ବରଗଡ଼

ଓଲଟିଲା ସ୍କୁଲ ବସ୍‌: ମଦ ପିଇ ଗାଡି ଚଳାଉଥିଲେ ଡ୍ରାଇଭର

ପଦ୍ମପୁର,୨୬।୯(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ସହରର ଜେନିଥ ଲାୟନ୍ସ ଗୁରୁକୁଳର ଏକ ବସ୍‌ ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଛାତ୍ରୀଛାତ୍ରଙ୍କୁ ଛାଡିବାକୁ ଯାଉଥିବା ବେଳେ ଝାଙ୍କରପାଲି ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଥିଲା। ଫଳରେ ବସ୍‌ରେ ଥିବା ୧୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଗୁରୁତର…

ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ୱରୀ

ବରଗଡ଼ ଅଫିସ୍‌,୨୫।୯: ବରଗଡ଼ ସହର ତଳିପଡ଼ାସ୍ଥିତ ସମଲେଶ୍ୱରୀ ମନ୍ଦିରରେ ରବିବାର ମା’ ସମଲେଶ୍ୱରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ମହାଳୟା ତିଥିରେ ଦେବୀଙ୍କୁ ଧବଳମୁଖୀ ବେଶରେ ଦର୍ଶନ କଲେ ଗଙ୍ଗା ସ୍ନାନର ପୂଣ୍ୟପ୍ରାପ୍ତି ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି ।…

ଗ୍ରାମବାସୀଙ୍କ ଧାରଣା ପରେ ଶିକ୍ଷକ ବଦଳି ସ୍ଥଗିତ

ସରଣ୍ଡା, ୨୪ା୯(ଡି.ଏନ୍‌.ଏ .): ଅତାବିରା ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ସିଲାଟ ଗ୍ରାମବାସୀଙ୍କ ଧାରଣା ପରେ ଶିକ୍ଷକଙ୍କ ବଦଳିକୁ ବାତିଲ କରାଯାଇଛି। ଏହାପରେ ଗ୍ରାମବାସୀ ଧାରଣାରୁ ଉଠିଛନ୍ତି। ସୂଚନା ଅନୁସାରେ, ସିଲାଟ ୟୁଜିୟୁପି ସ୍କୁଲରେ ୧ମରୁ ୮ମଶ୍ରେଣୀ ପର୍ଯ୍ୟନ୍ତ ୨୯୦ ଛାତ୍ରୀଛାତ୍ର…

ମିଳିଲାନି ଚାରିକାନ୍ଧ ବାଇକ୍‌ରେ ନେଇ ଶବଦାହ କଲେ ସ୍ବେଚ୍ଛାସେବୀ

ବରଗଡ଼ ଅଫିସ୍‌/ପଦ୍ମପୁର,୨୩।୯: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ମହୁଲପାଲି ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭିମସାର୍‌, ବୁର୍ଲାରୁ ବ୍ୟବଚ୍ଛେଦ ହୋଇ ଏକ ମୃତଦେହ ଗ୍ରାମରେ ପହଞ୍ଚତ୍ବା ପରେ ଜାତିପ୍ରଥାକୁ କେନ୍ଦ୍ର କରି ମୃତକଙ୍କୁ ଚାରିକାନ୍ଧ ମିଳି ନ…

ବିରୋଧ ସତ୍ତ୍ୱେ ବାର୍‌ ଖୋଲିବାକୁ ଉଦ୍ୟମ: ପ୍ରତିବାଦରେ ଦୋକାନ, ବଜାର ବନ୍ଦ

ବରଗଡ଼ ଅଫିସ,୨୨ା୯: ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲି କ୍ୟାମ୍ପ ଛକରେ ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ୱେ ଏକ ବାର୍‌ (ଅନ୍‌ ଅଫ୍‌ ବିଦେଶୀ ମଦ ଦୋକାନ) ଖୋଲିବାକୁ ଉଦ୍ୟମ ଚାଲିଛି। ଏହାକୁ ନେଇ ରେଙ୍ଗାଲି କ୍ୟାମ୍ପ ଅଞ୍ଚଳରେ ଚାପା…

ନଗଦ ୧ଲକ୍ଷ ଟଙ୍କା ସହିତ ୨୯୭ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୨୧।୯: ବରଗଡ଼ ଜିଲାରେ ନିଶା କାରବାର ବଢି ଚାଲିଛି। ଚୋରାମଦ କାରବାର ସାଧାରଣରେ ପରିଣତ ହୋଇଯାଇଥିବା ବେଳେ ଜିଲାରେ ଏବେ ବ୍ରାଉନ ସୁଗର କାରବାର ବଢି ଚାଲିଛି। ବୁଧବାର ଜିଲା ଅବକାରୀ ବିଭାଗ ବରଗଡ଼ ସହରରୁ ୨୯୭ ଗ୍ରାମ ବ୍ରାଉନ…

ଅପେରା ପ୍ରଦର୍ଶନକୁ ବିରୋଧ

ବରଗଡ଼ ଅଫିସ୍‌,୨୦।୯: ବରଗଡ଼ ଜିଲାରେ ଜିଲା ବାହାର ଅପେରା(ଯାତ୍ରା) ପ୍ରଦର୍ଶନ ଉପରେ ଦୀର୍ଘବର୍ଷ ପୂର୍ବରୁ ପ୍ରଶାସନ କଟକଣା ଜାରି କରିଛି। ଫଳରେ ଜିଲାରେ ଯାତ୍ରା ପ୍ରଦର୍ଶନ ବନ୍ଦ ରହିଥିଲା। ମାତ୍ର ଏବେ ଜିଲାରେ ଏହା ପ୍ରଦର୍ଶନ ପାଇଁ ଅନୁମତି ଦିଆଯିବା ନେଇ…

କମ୍ପାନୀ ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ: ରାସ୍ତା ଅବରୋଧ, ଚାପା ଉତ୍ତେଜନା

ବରଗଡ଼ ଅଫିସ,୨୦।୯: ବରଗଡ଼ ସହର ଉପକଣ୍ଠ ହଲଦୀପାଲି ଛକ ନିକଟରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ବେଦାନ୍ତ କମ୍ପାନୀର ଏକ ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ, ବରଗଡ଼ ସଦର ଥାନା…

ବାର୍‌କୁ ବିରୋଧ, ଥାନାରେ ମାମଲା

ବରଗଡ଼ ଅଫିସ୍‌,୨୦।୯: ବରଗଡ଼ ଜିଲା ଅତାବିରା ଥାନା ରେଙ୍ଗାଲିକ୍ୟାମ୍ପ ଛକରେ ଏକ ବାର୍‌ (ଅନ୍‌ ସପ୍‌ ମଦ ଦୋକାନ)କୁ ବିରୋଧ ସତ୍ତ୍ବେ ଖୋଲିବାକୁ ଉଦ୍ୟମ କରାଯିବା ଘଟଣାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଅନ୍ୟପଟେ ବାର୍‌କୁ ବିରୋଧ କରି ଶନିବାର…

ଜମିପଟ୍ଟା ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ବରପାଲି,୨୦।୯(ଡି.ଏନ.ଏ.): ବରପାଲି ଏନ୍‌ଏସି ୱାର୍ଡ ନଂ. ୩ ଅଧୀନ କାଇଁଶିର ରୋଡ୍‌, ବେହେରାପଡା ଓ ଗୋପାଇପାଲି ମେନ୍‌ ରୋଡ୍‌ରେ ବାସ କରୁଥିବା କିଛି ଲୋକ ଜମିପଟ୍ଟା ପାଇନାହାନ୍ତି। ଫଳରେ ସେମାନଙ୍କୁ ଜମିପଟ୍ଟା ପ୍ରଦାନ ଦାବି କରି ସୋମବାର ଉକ୍ତ ଲୋକମାନେ ସ୍ଥାନୀୟ…

ବରଗଡ଼ ଜିଲାବାସୀଙ୍କୁ ଟୋଲ୍‌ ଫ୍ରି

ବରଗଡ଼ ଅଫିସ୍‌,୧୯।୯: ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ା ଟୋଲ ପ୍ଲାଜା ବରଗଡ଼ ଜିଲାବାସୀଙ୍କ ଗାଡ଼ି ପାଇଁ ଟୋଲ ଦେୟମୁକ୍ତ କରିଛି । ଜିଲା ଓକିଲ ସଂଘ ସମ୍ମିଳନୀ କକ୍ଷରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ଦ୍ୱିପାକ୍ଷିକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି…

ବାର୍‌କୁ ବିରୋଧ ସତ୍ତ୍ୱେ ଖୋଲିବାକୁ ଉଦ୍ୟମ

ବରଗଡ଼ ଅଫିସ୍‌,୧୯।୯: ବରଗଡ଼ ଜିଲା ଅତାବିରା ଥାନା ରେଙ୍ଗାଲି କ୍ୟାମ୍ପରେ ଏକ ରେଷ୍ଟୁରାଣ୍ଟରେ ମଦ ଦୋକାନ (ବାର୍‌) ଖୋଲିବାକୁ ଉଦ୍ୟମ ଚାଲିଛି। ଅବକାରୀ ବିଭାଗ ଅଧିକାରୀଙ୍କୁ ହାତ କରି ଏଥିପାଇଁ ଜଣେ ବ୍ୟବସାୟୀ ଲାଇସେନ୍ସ ହାତେଇ ସାରିଛନ୍ତି। ଅନ୍ୟପଟେ ଲାଇସେନ୍ସ ପ୍ରଦାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?