ଭଦ୍ରକ

୨ ଘଣ୍ଟା ବିଳମ୍ବରେ ଖୋଲିଲା ବାବା ଆଖଣ୍ଡଳମଣି ମନ୍ଦିର

ଆରଡ଼ି,୩ା୩(ଡି.ଏନ୍‌.ଏ.): ଭଦ୍ରକ ଜିଲାର ଶୈବପୀଠ ଆରଡ଼ିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଶୁକ୍ରବାର ୨ ଘଣ୍ଟା ବିଳମ୍ବରେ ଖୋଲିଛି। ପାଳିଆ ସେବାୟତଙ୍କ ପାଳି ବଣ୍ଟନକୁ ନେଇ ବିବାଦ ଉପୁଜିଥିବାରୁ ଏପରି ଅଘଟଣ ଉପୁଜିଥିବା ଜଣାପଡ଼ିଛି । ପରେ ମନ୍ଦିର ପ୍ରଶାସନ ହାଇକୋର୍ଟ…

ବର୍ଷକୁ ପାଣିରେ ପଡ଼ୁଛି ଅଧକୋଟି

ଭଦ୍ରକ ଅଫିସ,୩ା୩: ପ୍ରତିବର୍ଷ ଧାନକିଣାରେ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ୁଛି। ଗୋଦାମ ଥାଇ ମଧ୍ୟ ପାଲ କିଣାରେ ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଧାନ ସଂଗ୍ରହ ଆରମ୍ଭ ହେବା ମାତ୍ରେ ଆର୍‌ଏମ୍‌ସି (ନିୟନ୍ତ୍ରିତ ବଜାର କମିଟି) ପକ୍ଷରୁ ଆବଶ୍ୟକତା ଅନୁଯାୟୀ…

ବ୍ରିଜ ନିକଟରୁ ୨ ଅଫୁଟା ବୋମା ଜବତ

ଭଦ୍ରକ ଅଫିସ,୨ା୩: ଚାନ୍ଦବାଲି-କଟକ ମୁଖ୍ୟ ରାସ୍ତା ଚାନ୍ଦବାଲି ବୈତରଣୀ ସେତୁ ନିକଟରୁ ଦୁଇଟି ହାତ ତିଆରି ଅଫୁଟା ବୋମା ଗୁରୁବାର ଉଦ୍ଧାର କରିଛି ପୋଲିସ। ସୂଚନା ମୁତାବକ ଉକ୍ତ ସକାଳୁ ବ୍ରିଜ୍‌ ନିକଟକୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଶୌଚ ହେବାକୁ…

ସବ୍‌ରେଜିଷ୍ଟ୍ରାରଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ପ୍ରତିବାଦ

ଭଦ୍ରକ ଅଫିସ,୨ା୩: ଭଦ୍ରକ ସବ୍‌ରେଜିଷ୍ଟ୍ରାରଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଗୁରୁବାର ମୋହରିର ସଂଘ ଓ ଜନସାଧାରଣଙ୍କ ପକ୍ଷରୁ ଭଦ୍ରକ ପୁରୁଣା କୋର୍ଟ ପରିସରରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଜମି କିଣାବିକା ପାଇଁ ଆସୁଥିବା ଜନସାଧାରଣ ଓ ମୋହରିରମାନଙ୍କୁ ଉଚିତ ସେବା…

ଏମ୍‌ପି, ଜିଲାପାଳଙ୍କ ଉଚ୍ଚସୋପାନ ସେତୁ ପରିଦର୍ଶନ

ଧାମନଗର,୧।୩(ଡି.ଏନ.ଏ): ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ବଜାର ନିକଟରେ ଗେଙ୍ଗୁଟି ନଦୀ ଉପରେ ଏକ ଉଚ୍ଚସୋପାନ ସେତୁ ନିର୍ମାଣ କରାଯାଇଛି। ହେଲେ ଦୁଇପାର୍ଶ୍ୱରେ ଆପ୍ରୋଚ ରୋଡ୍‌ କରା ନ ଯିବାରୁ ପୋଲ ଲୋକଙ୍କ କାମରେ ଆସୁନି। ବୈତରଣୀ ନଦୀରେ ବନ୍ୟା…

କ୍ଷେତଖାଉଛି ବାଙ୍କ ନାଳ

ଚମ୍ପୁଆ,୧।୩(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଏନ୍‌ଏସି ଅନ୍ତର୍ଗତ ଗୋଧୂଳି ଗ୍ରାମରେ ଚାଷୀମାନଙ୍କର ପାଇଁ ଚିରସ୍ରୋତା ବାଙ୍କ ନାଳ ଏନେଇ ଦୁଃଖର କାରଣ ସାଜିଛି। ନାଳକଡ଼ ଖାଇ ଦିନକୁ ଦିନ ଓସାର ହେଉଥିବା ବେଳେ ନାଳଗର୍ଭରେ ଅନେକଙ୍କ ଚାଷଜମି ଲୀନ ହୋଇଗଲାଣି। ଦିନେ…

ଗ୍ୟାସ୍‌ଚୁଲାରୁ ଲାଗିଲା ନିଆଁ

ବାସୁଦେବପୁର, ୨୭ା୨(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆରୁହା ପଞ୍ଚାୟତର ତୁଳମତୁଳା ଗ୍ରାମରେ ସୋମବାର ପୂର୍ବାହ୍ନରେ ଗ୍ୟାସ୍‌ଚୁଲାରୁ ନିଆଁ ଲାଗି ୧୨ ବଖରା ଘର ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ ଗ୍ରାମର ଗୌରାଙ୍ଗ ମହନୀଙ୍କ ୨ ବଖରା, ମଳୟ ମହନୀଙ୍କ ୧ ବଖରା,…

ଦବି ଯାଉଛି ବରପଦା-ଆଗରପଡ଼ା ରାସ୍ତା

ଭଦ୍ରକ ଅଫିସ,୨୫।୨: ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବରପଦା ଛକଠାରୁ ଆଗରପଡ଼ାକୁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ଦିନକୁ ଦିନ ଦବି ଯାଉଛି। ଏହି ୧୪ କି.ମି ରାସ୍ତାର ନବୀକରଣ ୧୨ ବର୍ଷ ତଳେ ୪୨ କୋଟି ଟଙ୍କା ଅଟକଳରେ ହୋଇଥିଲା। ରାସ୍ତା…

ସାପଧରାଳିଙ୍କୁ ଭେଟିବାକୁ ୟୁକେରୁ ଭଦ୍ରକ

ଭଦ୍ରକ ଅଫିସ,୨୫।୨: ୟୁଟ୍ୟୁବ୍‌ରେ ତାଙ୍କର ସାପ ଧରିବା କୌଶଳ ଦେଖି ବ୍ରିଟେନ୍‌(ୟୁକେ) ଦମ୍ପତି ଭଦ୍ରକ ଆସି ସାପଧରାଳି ମିର୍ଜା ଆରିଫଙ୍କୁ ଭେଟିଛନ୍ତି। ଜୀବଜନ୍ତୁଙ୍କୁ ଭଲ ପାଉଥିବା ଏହି ବିଦେଶୀ ଦମ୍ପତି ଭଦ୍ରକରେ ପହଞ୍ଚି ଶୁକ୍ରବାର ମିର୍ଜାଙ୍କୁ ଭେଟି ତାଙ୍କର ଖୁବ୍‌ ପ୍ରଶଂସା…

ରେଳ କର୍ମଚାରୀଙ୍କୁ ବାନ୍ଧି ଲୁଟିନେଲେ ୭ ଲକ୍ଷ ଟଙ୍କାର ସାମଗ୍ରୀ

ଭଦ୍ରକ ଅଫିସ,୨୪।୨: ଭଦ୍ରକ ରେଳ ଷ୍ଟେଶନ ନିକଟ ୧୧୯ ନମ୍ବର ଗେଟ୍‌ ନିକଟ ବିଦ୍ୟୁତ ଅଫିସରୁ ଗୁରୁବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ରେଳ କର୍ମଚାରୀଙ୍କୁ ବାନ୍ଧି ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଦୁର୍ବୃତ୍ତ ଲୁଟି ନେଇଛନ୍ତି। ସୂଚନାମୁତାବକ, ଭଦ୍ରକ…

ୟୁଟ୍ୟୁବ୍‌ରୁ ସାପ ଧରା କୌଶଳ ଦେଖି ଓଡ଼ିଶାର ସାପ ଧରାଳିଙ୍କୁ ଭେଟିଲେ ବିଦେଶୀ ଦମ୍ପତି

ଭଦ୍ରକ ଅଫିସ,୨୪ା୨: ଜୀବଜନ୍ତୁମାନଙ୍କୁ ଭଲପାଉଥିବା ବିଦେଶୀ ଦମ୍ପତି ଭଦ୍ରକର ସାପ ଧରାଳି ମିର୍ଜା ଆରିଫଙ୍କୁ ଶୁକ୍ରବାର ଦେଖା କରି ତାଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ୟୁଟ୍ୟୁବ୍‌ରୁ ମିର୍ଜାଙ୍କର ସାପ ଧରିବାର କଳା କୌଶଳ ଦେଖିବା ପରେ ସୁଦୂର ଆମେରିକାରୁ ସ୍ବାମୀ ପୁଲ୍‌…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ବିଧାୟକ

ଭଦ୍ରକ,୨୪ା୨: ଭଦ୍ରକରେ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ। ବାରମ୍ବାର ଧାରଣା ଓ ଦାବି କରାଯାଉଥିଲେ ମଧ୍ୟ ଭଦ୍ରକବାସୀଙ୍କୁ ସରକାର ଅବହେଳା କରୁଛନ୍ତି। ଉକ୍ତ ଦାବି ସମେତ ୧୦ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri