ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ ବିରୋଧରେ ବିଭିନ୍ନ ପ୍ରକାର ଅଭିଯୋଗ ଲଦାଯାଇ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ରାଜନୈତିକ ଆକ୍ରୋଶ ରଖି ମୋ’ ଉପରେ ମିଥ୍ୟା ଆରୋପ ଲଦାଯାଇଥିବା ବ୍ଲକ ଅଧ୍ୟକ୍ଷା ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି। କ୍ଷମତାର ଅପବ୍ୟବହାର କରିବା ସହ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଥିବା ଅଧ୍ୟକ୍ଷାଙ୍କ ନିକଟକୁ କୌଣସି ପତ୍ର ପ୍ରେରିତ ନ କରି କିଛି ଫାଇଲ ନ ପଠାଇ ମୋର ବିରୋଧରେ ଜିଲାପାଳଙ୍କୁ ପତ୍ର ଲେଖାଯାଇଛି। ଏପରିକି ପ୍ରତି ସ୍ବାକ୍ଷର ପାଇଁ ମୌଖିକ ଭାବେ ଦେଇଥିବା ସମସ୍ତ ଫାଇଲ ମଧ୍ୟ ଯୁଗ୍ମ ସ୍ବାକ୍ଷର କରି କେବେଠାରୁ ନେଇ ସାରିଛନ୍ତି। ଇ-ଡିଜିଟାଲ ସାଇନ ସମ୍ବନ୍ଧରେ କୌଣସି ଲିଖିତ ଚିଠି ମଧ୍ୟ ପ୍ରଦାନ କରିନାହାନ୍ତି। ଏହାସହ ବିଡିଓ ମୋ’ ସହ କୌଣସି ଆଲୋଚନା ନ କରି କେତେକ ଫାଇଲ ଅର୍ଥକୁ ଅନିୟମିତତା କରିଥିବାରୁ ମୋର ପାଖକୁ ନ ଆଣି ବାଇପାସ କରି ବିଲ୍‌ ନେଇଯିବାକୁ ଉଦ୍ୟମ କରୁଛନ୍ତି। ସେହିପିରି ପଞ୍ଚାୟତ ସମିତି ବୈଠକ ଯେବେ କରିବାକୁ କୁହାଯାଉଛି ସେତେବେଳେ ଲୋକ ସଭା କିମ୍ବା ବିଧାନସଭା ଲାଗି ରହିଥାଉଛି। ଅନ୍ୟପଟେ ମୁଁ ଅଫିସକୁ ଗଲେ ମୋର ରୁମ୍‌ରେ ପାଣି, ବିଜୁଳି କାଟି ଦିଆଯାଉଛି। ଅଫିସ ସମ୍ମୁଖରେ ମଇଳା ଅବର୍ଜନା ରଖାଯାଉଛି। ଏଭଳି ହଇରାଣ କରାଯାଉଥିବା ବେଳେ ଗଞ୍ଜାମ ଜିଲାପାଳଙ୍କ ପକ୍ଷରୁ ଗତ ୨୯ ତାରିଖରେ ପତ୍ରସଂଖ୍ୟା ୧୨୬୨ରେ ମୋ’ ଉପରେ ବିଭିନ୍ନ ଅଭିଯୋଗର କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏହାର ଉତ୍ତର ୭ଦିନ ମଧ୍ୟରେ ତୁରନ୍ତ ଦେବାକୁ ନିର୍ଦ୍ଦେଶ ରହିଛି।

ଅନ୍ୟପକ୍ଷରେ ସେହିଦିନ ହିଁ ପତ୍ର ସଂଖ୍ୟା ୧୨୬୦ରେ ଭଞ୍ଜନଗର ଉପଜିଲାପାଳଙ୍କୁ ବୁଗୁଡ଼ା ପଞ୍ଚାୟତ ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନର ଗୃହୀତ ହୋଇଥିବା ପ୍ରକଳ୍ପଗୁଡ଼ିକର ମୋର ସ୍ଥାନରେ ପ୍ରତି ସ୍ବାକ୍ଷର କରିବା ପାଇଁ ଜିଲାପାଳଙ୍କ ଦସ୍ତଖତରେ ପତ୍ର ଲେଖାଯାଇଛି। ଏହା କେତେଦୂର ଯଥାର୍ଥତା ରହିଛି ତାହା ଜାଣିପାରୁଥିବେ। ଗୋଟିଏ ପଟେ ମୋ’ ଉପରେ ଲଦାଯାଇଥିବା ଅଭିଯୋଗର ନୋଟିସ୍‌ ଦିଆଯାଉଛି ଏବଂ ଅନ୍ୟପଟେ ମୋ’ ବଦଳରେ ଭଞ୍ଜନଗର ଉପଜିଲାପାଳଙ୍କୁ ପ୍ରତି ସ୍ବାକ୍ଷର ପାଇଁ କୁହାଯାଉଛି। ଏହା ରାଜନୈତିକ ଆକ୍ରୋଶ ନୁହଁ ତ ଆଉ କ’ଣ ରହିଛି। ଆଜି ଜିଲାପାଳଙ୍କ ନୋଟିସ୍‌ ଅନୁସାରେ ମୁଁ ଜିଲାପାଳଙ୍କୁ ସାକ୍ଷାତ କରି ବୁଗୁଡା ବ୍ଲକର ସବୁ ବିଷୟ ନେଇ ଆଲୋଚନା କରିଛି। ଜିଲାପାଳ ମୋତେ ଆଶ୍ୱସନା ଦେଇଛନ୍ତି। ଆପଣଙ୍କ ପଦର ମର୍ଯ୍ୟାଦା ସହ ବ୍ଲକର ବିକାଶରେ ସମସ୍ତେ ମିଳିମିଶି କାମ କରିବା। ଏହା ସତ୍ତ୍ୱେ ଯଦି କିଛି ନ ହୁଏ ତେବେ ମୁଁ ମୋର ନ୍ୟାୟ ପାଇଁ ମାନ୍ୟବର ଉଚ୍ଚନ୍ୟାୟ।ଳୟଙ୍କ ଦ୍ୱାରସ୍ଥ ହେବି ବୋଲି ଅଧ୍ୟକ୍ଷା ଶ୍ରୀମତୀ ଆଚାରୀ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?