ଖଡ଼ିପଦାରେ ଫାଣ୍ଡି ପ୍ରତିଷ୍ଠା ଦାବି

ଧାମନଗର,୨୬।୫ (ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବ୍ଲକର ଖଡ଼ିପଦାଠାରେ ଏକ ଫାଣ୍ଡି ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଛି। ପ୍ରଶାସନ କିମ୍ବା ଶାସକ ଦଳର ଇଚ୍ଛାଶକ୍ତି ଅଭାବରୁ ଏହା ପୂରଣ ହୋଇପାରୁ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ବିଭିନ୍ନ ସମୟରେ ଲୁଟ୍‌, ଛିନ୍‌ତାଇ ଭଳି କାଣ୍ଡ ଘଟାଇ ଅପରାଧୀମାନେ ପଡ଼ୋଶୀ ଯାଜପୁର ଜିଲାକୁ ଚାଲିଯିବାକୁ ସକ୍ଷମ ହେଉଛନ୍ତି। ଦୋବଲ ଜୋନ୍‌ ଅଧୀନରେ ଆନନ୍ଦପୁର, ପଧାନୀ, ସୋହଡ଼ା, କରଦା, ଦଳାଙ୍ଗ, ଖଡ଼ିପଦା, ଦୋବଲ ଓ ମୁସ୍ତାଫାପୁର ପଞ୍ଚାୟତ ରହିଛି। ପଧାନୀ, ସୋହଡ଼ା, ଆନନ୍ଦପୁର ପଞ୍ଚାୟତ ଭଦ୍ରକ ଏବଂ ଯାଜପୁର ଜିଲା ସୀମାନ୍ତ ଅଞ୍ଚଳ। ଧାମନଗର ଥାନା ଅଧୀନରେ ବହୁ ପଞ୍ଚାୟତ ରହୁଥିବାରୁ ପୋଲିସ ପାଟ୍ରୋଲିଂ ଗାଡ଼ି ଜାତୀୟ ରାଜପଥ ଆଡ଼କୁ ଯାଇଥିଲେ, ସେହି ସମୟରେ ଏ ଅଞ୍ଚଳରେ କୌଣସି ଅଘଟଣ ଘଟିଲେ ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚତ୍ଲା ବେଳକୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି। ଫଳରେ ଅପରାଧୀମାନେ ଖସି ପଳାଇ ଯିବାକୁ ସକ୍ଷମ ହେଉଛନ୍ତି।

ବୈତରଣୀ ନଦୀର ଷେଣ୍ଢପୁର, ଆନନ୍ଦପୁର ଓ ଭଣ୍ଡାରିପୋଖରୀ ବ୍ଲକର ବଲ୍ଲଭିଘାଟଠାରେ ସେତୁ ହେବା ପରେ ଯାଜପୁର ଜିଲାରୁ ଭଦ୍ରକ ଜିଲାର ଭଣ୍ଡାରିପୋଖରୀ, ଧାମନଗର ବ୍ଲକ ଏବଂ ଭଦ୍ରକରୁ ଯାଜପୁରକୁ ଯିବା ପାଇଁ ଏହି ୩ ସେତୁ ଦେଇ ଯାତାୟାତ ଲାଗି ରାସ୍ତାଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି। ୮ ଦିନ ତଳେ ଆନନ୍ଦପୁର ଛକରେ ଥିବା ଜଣେ ସୁନା ଦୋକାନୀ ଦୋକାନ ବନ୍ଦ କରି ସଟର ତାଲା ପକାଉଥିଲେ। ଏହି ସମୟରେ ଦୁଇଜଣ ଲୁଟେରା ତାଙ୍କ ବାଇକ୍‌ ଡିକି ଖୋଲି ଅଳଙ୍କାର ନେବା ପାଇଁ ଉଦ୍ୟମ କରୁଥିଲେ। ଦୋକାନୀ ଦେଖି ଯିବା କ୍ଷଣି ଲୁଟେରାଦ୍ବୟ କିଛି ନେଇ ନ ପାରି ଏକ ବାଇକ୍‌ରେ ଦ୍ରୁତଗତିରେ ପଳାଇ ଯାଇଥିଲେ। ବର୍ଷକ ତଳେ ଖଡ଼ିପଦା ଆନନ୍ଦପୁର ରାସ୍ତାରେ ଉତ୍ତେଇପୁର ଗ୍ରାମର ଜଣେ ଯୁବତୀ ସ୍କୁଟି ନେଇ ଯାଉଥିବା ବେଳେ ଦୁଇଜଣ ଲୁଟେରା ପଛରୁ ଆସି ତାଙ୍କ ବେକରୁ ସୁନାଚେନ୍‌ ଝାମ୍ପିନେଇ ଫେରାର ହୋଇଯାଇଥିଲେ। ଦୋବଲ ବଜାର ବସ୍‌ଷ୍ଟାଣ୍ଡଠାରେ ସୋଧ ଗ୍ରାମର ଜଣେ ସୁନା ରୁପା ବ୍ୟବସାୟୀ ମଧ୍ୟ ଲୁଟ୍‌ର ଶିକାର ହୋଇଥିଲେ। ଦୋବଲ କାଳୀବଜାରର ଜଣେ ସୁନା ରୁପା ଦୋକାନୀଙ୍କ ସ୍କୁଟି ଡିକି ଭାଙ୍ଗି ଲୁଟେରାମାନେ ତାଙ୍କ ବ୍ୟାଗ୍‌ ନେଇଯାଇଥିଲେ। ସିସିଟିଭି ଫୁଟେଜରେ ଲୁଟେରାଙ୍କ ମୁହଁ ଦେଖାଯାଇଥିଲା। ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଥିଲେ ମଧ୍ୟ ବର୍ଷ ବିତିଯାଇଥିବା ବେଳେ ଏଯାଏ ସୁରାକ ପାଇପାରି ନାହିଁ।

ଆନନ୍ଦପୁରଠାରୁ ବଲ୍ଲଭିଘାଟ ସେତୁ ୫ କି.ମି. ରାସ୍ତାରେ ଚୋରି, ଛିନ୍‌ତାଇ ଓ ରାହାଜାନି ବଢ଼ିବାରେ ଲାଗିଛି। ଉକ୍ତ ରାସ୍ତାରେ ଦୈନଦିନ ମାଛ ବ୍ୟବସାୟୀମାନେ ରାତି ୪ଟାରୁ ମାଛ ଆଣିବା ପାଇଁ ଯାଜପୁର ଜିଲା ଉପରେ ନିର୍ଭର କରନ୍ତି। ଲୁଟେରାମାନେ ସେମାନଙ୍କଠାରୁ ଜୋରଜବରଦସ୍ତ ଟଙ୍କା ଛଡ଼ାଇ ନେବା ଭଳି ଘଟଣା ଘଟୁଛି। ସେହିପରି ଦେହୁଡ଼ି ଆନନ୍ଦପୁର ଅଞ୍ଚଳର କେତେଜଣ ବ୍ୟବସାୟୀ ଯାଜପୁରରୁ ଦୋକାନ ବନ୍ଦ କରି ରାତିରେ ଘରକୁ ଫେରୁଥିବା ବେଳେ ଲୁଟ୍‌ର ଶିକାର ହେଉଛନ୍ତି। ଉକ୍ତ ଅଞ୍ଚଳ ଇଣ୍ଡାରିପୋଖରୀ ଥାନା ଅଧୀନରେ ରହିଛି। ହେଲେ ଉକ୍ତ ଅଞ୍ଚଳଠାରୁ ଭଣ୍ଡାରିପୋଖରୀ ଥାନା ପ୍ରାୟ ୨୦ କି.ମି. ଦୂର ହେଉଥିବାରୁ ପାଟ୍ରୋଲିଂ ବ୍ୟବସ୍ଥା ହେଉନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଖଡ଼ିପଦାଠାରେ ଏକ ଫାଣ୍ଡି ପ୍ରତିଷ୍ଠା ଦିଗରେ ବିଭିନ୍ନ ସମୟରେ ଦାବି ହେଉଛି। ଜିଲା ଆରକ୍ଷୀ ଅଧୀକ୍ଷକ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?