ପ୍ରତିଶ୍ରୁତି ରକ୍ଷା କଲା ଯାତ୍ରା କମିଟି, ନିର୍ଦ୍ଧାରିତ ସମୟରେ ହିସାବ ଦାଖଲ କରି…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ଆୟବ୍ୟୟ ହିସାବ ବୁଧବାର ଦାଖଲ ହୋଇଛି। ଏନେଇ ଭଞ୍ଜନଗର ଠାକୁରାଣୀ ମନ୍ଦିରରେ ଯାତ୍ରା କମିଟି କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ବୈଠକ ବସିଥିଲା। ବୈଠକରେ ଯାତ୍ରା କମିଟି ସଭାପତି ରାଜେନ୍ଦ୍ର ବିଷୋୟୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ଯାତ୍ରା କମିଟି ମୁଖ୍ୟ ଉପଦେଷ୍ଟା ତଥା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହ ଭଞ୍ଜନଗର ଠାକୁରାଣୀ ମନ୍ଦିର ଓ କୁଲାଡ଼ ବ୍ୟାଘ୍ର ଦେବୀ ମନ୍ଦିରର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯିବ ବୋଲି କହିଥିଲେ। ଏନେଇ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା ଯାତ୍ରାକୁ ସଫଳ କରିବାରେ ସମସ୍ତେ ସହଯୋଗ କରିଥିବା ଯୋଗୁଁ ଧନ୍ୟବାଦ ଜଣାଇଥିଲେ। ଏଥିସହ ମ୍ୟୁନିସିପାଲଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ, ଉପସଭାପତି ମୂରଲୀ ଧର ପଣ୍ତା, ସମ୍ପାଦକ ସୁଶାନ୍ତ ମହାପାତ୍ର, ସୁଧୀର ରଞ୍ଜନ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଚଳିତ ବର୍ଷ ଯାତ୍ରା ପାଇଁ ବିଭିନ୍ନ ଆଡୁ ୧ କୋଟି ୪୭ ଲକ୍ଷ ୨୯୨୬୦ ଟଙ୍କା ଆଦାୟ ହୋଇଥିଲା । ଖର୍ଚ୍ଚ ହୋଇଥିଲା ୧ କୋଟି ୨୪ ଲକ୍ଷ ୬୬ ହଜାର ୯୧ ଟଙ୍କା । ବଳକା ରହିଥିଲା ୨୩ ଲକ୍ଷ ୩୧ ହଜାର ୩୨୫ ଟଙ୍କା । ପୂର୍ବରୁ ୨୨ ଲକ୍ଷ ଟଙ୍କା ବଳକା ଥିଲା। ଆଜି ସୁଦ୍ଧା ମୋଟ ୫୧ ଲକ୍ଷ ୭୩ ହଜାର ୫୯୯ ଟଙ୍କା ଯାତ୍ରା ଆକାଉଣ୍ଟ ରେ ଗଚ୍ଛିତ ଅଛି। ଭଞ୍ଜନଗର ଯାତ୍ରା ଏପ୍ରିଲ ୨୬ରୁ ଆରମ୍ଭ ହୋଇ ମେ’ ୨୦ରେ
ସରିଥିଲା।

ଯାତ୍ରା ଆରମ୍ଭ ପୂର୍ବରୁ ଯାତ୍ରା କମିଟି ମୁଖ୍ୟ ଉପଦେଷ୍ଟା ତଥା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଘୋଷଣା କରିଥିଲେ ଯେ, ଯାତ୍ରା ସରିବାର ଏକ ମାସ ମଧ୍ୟରେ ଯାତ୍ରାର ଆୟବ୍ୟୟ ହିସାବ ଦିଆଯିବ। ଏଥିସହ ଯାତ୍ରାକୁ ଆକର୍ଷଣୀୟ କରାଯିବ ବୋଲି ଘୋଷଣା କରିଥିଲେ। ଯାତ୍ରା ସରିବାର ୧ ମାସ ୧୦ ଦିନ ମଧ୍ୟରେ ଆଜି ହିସାବ ଦାଖଲ କରାଯାଇଥିଲା। ଯାହାକି ପ୍ରଶଂସନୀୟ ପଦକ୍ଷେପ। ପୂର୍ବରୁ ହିସାବ ଦାଖଲ ପାଇଁ ବର୍ଷ ବର୍ଷ ଧରି ଲାଗି ଯାଉଥିଲା। ଚଳିତ ବର୍ଷ ଏହି ସମସ୍ୟା ନାହିଁ।

ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲା ସତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ନୀଳମାଧବ ପାତ୍ର, ମେଡିକାଲ ଅଧୀକ୍ଷକ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ନାୟକ, ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପାତ୍ର, ବିଡିଓ ଭାରତୀ ଦେବୀ, ଏଏସ୍‌ପି ରଞ୍ଜନ କୁମାର ଦେ, ଏସଡିପିଓ ଡ ଦୀପକ ମିଶ୍ର, ଯାତ୍ରା କମିଟି କର୍ମକର୍ତ୍ତା ସନ୍ତୋଷ ତିଆଡି ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?