ଚାଷୀଙ୍କ ମୁଁହରେ ଫେରିଲା ହସ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଅଚଳ ଶୀତଳ ଭଣ୍ଡାର

ଗଞ୍ଜାମ,୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ବୁରୁଡ଼ି ଠାରେ ୨୦୧୦ ମସିହାରେ ନିର୍ମିତ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ରହିଛି । ଉକ୍ତ ଶୀତଳ ଭଣ୍ଡାରଟି ଆରଏମସି ଅଧୀନରେ ରହି ଆସିଛି । ଏଥିରେ କିଛି ବୈଷୟିକ ତ୍ରୁଟି ଓ ପରିଚାଳନାଗତ ଅବହେଳା ଯୋଗୁଁ ଅବ୍ୟବହୃତ ହୋଇ ପଡ଼ି ରହିଛି ।

ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ନିର୍ଦ୍ଦେଶ କ୍ରମେ ଏଡିଏମ୍ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପ ଜିଲାପାଳ ଦେବାଶିଷ ବରାଳ, ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଆର୍ ଏମ୍ ସି ହିଞ୍ଜିଳିକାଟୁ ସମ୍ପାଦକ ପ୍ରମୁଖ ଏଠାକୁ ଆସି ଚାଷୀମାନଙ୍କ ନେତୃତ୍ୱ ନେଉଥିବା ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ, ଝାରେଡି ରାଧା ଗୋବିନ୍ଦପୁର ସରପଞ୍ଚ ସିଦ୍ଧେଶ୍ୱର ନାହାକ, ଚାଷୀ ନିରଞ୍ଜନ ନାହାକ, ପ୍ରଭାକର ନାହାକ, ବଂଶୀଧର ନାହାକ, ଯୋଗୀ ନାହାକ, ରଞ୍ଜନ ନାହାକ, ମନୋଜ ନାହାକ, ରାଜ୍ୟପାଳ ପୁରସ୍କୃତ ଶିକ୍ଷାବିତ୍ ବିଜୟ କୁମାର ବିଶ୍ଵାଳଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ଚାଷୀଙ୍କ ସହ ଆଲୋଚନା କରିଥିଲେ ।

ଏହି ସମସ୍ୟାର ଆଶୁ ସମାଧାନ ଓ ଅଚଳ ପ୍ରକଳ୍ପର ସଫଳ ରୂପାୟନ ପାଇଁ ଅଗ୍ରଣୀ ଚାଷୀ ୃମାନଙ୍କୁ ନେଇ ଏକ ୨୧ ଜଣିଆ କମିଟି ଗଠନ କରାଯାଇଛି । ଆଗାମୀ ଭବିଷ୍ୟତରେ ଏହି କ୍ଷୁଦ୍ର ଶୀତଳ ଭଣ୍ଡାରର ପ୍ରଶସ୍ତିକରଣ ସହ ଉନ୍ନତମାନର ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ଅଂଚଳରୁ ଉତ୍ପାଦିତ ବିଭିନ୍ନ ସବୁଜ ପନିପରିବା ଯଥା ଟମାଟ, ବାଇଗଣ, ଲଙ୍କା, ପତ୍ର କୋବି, ଫୁଲ କୋବି, ଇତ୍ୟାଦି ସଂରକ୍ଷଣ ସମେତ ଓରମାସ୍ ସଂସ୍ଥା ସହିତ ଯୋଗାଯୋଗ କରି ଏସବୁର ବିକ୍ରିବଟା ଉପରେ ଧ୍ୟାନ ଦିଆଯିବ ବୋଲି ସ୍ଥିର କରାଗଲା । ଗଞ୍ଜାମ ଜିଲା ପ୍ରଶାସନର ଏହି ପଦକ୍ଷେପକୁ ଏ ଅଞ୍ଚଳର ସମସ୍ତ ଚାଷୀ ମାନଙ୍କ ତରଫରୁ ସ୍ୱାଗତ କରାଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ ଏକାଠି ହେଲେ ଟ୍ରମ୍ପ୍‌-ପୁଟିନ୍‌-ଜିନ୍‌ପିଙ୍ଗ, ବୈଠକ ଉପରେ ବିଶ୍ବର ନଜର

ବେଜିଂ, ୧୮ା୧୧: ଚାଇନା ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଚାଇନାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ପ୍ରୋଟୋକଲ ଭାଙ୍ଗି ଚୀନ…

ଓଡ଼ିଶା ମୁହାଁ ବାତ୍ୟା; ଜୁନିୟର ଆସିଷ୍ଟାଣ୍ଟ-କ୍ଲର୍କ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୧୮।୧୧: ଓଡ଼ିଶା ମୁହାଁ ହେଉଛି ବାତ୍ୟା ‘ଅକ୍ୱାନ’ । ୯ କିମି ବେଗରେ ବଢୁଛି ଭୀଷଣ ବାତ୍ୟା । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୧ ଓ…

‘ଅର୍ଣ୍ଣବ’ର କ୍ଷତ ଶୁଖିନି, ପୁଣି ଘାରିଲା ‘ଅକ୍ୱାନ’ ଭୟ: ଆତଙ୍କିତ ପୁରୁଷୋତ୍ତମପୁରବାସୀ, ପ୍ରଶାସନର ହାଇ ଆଲର୍ଟ, ସୁରକ୍ଷିତ ସ୍ଥାନକୁ…

ପୁରୁଷୋତ୍ତମପୁର୧୮।୧୧ (ସବିତା ମିଶ୍ର) : ଗତ ୧୫ ଦିନ ତଳେ ଆସିଥିବା ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟାର କ୍ଷତ ଏଯାଏ ଶୁଖି ନ ଥିବା ବେଳେ…

ବରଗଡ଼ରେ ଧଳାଜହର କାରବାରର ପର୍ଦ୍ଦାଫାଶ: ୯୦ ଗ୍ରାମ ବ୍ରାଉନ୍ ସୁଗାର ଜବତ, ପୋଲିସ ହାତରେ ଧରାପଡ଼ିଲେ ଦମ୍ପତି

ବରଗଡ଼,୧୮।୧୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଟାଉନ୍ ଥାନା ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ମିଳିଛି । ବୁଧବାର ପୋଲିସ ଚଢ଼ାଉ କରି ବ୍ରାଉନ୍…

ଡାକ୍ତରଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ଦାବିରେ ଧାରଣା

ନୂଆପଡ଼ା,୧୮।୧୧(ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ…

ସରକାରଙ୍କ ବଡ଼ ନିଷ୍ପତ୍ତି; ଘୁଞ୍ଚିଲା ପଞ୍ଚାୟତ ନିର୍ବାଚନ, ବିଧାନସଭା ପରେ….

ଲକ୍ଷ୍ନୌ,୧୮।୧୧: ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ପଞ୍ଚାୟତ ନିର୍ବାଚନ କରାଇବାର ସମୟସୀମାକୁ ଆଉ ୬ ମାସ ବୃଦ୍ଧି କରାଯାଇଛି…

‘ଅକ୍ବାନ’ ଆଲର୍ଟ: ଗୁଡ଼ାରି ବ୍ଲକ ପ୍ରଶାସନର ଜରୁରୀ ବୈଠକ, ମୁଖ୍ୟାଳୟ ନ ଛାଡ଼ିବାକୁ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ

ଗୁଡ଼ାରି,୧୮ା୧୧(ପ୍ରମୋଦ କୁମାର ପତି ): ସମ୍ଭାବ୍ୟ ବାତ୍ୟା ‘ଅକ୍ବାନ’କୁ ଦୃଷ୍ଟିରେ ରଖି ଗୁଡ଼ାରି ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।…

କେନ୍ଦୁଝରର ଗୌରବ: ବିଶିଷ୍ଟ କବି ଭୈରବ ଚନ୍ଦ୍ର ବେହେରାଙ୍କୁ ମିଳିଲା ମର୍ଯ୍ୟାଦାଜନକ ‘ଉତ୍କଳ ସାହିତ୍ୟ ରତ୍ନ ସମ୍ମାନ’

ପାଟଣା,୧୮।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ପଞ୍ଚାୟତ ଜାମୁନାଳିଆ ଗ୍ରାମର ବିଶିଷ୍ଟ କବି, ଗାଳ୍ପିକ ତଥା ଶିକ୍ଷାବିତ୍ ଭୈରବ ଚନ୍ଦ୍ର ବେହେରାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?