ରେଳ କର୍ମଚାରୀଙ୍କୁ ବାନ୍ଧି ଲୁଟିନେଲେ ୭ ଲକ୍ଷ ଟଙ୍କାର ସାମଗ୍ରୀ

ଭଦ୍ରକ ଅଫିସ,୨୪।୨: ଭଦ୍ରକ ରେଳ ଷ୍ଟେଶନ ନିକଟ ୧୧୯ ନମ୍ବର ଗେଟ୍‌ ନିକଟ ବିଦ୍ୟୁତ ଅଫିସରୁ ଗୁରୁବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ରେଳ କର୍ମଚାରୀଙ୍କୁ ବାନ୍ଧି ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଦୁର୍ବୃତ୍ତ ଲୁଟି ନେଇଛନ୍ତି।
ସୂଚନାମୁତାବକ, ଭଦ୍ରକ ଚରମ୍ପାସ୍ଥିତ ପୂର୍ବତଟ ରେଳବିଭାଗର ଅନେକ ମୂଲ୍ୟବାନ ସାମଗ୍ରୀ ଲୁଟ୍‌ ହୋଇଛି। କାର୍ଯ୍ୟାଳୟର କର୍ମଚାରୀ ବିହାର ଇସଲାମପୁର ଅଞ୍ଚଳର ମହମଦ୍‌ କୁରବାନ ଅଫିସର ତଳ କୋଠରୀକୁ ଶୋଇବାକୁ ଯାଉଥିଲେ । ତେବେ ପୂର୍ବରୁ ଉକ୍ତ ବିଭାଗର କାର୍ଯ୍ୟ କରୁଥିବା ଠିକାଦାରଙ୍କ ଗାଡ଼ିର ଡ୍ରାଇଭର ତିହିଡ଼ି ଥାନା ଅନ୍ତର୍ଗତ ଅଶୋକ ମହାରାଜ ଅଫିସର ଉପର ମହଲାକୁ ଯାଇଥିଲେ। ସେହି ସମୟରେ ପ୍ରାୟ ୬ ରୁ ୭ ଜଣ ମୁଖାପିନ୍ଧା ଯୁବକ ପ୍ରଥମେ କର୍ମଚାରୀ ଏମ୍‌ଡି କୁରବାନକୁ ମାଡ଼ି ବସି ତାଙ୍କୁ ଅମାନୁଷିକ ଭାବରେ ମାଡ଼ ମାରିବା ସହ ତାଙ୍କ ହାତ, ଗୋଡ଼ ବାନ୍ଧି ଦେଇଥିଲେ । ପାଟି ତୁଣ୍ଡ ଶୁଣି ଡ୍ରାଇଭର ଅଶୋକ ମହାରାଜ ତଳକୁ ଆସିବାରୁ ତାଙ୍କୁ ମଧ୍ୟ ମାଡ଼ି ବସି ମାଡ଼ ମାରିବା ସହ ହାତ, ଗୋଡ ବାନ୍ଧି ଥିଲେ। ପରେ ଅଫିସ ଷ୍ଟୋର ରୁମରୁ ବିଭିନ୍ନ ସାମଗ୍ରୀ ନେଇ ଫେରାର ହୋଇଯାଇଥିଲେ । ବିଳମ୍ବିତ ରାତିରେ ରେଳବାଇ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଅଫିସ ଖୋଲା ଥିବା ଦେଖି ଭିତରକୁ ଯାଇ ୨ ଜଣଙ୍କୁ ଉଦ୍ଧାର କରି ଭଦ୍ରକ ଡ଼ାକ୍ତରଖାନାକୁ ନେଇଥିଲେ। ଖବର ପାଇ ରେଳବାଇ ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଲକ୍ଷ୍ମୀ ନାରାୟଣ ସିଂଙ୍କ ଏତଲା କ୍ରମେ ରେଳବାଇ ପୋଲିସ ଏକ ମାମଲା ରୁଜୁ କରି ସନ୍ଧାନୀ କୁକୁର ଆଣି ଅଧିକ ଖାନ ତଲାସ କରିଛି । ତେବେ ସମ୍ପୃକ୍ତ ଦୁର୍ବୃତ୍ତ ୭ଲକ୍ଷ ଟଙ୍କାର ସାମଗ୍ରୀ ନେଇଯାଇଥିବା ରେଳାଇ ଥାନା ଭାରପ୍ରାପ୍ତ ଅଧିକାରୀ, ଆର୍‌ ଶଙ୍କର ରାଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?