ଗଞ୍ଜାମ

୬ ବାଲ୍ୟବିବାହ ରୋକିଲା ପ୍ରଶାସନ

ଆସିକା,୭ା୧(ଡି.ଏନ୍‌.ଏ.): ଆସିକା ବ୍ଲକ ଅନ୍ତର୍ଗତ ବଡଖୋଲି ପଞ୍ଚାୟତରେ ୬ଟି ବାଲ୍ୟ ବିବାହ ଲାଗି ପ୍ରସ୍ତୁତି ଚାଲିଥିଲା ବେଳେ ସୋମବାର ପ୍ରଶାସନ ପକ୍ଷରୁ ତାହାଂକୁ ବନ୍ଦ କରାଯାଇଛି। ପଞ୍ଚାୟତର ବଡଖୋଲି ଗ୍ରାମରେ ୪ ଜଣ, ସାନଖୋଲି ଓ କନ୍ଧପଲ୍ଲୀ ଗ୍ରାମରେ ଜଣେ...

ସ୍ବାମୀ ଚରିତ୍ରକୁ ସନ୍ଦେହ, ସ୍ତ୍ରୀ ସାଜିଲେ ହତ୍ୟାକାରୀ

ମୋହନା,୭ା୧(ଡି.ଏନ୍‌.ଏ.)-ସ୍ବାମୀଙ୍କ ଚରିତ୍ରକୁ ସନ୍ଦେହ କଲେ ସ୍ତ୍ରୀ ା ରାସ୍ତାରୁ ହଟାଇବା ପାଇଁ ଯୋଜନା ରଚିଲେ ା ଶେଷରେ ୩୦ ହଜାର ଟଙ୍କା ସୁପାରୀ ଦେଇ ହତ୍ୟା କଲେ ା ପ୍ରମାଣ ନଷ୍ଟ ପାଇଁ ୧୦୦ କି.ମି ଦୂରରେ ଫିଙ୍ଗି ଦେଲେ...

କାଳିଆ ଟଙ୍କା ହ୍ରାସ ନିଷ୍ପତ୍ତି ରଦ୍ଦ ଦାବିରେ ଧାରଣା

ଛତ୍ରପୁର,୭ା୧(ଡି.ଏନ.ଏ.)-କାଳିଆ ଯୋଜନାରେ ଟଙ୍କା ହ୍ରାସ ନିଷ୍ପତ୍ତି ରଦ୍ଦ ଦାବିରେ ସୋମବାର ନବନିର୍ମାଣ କୃଷକ ସଙ୍ଗଠନ ଗଞ୍ଜାମ ଜିଲା କମିଟି ପକ୍ଷରୁ ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା ା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା...

ଭିଜିଲାନ୍ସ ଜାଲରେ ଏମ୍‌କେସିଜି ମେଡିକାଲ କନିଷ୍ଠ କିରାଣି

ବ୍ରହ୍ମପୁର ଅଫିସ,୭ା୧-ଏମ୍‌କେସିଜି ମେଡିକାଲରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନାମରେ ଥିବା ଏକ ଏଲଆଇସି କ୍ଲେମ୍‌ ଫାଇଲ ପ୍ରୋସେସିଂ ପାଇଁ ଲାଞ୍ଚ ନେଇ ଏମ୍‌କେସିଜି ସର୍ଜରୀ (ଅସ୍ତ୍ରୋପଚାର) ବିଭାଗ କନିଷ୍ଠ କିରାଣି ସୋମବାର ଗିରଫ ହୋଇଛନ୍ତି। ଅଭିଯୁକ୍ତ...

ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ଆକ୍ରମଣ ଅଭିଯୋଗ

ଦିଗପହଣ୍ଡି,୬।୧(ଡି.ଏନ୍‌.ଏ.)-ଦିଗପହଣ୍ଡି ସହରର ବିଜୁ ଯୁବ ବାହିନୀ ସଦସ୍ୟ କାହ୍ନୁ ନାହାକଙ୍କୁ ସୋମବାର କେତେକ ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସନ୍ଧ୍ୟାରେ କାହ୍ନୁ ଦିଗପହଣ୍ଡି ବସଷ୍ଟାଣ୍ଡରେ ଠିଆ ହୋଇ ଥିବା ବେଳେ ଦଳିତ ସାହିର କିଛି ଯୁବକ ସେଠାରେ ପହଞ୍ଚତ୍...

ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ

ଦିଗପହଣ୍ଡି/ଚିକିଟି,୬ା୧(ଡି.ଏନ.ଏ.)-କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ସିନ୍ଧିଖାଳି ଗ୍ରାମ ନିକଟରେ ରବିବାର ରାତି ପ୍ରାୟ ସାଢ଼େ ୯ଟାରେ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଅନୁଗୋଳ ଜିଲା କତଡା ଗ୍ରାମର କୁରୁପତି...

ସରପଞ୍ଚଙ୍କ ଘରୁ ଟଙ୍କା, ସୁନା ଅଳଙ୍କାର ଲୁଟ୍‌

ପାତ୍ରପୁର, ୬ା୧ (ଡି.ଏନ୍‌.ଏ.)-ଜରଡ଼ା ଥାନା ତୁମ୍ବା ସରପଞ୍ଚଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସୁନା ଅଳଙ୍କାର ସହ ୧୬ ହଜାର ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି। ସରପଞ୍ଚ ହେମଲତା ଜାନି ଓ ତାଙ୍କ ସ୍ବାମୀ ଜନକ କୁମାର...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ: ହରିଣ ପାର୍କ ସ୍ଥାନାନ୍ତର ବାଟ ଫିଟିଲା; ପାରଳାଖେମୁଣ୍ଡି ଲଖାରିକୁ ଯିବା ନିଷ୍ପତ୍ତି

ବ୍ରହ୍ମପୁର ଅଫିସ,୬ା୧-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ହରିଣ ପାର୍କ ସ୍ଥାନାନ୍ତର ହେବା ନିଶ୍ଚିତ ହୋଇଛି ା ସେଣ୍ଟ୍ରାଲ ଜୁ ଅଥରିଟି ଅଫ ଇଣ୍ଡିଆ ନିର୍ଦ୍ଦେଶନାମାର ୯ ବର୍ଷ ପରେ ଏହି ପାର୍କକୁ ସ୍ଥାନାନ୍ତର କରାଯିବା ଉପରେ ବନ ବିଭାଗ ଗୁରୁତ୍ୱ...

ଭାରତୀୟ ବିଜ୍ଞାନ କଂଗ୍ରେସରେ ସୋରଡ଼ା ଅଧ୍ୟାପକ ଉପସ୍ଥାପନ କଲେ ବାଲିପଦର କୃଷ୍ଣସାର ମୃଗ ଉପରେ ସନ୍ଦର୍ଭ

ସୋରଡ଼ା,୬ା୧(ଡି.ଏନ.ଏ.)-ସ୍ଥାନୀୟ ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଅଧ୍ୟାପକ ରାମଚନ୍ଦ୍ର ବିଷୋୟୀ ୧୦୭ତମ ଭାରତୀୟ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଚଳିତ ମାସ ୩ରୁ ୭ ପର୍ଯ୍ୟନ୍ତ ବାଙ୍ଗାଲୋର କୃଷି ବିଜ୍ଞାନ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ବିଜ୍ଞାନ କଂଗ୍ରେସରେ...

ଖୋଲିନି ସମସ୍ତ ମଣ୍ଡି, ଆନ୍ଧ୍ର ଯାଉଛି ଗଞ୍ଜାମ ଧାନ

ଛତ୍ରପୁର,୬ା୧(ଡି.ଏନ.ଏ)-ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲାରେ ନଭେମ୍ବର ୧୫ ତାରିଖରୁ ମଣ୍ଡି ମାଧ୍ୟମରେ ଧାନକିଣା ଆରମ୍ଭ ହୋଇଛି। ହେଲେ ଏ ପର୍ଯ୍ୟନ୍ତ ସବୁ ସ୍ଥାନରେ ମଣ୍ଡି ଖୋଲି ନ ଥିବାରୁ ଚାଷୀମାନେ ସମସ୍ୟାରେ ପଡ଼ିଥିବା ଅଭିଯୋଗ ହୋଇଛି। ଅମଳ ଧାନ...

ଗଞ୍ଜେଇ ଗଛ ନଷ୍ଟ

ଆର.ଉଦୟଗିରି ,୫ା୧(ଡି.ଏନ.ଏ.)-ଆର.ଉଦୟଗିରି ଥାନାର ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ଶନିବାର ପୁଣି ବିପୁଳ ମରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଗଜପତି ଜିଲାପାଳ ଅନୁପମ ସାହା ଓ ଏସ୍‌ପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ବ୍ଲକର ବିଭିନ୍ନ ଥାନା ଅଞ୍ଚଳ...

ବେଆଇନ କ୍ଲିନିକ ଉପରେ ପ୍ରଶାସନର ଚଢାଉ:  ବାହାରେ ତାଲା, ଭିତରେ ରୋଗୀ ଚିକିତ୍ସା

ଦିଗପହଣ୍ଡି,୫ା୧(ଡି.ଏନ.ଏ.)-ଦିଗପହଣ୍ଡି ବସ୍‌ଷ୍ଟାଣ୍ଡ ନିକଟ ମୁଖ୍ୟରାସ୍ତା କଡ଼ରେ ଥିବା ସାଗର ପାଥୋଲୋଜି ଏବଂ କଲ୍ୟାଣୀ ମେଡ଼ିସିନ ଷ୍ଟୋର ଓ କ୍ଲିନିକ୍‌ରେ ଶନିବାର ପୁଣିଥରେ ପ୍ରଶାସନିକ ଚଢାଉ କରାଯାଇଥିଲା। ପ୍ରଥମେ ସାଗର କ୍ଲିନିକରେ ଚଢାଉ କରାଯାଇଥିଲା। କ୍ଲିନିକ ମୁଖ୍ୟ ଦରଜାରେ ତାଲା ପଡ଼ିଥିଲେ...

୨ ବେଆଇନ କ୍ଲିନିକ୍‌ରେ ପ୍ରଶାସନର ଚଢ଼ାଉ

ଗୋପାଳପୁର,୫ା୧ -ଦୀର୍ଘବର୍ଷ ହେଲା ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳରେ ନକଲି ଡ଼ାକ୍ତରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ବେଆଇନ କ୍ଲିନିକ କରି ରୋଗୀଙ୍କୁ ଚିକିତ୍ସା ଆଳରେ ଶୋଷଣ କରାଯାଉଛି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର...

ଗୁଗଲ୍‌ରେ ସର୍ଚ୍ଚ କରି ଲଜ୍‌ ବୁକିଂ ମହଙ୍ଗା ପଡ଼ିଲା: ଠକାମିର ଶିକାର ହେଲେ ପର୍ଯ୍ୟଟକ, ଲଜ୍‌ ମାଲିକ ଗିରଫ

ଗୋପାଳପୁର,୫ା୧ -ପଶ୍ଚିମବଙ୍ଗ ଚବିଶପ୍ରଗଣା ଅଞ୍ଚଳର କେତେଜଣ ପର୍ଯ୍ୟଟକ ଗୋପାଳପୁର ବେଳାଭୂମି ବୁଲିବା ପାଇଁ ଯୋଜନା କରିଥିଲେ। ଏନେଇ ଗୁଗଲ୍‌ରେ ସର୍ଚ୍ଚ କରି ଗୋପାଳପୁର ବେଳାଭୂମିରେ ଥିବା ଏକ ରିସର୍ଟ ମ୍ୟାନେଜରଙ୍କ ମୋବାଇଲ ନମ୍ବର ପାଇଥିଲେ। ତାଙ୍କୁ ଫୋନ କରି ୧୭ଟି...

