ବିଜେଡି ନେତାଙ୍କୁ ବଦ୍‌ନାମ କରିବାକୁ ବିରୋଧୀ ଦଳର ଏହା ହୀନ ଚକ୍ରାନ୍ତ: ବିଜେଡି 

ତିହିଡ଼ି,୩୦ା୫(ସଞ୍ଜିତ ବଳ): ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକର ଦୌଲତପୁର ପଞ୍ଚାୟତରେ ମପେକ୍ଷ ଅସୁସ୍ଥ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ନେଇ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ବିଜେଡି ନେତାଙ୍କୁ ଦାୟୀ କରାଯାଇଥିବାରୁ ଦଳର ନେତାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ସେମାନେ ଏହାକୁ ନିନ୍ଦା କରିଛନ୍ତି। ନିର୍ବାଚନ ପୂର୍ବରୁ ବିଜେଡିକୁ ବଦ୍‌ନାମ କରିବାକୁ ବିରୋଧୀ ଦଳର ଏହା ହୀନ ଚକ୍ରାନ୍ତ ବୋଲି  ବିଜେଡି ନେତାମାନେ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଦର୍ଶାଇବା ସହ ଏହି ମିଥ୍ୟା ଅଭିଯୋଗ ବିରୋଧରେ ଅଦାଲତର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି।
ପିରହାଟ ବଜାରସ୍ଥିତ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସରପଞ୍ଚ ପ୍ରଭାତ କୁମାର ମିଶ୍ର, ସମିତିସଭ୍ୟାଙ୍କ ପ୍ରତିନିଧି ଗୋପବନ୍ଧୁ ସେନାପତି ଏବଂ ଯୁବନେତା ହିମାଦ୍ରୀ ମିଶ୍ର ଦର୍ଶାଇଥିଲେ ଯେ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଷାକ୍ତ ମଦ ପିଇ କିଛି ଲୋକଙ୍କର ମୃତ୍ୟୁ ଘଟିଥିଲା। ସେନେଇ ବିଜେଡିକୁ ବଦ୍‌ନାମ କରିବାକୁ ବିରୋଧୀମାନେ ଉଦ୍ୟମ କରିଥିଲେ। କିଛିଦିନ ପୂର୍ବେ ମଦ ପିଇ ଅସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ବିଜେଡି ଦଳର ନୁହନ୍ତି। ସେ ଅନ୍ୟ ଏକ ଦଳର ନିର୍ବାଚନୀ ସମାବେଶରେ ଯୋଗଦେଇ ମଦ ପିଇଥିଲେ ଏବଂ ସନ୍ଧ୍ୟାରେ ମଧ୍ୟ ଭୋଜି କରି ମଦ ପିଇବାରୁ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ବିରୋଧୀ ଦଳ ପକ୍ଷରୁ ଏହି ଘଟଣା ଲାଗି କେତେଜଣ ବିଜେଡି ନେତାଙ୍କୁ ଦାୟୀ କରି ଭିଡିଓ ଭାଇରାଲ କରାଯାଇଛି। ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କୁହାଯାଇଛି। ବିଜେଡି ନେତା ଅକ୍ଷୟ ବଳ, ଅଜୟ ବେହେରା, ବିଜୟ ବାରିକ, ରଞ୍ଜନ ଦାସ, ପ୍ରଶାନ୍ତ ଜେନା, ସିତାକାନ୍ତ ରାଉତ, କାର୍ତ୍ତିକ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାକୁ ଜଙ୍ଗଲକୁ ନେଇ କରିଥିଲେ ବଳାତ୍କାର, ଏବେ କୋର୍ଟ ଶୁଣାଇଲେ ସଜା, ଅଭିଯୁକ୍ତଙ୍କୁ…

କଟକ,୨୨।୬(ପ୍ରଭୁ କଲ୍ୟାଣ ପାଲ୍‌): ନୃଶଂସତାର ସୀମା ପାର୍‌ । ଗାଁ ଟିୱେଲ ମୂଳରୁ ଟେକି ନେଇ ଜଙ୍ଗଲରେ ବଳାତ୍କାର। ନାବାଳିକାକୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ସଜା ଶୁଣାଇଲେ…

ଲାଲୁ ଜଣେ ବଡ଼ ଖଳନାୟକ: କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ

ପାଟନା,୨୨।୬:ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପୁଣି ଥରେ ରାଷ୍ଟ୍ରୀୟ ଜନତା ଦଳ (RJD) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରକୁ ଟାର୍ଗେଟ୍‌ କରିଛନ୍ତି। ଲାଲୁ…

ଟେଷ୍ଟ କ୍ରିକେଟ୍‌କୁ ଫେରିବେ କି ବିରାଟ କୋହଲି, ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୬: ପ୍ରଖ୍ୟାତ ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଆଘାତ ଯୋଗୁ ପଡ଼ିଆରୁ ବାଦ୍‌ ପଡ଼ିଛନ୍ତି। ଏଥିପାଇଁ ସେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ…

ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରଥମ ଥର ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୨୨।୬: ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଙ୍ଗଳବାର ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି,…

କେନ୍ଦ୍ର ସରକାରଙ୍କ ୧୨ ବର୍ଷ , ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ: ଏହି ବିଷୟ ଉପରେ କଲେ ଆଲୋଚନା

ରାଇକିଆ,୨୨।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ହରି ଓମ କଲ୍ୟାଣ ମଣ୍ଡପ ଠାରେ ସୋମବାର କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ୨ ବର୍ଷ…

ପ୍ରକାଶ ପାଇଲା UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ, ରେଭେନ୍ସା ଆଗରେ

କଟକ,୨୨।୬: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି। ଏଥିରେ ରେଭେନ୍‌ଶା ବିଶ୍ବବିଦ୍ୟାଳୟ ଆଗରେ ରହିଛି। ରେଭେନ୍‌ଶାରେ କଳା(ରାଜନୀତି ବିଜ୍ଞାନ)…

‘ଅଧିକ ଚିନ୍ତା କର ନାହିଁ’, କିଏ ଆଉ କାହିଁକି ଏମିତି କହିଲେ ବୈଭବ ସୂର୍ଯ୍ୟବଂଶୀଙ୍କୁ? ତା’ପରେ ଆସିଲା ଝଡ଼…

ନୂଆଦିଲ୍ଲୀ,୨୨।୬: ବୈଭବ ସୂର୍ଯ୍ୟବଂଶୀ ଜାଣିଥିଲେ ଯେ ଶ୍ରୀଲଙ୍କାରେ ତ୍ରି-ସିରିଜରେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ। ୧୫ ବର୍ଷୀୟ ବ୍ୟାଟସମ୍ୟାନଙ୍କୁ ଭାରତ ଏ ପାଇଁ ଜଣେ ପ୍ରମୁଖ…

ଜିଅନ୍ତା ଜଳିଗଲେ ସ୍ତ୍ରୀ, ସ୍ବାମୀ ଗୁରୁତର, ହତ୍ୟା ଅଭିଯୋଗ ଆଣି ବାପଘର ଲୋକେ କହିଲେ…

ଖଲ୍ଲିକୋଟ,୨୨।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ମଥୁରା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ସ୍ତ୍ରୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri