ଗଞ୍ଜାମ

ସ୍ୱପ୍ନ ପାଲଟିଛି ଆବାସ ଯୋଜନା

ପାରଳାଖେମୁଣ୍ଡି, ୯। ୧୨ (ଡି.ଏନ୍‌.ଏ):ଜଣେ ବି କେହି ଯେମିତି କଚ୍ଚା ଘରେ ନ ରହିବେ ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। କେନ୍ଦ୍ରର ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠାରୁ ଆରମ୍ଭ କରି ରାଜ୍ୟ ବିଜୁ ପକ୍କାଘର...

୪ ଦଶନ୍ଧିର ଦାବି, ହୋଇପାରୁନି ଘୁମୁସର ଜିଲା

ବ୍ରହ୍ମପୁର ଅଫିସ,୯ା୧୨:ରାଜ୍ୟରେ ନୂଆ ଜିଲା ଗଠନ ଦାବି ସମ୍ପ୍ରତି ବଢ଼ିବାରେ ଲାଗିଛି। ଆସନ୍ତା ୨୦୨୩ରେ ପଦ୍ମପୁରକୁ ଜିଲା ମାନ୍ୟତା ଦିଆଯିବ ବୋଲି ନବୀନ ପଟ୍ଟନାୟକ ସୂଚନା ଦେବା ପରେ ବିଜେଡି ଅଡ଼ୁଆରେ ପଡ଼ିଛି। ୪ ଦଶନ୍ଧିର ଦାବି ଘୁମୁସର ଜିଲା...

ସୁରଟରେ ଓଡ଼ିଆ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା

ଭଞ୍ଜନଗର,୯।୧୨(ଡି.ଏନ.ଏ):ଗୁଜରାଟର ସୁରଟରେ ଜଣେ ଓଡ଼ିଆ ନାବାଳିକାଙ୍କୁ ବଳାତ୍କାର ପରେ ତଣ୍ଟିଚିପି ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ଗୁରୁବାର ସେଠାରେ ଉତ୍ତେଜନା ଦେଖାଦେବା ସହ ପ୍ରବାସୀ ଓଡ଼ିଆମାନେ ରାସ୍ତାରୋକୋ କରିଥିଲେ। ଗୁଜରାଟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ଅଧିକ...

ସିରିଜ୍‌ ଚୋରି, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ବେଗୁନିଆପଡ଼ା,୮ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ସିରିଜ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଏସ.ଛଚିନା ଗ୍ରାମର ସୁଦାମ ଆର୍ଟ ଦୋକାନରୁ ମଙ୍ଗଳବାର ବିଳମ୍ବିତ ରାତିରେ କବାଟ ସଟର ଭାଙ୍ଗି ଆଲମିରାରୁ ନଗଦ ୮୦...

ଗଛକୁ ଧକ୍କା ଦେଲା ବାଇକ୍‌, ଚାଳକ ମୃତ

ଦିଗପହଣ୍ଡି,୭।୧୨(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚୈତନ୍ୟପୁର କୁକୁଡାଫାର୍ମ ନିକଟରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଏହି ଦୂର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ୍‌ ଚାଳକ ଜଣକ ସିଦ୍ଧଖଣ୍ଡି ଗ୍ରାମର ରବି ନାୟକ(୨୦) ବୋଲି ଜଣାପଡିଛି।...

ପଞ୍ଜୀକୃତ ସବୁ ଚାଷୀଙ୍କ ଧାନ କିଣାଯାଉ

ଛତ୍ରପୁର,୭।୧୨(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ସମସ୍ତ ପଞ୍ଜୀକୃତ ଚାଷୀ ଓ ଭାଗଚାଷୀଙ୍କଠାରୁ ଧାନ କିଣିବା ଲାଗି ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଦାବି ହୋଇଛି ା ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକଙ୍କ ଅନୁରୋଧ କ୍ରମେ ଧାନକିଣା କିଭଳି ଶୃଙ୍ଖଳିତ ହୋଇପାରିବ ସେନେଇ...

ବେଆଇନ କୋଠା ମାଲିକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର ଅଫିସ,୭।୧୨:ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର ବିନା ପ୍ଲାନ ଆପ୍ରୁଭାଲରେ ସହର ମଧ୍ୟରେ ଶତାଧିକ କୋଠା ଗଢିଉଠିଛି। ଏଥିମଧ୍ୟରେ ସପିଂ ମଲ, ଆପାର୍ଟମେଣ୍ଟ୍‌, ହୋଟେଲ ଭଳି ବଡ଼ ବଡ଼ କୋଠା ରହିଛି। ଅନେକସ୍ଥାନରେ ପାର୍କିଂ ସ୍ଥଳ ନ ଥିବା ଦେଖିବାକୁ...

୫୧ ଗୃହରକ୍ଷୀଙ୍କୁ ପୁରସ୍କୃତ କଲେ ଏସ୍‌ପି

ଛତ୍ରପୁର, ୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ପୋଲିସ ପଡ଼ିଆରେ ଗୃହରକ୍ଷୀ ବାହିନୀର ୬୦ତମ ପ୍ରତିଷ୍ଠା ଦିବସ ଜିଲା ଗୃହବାହିନୀ ସଂସ୍ଥା ପକ୍ଷରୁ ପାଳିତ ହୋଇଯାଇଛି। ଏଥିରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ ମୁଖ୍ୟ ଅତିଥିଭାବେ ଯୋଗଦେଇ ଅନୁଷ୍ଠିତ ପରେଡରେ...

ଉଷା ଆପ୍‌ରେ ବସ୍ତି ବାସିନ୍ଦାଙ୍କ ତଥ୍ୟ ସଂଗ୍ରହ

ବ୍ରହ୍ମପୁର ଅଫିସ,୬ା୧୨: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ଅଧୀନରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ଯୋଜନାରେ ପଟ୍ଟା ପ୍ରଦାନ କରାଯିବ। ଏ ନେଇ ବିଏମସି ପକ୍ଷରୁ ଗତ ୧୦ତାରିଖରେ ଡ୍ରୋନ ସର୍ଭେ ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ଡ୍ରୋନ...

କାର୍ଯ୍ୟରେ ଅବହେଳା, ୭ ବ୍ଲକ କର୍ମଚାରୀଙ୍କ ଦରମା ବନ୍ଦ

ଭଞ୍ଜନଗର, ୬ା୧୨(ଡି.ଏନ୍‌.ଏ): ଭଞ୍ଜନଗର ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସୋମବାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ଜଳସମ୍ପଦ ବିଭାଗ ଡାକ ବଙ୍ଗଳାଠାରେ ସମୀକ୍ଷା କରିଛନ୍ତି। ଏହି ସମୟରେ ବିଡିଓ ଶଶିଭୂଷଣ ମହାପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ...

ପଞ୍ଚାୟତ ଫାଟକରେ ତାଲା ପକାଇଲେ ମହିଳା ଗୋଷ୍ଠୀ

ବେଗୁନିଆପଡ଼ା,୫।୧୨(ଡି.ଏନ.ଏ): ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ଏଥିପାଇଁ ମିଶନ ଶକ୍ତି ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ବିଭିନ୍ନ ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ...

ଜାନୁୟାରୀ ୧ରୁ ନବନିର୍ମିତ କୋଠାରେ ଶୁଖୁଆ ହାଟ

ଛତ୍ରପୁର,୫ା୧୨(ଡି.ଏନ୍‌.ଏ.): ହୁମ୍ମାସ୍ଥିତ ନବନିର୍ମିତ ଅତ୍ୟାଧୁନିକ କୋଠାରେ ଜାନୁୟାରୀ ପହିଲାରୁ ଶୁଖୁଆ ହାଟ ଆରମ୍ଭ ହେବ। ଏହାଦ୍ୱାରା ପୂର୍ବରୁ ରାଜପଥ ପାର୍ଶ୍ୱରେ ଖୋଲାରେ, ଅସ୍ବଚ୍ଛ ପରିବେଶରେ ବର୍ଷସାରା ଶୁଖୁଆ ବିକ୍ରି କରୁଥିବା ବେପାରୀ ଓ ମହିଳା ଗୋଷ୍ଠୀ ଉପକୃତ ହୋଇପାରିବେ। ଅନ୍ୟପକ୍ଷେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri