ପ୍ରବଳ ବର୍ଷିବ, ୪ଜିଲାକୁ ଆଲର୍ଟ କଲେ SRC

Featured Video Play Icon

ଭୁବନେଶ୍ୱର,୨୪।୫: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇ ବାଂଲାଦେଶ ମୁହାଁ ହେଉଛି। ଯାହା ମେ ୨୬ ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ରହିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି । କିନ୍ତୁ ଆସନ୍ତାକାଲି ଅର୍ଥାତ୍‌ ଶନିବାରରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏଥିପାଇଁ ୪ ଜିଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି SRC।

ବାତ୍ୟା ରେମଲ ଉତ୍ତରପୂର୍ବ ଦିଗରେ ଗତି କରୁଛି। ବାଂଲାଦେଶ ଖେପୁପରା ଉପକୂଳରୁ ୮୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଓ ପଶ୍ଚିମବଙ୍ଗ ଉପକୂଳରୁ ୮୧୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ରହିଛି। ଶନିବାର ସକାଳ ସୁଦ୍ଧା ଅବପାତ ଆହୁରି ଘନୀଭୂତ ହୋଇ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ। କିନ୍ତୁ ଓଡ଼ିଶାରେ ଏହାର ପ୍ରଭାବ ଦେଖାଯିବ। ରାଜ୍ୟର ୪ ଜିଲାରେ ବର୍ଷା, ପବନ ହେବାର ସମ୍ଭାବନା ରହିଛି। ଏଥିପାଇଁ ଏସଆରସି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଏବଂ ମୟୂରଭଂଜ ଜିଲ୍ଲାପାଳଙ୍କୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆଲର୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ ୧୮ରେ କୃଷକଙ୍କ ଖାତାକୁ ଆସିବ ଟଙ୍କା: କେଉଁ ଜିଲାରେ କେଉଁ ମନ୍ତ୍ରୀ ଉପସ୍ଥିତ ରହିବେ ଆସିଲା ଲିଷ୍ଟ

ଭୁବନେଶ୍ୱର,୧୭।୬: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୧୮ ଜୁନରେ ଉତ୍ତରପ୍ରଦେଶର ବାରାଣସୀରୁ ବଣ୍ଟନ କରାଯିବ। ୧୭ତମ...

ସରକାର ଯିବା ପରେ ଏବେବି କ୍ଷମତାପୂର୍ଣ୍ଣ BJD, ଭାଜପାକୁ…

ନୂଆଦିଲ୍ଲୀ, ୧୭।୬: ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏନ୍‌ଡିଏ ସମର୍ଥନରେ ସରକାର ଗଠନ କରିଛି । ଏହାଛଡ଼ା ଦଳ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେଡିକୁ...

ପଶ୍ଚିମବଙ୍ଗ ଟ୍ରେନ୍‌ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ, ସୋସିଆଲ ମିଡିଆରେ ଲେଖିଲେ…

ଭୁବନେଶ୍ୱର,୧୭ା୬: ସୋମବାର ସକାଳେ ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଜଲପାଇଗୁଡ଼ିରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲ୍‌ବାହୀ ଟ୍ରେନ୍‌ ପଛରୁ ଧକ୍କା ଦେବାରୁ...

ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼: ବରିଷ୍ଠ ଅଧିକାରୀ, ଅତିରିକ୍ତ ଫୋର୍ସ ଗଲେ ପୁରୀ

ପୁରୀ,୧୭ା୬: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ପରେ ଅପ୍ରତ୍ୟାଶିତ ଭାବେ ଶ୍ରଦ୍ଧାଳୁଙ୍କ ଆଗମନ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ରବିବାର ରାଜ୍ୟ ସରକାର ଅତିରିକ୍ତ ଫୋର୍ସ...

ଜନ୍ମଦିନ ଭୋଜି ଖାଇ ଫେରିବା ବେଳେ ଟ୍ରାକ୍ଟରକୁ ଧକ୍କା ଦେଲା କାର୍‌, ୪ ସାଙ୍ଗ ମୃତ

ଖଡ଼ିଆଲ,୧୭ା୬(ମକାରୁ ବେମାଲ): ଭବାନୀପାଟଣା ଲଛିପୁର ଛକ ୧୬ ନମ୍ବର ରାଜ୍ୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଚାରି ଜଣ ପ୍ରାଣ ହରାଇଛନ୍ତି। ଟ୍ରାକ୍ଟରକୁ କାର୍‌ ଧକ୍କା...

ପାହାଡ଼ରେ ପିଟିହେଲା ବସ୍‌

ବଣାଇ,୧୭ା୬: ସୁନ୍ଦରଗଡ଼ ଜିଲା ବଣାଇ ଘାଟିରେ ପାହାଡ଼ରେ ଏକ ବସ୍‌ ପିଟି ହୋଇଛି। ଫଳର ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିବା...

ରାୟଗଡ଼ାରେ ଡିପ୍‌ଥେରିଆ ଆତଙ୍କ

ଭୁବନେଶ୍ୱର/ ରାୟଗଡ଼ା,୧୭ା୬(ଅସମାପିକା ସାହୁ/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମନୁଷପଦର  ଗାଁରେ ଅଜଣା ରୋଗରେ ୫ ଶିଶୁଙ୍କ ମୃତ୍ୟୁ ପରେ କାରଣ...

ମଜୁରି ବୃଦ୍ଧି ଯୋଗୁ ଚାଷୀ ଅଣନିଃଶ୍ୱାସୀ

ପଟ୍ଟାମୁଣ୍ଡାଇ,୧୭ା୬ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଏବଂ ଚାଷଖର୍ଚ୍ଚ ବୃଦ୍ଧିକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଏପରି କି ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri