ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମରେ। ଦୁଇ ପରିବାର ମଧ୍ୟରେ ହଣାକଟା ଘଟି ଜଣେ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବରଣ କରିଥିବା ମହିଳା ଜଣଙ୍କ ହେଲେ ପାଲକଷଣ୍ଢା ଗ୍ରାମର ଭାସି ପ୍ରଧାନ (୪୫)। ସେ ଗ୍ରାମରେ ଛେଳି ଚରାଇ ନିଜ ପରିବାରର ଜୀବିକା ନିର୍ବାହ କରୁଥିଲେ।

ମିଳିଥିବା ଖବର ପ୍ରକାରେ କିଛି ଦିନ ହେବ ଭାସିଙ୍କ ପରିବାର ଏବଂ ତାଙ୍କ ଦିଅର ମୁରଲୀ ପ୍ରଧାନଙ୍କ ପରିବାର ମଧ୍ୟରେ ଅଶାନ୍ତି ଲାଗି ରହିଥିଲା। ଗ୍ରାମର କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ଗତକାଲି ଅର୍ଥାତ୍ ମଙ୍ଗଳବାର ଦିନ ଭାସି ପ୍ରଧାନ ଏବଂ ମୁରଲୀ ପ୍ରଧାନଙ୍କ ପରିବାର ମଧ୍ୟରେ ବଚସା ହୋଇଥିଲା। ଆଜି ଅପରାହ୍ନ ଚାରି ଘଣ୍ଟା ସମୟରେ ଭାସି ପ୍ରଧାନ ପାଲକଷଣ୍ଢା ଗ୍ରାମର ମନ୍ଦିର ନିକଟରେ ଥିବା ଜମିରେ ଛେଳି ଚରାଉ ଥିବା ବେଳେ ଛେଳି ପଲ ମୁରଲୀଙ୍କ ରାଶି କ୍ଷେତରେ ପଶିଯାଇଥିଲେ। ଏହାକୁ କେନ୍ଦ୍ର କରି ମୁରଲୀଙ୍କ ପରିବାର ଏବଂ ଭାସି ମଧ୍ୟରେ ପୁଣି ବଚସା ହେବା ସହିତ ଏହା ହଣାକଟାର ସୂତ୍ରପାତ ହୋଇଥିଲା।

ଉଭୟ ପରିବାର ମଧ୍ୟରେ ହୋଇଥିଲା ହଣାକଟା। ଭାସିଙ୍କ ଟାଙ୍ଗିଆ ଚୋଟରେ ମୁରଲୀ ପ୍ରଧାନଙ୍କ ପରିବାର ଲୋକେ ସାମାନ୍ୟ ଆହତ ହୋଇଥିବା ବେଳେ ମୁରଲୀ ପ୍ରଧାନ, ତାଙ୍କ ସ୍ତ୍ରୀ ବିନି ଏବଂ ପୁଅ ର ମିଳିତ ଆକ୍ରମଣରେ ଭାସି ମୃତ୍ୟୁ ବରଣ କରିବା ସହ ତାଙ୍କ ପୁଅ ନାରାୟଣ (୨୨) ଗୁରୁତର ଆହତ ହୋଇଥିଲେ। କିନ୍ତୁ ଭାସି ମୃତ୍ୟୁ ବରଣ କରିଥିବା ମୁରଲୀ ପ୍ରଧାନଙ୍କ ପରିବାର ଲୁଚାଇ ସେମାନେ ଗାଙ୍ଗପୁର ଥାନାକୁ ଭାସିଙ୍କ ନାମରେ ଅଭିଯୋଗ କରିବାକୁ ଆସିଥିଲେ। କିନ୍ତୁ କୌଣସି ସୂତ୍ରରୁ ମୁରଲୀଙ୍କ ପରିବାର ଲୋକଙ୍କ ଆକ୍ରମଣରେ ଭାସି ମୃତ୍ୟୁ ବରଣ କରିଥିବା ଖବର ପୋଲିସ ଖବର ପାଇଯାଇଥିବାରୁ ପୋଲିସ୍ ବର୍ତ୍ତମାନ ମୁରଲୀ,ତାଙ୍କ ସ୍ତ୍ରୀ ଏବଂ ପୁଅକୁ ଥାନାରେ ଅଟକ ରଖିଥିବା ଜଣା ପଡ଼ିଛି।

ଅନ୍ୟପଟେ ଭାସିଙ୍କ ମୃତ ଦେହ ଘଟଣା ସ୍ଥଳରେ ପଡ଼ି ରହିଥିବା ବେଳେ ଗୁରୁତର ନାରାୟଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡ଼ିକାଲକୁ ପଠାଇଥିବା ଜଣା ପଡ଼ିଛି। ଘଟଣା ସ୍ଥଳକୁ ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନଙ୍କ ସମେତ ଗାଙ୍ଗପୁର ପୋଲିସ ବାହିନୀ ଉପସ୍ଥିତ ରହି ଘଟଣାର ତଦନ୍ତ କରୁଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

ଦାୟିତ୍ୱ ଗ୍ରହଣ କଲେ ନୂଆ ଯୋଗାଣ ଅଧିକାରୀ, କହିଲେ ସମସ୍ତ କାର୍ଯ୍ୟକୁ ଦୁର୍ନୀତିମୁକ୍ତ କରିବା ସହ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ବସନ୍ତ କୁମାର ପଣ୍ଡା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ କେନ୍ଦୁଝର ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri