ବର୍ଷକୁ ପାଣିରେ ପଡ଼ୁଛି ଅଧକୋଟି

ଭଦ୍ରକ ଅଫିସ,୩ା୩: ପ୍ରତିବର୍ଷ ଧାନକିଣାରେ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ୁଛି। ଗୋଦାମ ଥାଇ ମଧ୍ୟ ପାଲ କିଣାରେ ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଧାନ ସଂଗ୍ରହ ଆରମ୍ଭ ହେବା ମାତ୍ରେ ଆର୍‌ଏମ୍‌ସି (ନିୟନ୍ତ୍ରିତ ବଜାର କମିଟି) ପକ୍ଷରୁ ଆବଶ୍ୟକତା ଅନୁଯାୟୀ ମଣ୍ଡି ପ୍ରତି ୨ଟି ପାଲ ଯୋଗାଇ ଦିଆଯାଉଛି। ଅଦିନିଆ ବର୍ଷା ପାଇଁ କିଛି ପାଲ ମଧ୍ୟ ଆରଏମସି ଗଚ୍ଛିତ ରଖୁଛି। ଖରିଫ ଧାନ ସଂଗ୍ରହରେ ମାତ୍ର ୩ ମାସ ପାଇଁ ପାଲ, ଛତା, ଚେୟାର, ପାଣି ଫିଲଟର ଏବଂ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଅସ୍ଥାୟୀ ରେଷ୍ଟ ସେଡ୍‌ ନିର୍ମାଣରେ ବାର୍ଷିକ ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଧାନ କିଣା ସରିବା ପରେ ମଣ୍ଡିଗୁଡ଼ିକ ଆର୍‌ଏମ୍‌ସିକୁ ଏହି ପାଲ ଫେରସ୍ତ ଦେଉ ନ ଥିବାରୁ ପ୍ରତିବର୍ଷ କିଣାଯାଉଛି। ଗତ ୫ ବର୍ଷ ମଧ୍ୟରେ ଭଦ୍ରକ ଆର୍‌ଏମ୍‌ସି ଏହି ବାବଦକୁ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି। ଧାନ କିଣା ସରିବା ପରେ ଏହି ଅର୍ଥ ପାଣିରେ ପଡ଼ୁଛି। ମଣ୍ଡି ଭିତ୍ତିଭୂମି ବିକାଶରେ ଆର୍‌ଏମ୍‌ସି ବାର୍ଷିକ ପ୍ରାୟ ଅଧ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ମଣ୍ଡିରେ ଖୋଲାମେଲାରେ ଚାଷୀଙ୍କ ଧାନ ପଡ଼ି ରହୁଥିବା ବେଳେ ଚାଷୀ ଧାନବସ୍ତା ଉପରେ ଶୋଇ ରାତି କାଟୁଛନ୍ତି। ଜିଲାରେ ୧୫୨ଟି ମଣ୍ଡି ଥିବା ବେଳେ ଅଧିକାଂଶ ମଣ୍ଡିରେ ପାଣି, ପାଇଖାନାର ସୁବିଧା ନାହିଁ। ଚେୟାର ଯୋଗାଇ ଦିଆଯାଇଥିଲେ ମଧ୍ୟ ମଣ୍ଡିରେ ଚାଷୀଙ୍କୁୁ ଛିଡ଼ା ହେବାକୁ ପଡୁଛି। ଚଳିତ ବର୍ଷ ଭଦ୍ରକ ଆର୍‌ଏମ୍‌ସି ପକ୍ଷରୁ ମଣ୍ଡିକୁ ପାଲ ଯୋଗାଇ ଦେବାକୁ ୧୫*୧୨ ସାଇଜର ପାଲ ପିଛା ୧୦ ହଜାର ୬୨୦ ଟଙ୍କା ଦରରେ ୪ଶହ ପାଲ କିଣା ବାବଦକୁ ୪୨ ଲକ୍ଷ ୪୮ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି ମଣ୍ଡିରେ ଚାଷୀଙ୍କ ପାଇଁ ରେଷ୍ଟ ସେଡ୍‌ ନିର୍ମାଣରେ ମଣ୍ଡି ପିଛା ୩ ହଜାର ଟଙ୍କା ଖର୍ଚ୍ଚ ଅଟକଳ ସତ୍ତ୍ୱେ ୨ ଶହ ଛତା କିଣାରେ ପ୍ରାୟ ୨ ଲକ୍ଷ ୫୦ ହଜାର ଏବଂ ୧ ହଜାର ପ୍ଲାଷ୍ଟିକ ଚେୟାର କିଣାରେ ୪ ଲକ୍ଷ ୨୬ ହଜାର ଏହିପରି ପ୍ରାୟ ୫୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଯାହାକି ଧାନ ସଂଗ୍ରହ ପରେ ମୂଲ୍ୟହୀନ ସାବ୍ୟସ୍ତ ହେଉଛି। ଧାନ ସଂଗ୍ରହ ପରେ କୌଣସି ମଣ୍ଡି ଆର୍‌ଏମ୍‌ସିକୁ ଫେରସ୍ତ ଦେଉନାହାନ୍ତି। ଅପରପକ୍ଷେ ଆର୍‌ଏମ୍‌ସି ଏନେଇ କୌଣସି ମଣ୍ଡିକୁୁ କୈଫୟତ ତଲବ ମଧ୍ୟ କରୁନାହାନ୍ତି। ଧାନ ସଂଗ୍ରହ ପାଇଁ ଯୋଗାଣ ନିଗମ ସହ ଚୁକ୍ତିନାମା ସ୍ବାକ୍ଷର କଲା ବେଳେ ମଣ୍ଡିଗୁଡ଼ିକ ସେମାନଙ୍କ ପାଖରେ ନିଜସ୍ବ ଗୋଦାମ ଘର, ଚାଷୀଙ୍କ ପାଇଁ ପାଣି, ପାଇଖାନା ଏବଂ ରେଷ୍ଟ ସେଡ୍‌ ରହିଥିବା ଉଲ୍ଲେଖ କଲା ପରେ ସେମାନଙ୍କୁ ଧାନ ସଂଗ୍ରହରେ ସାମିଲ କରାଯାଇଥାଏ। ଯଦି ମଣ୍ଡିଗୁଡ଼ିକର ଚାଷୀଙ୍କ ଧାନ ରଖିବାକୁ ନିଜସ୍ବ ଖଳା ଏବଂ ଗୋଦାମ ଘର ରହିଛି ତେବେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେମାନଙ୍କୁ ପାଲ ଯୋଗାଇ ଦେବାରେ ଯଥାର୍ଥତା କ’ଣ ରହିଛି। ନିଜସ୍ବ ଗୋଦାମ ଘର ଥିବା ଦର୍ଶାଇ ଚୁକ୍ତିନାମା ସ୍ବାକ୍ଷର କରୁଥିବା ମଣ୍ଡିକୁୁ ଆର୍‌ଏମ୍‌ସି ପାଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେବା କେତେଦୂର ଯଥାର୍ଥ। ତେବେ ଧାନକିଣା ପରେ କେବଳ ଓଜନ ସମ୍ବନ୍ଧୀୟ ଉପକରଣ ଆରଏମ୍‌ସିକୁ ଫେରସ୍ତ ଆସୁଥିବା ବେଳେ ଅନ୍ୟାନ୍ୟ ସାମଗ୍ରୀ ଫେରସ୍ତ ହେଉନାହିଁ। ଏନେଇ ଆର୍‌ଏମ୍‌ସି ଆକାଉଣ୍ଟାଣ୍ଟ ରଣଜିତ ଲେଙ୍କା କୁହନ୍ତି ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ନିଷ୍ପତ୍ତି ଅନୁଯାୟୀ ଏହି ବ୍ୟବସ୍ଥା କରାଯାଉଛି। ପାଲଗୁଡ଼ିକ ବ୍ୟବହାର ପରେ ନଷ୍ଟ ହୋଇଯାଉଥିବା ମଣ୍ଡି ପକ୍ଷରୁ କୁହାଯାଉଛି। ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ କୋଟି କୋଟି ଟଙ୍କା ପାଣିରେ ପଡ଼ନ୍ତା ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri