ଖଡ଼ିପଦାରେ ଫାଣ୍ଡି ପ୍ରତିଷ୍ଠା ଦାବି

ଧାମନଗର,୨୬।୫ (ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବ୍ଲକର ଖଡ଼ିପଦାଠାରେ ଏକ ଫାଣ୍ଡି ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଛି। ପ୍ରଶାସନ କିମ୍ବା ଶାସକ ଦଳର ଇଚ୍ଛାଶକ୍ତି ଅଭାବରୁ ଏହା ପୂରଣ ହୋଇପାରୁ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ବିଭିନ୍ନ ସମୟରେ ଲୁଟ୍‌, ଛିନ୍‌ତାଇ ଭଳି କାଣ୍ଡ ଘଟାଇ ଅପରାଧୀମାନେ ପଡ଼ୋଶୀ ଯାଜପୁର ଜିଲାକୁ ଚାଲିଯିବାକୁ ସକ୍ଷମ ହେଉଛନ୍ତି। ଦୋବଲ ଜୋନ୍‌ ଅଧୀନରେ ଆନନ୍ଦପୁର, ପଧାନୀ, ସୋହଡ଼ା, କରଦା, ଦଳାଙ୍ଗ, ଖଡ଼ିପଦା, ଦୋବଲ ଓ ମୁସ୍ତାଫାପୁର ପଞ୍ଚାୟତ ରହିଛି। ପଧାନୀ, ସୋହଡ଼ା, ଆନନ୍ଦପୁର ପଞ୍ଚାୟତ ଭଦ୍ରକ ଏବଂ ଯାଜପୁର ଜିଲା ସୀମାନ୍ତ ଅଞ୍ଚଳ। ଧାମନଗର ଥାନା ଅଧୀନରେ ବହୁ ପଞ୍ଚାୟତ ରହୁଥିବାରୁ ପୋଲିସ ପାଟ୍ରୋଲିଂ ଗାଡ଼ି ଜାତୀୟ ରାଜପଥ ଆଡ଼କୁ ଯାଇଥିଲେ, ସେହି ସମୟରେ ଏ ଅଞ୍ଚଳରେ କୌଣସି ଅଘଟଣ ଘଟିଲେ ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚତ୍ଲା ବେଳକୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି। ଫଳରେ ଅପରାଧୀମାନେ ଖସି ପଳାଇ ଯିବାକୁ ସକ୍ଷମ ହେଉଛନ୍ତି।

ବୈତରଣୀ ନଦୀର ଷେଣ୍ଢପୁର, ଆନନ୍ଦପୁର ଓ ଭଣ୍ଡାରିପୋଖରୀ ବ୍ଲକର ବଲ୍ଲଭିଘାଟଠାରେ ସେତୁ ହେବା ପରେ ଯାଜପୁର ଜିଲାରୁ ଭଦ୍ରକ ଜିଲାର ଭଣ୍ଡାରିପୋଖରୀ, ଧାମନଗର ବ୍ଲକ ଏବଂ ଭଦ୍ରକରୁ ଯାଜପୁରକୁ ଯିବା ପାଇଁ ଏହି ୩ ସେତୁ ଦେଇ ଯାତାୟାତ ଲାଗି ରାସ୍ତାଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି। ୮ ଦିନ ତଳେ ଆନନ୍ଦପୁର ଛକରେ ଥିବା ଜଣେ ସୁନା ଦୋକାନୀ ଦୋକାନ ବନ୍ଦ କରି ସଟର ତାଲା ପକାଉଥିଲେ। ଏହି ସମୟରେ ଦୁଇଜଣ ଲୁଟେରା ତାଙ୍କ ବାଇକ୍‌ ଡିକି ଖୋଲି ଅଳଙ୍କାର ନେବା ପାଇଁ ଉଦ୍ୟମ କରୁଥିଲେ। ଦୋକାନୀ ଦେଖି ଯିବା କ୍ଷଣି ଲୁଟେରାଦ୍ବୟ କିଛି ନେଇ ନ ପାରି ଏକ ବାଇକ୍‌ରେ ଦ୍ରୁତଗତିରେ ପଳାଇ ଯାଇଥିଲେ। ବର୍ଷକ ତଳେ ଖଡ଼ିପଦା ଆନନ୍ଦପୁର ରାସ୍ତାରେ ଉତ୍ତେଇପୁର ଗ୍ରାମର ଜଣେ ଯୁବତୀ ସ୍କୁଟି ନେଇ ଯାଉଥିବା ବେଳେ ଦୁଇଜଣ ଲୁଟେରା ପଛରୁ ଆସି ତାଙ୍କ ବେକରୁ ସୁନାଚେନ୍‌ ଝାମ୍ପିନେଇ ଫେରାର ହୋଇଯାଇଥିଲେ। ଦୋବଲ ବଜାର ବସ୍‌ଷ୍ଟାଣ୍ଡଠାରେ ସୋଧ ଗ୍ରାମର ଜଣେ ସୁନା ରୁପା ବ୍ୟବସାୟୀ ମଧ୍ୟ ଲୁଟ୍‌ର ଶିକାର ହୋଇଥିଲେ। ଦୋବଲ କାଳୀବଜାରର ଜଣେ ସୁନା ରୁପା ଦୋକାନୀଙ୍କ ସ୍କୁଟି ଡିକି ଭାଙ୍ଗି ଲୁଟେରାମାନେ ତାଙ୍କ ବ୍ୟାଗ୍‌ ନେଇଯାଇଥିଲେ। ସିସିଟିଭି ଫୁଟେଜରେ ଲୁଟେରାଙ୍କ ମୁହଁ ଦେଖାଯାଇଥିଲା। ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଥିଲେ ମଧ୍ୟ ବର୍ଷ ବିତିଯାଇଥିବା ବେଳେ ଏଯାଏ ସୁରାକ ପାଇପାରି ନାହିଁ।

ଆନନ୍ଦପୁରଠାରୁ ବଲ୍ଲଭିଘାଟ ସେତୁ ୫ କି.ମି. ରାସ୍ତାରେ ଚୋରି, ଛିନ୍‌ତାଇ ଓ ରାହାଜାନି ବଢ଼ିବାରେ ଲାଗିଛି। ଉକ୍ତ ରାସ୍ତାରେ ଦୈନଦିନ ମାଛ ବ୍ୟବସାୟୀମାନେ ରାତି ୪ଟାରୁ ମାଛ ଆଣିବା ପାଇଁ ଯାଜପୁର ଜିଲା ଉପରେ ନିର୍ଭର କରନ୍ତି। ଲୁଟେରାମାନେ ସେମାନଙ୍କଠାରୁ ଜୋରଜବରଦସ୍ତ ଟଙ୍କା ଛଡ଼ାଇ ନେବା ଭଳି ଘଟଣା ଘଟୁଛି। ସେହିପରି ଦେହୁଡ଼ି ଆନନ୍ଦପୁର ଅଞ୍ଚଳର କେତେଜଣ ବ୍ୟବସାୟୀ ଯାଜପୁରରୁ ଦୋକାନ ବନ୍ଦ କରି ରାତିରେ ଘରକୁ ଫେରୁଥିବା ବେଳେ ଲୁଟ୍‌ର ଶିକାର ହେଉଛନ୍ତି। ଉକ୍ତ ଅଞ୍ଚଳ ଇଣ୍ଡାରିପୋଖରୀ ଥାନା ଅଧୀନରେ ରହିଛି। ହେଲେ ଉକ୍ତ ଅଞ୍ଚଳଠାରୁ ଭଣ୍ଡାରିପୋଖରୀ ଥାନା ପ୍ରାୟ ୨୦ କି.ମି. ଦୂର ହେଉଥିବାରୁ ପାଟ୍ରୋଲିଂ ବ୍ୟବସ୍ଥା ହେଉନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଖଡ଼ିପଦାଠାରେ ଏକ ଫାଣ୍ଡି ପ୍ରତିଷ୍ଠା ଦିଗରେ ବିଭିନ୍ନ ସମୟରେ ଦାବି ହେଉଛି। ଜିଲା ଆରକ୍ଷୀ ଅଧୀକ୍ଷକ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri