୩୪ ବର୍ଷ ଭଡ଼ାଘରେ ପାଣିପାଗ କାର୍ଯ୍ୟାଳୟ

ଚାନ୍ଦବାଲି, ୧୫।୧(ଅଶୋକ କୁମାର ପଣ୍ଡା): ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୋମବାର ୧୫୦ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ପାରାଦୀପ ଓ ଗୋପାଳପୁର ବନ୍ଦରର ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ଭଦ୍ରକ ଜିଲା ଚାନ୍ଦବାଲି ପାଣିପାଗ ଅଫିସରେ ମଧ୍ୟ ପ୍ରତିଷ୍ଠା ଦିବସ ପାଳନ କରାଯିବ। ଝଡ଼ ବତାସ ସମ୍ପର୍କରେ ବିଭିନ୍ନ ତଥ୍ୟ ପ୍ରଦାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ଏହି ଅଫିସ୍‌ର ନିଜସ୍ବ ଗୃହ ନାହିଁ। ୩୪ବର୍ଷ ହେଲା ଭଡ଼ାଘରେ କାର୍ଯ୍ୟାଳୟ ଚାଲୁଛି। କ୍ୱାର୍ଟର୍ସ ନ ଥିବାରୁ କର୍ମଚାରୀମାନେ ବାହାରେ ଭଡ଼ାଘର ନେଇ ରହୁଛନ୍ତି।
୧୮୮୧ ମସିହାରେ ଚାନ୍ଦବାଲି ବନ୍ଦର ପ୍ରତିଷ୍ଠା ହୋଇଥିବା ବେଳେ ଏହା ଅଧୀନରେ ଚାନ୍ଦବାଲି ଥାନା କାର୍ଯ୍ୟାଳୟ ଛାତ ଉପରେ ପାଣିପାଗର ଆବଶ୍ୟକ ଯନ୍ତ୍ରପାତି ଲଗାଯାଇଥିଲା। ଟେଲିଗ୍ରାଫ ମାଧ୍ୟମରେ ଦୈନିକ ରିପୋର୍ଟ କୋଲକାତାର ଆଲିପୁରକୁ ପଠାଯାଉଥିଲା। ସ୍ଥାନୀୟ ନାବିକଙ୍କ ସୂଚନା ପାଇଁ ଚାନ୍ଦବାଲି ବନ୍ଦର ଅଫିସ୍‌ ଷ୍ଟାଣ୍ଡପୋଷ୍ଟରେ ପାଣିପାଗର ବିଭିନ୍ନ ସତର୍କ ସୂଚନାର ଚିହ୍ନ ଝୁଲାଯାଉଥିଲା ବୋଲି ମୃତ୍ତିକା ସଂରକ୍ଷଣ ବିଭାଗର ଅବସରପ୍ରାପ୍ତ ରେଞ୍ଜ୍‌ ଅଫିସର ତାରାପଦ ମହାନ୍ତି କହନ୍ତି। ୧୯୮୯ ମସିହାରୁ ପାଣିପାଗ ବିଭାଗର ସ୍ବତନ୍ତ୍ର ଅଫିସ୍‌ ଶାସ୍ତ୍ରୀଘାଟ ଅଞ୍ଚଳରେ ଭଡ଼ାଘରେ ଚାଲୁଛି। ପ୍ରଥମେ ଏକ ଘର ଭଡ଼ାରେ ନେଇ ଅଫିସ୍‌ କାର୍ଯ୍ୟ କରାଯାଉଥିଲା। ୨୦୦୦ ମସିହାରୁ ଉକ୍ତ ଅଞ୍ଚଳର ଜଣେ ମହିଳାଙ୍କ ଘର ଭଡ଼ା ସୂତ୍ରରେ ନିଆଯାଇ ସେଠାରେ କାର୍ଯ୍ୟାଳୟ ଚାଲିଛି। ୪ କୋଠରୀ ବିଶିଷ୍ଟ ଉକ୍ତ ଗୃହକୁ ୧୧ ହଜାର ଟଙ୍କା ଭଡ଼ା ଦିଆଯାଉଛି। ସେହିପରି ଏଠାରେ ୧୦ ଜଣ କର୍ମଚାରୀ ଆବଶ୍ୟକ ଥିବାବେଳେ ଏବେ ମୋଟ ୭ଜଣ ଅଛନ୍ତି।
ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ଚାନ୍ଦବାଲିର ଭୌଗୋଳିକ ସ୍ଥିତି ଚାନ୍ଦବାଲିକୁ ଅଧିକ ବାତ୍ୟାପ୍ରବଣ କରିଛି। ବର୍ଷର ମୁଖ୍ୟତଃ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ବାତ୍ୟା ଆଶଙ୍କା ଲାଗିରହିଛି। ରାଜ୍ୟ ପାଣିପାଗ କାର୍ଯ୍ୟାଳୟର ୮ ନଂ. ଗ୍ରୀଡ୍‌ରେ ଅବସ୍ଥିତ ଚାନ୍ଦବାଲି ପାଣିପାଗ ଅଫିସର ଗୁରୁତ୍ୱ ଅନେକ। ଏହା ସ୍ବଳ୍ପ ଆଦର୍‌ର ତଥ୍ୟ ଉପରେ ପର୍ଯ୍ୟବସିତ। ଚାନ୍ଦବାଲିର ତଥ୍ୟ ଭଦ୍ରକ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଓ କଟକ ଜିଲାର ପାଣିପାଗ ସହ ସମ୍ପୃକ୍ତ। ବର୍ଷର ଅଧିକାଂଶ ସମୟରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାରଣରୁ କୋଲକାତା ଓ ଦିଲ୍ଲୀର ପାଣିପାଗ କାର୍ଯ୍ୟାଳୟ ପୂର୍ବାନୁମାନ ଚାନ୍ଦବାଲି ଅଫିସ୍‌ର ତଥ୍ୟ ଉପରେ ନିର୍ଭରଶୀଳ। ଏହି ଅଫିସରୁ ପ୍ରତିଦିନର ବର୍ଷା ପରିମାଣ, ଦିନର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା, ବାୟୁର ବେଗ, ଦିଗ, ଚାପ ଓ ଆର୍ଦ୍ରତା ପରି ପାଣିପାଗ ସମ୍ବନ୍ଧୀୟ ତଥ୍ୟ ସାଧାରଣ ଦିନରେ ପ୍ରତି ୩ ଘଣ୍ଟାରେ ଥରେ ଏବଂ ପାଗ ଖରାପ ରହିଲେ ପ୍ରତି ଘଣ୍ଟାଏ ଅନ୍ତରରେ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ଭୁବନେଶ୍ୱରକୁ ପଠାଯାଇଥାଏ। ଚାନ୍ଦବାଲି ପାଣିପାଗ କାର୍ଯ୍ୟାଳୟର ଗୁରୁତ୍ୱ ଥିବାବେଳେ ନିଜସ୍ବ ଗୃହ ନ ଥିବାରୁ ଏହାର ଆଧୁନିକୀକରଣ, ଅତ୍ୟାଧୁନିକ ଯନ୍ତ୍ରପାତି ଓ ରାଡାର ବସାଯିବା ସମ୍ଭବ ହେଉନାହିଁ ବୋଲି ପାଣିପାଗ ବିଶେଷଜ୍ଞ ରମେଶ ଚନ୍ଦ୍ର ଗର୍ତ୍ତିଆ କହିଛନ୍ତି। ଜାଗା ସମସ୍ୟା ଓ ସରକାରୀ ଅନୁଦାନ ମିଳି ନ ଥିବାରୁ କାର୍ଯ୍ୟାଳୟର ନିଜସ୍ବ ଗୃହ ନିର୍ମାଣ ହୋଇପାରୁ ନ ଥିଲା। ତେବେ ଏହି ଗୃହ ପାଇଁ ଚାନ୍ଦବାଲି ସହର ସନ୍ନିକଟ ବୈତରଣୀ ନଦୀକୂଳରେ ୧ ଏକର ୫୦ ଡିସିମିଲ ଜମି ଅଧିଗ୍ରହଣ କରାଯାଇଛି ଓ ଖୁବ୍‌ଶୀଘ୍ର ଏଠାରେ ନିର୍ମାଣ ଆରମ୍ଭ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ସୂଚନାଥାଉ କି, ଏହି କାର୍ଯ୍ୟାଳୟ ସଫଳତା ପାଇଁ ୨୦୧୮ରେ ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?