ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…

ଛତ୍ରପୁର,୨ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍‌ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ ଆଇଆରଆଇଏଲ କମ୍ପାନୀ ଫିଡିଙ୍ଗ ପ୍ଲାଣ୍ଟରେ ମେଶିନ ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ସବ -ଠିକାଦାର କେ. ମହେନ୍ଦ୍ର ରେଡ୍ଡୀ। ମହେନ୍ଦ୍ର ହାଇଦ୍ରାବାଦ ଅଞ୍ଚଳର ହୋଇଥିବା ବେଳେ ଦୀର୍ଘ ଦିନ ଧରି ଆଇଆରଆଇଏଲ୍‌ କମ୍ପାନୀରେ ଏସ୍‌ଏମ୍‌ପି -୧ ପ୍ଲାଣ୍ଟରେ ପରିବହନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ଠିକା ଭାବେ କରି ଆସୁଥିଲେ। କମ୍ପାନୀଠାରୁ ଟେଣ୍ଡର ପାଇଥିବା ଗୁଜରାଟର ସରସ୍ବତୀ ବିଲଡର ତାଙ୍କୁ ତାଙ୍କର ପ୍ରାପ୍ୟ ନ ଦେଇ ଛତ୍ରପୁର ଅଞ୍ଚଳର ମାଫିଆମାନଙ୍କ ଜରିଆରେ ଧମକ ଦେବା ସହିତ ଟଙ୍କା ନିମନ୍ତେ ଧୋକା ଦେବାରେ ଲାଗିଛି। ଯାହାଫଳରେ ସେ ଅସହାୟ ହୋଇ ବୁଧବାର ଆତ୍ମହତ୍ୟା ନିମନ୍ତେ ଉଦ୍ୟମ କରିଥିଲେ। ଏହାର ଖବର ପାଇ କମ୍ପାନୀର ସୁରକ୍ଷାକର୍ମୀ ଓ ଆର୍ଯ୍ୟପଲ୍ଲୀ ମେରାଇନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଠିକାଦାର ମହେନ୍ଦ୍ରଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେ ବୁଝିବାକୁ ନାରାଜ ହୋଇଥିଲେ। ପରେ ପୋଲିସ କର୍ମଚାରୀମାନେ ଫିଡିଙ୍ଗ ପ୍ଲାଣ୍ଟ ମେଶିନ ଉପରେ ଚଢ଼ି ଠିକାଦାରଙ୍କୁ ଉଦ୍ଧାର କରି ଆର୍ଯ୍ୟପଲ୍ଲୀ ମେରାଇନ ଥାନାକୁ ଆଣିଥିଲେ।

ମହେନ୍ଦ୍ରଙ୍କ କହିବା ଅନୁସାରେ ଗତ ୨୦୨୫ ନଭେମ୍ବର ମାସରୁ ଫିଡିଙ୍ଗ ପ୍ଲାଣ୍ଟରେ କରିଥିବା କାର୍ଯ୍ୟ ବାବଦରେ ସରସ୍ବତୀ ବିଲଡର ତାଙ୍କୁ ୧ କୋଟି ୨୫ ଲକ୍ଷ ଟଙ୍କା ପ୍ରଦାନ କରିବା ବକେୟା ଥିଲେ। ବାରମ୍ବାର ତାଙ୍କୁ ଟଙ୍କା ଦେବା ନିମନ୍ତେ ପ୍ରତିଶ୍ରୁତି ଦେଉଥିଲେ ସିନା ପ୍ରାପ୍ୟ ଦେଉ ନ ଥିଲେ। ପରିବର୍ତ୍ତେ ସମୟରେ ୭୩ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ସେହି ଟଙ୍କାରୁ କିଛି ଲକ୍ଷ ଦେଇଥିବା ଆହୁରି ବଳକା ଅର୍ଥ ମିଳିନାହିଁ। ତାଙ୍କର ପ୍ରାପ୍ୟ ମିଳିବା ନିମନ୍ତେ ସେ ବହୁବାର ଅନୁରୋଧ କରିଛନ୍ତି। ସେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। କମ୍ପାନୀ କର୍ତ୍ତୃପକ୍ଷ ସରସ୍ବତୀ ବିଲଡରଙ୍କୁ ସମସ୍ତ କାର୍ଯ୍ୟର ପ୍ରାପ୍ୟ ପ୍ରଦାନ କରାଯାଇଛି ବୋଲି କହିଥିଲେ। ତେବେ ମହେନ୍ଦ୍ରଙ୍କୁ ବଳକା ଅର୍ଥ ତାଙ୍କୁ ନ ମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?