୨ ପାଚିକାଙ୍କୁ କାର୍ଯ୍ୟରୁ ବହିଷ୍କାର ଘଟଣା: ଆମରଣ ଅନଶନ ପରେ ମିଳିଲା ନିଯୁକ୍ତି ପ୍ରତିଶ୍ରୁତି

ବ୍ରହ୍ମପୁର ଅଫିସ,୫ା୧-ବ୍ରହ୍ମପୁର ଆସ୍କାରୋଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଚିକାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ନେଇ ଜିଲା ଶିକ୍ଷାଧିକାରୀ(ଡିଇଓ)ଙ୍କ କାର୍ଯ୍ୟାଳୟ ଆଗରେ ଓଡିଶା ମିଳିତ ବିଦ୍ୟାଳୟ ପାଚିକା-ସହାୟିକା ସଂଘ ପକ୍ଷରୁ ଦିଆଯାଇଥିବା ଧାରଣା ଶନିବାର ପ୍ରତ୍ୟାହୃତ ହୋଇଛି । ଗତ...

ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଇ-ଅଭିଯୋଗ ଦରଖାସ୍ତ: ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଅନିବାର୍ଯ୍ୟ

ଛତ୍ରପୁର,୫ା୧(ଡି.ଏନ.ଏ.)-ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଇ-ଅଭିଯୋଗ ଦରଖାସ୍ତଗୁଡିକ ତଦାରଖ ପାଇଁ ଗଞ୍ଜାମ ଜିଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଆସିଥାଏ। ସମ୍ପୃକ୍ତ ବିଭାଗଗୁଡିକ ଉକ୍ତ ଅଭିଯୋଗର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅନିବାର୍ଯ୍ୟ । ଛତ୍ରପୁରରେ ଅନୁଷ୍ଠିତ ଇ-ଅଭିଯୋଗ ଦରଖାସ୍ତ ଉପରେ...

ଧରାପଡ଼ିଲେ ୯ ଜଣିଆ ଲୁଟେରା ଗ୍ୟାଙ୍ଗ: ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଲୁଟୁଥିଲେ

ଛତ୍ରପୁର,୪ା୧୨(ଡି.ଏନ.ଏ)-କର୍ମଚାରୀଙ୍କଠାରୁ ଲୁଟପାଟ କରୁଥିବା ୯ ଜଣିଆ ଏକ ଲୁଟେରା ଗ୍ୟାଙ୍ଗକୁ ଗଞ୍ଜାମ ପୋଲିସ ଧରିବାରେ ସଫଳ ହୋଇଛି। ଗଞ୍ଜାମ ଓ ନୟାଗଡ ଜିଲାରେ ହୋଇଥିବା ୧୨ଟି ଲୁଟ୍‌ ଘଟଣା ଏବଂ ଏକ ହତ୍ୟା ମାମଲାରେ ଏମାନେ ସମ୍ପୃକ୍ତ ଥିଲେ। ଅଭିଯୁକ୍ତମାନଙ୍କ...

ଖାରିପଲ୍ଲୀ ଗ୍ରାମ୍ୟ କମିଟି ସଭ୍ୟଙ୍କୁ ହତ୍ୟା

ଧରାକୋଟ,୪ା୧(ଡି.ଏନ.ଏ.)-ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ଅଧୀନ ଖାରିପଲ୍ଲୀ ଗ୍ରାମ୍ୟ କମିଟି ସଭ୍ୟ ଭରତ ବେହେରା (୬୭)ଙ୍କୁ ଶୁକ୍ରବାର ତେଲିଆ ଠାକୁରାଣୀ ନିକଟସ୍ଥ ରାସ୍ତାରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ଶଳା ଗୌରହରି ବେହେରାଙ୍କ ଏତଲା କ୍ରମେ...