୩୪ ବର୍ଷ ଭଡ଼ାଘରେ ପାଣିପାଗ କାର୍ଯ୍ୟାଳୟ

ଚାନ୍ଦବାଲି, ୧୫।୧(ଅଶୋକ କୁମାର ପଣ୍ଡା): ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୋମବାର ୧୫୦ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ପାରାଦୀପ ଓ ଗୋପାଳପୁର ବନ୍ଦରର ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ଭଦ୍ରକ ଜିଲା ଚାନ୍ଦବାଲି ପାଣିପାଗ ଅଫିସରେ ମଧ୍ୟ ପ୍ରତିଷ୍ଠା ଦିବସ ପାଳନ କରାଯିବ। ଝଡ଼ ବତାସ ସମ୍ପର୍କରେ ବିଭିନ୍ନ ତଥ୍ୟ ପ୍ରଦାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ଏହି ଅଫିସ୍‌ର ନିଜସ୍ବ ଗୃହ ନାହିଁ। ୩୪ବର୍ଷ ହେଲା ଭଡ଼ାଘରେ କାର୍ଯ୍ୟାଳୟ ଚାଲୁଛି। କ୍ୱାର୍ଟର୍ସ ନ ଥିବାରୁ କର୍ମଚାରୀମାନେ ବାହାରେ ଭଡ଼ାଘର ନେଇ ରହୁଛନ୍ତି।
୧୮୮୧ ମସିହାରେ ଚାନ୍ଦବାଲି ବନ୍ଦର ପ୍ରତିଷ୍ଠା ହୋଇଥିବା ବେଳେ ଏହା ଅଧୀନରେ ଚାନ୍ଦବାଲି ଥାନା କାର୍ଯ୍ୟାଳୟ ଛାତ ଉପରେ ପାଣିପାଗର ଆବଶ୍ୟକ ଯନ୍ତ୍ରପାତି ଲଗାଯାଇଥିଲା। ଟେଲିଗ୍ରାଫ ମାଧ୍ୟମରେ ଦୈନିକ ରିପୋର୍ଟ କୋଲକାତାର ଆଲିପୁରକୁ ପଠାଯାଉଥିଲା। ସ୍ଥାନୀୟ ନାବିକଙ୍କ ସୂଚନା ପାଇଁ ଚାନ୍ଦବାଲି ବନ୍ଦର ଅଫିସ୍‌ ଷ୍ଟାଣ୍ଡପୋଷ୍ଟରେ ପାଣିପାଗର ବିଭିନ୍ନ ସତର୍କ ସୂଚନାର ଚିହ୍ନ ଝୁଲାଯାଉଥିଲା ବୋଲି ମୃତ୍ତିକା ସଂରକ୍ଷଣ ବିଭାଗର ଅବସରପ୍ରାପ୍ତ ରେଞ୍ଜ୍‌ ଅଫିସର ତାରାପଦ ମହାନ୍ତି କହନ୍ତି। ୧୯୮୯ ମସିହାରୁ ପାଣିପାଗ ବିଭାଗର ସ୍ବତନ୍ତ୍ର ଅଫିସ୍‌ ଶାସ୍ତ୍ରୀଘାଟ ଅଞ୍ଚଳରେ ଭଡ଼ାଘରେ ଚାଲୁଛି। ପ୍ରଥମେ ଏକ ଘର ଭଡ଼ାରେ ନେଇ ଅଫିସ୍‌ କାର୍ଯ୍ୟ କରାଯାଉଥିଲା। ୨୦୦୦ ମସିହାରୁ ଉକ୍ତ ଅଞ୍ଚଳର ଜଣେ ମହିଳାଙ୍କ ଘର ଭଡ଼ା ସୂତ୍ରରେ ନିଆଯାଇ ସେଠାରେ କାର୍ଯ୍ୟାଳୟ ଚାଲିଛି। ୪ କୋଠରୀ ବିଶିଷ୍ଟ ଉକ୍ତ ଗୃହକୁ ୧୧ ହଜାର ଟଙ୍କା ଭଡ଼ା ଦିଆଯାଉଛି। ସେହିପରି ଏଠାରେ ୧୦ ଜଣ କର୍ମଚାରୀ ଆବଶ୍ୟକ ଥିବାବେଳେ ଏବେ ମୋଟ ୭ଜଣ ଅଛନ୍ତି।
ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ଚାନ୍ଦବାଲିର ଭୌଗୋଳିକ ସ୍ଥିତି ଚାନ୍ଦବାଲିକୁ ଅଧିକ ବାତ୍ୟାପ୍ରବଣ କରିଛି। ବର୍ଷର ମୁଖ୍ୟତଃ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ବାତ୍ୟା ଆଶଙ୍କା ଲାଗିରହିଛି। ରାଜ୍ୟ ପାଣିପାଗ କାର୍ଯ୍ୟାଳୟର ୮ ନଂ. ଗ୍ରୀଡ୍‌ରେ ଅବସ୍ଥିତ ଚାନ୍ଦବାଲି ପାଣିପାଗ ଅଫିସର ଗୁରୁତ୍ୱ ଅନେକ। ଏହା ସ୍ବଳ୍ପ ଆଦର୍‌ର ତଥ୍ୟ ଉପରେ ପର୍ଯ୍ୟବସିତ। ଚାନ୍ଦବାଲିର ତଥ୍ୟ ଭଦ୍ରକ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଓ କଟକ ଜିଲାର ପାଣିପାଗ ସହ ସମ୍ପୃକ୍ତ। ବର୍ଷର ଅଧିକାଂଶ ସମୟରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାରଣରୁ କୋଲକାତା ଓ ଦିଲ୍ଲୀର ପାଣିପାଗ କାର୍ଯ୍ୟାଳୟ ପୂର୍ବାନୁମାନ ଚାନ୍ଦବାଲି ଅଫିସ୍‌ର ତଥ୍ୟ ଉପରେ ନିର୍ଭରଶୀଳ। ଏହି ଅଫିସରୁ ପ୍ରତିଦିନର ବର୍ଷା ପରିମାଣ, ଦିନର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା, ବାୟୁର ବେଗ, ଦିଗ, ଚାପ ଓ ଆର୍ଦ୍ରତା ପରି ପାଣିପାଗ ସମ୍ବନ୍ଧୀୟ ତଥ୍ୟ ସାଧାରଣ ଦିନରେ ପ୍ରତି ୩ ଘଣ୍ଟାରେ ଥରେ ଏବଂ ପାଗ ଖରାପ ରହିଲେ ପ୍ରତି ଘଣ୍ଟାଏ ଅନ୍ତରରେ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ଭୁବନେଶ୍ୱରକୁ ପଠାଯାଇଥାଏ। ଚାନ୍ଦବାଲି ପାଣିପାଗ କାର୍ଯ୍ୟାଳୟର ଗୁରୁତ୍ୱ ଥିବାବେଳେ ନିଜସ୍ବ ଗୃହ ନ ଥିବାରୁ ଏହାର ଆଧୁନିକୀକରଣ, ଅତ୍ୟାଧୁନିକ ଯନ୍ତ୍ରପାତି ଓ ରାଡାର ବସାଯିବା ସମ୍ଭବ ହେଉନାହିଁ ବୋଲି ପାଣିପାଗ ବିଶେଷଜ୍ଞ ରମେଶ ଚନ୍ଦ୍ର ଗର୍ତ୍ତିଆ କହିଛନ୍ତି। ଜାଗା ସମସ୍ୟା ଓ ସରକାରୀ ଅନୁଦାନ ମିଳି ନ ଥିବାରୁ କାର୍ଯ୍ୟାଳୟର ନିଜସ୍ବ ଗୃହ ନିର୍ମାଣ ହୋଇପାରୁ ନ ଥିଲା। ତେବେ ଏହି ଗୃହ ପାଇଁ ଚାନ୍ଦବାଲି ସହର ସନ୍ନିକଟ ବୈତରଣୀ ନଦୀକୂଳରେ ୧ ଏକର ୫୦ ଡିସିମିଲ ଜମି ଅଧିଗ୍ରହଣ କରାଯାଇଛି ଓ ଖୁବ୍‌ଶୀଘ୍ର ଏଠାରେ ନିର୍ମାଣ ଆରମ୍ଭ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ସୂଚନାଥାଉ କି, ଏହି କାର୍ଯ୍ୟାଳୟ ସଫଳତା ପାଇଁ ୨୦୧୮ରେ ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri