ଭଦ୍ରକ

୮ ଘଣ୍ଟିଆ ଭଦ୍ରକ ବନ୍ଦ

ଭଦ୍ରକ ଅଫିସ,୫ା୧୨: ଭଦ୍ରକ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଓ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କଂଗ୍ରେସ ପକ୍ଷରୁ ୮ ଘଣ୍ଟିଆ ଭଦ୍ରକ ସହର ବନ୍ଦ କରାଯାଇଛି। ଦୀର୍ଘଦିନ ଧରି ଏହି ଦାବି ପୂରଣ ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି...

ଆଜି ଭଦ୍ରକ ସହର ବନ୍ଦ

ଭଦ୍ରକ ଅଫିସ,୫।୧୨:ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଓ ଜିଲାରେ ମେଡିକାଲ କଲେଜ ଦାବିରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସୋମବାର ଭଦ୍ରକ ସହର ସକାଳ ୬ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟା ବନ୍ଦ ରହିବ। ଦୀର୍ଘଦିନ...

ହାର୍‌ ମାନିନାହାନ୍ତି ପଞ୍ଚାନନ

ଭଦ୍ରକ ଅଫିସ,୩।୧୨: ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ଆଗରେ ହାର୍‌ ମାନିଛି ଅକ୍ଷମତା। ମନୋବଳ ଦୃଢ଼ ଥିଲେ ସବୁକିଛି ସମ୍ଭବ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷଣ୍ଢ ଗ୍ରାମର ଦିବ୍ୟାଙ୍ଗ ପଞ୍ଚାନନ ଜେନା(୬୩)। ଟ୍ରାଇସାଇକେଲରେ ଗଁା...

ପିସ୍ତା ଭାବି ଖାଇଦେଲେ ବିଷାକ୍ତ ଫଳ

ଭଣ୍ଡାରିପୋଖରୀ, ୩।୧୨(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ପଞ୍ଚାୟତ ଅରେଇକଣା ନୋଡାଲ ସ୍କୁଲରେ ଶୁକ୍ରବାର ବିଷାକ୍ତ ଫଳ ଖାଇ ୨୦ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ୫ ଛାତ୍ରୀଛାତ୍ର...

ଡକାୟତି ଘଟଣାରେ ୩ ଗିରଫ

ଭଣ୍ଡାରିପୋଖରୀ,୨।୧୨(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ପୋଲିସ ଏକ ଡକାୟତି ଘଟଣାରେ ୩ ଯୁବକଙ୍କୁ ଗୁରୁବାର ରାତିରେ ଧାମନଗର ଛକଠାରୁ ଗିରଫ କରିଛି। ସେମାନେ ହେଲେ ଧାମନଗର ମୁନସୀପାଟଣା ଅଞ୍ଚଳର ସେକ୍‌ ସର୍ପଉଦ୍ଦିନ, ସେକ୍‌ ନିଆମତୁଲା ଓ ହବିବନଗରର ସେକ୍‌...

ମଧ୍ୟାହ୍ନଭୋଜନ ପାଇଁ ୧ କି.ମି. ଦୂରରୁ ଆସୁଛି ପାଣି

ଆରଡ଼ି,୨।୧୨(ଡି.ଏନ.ଏ.):ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ପାଳସାହି ପଞ୍ଚାୟତ ଗାନ୍ଧିଘାଟ ଶାସନ ଗଁାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ନଳକୂପଟି ୨୦୦୮ରୁ ଅଦରକାରୀ ହୋଇପଡ଼ିଛି। ଏଥିରୁ ଲୁଣିପାଣି ବାହାରୁଛି। ଏହି ନଳକୂପ ପାଣି ବ୍ୟବହାର ଅନୁପଯୋଗୀ ହୋଇଛି। ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ...

