ଭଦ୍ରକ

ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କଲେ ସୂର୍ଯ୍ୟବଂଶୀ

ଧାମନଗର,୧୯।୫(ଦେବେନ୍ଦ୍ର ଆନ୍ଦିଆ)-ଧାମନଗର ବିଧାନସଭା ଆସନ ପାଇଁ ଦ୍ୱିତୀୟ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଅସୁରାଳି ଜୋନ୍‌ରେ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି। କାସିମପୁର ଏବଂ ଫତେପୁର ପଞ୍ଚାୟତକୁ ଯାଇ ବିଭିନ୍ନ ଗାଁରେ ଭୋଟ ଭିକ୍ଷା କରିଛନ୍ତି।…

ନିଆଁ ଲାଗି ଜଳିଗଲା ୨ ବଖରା ଘର: ଲିଭାଇବା ବେଳେ ୨ ଆହତ

ବାସୁଦେବପୁର,୧୯।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ସୁରେଶ୍ୱରପୁର ଗ୍ରାମର ୮ ନଂ. ୱାର୍ଡରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଶାନ୍ତିଲତା ବେହେରାଙ୍କ ୨ ବଖରା ଘର ଜଳିଯାଇଛି। ଅଗ୍ନିକାଣ୍ଡରେ ଶାନ୍ତିଲତାଙ୍କ ପରିବାର ସର୍ବସ୍ବାନ୍ତ ହୋଇପଡ଼ିଛନ୍ତି। ଲକ୍ଷାଧିକ ଟଙ୍କାର ଘରୋଇ…

ଆୟୁଷ ଡାକ୍ତରରେ ଚାଲିଛି ସ୍ବାସ୍ଥ୍ୟସେବା

ଭଦ୍ରକ,୧୮ା୫(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକର ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଅଡ଼ାଳପଙ୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଆୟୁଷ ଡାକ୍ତରରେ ସ୍ବାସ୍ଥ୍ୟସେବା ଚାଲିଛି। କେତେବେଳେ କେମିତି ଜଣେ ଡାକ୍ତର ନିଯୁକ୍ତି ପାଉଥିବା ବେଳେ ପରବର୍ତ୍ତୀ ମୂହୂର୍ତ୍ତରେ ତାଙ୍କୁ ସ୍ଥାନାନ୍ତର…

୨ ପ୍ରାର୍ଥୀ କୋଟିପତି

ଭଦ୍ରକ,୧୭।୫(ସନାତନ ରାଉତ): ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ହୋଇଥିବା ୩ ପ୍ରମୁଖ ଦଳ ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଅସିତ୍‌ ପଟ୍ଟନାୟକ ସବୁଠୁ ଧନୀ। ପ୍ରାର୍ଥତ୍ପତ୍ର ଦାଖଲ ବେଳେ ଦେଇଥିବା ସତ୍ୟପାଠରେ ତାଙ୍କର ପାଖାପାଖି ୧୨ କୋଟି ଟଙ୍କା ସମ୍ପତ୍ତି ଥିବା ଦର୍ଶାଇଛନ୍ତି।…

ପ୍ରୋତ୍ସାହନ ଅଭାବରୁ ସଙ୍କଟରେ କୌଳିକ ବୃତ୍ତି

ବାସୁଦେବପୁର,୧୭।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଏକ ଶିଳ୍ପବିହୀନ ଅଞ୍ଚଳ। ଏଠାକାର ଲୋକେ ମୁଖ୍ୟତଃ କୌଳିକ ବୃତ୍ତିକୁ ଆଧାର କରି ଜୀବନ ଜୀବିକା ନିର୍ବାହ କରିବା ସହ ଆର୍ଥିକ ଅଭିବୃଦ୍ଧି କରିଥାନ୍ତି। ମାତ୍ର ସରକାରୀ ପ୍ରୋତ୍ସାହନ ଅଭାବରୁ ଏଠାରେ…

ଘର ଘର ବୁଲି ପ୍ରଚାର କରୁଛନ୍ତି ନିରଞ୍ଜନ

ବନ୍ତ,୧୫।୫(ହରି ନାରାୟଣ ମହାନ୍ତି): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଘର ଘର ବୁଲି ପ୍ରଚାର ଜୋରଦାର କରିଛନ୍ତି। ମଙ୍ଗଳବାର ବନ୍ତ ପଞ୍ଚାୟତ ରଘୁନାଥପୁର ତାରିଣୀ ମନ୍ଦିରରୁ ପୂଜାର୍ଚ୍ଚନା କରିବା ପରେ ସେ ରଘୁନାଥପୁର,…

୧୦୫ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ତିହିଡ଼ି,୧୫।୫ (ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ୧୦୫ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ବିଭିନ୍ନ କାରଣ ନେଇ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ହୋଇପାରି ନ ଥିବାବେଳେ ଶିକ୍ଷାଦାନରେ ସମସ୍ୟା ଉପୁଜୁଛି। କେଉଁଠି ଅଙ୍ଗନଓ୍ବାଡି…

କୁକୁରକୁ ନିଶା ଦେଇ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦବାଲି,୧୨ା୫(କିଷାନ ପାତ୍ର)-ପୋଷା କୁକୁରକୁ ନିଶା ଦେଇ ଘରେ କଳାକନା ବୁଲାଇଲେ ଚୋର। ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଟଙ୍କା ଚୋରି କରିନେଲେ। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ଉତୁକୁଡା ଗାଁରେ। ଉକ୍ତ ଗ୍ରାମର…

ଏଥର ଚାପ ଖେଳିପାରିଲେନି ବାବାମଣି

ଭଦ୍ରକ,୧୨ା୫(ସନାତନ ରାଉତ)ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଚନ୍ଦନ ପୂର୍ଣ୍ଣିମା ପାଇଁ ଏଥର ଚାପ ଖେଳ ହୋଇପାରିଲା ନାହିଁ। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ନିରାଶ ଦେଖାଦେଇଛି। ଶିବଗଙ୍ଗା ପୁଷ୍କରିଣୀ ଶୁଖିଲା ପଡ଼ିଥିବାରୁ ବାବା ଚନ୍ଦ୍ରଶେଖରଙ୍କ ଚାପ…

ଝିଅ ପ୍ରେମ ବିବାହ କରିବାରୁ ବାପା ହାରିଲେ ଜୀବନ

ତିହିଡ଼ି,୧୧ା୫(ସଞ୍ଜିତ ବଳ): ଝିଅର ପ୍ରେମ ବିବାହ ପରେ ବାପା ମାନସିକ ଭାରସାମ୍ୟ ହରାଇ ଟ୍ରେନ୍‌ ଲାଇନରେ ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତ୍ତି ନେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ-ଧାମରା ରେଳପଥର କନ୍ଦପୁର ନିକଟରେ। ମୃତକ ହେଲେ ହେମନ୍ତ…

ଖର୍ଚ୍ଚ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ଆସିଲେ ତୁରନ୍ତ ଜଣାଅ

ଭଦ୍ରକ,୯।୫ (ସନାତନ ରାଉତ)-ଭଦ୍ରକ ଲୋକ ସଭା ଓ ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଗୁରୁବାର ସଦ୍‌ଭାବନା…

‘ମୋର କିଛି ହେଲେ ସ୍ବାମୀ ଓ ବିଧାୟକ ଦାୟୀ’

ଚାନ୍ଦବାଲି,୯ା୫(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ରାଜନୀତି ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ ପରିବେଶ ସରଗରମ ଥିବା ବେଳେ ଚାନ୍ଦବାଲିର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା ମାନସୀ ସାହୁଙ୍କର ଏକ ଭିଡିିଓ ଭାଇରାଲ ହେବା ଓ ବିଧାୟକ ବ୍ୟୋମକେଶ ରାୟଙ୍କ ଫେସ୍‌ବୁକ ପୋଷ୍ଟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?