ଥାନାଧିକାରୀଙ୍କ ଦୁର୍ବ୍ୟବହାର: ଏସ୍‌ପିଙ୍କୁ ଭେଟିଲେ କାର୍ଯ୍ୟରତ ଖବରଦାତା

ଭଦ୍ରକ,୧୮।୧(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ଥାନା ଅଧିକାରୀ କାର୍ଯ୍ୟରତ ଖବରଦାତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ନେଇ ଗୁରୁବାର ଭଦ୍ରକ ଏସ୍‌ପିଙ୍କୁ ଭେଟିଛନ୍ତି ଖବରଦାତା।

ସୂଚନାମୁତାବକ, ବନ୍ତ ବ୍ଲକର ଖବରଦାତା ହରି ନାରାୟଣ ମହାନ୍ତି ଓ ରବୀନ୍ଦ୍ର ନାଥ ଓଝା ଗତ ୯ ତାରିଖରେ ବନ୍ତ ଆଦର୍ଶ ବିଦ୍ୟାଳୟ ନିକଟରେ ଘଟିଥିବା ଏକ ଦୁର୍ଘଟଣା ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ ପାଇଁ ସୋମବାର ବନ୍ତ ଥାନାକୁ ଯାଇଥିଲେ। ବନ୍ତ ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କୁ ଦୁର୍ଘଟଣା ସମ୍ପର୍କରେ ପଚାରିବାରୁ ଜଣେ ଏସ୍‌ଆଇ ପ୍ରସାଦ ଜେନାଙ୍କୁ ଦୁଇ ସାମ୍ବାଦିକଙ୍କର ଫଟୋ ଉଠାଇ ମଙ୍ଗଳ ଗ୍ରହକୁ ପଠାଇବା ପାଇଁ ଥାନାଧିକାରୀ ତାଚ୍ଛଲ୍ୟ କରି କହିଥିଲେ।

ସେହିପରି ଜଣେ ୱାରେଣ୍ଟିଙ୍କୁ ଗିରଫ କରି ଥାନାରେ ରଖିଥିବା ବେଳେ ଆରେଷ୍ଟ ମେମୋରେ ଦସ୍ତଖତ କରିବାକୁ କହିଥିଲେ। ଥାନା ଭିତରେ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଏପରି ବ୍ୟବହାର ଦୁଇ ଖବରଦାତାଙ୍କୁ ମର୍ମାହତ କରିଥିଲା। ଏଥିରେ ସେମାନେ ମାନସିକ ଆଘାତ ପାଇଥିବା ଏସ୍‌ପିଙ୍କୁ ଦେଇଥିବା ସ୍ମାରକପତ୍ରରେ ହରିନାରାୟଣ ମହାନ୍ତି ଦର୍ଶାଇଛନ୍ତି।

ଘଟଣା ବିଷୟରେ ଏସ୍‌ପି ବରୁଣ ଗୁଂଟୁପାଲି ଅବଗତ ହେବା ପରେ ଜଣେ ସିନିୟର ଅଫିସରଙ୍କ ଦ୍ୱାରା ଏହାର ତଦନ୍ତ କରିବା ସହ ଏପରି ଘଟଣା ପୁନର୍ବାର ନ ହେବାକୁ ପ୍ରତିଶ୍ରୁତି ଦେଇଥିଲେ। ଖବରଦାତା ନରେନ୍ଦ୍ର ସାମଲ, ପ୍ରିୟଦର୍ଶନ ବୋଇତି, ପାର୍ଥସାରଥି ନାୟକ, ଦୀପ୍ତିରଞ୍ଜନ ସାହୁ, ଅଜୟ ପଣ୍ଡା, ସନାତନ ରାଉତ, ଶୁଭଦୀପ ମଲ୍ଲିକ, ଶୁଭ୍ରକାନ୍ତ ରାଉତ, କମଲ ପଣ୍ଡା, ଗଙ୍ଗାଧର ଦାସ ପ୍ରମୁଖ ଏସ୍‌ପିଙ୍କୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri