ବର୍ଷକୁ ପାଣିରେ ପଡ଼ୁଛି ଅଧକୋଟି

ଭଦ୍ରକ ଅଫିସ,୩ା୩: ପ୍ରତିବର୍ଷ ଧାନକିଣାରେ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ୁଛି। ଗୋଦାମ ଥାଇ ମଧ୍ୟ ପାଲ କିଣାରେ ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଧାନ ସଂଗ୍ରହ ଆରମ୍ଭ ହେବା ମାତ୍ରେ ଆର୍‌ଏମ୍‌ସି (ନିୟନ୍ତ୍ରିତ ବଜାର କମିଟି) ପକ୍ଷରୁ ଆବଶ୍ୟକତା ଅନୁଯାୟୀ ମଣ୍ଡି ପ୍ରତି ୨ଟି ପାଲ ଯୋଗାଇ ଦିଆଯାଉଛି। ଅଦିନିଆ ବର୍ଷା ପାଇଁ କିଛି ପାଲ ମଧ୍ୟ ଆରଏମସି ଗଚ୍ଛିତ ରଖୁଛି। ଖରିଫ ଧାନ ସଂଗ୍ରହରେ ମାତ୍ର ୩ ମାସ ପାଇଁ ପାଲ, ଛତା, ଚେୟାର, ପାଣି ଫିଲଟର ଏବଂ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଅସ୍ଥାୟୀ ରେଷ୍ଟ ସେଡ୍‌ ନିର୍ମାଣରେ ବାର୍ଷିକ ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଧାନ କିଣା ସରିବା ପରେ ମଣ୍ଡିଗୁଡ଼ିକ ଆର୍‌ଏମ୍‌ସିକୁ ଏହି ପାଲ ଫେରସ୍ତ ଦେଉ ନ ଥିବାରୁ ପ୍ରତିବର୍ଷ କିଣାଯାଉଛି। ଗତ ୫ ବର୍ଷ ମଧ୍ୟରେ ଭଦ୍ରକ ଆର୍‌ଏମ୍‌ସି ଏହି ବାବଦକୁ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି। ଧାନ କିଣା ସରିବା ପରେ ଏହି ଅର୍ଥ ପାଣିରେ ପଡ଼ୁଛି। ମଣ୍ଡି ଭିତ୍ତିଭୂମି ବିକାଶରେ ଆର୍‌ଏମ୍‌ସି ବାର୍ଷିକ ପ୍ରାୟ ଅଧ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ମଣ୍ଡିରେ ଖୋଲାମେଲାରେ ଚାଷୀଙ୍କ ଧାନ ପଡ଼ି ରହୁଥିବା ବେଳେ ଚାଷୀ ଧାନବସ୍ତା ଉପରେ ଶୋଇ ରାତି କାଟୁଛନ୍ତି। ଜିଲାରେ ୧୫୨ଟି ମଣ୍ଡି ଥିବା ବେଳେ ଅଧିକାଂଶ ମଣ୍ଡିରେ ପାଣି, ପାଇଖାନାର ସୁବିଧା ନାହିଁ। ଚେୟାର ଯୋଗାଇ ଦିଆଯାଇଥିଲେ ମଧ୍ୟ ମଣ୍ଡିରେ ଚାଷୀଙ୍କୁୁ ଛିଡ଼ା ହେବାକୁ ପଡୁଛି। ଚଳିତ ବର୍ଷ ଭଦ୍ରକ ଆର୍‌ଏମ୍‌ସି ପକ୍ଷରୁ ମଣ୍ଡିକୁ ପାଲ ଯୋଗାଇ ଦେବାକୁ ୧୫*୧୨ ସାଇଜର ପାଲ ପିଛା ୧୦ ହଜାର ୬୨୦ ଟଙ୍କା ଦରରେ ୪ଶହ ପାଲ କିଣା ବାବଦକୁ ୪୨ ଲକ୍ଷ ୪୮ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି ମଣ୍ଡିରେ ଚାଷୀଙ୍କ ପାଇଁ ରେଷ୍ଟ ସେଡ୍‌ ନିର୍ମାଣରେ ମଣ୍ଡି ପିଛା ୩ ହଜାର ଟଙ୍କା ଖର୍ଚ୍ଚ ଅଟକଳ ସତ୍ତ୍ୱେ ୨ ଶହ ଛତା କିଣାରେ ପ୍ରାୟ ୨ ଲକ୍ଷ ୫୦ ହଜାର ଏବଂ ୧ ହଜାର ପ୍ଲାଷ୍ଟିକ ଚେୟାର କିଣାରେ ୪ ଲକ୍ଷ ୨୬ ହଜାର ଏହିପରି ପ୍ରାୟ ୫୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଯାହାକି ଧାନ ସଂଗ୍ରହ ପରେ ମୂଲ୍ୟହୀନ ସାବ୍ୟସ୍ତ ହେଉଛି। ଧାନ ସଂଗ୍ରହ ପରେ କୌଣସି ମଣ୍ଡି ଆର୍‌ଏମ୍‌ସିକୁ ଫେରସ୍ତ ଦେଉନାହାନ୍ତି। ଅପରପକ୍ଷେ ଆର୍‌ଏମ୍‌ସି ଏନେଇ କୌଣସି ମଣ୍ଡିକୁୁ କୈଫୟତ ତଲବ ମଧ୍ୟ କରୁନାହାନ୍ତି। ଧାନ ସଂଗ୍ରହ ପାଇଁ ଯୋଗାଣ ନିଗମ ସହ ଚୁକ୍ତିନାମା ସ୍ବାକ୍ଷର କଲା ବେଳେ ମଣ୍ଡିଗୁଡ଼ିକ ସେମାନଙ୍କ ପାଖରେ ନିଜସ୍ବ ଗୋଦାମ ଘର, ଚାଷୀଙ୍କ ପାଇଁ ପାଣି, ପାଇଖାନା ଏବଂ ରେଷ୍ଟ ସେଡ୍‌ ରହିଥିବା ଉଲ୍ଲେଖ କଲା ପରେ ସେମାନଙ୍କୁ ଧାନ ସଂଗ୍ରହରେ ସାମିଲ କରାଯାଇଥାଏ। ଯଦି ମଣ୍ଡିଗୁଡ଼ିକର ଚାଷୀଙ୍କ ଧାନ ରଖିବାକୁ ନିଜସ୍ବ ଖଳା ଏବଂ ଗୋଦାମ ଘର ରହିଛି ତେବେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେମାନଙ୍କୁ ପାଲ ଯୋଗାଇ ଦେବାରେ ଯଥାର୍ଥତା କ’ଣ ରହିଛି। ନିଜସ୍ବ ଗୋଦାମ ଘର ଥିବା ଦର୍ଶାଇ ଚୁକ୍ତିନାମା ସ୍ବାକ୍ଷର କରୁଥିବା ମଣ୍ଡିକୁୁ ଆର୍‌ଏମ୍‌ସି ପାଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେବା କେତେଦୂର ଯଥାର୍ଥ। ତେବେ ଧାନକିଣା ପରେ କେବଳ ଓଜନ ସମ୍ବନ୍ଧୀୟ ଉପକରଣ ଆରଏମ୍‌ସିକୁ ଫେରସ୍ତ ଆସୁଥିବା ବେଳେ ଅନ୍ୟାନ୍ୟ ସାମଗ୍ରୀ ଫେରସ୍ତ ହେଉନାହିଁ। ଏନେଇ ଆର୍‌ଏମ୍‌ସି ଆକାଉଣ୍ଟାଣ୍ଟ ରଣଜିତ ଲେଙ୍କା କୁହନ୍ତି ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ନିଷ୍ପତ୍ତି ଅନୁଯାୟୀ ଏହି ବ୍ୟବସ୍ଥା କରାଯାଉଛି। ପାଲଗୁଡ଼ିକ ବ୍ୟବହାର ପରେ ନଷ୍ଟ ହୋଇଯାଉଥିବା ମଣ୍ଡି ପକ୍ଷରୁ କୁହାଯାଉଛି। ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ କୋଟି କୋଟି ଟଙ୍କା ପାଣିରେ ପଡ଼ନ୍ତା ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରାମଦ କାରବାର: ୪ ଗିରଫ

ଦିଗପହଣ୍ଡି,୩୦ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚୋରାମଦ କାରବାର ଚାଲୁଥିବା ସମ୍ପର୍କରେ ସୂଚନା ପାଇ ବ୍ରହ୍ମପୁର ଷ୍ଟ୍ରାଇକିଂ ଫୋର୍ସ ଓ ଦିଗପହଣ୍ଡି...

୩ ବ୍ଲକରେ ୯୩୨୬ ହେକ୍ଟର ଫସଲ କ୍ଷତି

ବରଗଡ଼ ଅଫିସ୍‌,୨୨ା୪: ବରଗଡ଼ ଜିଲାରେ ମଙ୍ଗଳବାର ଅପରାହ୍ନରେ କରାମାଡ଼ ହୋଇଥିଲା। ଏଥିରେ ବରଗଡ଼, ବରପାଲି ଏବଂ ଅତାବିରା ବ୍ଲକର ୯୩୨୬ ହେକ୍ଟର ଜମିରେ ଧାନ ଫସଲ...

ଆମ୍ବୁଲାନ୍ସ ଆବଶ୍ୟକ ବୋଲି ହେଲ୍ପଲାଇନ୍‌ ନମ୍ବରକୁ ଯାଇଥିଲା ୩୧ କଲ୍‌: ୩୧ ଜଣ ଗଲେ କୋଭିଡ ହସ୍ପିଟାଲ

ଛତ୍ରପୁର,୧୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଛତ୍ରପୁର ସ୍ଥିତ ଆର୍‌ଟିଓ ଅଫିସରେ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ମନିଟରିଂ ସେଲ ରହିଛି। ୧୪ ତାରିଖରେ ଏଠାକୁ କରୋନା ଆକ୍ରାନ୍ତଙ୍କ ପାଇଁ...

ରଥ ଟାଣିଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧।୭: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହୋଉଛି ଶ୍ରୀକ୍ଷେତ୍ର। ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ହେଉଛି ଭକ୍ତ...

ଗାଁ ମୁଣ୍ଡରେ ଲାଗିଲା ବାଉଁଶ: ବାହାର ଲୋକ ଆସିବା ମନା

ଗୋପ,୨୬ା୩(ଡି.ଏନ୍‌.ଏ.)- ଦେଶରେ ଲକଡାଉନ ଘୋଷଣା ପରେ ଗୋପ ବ୍ଲକର ୧୦୦ରୁ ଊଦ୍ଧର୍‌ବ ଗାଁ ମୁଣ୍ଡରେ ଯୁବକମାନେ ବାଉଁଶ ଧଡ଼ା ଲଗାଇ ଦେଇଛନ୍ତି। ଏହାସହ କୌଣସି ବାହାର...

ବାଲେଶ୍ୱରରେ ଲକ୍‌ଡାଉନ ନିୟମ ଉଲ୍ଲଂଘନ: ୨ ଗିରଫ

ବାଲେଶ୍ୱର ଅଫିସ, ୨୪।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ସାରା ରାଜ୍ୟକୁ...

ପୃଥ୍ବୀ-୨ର ରାତ୍ରିକାଳୀନ ବ୍ୟବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ, ୩।୧୨-ବାଲେଶ୍ୱର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼୍‌ରୁ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ପରିବହନ କ୍ଷମତା ରଖୁଥିବା ପୃଥ୍ବୀ-୨ କ୍ଷେପଣାସ୍ତ୍ରର...

ଚାନ୍ଦପଶି ନିକଟରେ ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଦୁଇ ଚାଳକ ମୃତ

କେନ୍ଦୁଝର,୨।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଗୋପାଳପୁର ଚାନ୍ଦପଶି ନିକଟ ୨୦ନଂ ଏନ୍‌ଏଚ୍‌ରେ ଶନିବାର ବିଳମ୍ବିତ ରାତିରେ ଦୁଇଟି ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଯୋଗୁ...

Advertisement
Archives

Model This Week