୫ ମାସରେ ସରିବ କୁଆଁସ ସେତୁ ନିର୍ମାଣ

ଭଦ୍ରକ ଅଫିସ,୩୦।୧୧: ଭଦ୍ରକ ସହରକୁ ସଂଯୋଗ କରୁଥିବା କୁଆଁସସ୍ଥିତ ଅର୍ଜୁନ ସେତୁକୁ ଭାଙ୍ଗି ନୂତନ ସେତୁ ପାଇଁ ଶିଳାନ୍ୟାସକୁ ପ୍ରାୟ ୧ ବର୍ଷ ବିତିଯାଇଥିବା ବେଳେ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। ଏହାକୁ ନେଇ ସହରଠାରୁ ବିଚ୍ଛିନ୍ନ ହୋଇ...

ବିସ୍ଫୋରଣରେ ଆହତ ବ୍ୟକ୍ତି ଆଖି ବୁଜିଲେ

ଚାନ୍ଦବାଲି,୨୮ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ଦକ୍ଷିଣ ସାହି ଗ୍ରାମରେ ବିସ୍ଫୋଣରେ ଆହତ ବିଷ୍ଣୁମୋହନ ସାହୁ (୪୫)ଙ୍କର ସୋମବାର କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁସାରେ, ରବିବାର ଅପରାହ୍ନରେ କୌଣସି କାରଣରୁ...

ବିସ୍ଫୋରଣରେ ଭୁଶୁଡ଼ିଲା ଛାତ: ନିଆଁ ଲାଗି ଜଣେ ଗୁରୁତର

ଚାନ୍ଦବାଲି,୨୭।୧୧(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ଦକ୍ଷିଣସାହି ଗ୍ରାମରେ ରବିବାର ଅପରାହ୍ନରେ ଏକ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଏତେ ଶକ୍ତିଶାଳୀ ଥିଲା ଯେ, ଘର ଛାତ ଭୁଶୁଡି ପଡିଥିବା ଜଣାପଡିଛି। ଏଥିରେ ବିଷ୍ଣୁମୋହନ ସାହୁ(୪୫) ନାମକ ଜଣେ ବ୍ୟକ୍ତି...

ପୂର୍ବ ଶତ୍ରୁତାର ଛୁରାମାଡ଼

ଆରଡ଼ି,୨୭ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ଶୈବପୀଠ ଆରଡ଼ିରେ ଜଣେ ସେବାୟତ ଅନ୍ୟଜଣେ ସେବାୟତଙ୍କୁ ଛୁରାମାଡ଼ କରି ଆହତ କରିଥିବା ଆରଡି ପୋଲିସ ଫାଣ୍ଡିରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ତପନ ପାଢ଼ୀ ଓ ମନୋରଞ୍ଜନ ପାଢ଼ୀଙ୍କ ମଧ୍ୟରେ ଟିପାମରା କାରଣକୁ ନେଇ...

ହୋଟେଲରୁ ଯୁବତୀଯୁବକଙ୍କୁ ଉଠାଇନେଲା ପୋଲିସ

ଭଦ୍ରକ ଅଫିସ, ୨୫।୧୧-ଭଦ୍ରକ ସହରର ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ହୋଟେଲରୁ ଶୁକ୍ରବାର ଅପରାହ୍ନରେ ଭିନ୍ନ ସମ୍ପ୍ରଦାୟର ଜଣେ ଯୁବତୀ ଓ ଯୁବକଙ୍କୁ ଟାଉନ ପୋଲିସ ଉଠାଇ ନେଇ ଥାନାରେ ଅଟକ ରଖିଛି। ଯାଜପୁର ଜିଲା...

ଧାରଣାରେ ବସିଲେ ପୌରପାଳିକା କର୍ମଚାରୀ

ଭଦ୍ରକ ଅଫିସ,୨୫ା୧୧: ଭଦ୍ରକ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଶୁକ୍ରବାର ପୌରପାଳିକା କର୍ମଚାରୀମାନେ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି । ଗୁରୁବାର ଭତ୍ତା ପ୍ରଦାନକୁ କେନ୍ଦ୍ର କରି କେତେକ ଲୋକ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri