ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ ବୁଣି ସାରିଲେଣି । କିଛି ଅଞ୍ଚଳର ଧାନ ତଳି କିଆରୀରେ ଧାନ ଗଜା ହେଲାଣି । ବର୍ଷା ଅଭାବରୁ ଗଜା ମରୁଡି ହେବା ଆଶଙ୍କା ଉପୁଜିଛି । ଏହି ୨ଟି ବ୍ଲକ ଚାଷୀମାନଙ୍କର ଜୀବନ ରେଖା ରୂପେ ପରିଚିତ ଘୋଡାହାଡ ଡ଼୍ୟାମ ଉପରେ ଏବେ ଭରସା ରଖିଛନ୍ତି। ଘୋଡାହାଡ ଡ଼୍ୟାମ ନିର୍ମାଣ ହେବା ପରଠାରୁ ଏହି ଅଞ୍ଚଳରେ ମରୁଡି ହୋଇ ନଥିବା ପୁରୂଖା ଚାଷୀମାନେ କୁହନ୍ତି।

ଘୋଡାହାଡ ଡ଼୍ୟାମରେ ବୁଧବାର ସୁଦ୍ଧା ୧୧୭.୨୮ ମିଟର ଅର୍ଥାତ ୯୬ ପ୍ରତିଶତ ପାଣି ଗଚ୍ଛିତ ଥିବା ଜଣାପଡ଼ିଛି। ଡ଼୍ୟାମ ଇଲାକାରେ ଗତ ଜୁନ ୨୫ରେ ୧୧୧ ମି.ମି ବର୍ଷା ହୋଇଥିବା ବେଳେ ଜୁନ ୨୬ରେ ୧୪୧ ମି.ମି ବର୍ଷା ହୋଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି । ଚାଷୀମାନେ ଘୋଡାହାଡ ଡ଼୍ୟାମର ଗଚ୍ଛିତ ପାଣିକୁ ଦେଖି ଧାନ ବିହନ ଜମିରେ ବୁଣିଥିବା ବେଳେ ଆଗକୁ ବର୍ଷା ନ ହେଲେ ଡ଼୍ୟାମରୁ ପାଣି ଛାଡିବା ପାଇଁ ଅନେଇ ବସିଛନ୍ତି । ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟି ଅଧିନରେ ସମୁଦାୟ ୨୧ଟି ପାଣି ପଞ୍ଚାୟତ ରହିଥିବା ବେଳେ ୭୭୫୮ ହେକ୍ଟର ଜମିକୁ ଡ଼୍ୟାମର ପାଣି ମାଡ଼ୁଛି । ଡ଼୍ୟାମ ର ଲମ୍ବା ୧.୭୨୪ ମିଟର।ଉଚ୍ଚତା ୨୭.୨୩ ମିଟର।ଜଳ ଧାରଣ କ୍ଷମତା ୨୦ ମିଲିୟନ କ୍ୟୁୁବିକ ମିଟର। କେଚମେଣ୍ଟ ଏରିଆ ୧୩୮ ସ୍କ୍ୱାୟର ମିଟର ।

ଚାଷୀଙ୍କ ଧାନ ତଳି ବଢିବା ପାଇଁ  କେଉଁଦିନ ଡ଼୍ୟାମରୁ ପାଣି ଛଡାଯିବ ସେ ନେଇ ଆଗାମୀ ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାରେ ନିଷ୍ପତ୍ତି ନିଆଯିବ ବୋଲି ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାପତି ରମେଶ ଚନ୍ଦ୍ର ପାତ୍ର କହିଛନ୍ତି।  ଘୋଡ଼ାହାଡ଼ ଡ଼୍ୟାମ ନିର୍ମାଣର ପ୍ରାୟ ୫୦ ବର୍ଷ ଅତିକ୍ରାନ୍ତ ହୋଇଯାଇଛି।  ରକ୍ଷଣାବେକ୍ଷଣ ଅଭାବରୁ ପଟୁ ମାଟି ଜମି ଯିବା କାରଣରୁ ଡ଼୍ୟାମର ଜଳଧାରଣ କ୍ଷମତା ଦିନକୁ ଦିନ ସଙ୍କୁଚିତ ହୋଇ ପଡ଼ିବାରୁ କେନାଲର ଶେଷ ମୁଣ୍ଡକୁ ଆବଶ୍ୟକ ପାଣି ମିଳି ପାରୁନାହିଁ । ଚାଷୀ ତାର ଜମିକୁ ଆବଶ୍ୟକ ଜଳ ସେଚିତ କରିପାରୁନି । ଡ଼୍ୟାମର ମୁଖ୍ୟ ସ୍ପିଲ୍ ୱେରେ ସୃଷ୍ଟି ହୋଇଥିବା ଫାଟ ମରାମତି କରାଯାଇଥିଲେ ମଧ୍ୟ  ପାଣି ଲିକେଜ୍ ହୋଇ ନଦୀ ଗର୍ଭକୁ ଚାଲି ଯାଉଛି ।

ଚଳିତ ବର୍ଷ କେନାଲ ମରାମତି ନହେବା କାରଣରୁ ଅନେକ ଶାଖା କେନାଲ ଭାଙ୍ଗିରୁଜି ଯାଇଛି। ଦିଗପହଣ୍ଡି ଅଞ୍ଚଳର ୨୫୮୩୫ ହେକ୍ଟର ଚାଷଜମି ରହିଥିବା ବେଳେ ପ୍ରାୟ ୧୬ ହଜାର ହେକ୍ଟର ଚାଷଜମିରେ  ଖରିଫ ଧାନ ଚାଷ କରାଯିବା ପାଇଁ ଟାର୍ଗେଟ ରହିଛି । ପ୍ରାୟ ୧୪ ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ କରାଯିବ ବୋଲି ଦିଗପହଣ୍ଡି ବ୍ଲକ କୃଷି ଅଧିକାରୀ କଲ୍ୟାଣୀ ରାଉତ କହିଛନ୍ତି। ପ୍ରାୟ ୯୭୫୫ ହେକ୍ଟର ଜମିରେ ଅଣଧାନ ଯଥା କପା, ମକା ଓ ପନିପରିବା ଚାଷ କରାଯାଉଛି । ଚକିପଡ଼ା, ମଦନ ମୋହନ ପୁର, କଲ୍ୟାଣପୁର, ଭୁଶୁଣ୍ଡା, ପ୍ରଭୃତି ଗାଁର ଚାଷ ଜମିକୁ କେନାଲ ପାଣି ଆସୁନି। ଚାଷୀ ବର୍ଷା ଅଭାବରୁ ହତାଶ ହୋଇପଡିଛି । ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

ଦାୟିତ୍ୱ ଗ୍ରହଣ କଲେ ନୂଆ ଯୋଗାଣ ଅଧିକାରୀ, କହିଲେ ସମସ୍ତ କାର୍ଯ୍ୟକୁ ଦୁର୍ନୀତିମୁକ୍ତ କରିବା ସହ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ବସନ୍ତ କୁମାର ପଣ୍ଡା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ କେନ୍ଦୁଝର ମୁଖ୍ୟ…

କ୍ୟାବିନେଟ୍‌ ବୈଠକ ପରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆର୍ଥିକ ସମସ୍ୟା ପାଇଁ କେହି ଶିକ୍ଷାରୁ…

ଭୁବନେଶ୍ବର,୧ା୭: କ୍ୟାବିନେଟ୍‌ରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କୁ କୌଣସି ଦେୟ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ବିବାହ ପାଇଁ ଜିଦ୍‌ କରିବାରୁ ପ୍ରେମିକାଙ୍କୁ ହତ୍ୟା, ପୋଲିସ ଆଗରେ ପ୍ରେମିକ କହିଲେ ପୂରା ଘଟଣା…

ହାଟଡିହୀ/ଛେନାପଦୀ,୧ା୭(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): ପଶ୍ଚିମବଙ୍ଗ ପ୍ରେମିକାକୁ ଓଡ଼ିଶା ଡକାଇ ଝାଡ଼ଖଣ୍ଡ ପ୍ରେମିକ କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ଗତ ମଙ୍ଗଳବାର ହତ୍ୟା କରିଥିବା ଘଟଣାରେ ପର୍ଦାଫାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri