ଭଦ୍ରକ

ଭଦ୍ରକ ଲୋକ ସଭା ଆସନରେ ପୁଣି ମହିଳା କାର୍ଡ ଖେଳିପାରେ ବିଜେଡି

ଭଦ୍ରକ,୧୬।୨: ଭଦ୍ରକ ଲୋକ ସଭା ନିର୍ବାଚନରେ ବିଜେଡି ପୁଣିଥରେ ମହିଳା କାର୍ଡ ଖେଳିପାରେ। ଏବେ ଏମ୍‌ପି ଥିବା ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିବା ପାଇଁ ବିଜେଡି ସୁଯୋଗ ଦେଇପାରେ ବୋଲି ଆଲୋଚନା ହେଉଛି। ଗତ ୨୦୧୯ ନିର୍ବାଚନରେ ବରିଷ୍ଠ ବିଜେଡି ନେତା…

ବିଜେଡି-ଭାଜପାର ବୁଝାମଣା ଭିତରେ ଇଡି ଚଢ଼ାଉ କରିଛି: କଂଗ୍ରେସ

ଭୁବନେଶ୍ୱର,୧୬ା୨(ସୁନିତ୍‌ ମିଶ୍ର): ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଗୁରୁବାର ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢ଼ାଉ କରିଥିବା ଜଣାପଡ଼ିଛି। ଏହି କଥାକୁ କଂଗ୍ରେସ ପାଲଟା ଟାର୍ଗେଟ କରିଛି। ବିଜେଡି-ଭାଜପା ସହଭାଗିତାରେ ଏହି ଚଢ଼ାଉ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି। ଅନ୍ୟପକ୍ଷରେ ଭାଜପା…

ବିଜେଡି ବିଧାୟକଙ୍କ ଘରେ ଇଡି, ୧୦ ସ୍ଥାନରେ ଚଢାଉ

ଭଦ୍ରକ,୧୫।୨(ସନାତନ ରାଉତ): ବିଜେଡି ବିଧାୟକଙ୍କ ଘରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଘରେ ଗୁରୁବାର ସକାଳେ ଇଡି ପକ୍ଷରୁ ଚଢାଉ କରାଯାଇଛି। ବିଜେଡି ବିଧାୟକଙ୍କ ଭଦ୍ରକ ନୂଆବଜାର ନଇବନ୍ଧ ଘରେ ଇଡିର…

୩୫ଲକ୍ଷ ଟଙ୍କାରେ ହୋଇଥିଲା ନିର୍ମାଣ: ଏବେ ମିଶନ ଶକ୍ତି କାଫେରେ ପଡିଛି ତାଲା

ଚାନ୍ଦବାଲି,୧୩।୨(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗତ ଜୁନ୍‌ରେ ଉଦ୍‌ଘାଟନ ହୋଇଥିବା ମିଶନ ଶକ୍ତି କାଫେରେ ଏବେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଏଭଳିସ୍ଥତିରେ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ କାଫେ ଆଗରେ ପକୁଡ଼ି ବିକି ଅଭିନବ…

୨ ଯୁବକଙ୍କୁ ମଡ଼ ମାରିଥିଲା ପୋଲିସ, ତାତିକି ଲୋକେ…

ବନ୍ତ,୯।୨(ହରିନାରାୟଣ ମହାନ୍ତି): ଭଦ୍ରକ ଜିଲା ବନ୍ତ ବଜାର ଥାନାଛକରେ ଗୁରୁବାର ଦୁର୍ଘଟଣା ଘଟାଇଥିବା ଏକ ବାଲି ବୋଝେଇ ହାଇୱାକୁ ଅଟକାଇବା ସମୟରେ ୨ ଯୁବକଙ୍କୁ ପୋଲିସର ମାଡ଼ ନେଇ ପ୍ରତିବାଦ କରାଯାଇଛି। ବନ୍ତ ଥାନାଧିକାରୀଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିବା ସହ…

ଶିବଗଙ୍ଗା ପୋଖରୀର ସୁରକ୍ଷା ପାଚେରି ଧସିଲା

ଚାନ୍ଦବାଲି,୭।୨(କିଷାନ ପାତ୍ର): ଭଦ୍ରକ ଜିଲାର ପ୍ରମୁଖ ଶୈବପୀଠ ଆରଡ଼ି ଆଖଣ୍ଡଳମଣି ପୀଠରେ ଥିବା ଶିବଗଙ୍ଗା ପୋଖରୀ ପାଚେରି ସୋମବାର ବିଳମ୍ବିତ ରାତିରେ ଧସିଛି। ଏହି ପୋଖରୀକୁ ଲାଗିଥିବା ୪୦ ଫୁଟ୍‌ ଲମ୍ବର ଡ୍ରେନ୍‌ ଓ ସୁରକ୍ଷା ପାଚେରି ୨୦ ଫୁଟ୍‌ ତଳକୁ…

ମହିଳା ଯାତ୍ରୀଙ୍କୁ ୫ ଲକ୍ଷ ଟଙ୍କା ମୂଲ୍ୟର ମୂଲ୍ୟବାନ ଅଳଙ୍କାର ଫେରସ୍ତ କଲେ ଅଟୋ ଡ୍ରାଇଭର

ନୂଆଦିଲ୍ଲୀ,୩।୨: ମାନବିକତା ଏବଂ ବିଶାଳ ହୃଦୟ ଦେଖାଇଲେ ଅଟୋ-ରିକ୍ସା ଡ୍ରାଇଭର। ଭଦ୍ରକରେ ଗାଡିରେ ଜଣେ ମହିଳା ଯାତ୍ରୀ ଭୁଲି ଯାଇଥିବା ମୂଲ୍ୟବାନ ଅଳଙ୍କାର ଫେରସ୍ତ କରି ଅଟୋ ଡ୍ରାଇଭର ବିଭିନ୍ନ ମହଲରୁ ପ୍ରଶଂସା ସାଉଣ୍ଟିଛନ୍ତି। ଭଦ୍ରକର ଇନାୟତ ଖାନ ଏକ ଅଟୋ…

ଯାତ୍ରୀଙ୍କ ସୁନା ଅଳଙ୍କାର ଫେରାଇଲେ ଅଟୋ ଚାଳକ

ଭଦ୍ରକ,୨ା୨(ସନାତନ ରାଉତ): ଭଦ୍ରକ ପୁରୁଣାବଜାରର ଅଟୋ ଚାଳକ ଏନାୟତ ଖାନ୍‌ ଅଟୋରେ ଛାଡ଼ିଥିବା ଜଣେ ମହିଳା ଯାତ୍ରୀଙ୍କ ସୁନା ଅଳଙ୍କାର ଫେରାଇ ମହାନତା ଦେଖାଇଛନ୍ତି। ଗୁରୁବାର ସେ ବାଇପାସ୍‌ ଅଟୋଷ୍ଟାଣ୍ଡରୁ ଯାତ୍ରୀ ନେଇ ବାଲେଶ୍ୱର ଜିଲା ସୋରକୁ ଯାଇଥିଲେ। ସେଠାରୁ ଫେରିବା…

୪ରେ ଧାମରା, ଭଦ୍ରକ, ଯାଜପୁର ରୋଡ୍‌ରେ ହେବ ରେଳରୋକୋ

ଚାନ୍ଦବାଲି,୨ା୨(କିଷାନ ପାତ୍ର): ଯାଜପୁର ରୋଡ୍‌-ଧାମରା ରେଳପଥ ସଂଗ୍ରାମ ସମିତିର ଅଭିଯାତ୍ରୀ ଦଳକୁ ଚାନ୍ଦବାଲିରେ ସ୍ବାଗତ କରଯାଇଛି। ଚଳିତ ବଜେଟରେ କେନ୍ଦ୍ର ସରକାର ଏହି ରେଳପଥ ନିର୍ମାଣ ଲାଗି ୧୦୨୬ କୋଟିର ଅର୍ଥ ବ୍ୟୟବରାଦ କରିବା ପାଇଁ ସମିତି ପକ୍ଷରୁ ଦୃଢ଼ ଦାବି…

ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅସମ୍ମାନ ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଭଦ୍ରକ,୨ା୨(ସନାତନ ରାଉତ): ଭଦ୍ରକ ଜିଲା ମହୋତ୍ସବ ସରିବା ପରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ଖୋଲା ପଡ଼ିଆରେ ଛାଡ଼ିଯିବା ଜଗନ୍ନାଥଙ୍କ ପ୍ରତି ଘୋର ଅସମ୍ମାନ କରାଯାଇଛି ବୋଲି ଅଭିଯୋଗ କରି ଏହାର ପ୍ରତିବାଦରେ ଭଦ୍ରକ ଭାଜପା ପକ୍ଷରୁ ଶୁକ୍ରବାର ଜିଲାପାଳ ଅଫିସ ଘେରାଉ କରାଯାଇଛି।…

ସିରିଜ୍‌ ଦୁର୍ଘଟଣା, ଜଣଙ୍କ ଜୀବନ ଗଲା

ଭଦ୍ରକ,୨ା୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥ ଭଦ୍ରକ ଜିଲା ବିଷ୍ଣୁପୁର ନିକଟରେ ଶୁକ୍ରବାର ସକାଳେ ସିରିଜ୍‌ ଦୁର୍ଘଟଣା ଘଟିଛି। ପଛକୁ ପଛ ୩ ଗାଡ଼ି ପିଟି ହେବାରୁ ଜଣେ ବାଇକ୍‌ଆରୋହୀଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଭୁବନେଶ୍ୱର ଅଭିମୁଖେ ଯାଉଥିବା…

ନଦୀବନ୍ଧକୁ ଖସିପଡ଼ି ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ

ଭଣ୍ଡାରିପୋଖରୀ,(ରବିନାରାୟଣ ଖିଲାର)/ହାଟଡିହୀ(ଶୁଭକାନ୍ତ ନାୟକ),୧।୨-ଭଣ୍ଡାରିପୋଖରୀ ବ୍ଲକ ବନସ୍ତା ବୈତରଣୀ ନଦୀବନ୍ଧରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନନ୍ଦୀପଦା ଥାନା ଅଧୀନ ମନୋହରପୁର ଗ୍ରାମର ମନୋରଞ୍ଜନ ଜେନା। ସେ ଗୁରୁବାର ସ୍କୁଟିରେ ଆଖୁଆପଦା ଅଭିମୁଖେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?