ୟରେ ପ୍ରତ୍ୟେକ ଗ୍ରାମର ରାସ୍ତା ପାର୍ଶ୍ୱ, ଗାଁ ଦାଣ୍ଡ ଆଦିରେ ଉଜ୍ୱଳ ଆଲୋକ ଲଗାଯିବାର ନିୟମ ରହିଛି।…
ଜଗତ୍ସିଂହପୁର ସହର: ଜବରଦଖଲରେ ଡ୍ରେନ୍
ଜଗତ୍ସିଂହପୁର ଅଫିସ, ୨୦ା୫: ନିୟମ ରହିଛି ପ୍ରାକୃତିକ ନାଳ କିମ୍ବା ଡ୍ରେନ୍ ରୋକାଯାଇପାରିବ ନାହିଁ। ଏହାର ଗତି ବଦଳା ଯିବ ନାହିଁ। କେହି ଜବରଦଖଲ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନ କରିବାକୁ ରାଜ୍ୟ…
୪୦ ବର୍ଷ ପରେ ରାସ୍ତାରେ ମାଟି ପଡ଼ିଲା
ରଘୁନାଥପୁର,୨୦।୫(ଡି.ଏନ୍.ଏ.): ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ପଞ୍ଚାୟତ ନୂଆପଡା ଓମ୍ଫେଡ ପ୍ଲାଣ୍ଟ ପାଖ ୯ନଂ. ୱାର୍ଡ ଦଳିତସାହି ରାସ୍ତାରେ ଦୀର୍ଘ ୪୦ ବର୍ଷ ପରେ ମାଟି ପକାଯାଇ ଯାତାୟାତ ଉପଯୋଗୀ କରାଯାଉଛି। ସରପଞ୍ଚ ସାହେଦା ତବସୁମଙ୍କ ପକ୍ଷରୁ ଏମ୍ଜିଏନ୍ଆରଇଜିଏସ୍(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ…
ଶ୍ରମିକଙ୍କ ବଦଳରେ ଜେସିବି ପୋଖରୀ ଖୋଳୁଛି
କୁଜଙ୍ଗ,୧୯ା୫ (ଡି.ଏନ.ଏ.): କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)ରେ ଜଣେ ଗରିବ ଲୋକକୁ ବର୍ଷକରେ ଶହେ ଦିନ କାମ ଯୋଗାଇ ଦେବା ପାଇଁ ଏହା ପ୍ରଣୟନ କରିଥିଲେ। ମାତ୍ର ତାହା ଜଗତ୍ସିଂହପୁର ଜିଲା…
ପାରାଦୀପରେ ଭୂତଳ ଜଳ ସାଜିଛି ନୀରବ ଘାତକ
ପାରାଦୀପ,୧୮ା୫(ସ୍ବ.ପ୍ର.): ପାରାଦୀପ ତଥା ଆଖପାଖ ଅଞ୍ଚଳରେ ପ୍ରଦୂଷଣ ମାତ୍ରା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଜଳ,ବାୟୁ,ମୃତ୍ତିକା ଆଦି ପ୍ରଦୂଷିତ ବୋଲି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସାର୍ବଜନୀନ କରାଯାଇଛି। ଏହା ମଧ୍ୟରେ ଭୂତଳ ଜଳ ମଧ୍ୟ…
ଲାଞ୍ଚ ନ ଦେଲେ ଉନ୍ନୟନମୂଳକ କାର୍ଯ୍ୟ ହେଉନି
ନାଉଗାଁ,୧୮ା୫(ସ୍ବ.ପ୍ର.): ଜଗତ୍ସିଂପୁର ଜିଲା ନାଉଗାଁ ବ୍ଲକ ଘୋଡାଂଶ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୁଧବାର ସରପଞ୍ଚ ନୀହାର ରଞ୍ଜନ ବସ୍ତିଆ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲେ। ଏଥିରେ ସେ ବ୍ଲକରେ ହେଉଥିବା ଦୁର୍ନୀତି ସମ୍ପର୍କରେ ମୁହଁ ଖୋଲିଥିଲେ। ବ୍ଲ୍ଳକରେ ଥିବା ପ୍ରଶାସନିକ…
ବାଲି ଚୋରାଚାଲାଣରେ ଅଙ୍କୁଶ ନାହିଁ
ଜଗତ୍ସିଂହପୁର ଅଫିସ, ୧୭ା୫: ଜଗତ୍ସିଂହପୁର ଜିଲାରେ ବେଧଡ଼କ ଚାଲିଛି ବାଲି ଚୋରାଚାଲାଣ। ଏହା ଉପରେ ଅଙ୍କୁଶ ରହୁନି। ପ୍ରବଳ ଗ୍ରୀଷ୍ମରେ ସାରା ଜିଲାବାସୀ ଆଉଟୁପାଉଟୁ ହେଉଥିବାବେଳେ ରାସ୍ତାରେ ଅବାଧରେ ଦିନରାତି ଓଭରଲୋଡିଂ ବାଲି ଚୋରାଚାଲାଣ ଚିନ୍ତାର କାରଣ ପାଲଟିଛି। ଏ ସମ୍ପର୍କରେ…
Archives


