ମାନସ ହେଲେ ୯ ପଞ୍ଚାୟତର ବିଜେଡି ସଭାପତି
ତିହିଡ଼ି,୨୩।୧(ସଞ୍ଜିତ ବଳ): ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକ ୯ ପଞ୍ଚାୟତର ବିଜେଡି ସଭାପତି ଭାବେ ମାନସ ରଞ୍ଜନ ନାୟକ ମନୋନୀତ ହୋଇଛନ୍ତି। ଜିଲା ସଭାପତି ଜଗନ୍ନାଥ ସ୍ବାଇଁ ମାନସଙ୍କୁ ଏନେଇ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଗୋବିନ୍ଦପୁର ପଞ୍ଚାୟତ…
ଜଳିଲା ସାଢ଼େ ୬ ଫୁଟ୍ର ଦୀପ
ବାସୁଦେବପୁର,୨୨ା୧(ନାରାୟଣ ପ୍ରସାଦ ବାରିକ୍):ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଓ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଭଦ୍ରକ ଜିଲାର ବାସୁଦେବପୁର ସହର ମଧ୍ୟରେ ବ୍ଲକରୋଡ୍ ପୂଜା ମଣ୍ଡପ ସାମ୍ନାରେ ସାଢ଼େ ୬ ଫୁଟ୍ର ଦୀପ ପ୍ରଜ୍ଜ୍ୱଳନ କରାଯାଇଛି। ଏହି ବିଶାଳ ଦୀପ…
ଗାଁଠୁ ସହର ରାମମୟ
ଭଦ୍ରକ,୨୨ା୧(ସନାତନ ରାଉତ): ଅଯୋଧ୍ୟାରେ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ସୋମବାର ସାରା ଦେଶ ଉତ୍ସବମୁଖର ହୋଇଛି। ଏହି ପରିପ୍ରେକ୍ଷୀରେ ଭଦ୍ରକରେ ଗାଁଠୁ ସହର ରାମମୟ ହୋଇଛି। ସହରର ସମସ୍ତ ମନ୍ଦିର ପରିସରକୁ ଗେରୁଆ ରଙ୍ଗରେ ସଜ୍ଜିତ କରାଯାଇଥିବା ବେଳେ…
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନ୍ଦିର ବେଢ଼ା ସଫା କଲେ ଭାଜପା ରାଜ୍ୟ ସଭାପତି
ଚାନ୍ଦବାଲି,୨୧ା୧(କିଷାନ ପାତ୍ର): ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଭାଜପା ପକ୍ଷରୁ ବିଭିନ୍ନ ମନ୍ଦିରରେ ସଫେଇ କରାଯାଉଛି। ଏହି ପରିପ୍ରେକ୍ଷୀରେ ରବିବାର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଆରଡ଼ି ଆଖଣ୍ଡଳମଣି ପୀଠରେ ମନ୍ଦିର ବେଢ଼ା ସଫେଇ କରିଛନ୍ତି। ତାଙ୍କ…
ବାଇକ୍କୁ ଧକ୍କା ଦେଲା ଟ୍ରକ୍, ୩ମୃତ
ରାଣୀତେଲ,୨୧।୧: ଭଦ୍ରକର ରାଣୀତେଲ ହାଇଟେକ କଲେଜ ନିକଟରେ ହୋଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ୩ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱରରୁ ଆସୁଥିବା ଏକ ଟ୍ରକ୍ ୩ଜଣ ବାଇକ ଆରୋହୀଙ୍କୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ସେମାନଙ୍କର ଜୀବନ ଚାଲିଯାଇଛି।…
୨୨ରେ ଜଳିବ ବିଶାଳ ଦୀପ
ବାସୁଦେବପୁର,୨୦।୧(ନାରାୟଣ ପ୍ରସାଦ ବାରିକ୍): ଅଯୋଧ୍ୟାରେ ଆସନ୍ତା ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଭଦ୍ରକ ଜିଲା ବାସୁଦେବପୁରରେ ଏକ ବିଶାଳ ଦୀପ ଜଳିବ। ଶ୍ରୀରାମ ଶ୍ରଦ୍ଧାଳୁଙ୍କ ପକ୍ଷରୁ ଏକ ବିଶାଳ ଦୀପ ଜାଳିବା ପାଇଁ ପ୍ରସ୍ତୁତି ଚାଲିଛି।…
ଭଦ୍ରକ-ଧାମରା ରେଳପଥ ଅବରୋଧ କଲା କଂଗ୍ରେସ
ତିହିଡ଼ି,୧୯ା୧(ସଞ୍ଜିତ ବଳ): ଭଦ୍ରକ-ଧାମରା ରେଳପଥର ଗଦି ଲେଭଲ କ୍ରସିଂଠାରେ ଶୁକ୍ରବାର ସକାଳୁ ଜିଲା ଯୁବ କଂଗ୍ରେସ ପକ୍ଷରୁ ରେଳପଥ ଅବରୋଧ କରାଯାଇଛି। ରେଳପଥ ପାଇଁ ଜମି ହରାଇଥିବା ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି, ରେଳପଥ ପାର୍ଶ୍ୱରେ ଜଳ ନିଷ୍କାସନ ପାଇଁ ଡ୍ରେନ୍…
ଥାନାଧିକାରୀଙ୍କ ଦୁର୍ବ୍ୟବହାର: ଏସ୍ପିଙ୍କୁ ଭେଟିଲେ କାର୍ଯ୍ୟରତ ଖବରଦାତା
ଭଦ୍ରକ,୧୮।୧(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ଥାନା ଅଧିକାରୀ କାର୍ଯ୍ୟରତ ଖବରଦାତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ନେଇ ଗୁରୁବାର ଭଦ୍ରକ ଏସ୍ପିଙ୍କୁ ଭେଟିଛନ୍ତି ଖବରଦାତା। ସୂଚନାମୁତାବକ, ବନ୍ତ ବ୍ଲକର ଖବରଦାତା ହରି ନାରାୟଣ ମହାନ୍ତି ଓ ରବୀନ୍ଦ୍ର ନାଥ ଓଝା ଗତ…
ଟଙ୍କା ନ ମିଳିବାରୁ ବିଦ୍ୟାଳୟରେ ତାଲା ପକାଇଲେ ଠିକାଦାର
ଚାନ୍ଦବାଲି,୧୮ା୧(ଅଶୋକ କୁମାର ପଣ୍ଡା): ଉଚ୍ଚ ବିଦ୍ୟାଳୟର ପରୀକ୍ଷା ଥିବାବେଳେ ସ୍କୁଲରେ ତାଲା ପକାଇଛନ୍ତି ଠିକାଦାର। ୫-ଟି ସ୍କୁଲରେ କାମ କରିଥିବା ଠିକାଦାର ଟଙ୍କା ପାଇ ନ ଥିବାରୁ ସେ ସ୍କୁଲରେ ତାଲା ପକାଇଥିବା କହିଛନ୍ତି ଶିକ୍ଷକ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି…
୩୪ ବର୍ଷ ଭଡ଼ାଘରେ ପାଣିପାଗ କାର୍ଯ୍ୟାଳୟ
ଚାନ୍ଦବାଲି, ୧୫।୧(ଅଶୋକ କୁମାର ପଣ୍ଡା): ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ସୋମବାର ୧୫୦ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ପାରାଦୀପ ଓ ଗୋପାଳପୁର ବନ୍ଦରର ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ଭଦ୍ରକ ଜିଲା ଚାନ୍ଦବାଲି ପାଣିପାଗ ଅଫିସରେ ମଧ୍ୟ ପ୍ରତିଷ୍ଠା ଦିବସ…
ଅନ୍ୟ ଦଳ ଛାଡ଼ି କଂଗ୍ରେସ ହାତ ଧରିଲେ ୨୫ରୁ ଊର୍ଦ୍ଧ୍ୱ ପରିବାର
ଚାନ୍ଦବାଲି,୧୪।୧(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ମୌସୁଧା ପଞ୍ଚାୟତ ଗୌଡୁଣିପୋଖରୀ ଗ୍ରାମରେ ରବିବାର କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଅନ୍ୟ ଦଳ ଛାଡ଼ି ୨୫ରୁ ଊଦ୍ଧର୍ବ ପରିବାର କଂଗ୍ରେସରେ ସାମିଲ ହୋଇଛନ୍ତି। ବ୍ଲକ କଂଗ୍ରେସ କମିଟି ସଭାପତି…
୧୫.୬ ଗ୍ରାମ୍ ବ୍ରାଉନସୁଗାର ସହ ଧରାପଡ଼ିଲେ ବେପାରୀ
ଭଦ୍ରକ,୧୨।୧(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଗୁରୁବାର ପାଟ୍ରୋଲିଂ ବେଳେ ୧୫.୬ ଗ୍ରାମ୍ ବ୍ରାଉନସୁଗାର ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। ପାଟ୍ରୋଲିଂ କରିବା ବେଳେ ଭଦ୍ରକ ଚରମ୍ପା ମାଷ୍ଟର କଲୋନୀ ବଉଳପୋଖରୀ ଠାରେ ୨ ଯୁବକ ବୁଲୁଥିବାର…

